ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ

The Sakala Picture
Published On

ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ। ସାରା ବିଶ୍ବର ବନ୍ୟ ଜୀବଗୁଡ଼ିକର ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ  ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୩ ତାରିଖକୁ ବିଶ୍ବବନ୍ୟପ୍ରାଣୀ ଦିବସ ଭାବେ ପାଳନ କରାଯାଉଛି। ସଂଯୁକ୍ତ ରାଷ୍ଟ୍ର ମହାସଭା ଦ୍ବାରା ଡିସେମ୍ବର ୨୦, ୨୦୧୩ରେ ଏହାର ଆରମ୍ଭ କରାଯାଇଥିଲା। ୨୦୨୧ ବର୍ଷ ପାଇଁ ବିଶ୍ବ ବନ୍ୟପ୍ରାଣୀ ଦିବସର ଥିମ୍‌ ରହିଛି, ‘ଫରେଷ୍ଟ ଆଣ୍ଡ ଲାଇଭ୍‌ହୁଡ୍ସ: ସସ୍‌ଟେନିଂ ପିପୁଲ୍‌ ଆଣ୍ଡ୍‌ ପ୍ଲାନେଟ୍‌’। ବନ୍ୟପ୍ରାଣୀ ସୁରକ୍ଷା ବର୍ତ୍ତମାନ ସମୟରେ ସମାଜରେ ଏକ […]

ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ। ସାରା ବିଶ୍ବର ବନ୍ୟ ଜୀବଗୁଡ଼ିକର ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ  ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୩ ତାରିଖକୁ ବିଶ୍ବବନ୍ୟପ୍ରାଣୀ ଦିବସ ଭାବେ ପାଳନ କରାଯାଉଛି। ସଂଯୁକ୍ତ ରାଷ୍ଟ୍ର ମହାସଭା ଦ୍ବାରା ଡିସେମ୍ବର ୨୦, ୨୦୧୩ରେ ଏହାର ଆରମ୍ଭ କରାଯାଇଥିଲା। ୨୦୨୧ ବର୍ଷ ପାଇଁ ବିଶ୍ବ ବନ୍ୟପ୍ରାଣୀ ଦିବସର ଥିମ୍‌ ରହିଛି, ‘ଫରେଷ୍ଟ ଆଣ୍ଡ ଲାଇଭ୍‌ହୁଡ୍ସ: ସସ୍‌ଟେନିଂ ପିପୁଲ୍‌ ଆଣ୍ଡ୍‌ ପ୍ଲାନେଟ୍‌’। ବନ୍ୟପ୍ରାଣୀ ସୁରକ୍ଷା ବର୍ତ୍ତମାନ ସମୟରେ ସମାଜରେ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ବିଶ୍ବର ଜୈବ ବିବିଧତାରେ ବନ୍ୟପ୍ରାଣୀଙ୍କର ଏକ ବଡ଼ ଯୋଗଦାନ ରହିଛି। ବନ୍ୟପ୍ରାଣୀଙ୍କ ଅନୁପସ୍ଥିତି ପରିବେଶ ସନ୍ତୁଳନ ଉପରେ ବଡ଼ ପ୍ରଭାବ ପକାଇଥାଏ। ବନ୍ୟପ୍ରାଣୀ ବଞ୍ଚିଲେ ଆମେ ବଞ୍ଚିବା, ତେଣୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଜରୁରୀ। ଯେଉଁଥି ପାଇଁ ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖକୁ ‘ବିଶ୍ବ ବନ୍ୟପ୍ରାଣୀ ଦିବସ’ ଭାବେ ପାଳନ କରାଯାଉଛି। ନିଜ ସ୍ବାର୍ଥ ପାଇଁ ମଣିଷ ପରିବେଶ ଉପରେ ଅତ୍ୟାଚାର କରିଚାଲିଛି। ଯାହାର ପ୍ରଭାବରେ ବନ୍ୟପ୍ରାଣୀଙ୍କ ସୁବିଧା ବାଧାପ୍ରାପ୍ତ ହେଉଛି। ଆହୁରି ମଧ୍ୟ ବନ୍ୟପ୍ରାଣୀଙ୍କ ଶିକାର ବୃଦ୍ଧି ପାଉଛି। ଗଣ୍ଡା ଶିଙ୍ଘ, ବାଘଛାଲ, ହାତୀ ଦାନ୍ତ,ବଜ୍ରକାପ୍ତା କାତି ପାଇଁ ମଣିଷ ଏମାନଙ୍କୁ ଶିକାର କରୁଛି। ଫଳରେ ଅନେକ ପଶୁପକ୍ଷୀ ବିଲୁପ୍ତିର ଦ୍ବାରଦେଶରେ। ଅନେକ ସମୟରେ ଓଡ଼ିଶାରୁ ଚୀନ୍‌ ଭିଏତନାମ ମିଆଁମାର ଆଦି ଦେଶକୁ ବଜ୍ରକାପ୍ତା ଚାଲାଣ କରାଯାଉଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ବାନ। ଏକ୍ଷେତ୍ରରେ ବନବିଭାଗର ମଧ୍ୟ ଗୁରୁ ଦାୟିତ୍ବ ରହିଛି। ଯେପରି ବନ୍ୟପ୍ରାଣୀ ସୁରକ୍ଷିତ ରହିପାରିବେ ସେ କ୍ଷେତ୍ରରେ ଆମେ ସଂକଳ୍ପବଦ୍ଧ ହେବା ଦରକାର।

ଆହୁରି ପଢ଼ନ୍ତୁ: ହୋଲି ପାଇଁ ବ୍ୟବହାର ହେଉଥିବା ‘ଫଗୁ’ ବା ରଙ୍ଗ କିପରି ପ୍ରସ୍ତୁତ ହୁଏ? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

03 Mar 2021 By The Sakala

https://www.thesakala.in/big-news/mach-3-world-wildlife-day/article-389
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର