ମିସଡ୍‌କଲ୍‌ରୁ ଜୀବନସାଥୀ

The Sakala Picture
Published On

କଥାରେ ଅଛି ପ୍ରେମ ଅମାନିଆ। ପ୍ରେମ ଦେଖେନି ସୁନ୍ଦର ଚେହେରା  କି ପ୍ରେମ ମାନେନି କିଛି ପ୍ରତିବନ୍ଧକ। ପ୍ରେମ କେତେବେଳେ କାହାକୁ ହୁଏ ତାହା ଜଣାପଡେନି। ଆଉ ସେହି ପ୍ରେମରେ ଅନ୍ଧ ହୋଇଯାଆନ୍ତି ପ୍ରେମୀ ଯୁଗଳ। କିନ୍ତୁ ଏଠାରେ ଆମେ ଏମତି ଗୋଟିଏ ପ୍ରେମ କାହାଣୀ ବିଷୟରେ ଆପଣଙ୍କୁ କହିବୁ ଯାହାକୁ ଆପଣ ପଢିବା ପରେ କହିବେ ‘ଏଇ ବୋଧେ ପ୍ରେମ‘। ଏହି ପ୍ରେମ ଆରମ୍ଭ ହୁଏ ଏକ ଅଜଣା ମିସଡ୍‌କଲ୍‌ରୁ ।ଆଉ ସେହି ମିସ୍‌ଡ୍‌କଲ୍‌ ପ୍ରେମ […]

କଥାରେ ଅଛି ପ୍ରେମ ଅମାନିଆ। ପ୍ରେମ ଦେଖେନି ସୁନ୍ଦର ଚେହେରା  କି ପ୍ରେମ ମାନେନି କିଛି ପ୍ରତିବନ୍ଧକ। ପ୍ରେମ କେତେବେଳେ କାହାକୁ ହୁଏ ତାହା ଜଣାପଡେନି। ଆଉ ସେହି ପ୍ରେମରେ ଅନ୍ଧ ହୋଇଯାଆନ୍ତି ପ୍ରେମୀ ଯୁଗଳ। କିନ୍ତୁ ଏଠାରେ ଆମେ ଏମତି ଗୋଟିଏ ପ୍ରେମ କାହାଣୀ ବିଷୟରେ ଆପଣଙ୍କୁ କହିବୁ ଯାହାକୁ ଆପଣ ପଢିବା ପରେ କହିବେ ‘ଏଇ ବୋଧେ ପ୍ରେମ‘।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

ଏହି ପ୍ରେମ ଆରମ୍ଭ ହୁଏ ଏକ ଅଜଣା ମିସଡ୍‌କଲ୍‌ରୁ ।ଆଉ ସେହି ମିସ୍‌ଡ୍‌କଲ୍‌ ପ୍ରେମ ଯେ କେବେ ବିବାହ ବନ୍ଧନରେ ପରିଣତ ହେବ ତାହା ହୁଏତ ବିଶ୍ବାସ କରିନଥିଲେ ପ୍ରେମିକ ରାକେଶ ମିଶ୍ର । ଉତ୍ତରପ୍ରଦେଶ କୋଟୱାଲୀ ଅଞ୍ଚଳର ରାକେଶ ମିଶ୍ର ଜଣେ ଦିବ୍ୟାଙ୍ଗ। ରାକେଶଙ୍କ ଦୁଇ ପାଦ କୌଣସି କାମ କରେନି। ଇ-ରିକ୍ସା ହିଁ ରାକେଶଙ୍କ ସାହା ଭରସା। ସେହି  ଇ-ରିକ୍ସାରେ ରାକେଶ ଖାଦ୍ୟ ସାମଗ୍ରୀ ବିକ୍ରୀ କରି ନିଜ ପେଟ ପୋଷନ୍ତି। ଜାନୁଆରୀ ମାସରେ  ରାକେଶଙ୍କୁ ଏ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ରାକେଶ ସେହି ନମ୍ବରରେ କଲ୍ କରିବା ପରେ ସପଟୁ ଜଣେ ଝିଅ କଥା ହେଉଥିଲେ । ଉଭୟ କଥା ହେବା ସମୟରେ ଝିଅ ଜଣଙ୍କ ରାକେଶଙ୍କୁ କହିଥିଲେ କି ‘ତମ ସ୍ବର ବହୁତ ଭଲ‘ । ବାସ୍‌ ସେହି କଥା ପଦକରୁ ଆଗେଇଥିଲା ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା। ଆଉ ସେହି କଥା ବାର୍ତ୍ତାଯେ ପ୍ରେମରେ ପରିଣତ ହୋଇଯିବ ତାହା ଉଭୟ ଜାଣିପାରିନଥିଲେ।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

ଆହୁରି ପଢ଼ନ୍ତୁ: ଆସାମର ଜୋରହାଟ ଏୟାରବେସରେ ଭାରତୀୟ ବାୟୁସେନାର AN- 32 ଏୟାରକ୍ରାଫ୍ଟ କ୍ରାସ୍

ଆଉ ଏମିତି କିଛି ଦିନ ପରେ ଉଭୟ କଥା ହେବା ପରେ ରାକେଶ ଯୁବତୀଙ୍କୁ ପ୍ରମ ନିବେଦନ କରିଥିଲେ। ଯୁବତୀ ଜଣଙ୍କ ମଧ୍ୟ ତାଙ୍କୁ ବିବାହ କରିବାକୁ କହିବା ସହ ଉଭୟ ଏକାଠି ରହିବାକୁ ପ୍ରତିଶ୍ରୁତି ଦେଇଥିଲେ। ଯେତେବେଳ ଯୁବତୀ ଜଣଙ୍କୁ ତାଙ୍କୁ ଦେଖା କରିବାକୁ ରାକେଶଙ୍କୁ କହିଲେ ସେତେବେଳେ ରାକେଶ ନିଜେ ଜଣେ ଦିବୃାଙ୍ଗ ଏବଂ ତାଙ୍କୁ ଦୁଇ ଗୋଡ କାମ କରୁନଥିବା କହିଥିଲେ ।

ଆଉ ଏହାପରେ ରାକେଶ ଭାବିଥିଲେ ବୋଧ ହୁଏ ଯୁବତୀଜଣଙ୍କ ଆଉ ତାଙ୍କୁ ଫୋନ୍‌ କରିବେନି କାରଣ ଜଣେ ଦିବ୍ୟାଙ୍ଗଙ୍କୁ କଣ ପାଇଁ ସେହି ଯୁବତୀ ନିଜ ଜୀବନ ସାଥୀ କରିବ । କିନ୍ତୁ ରାକେଶଙ୍କ ଭାବନା ଭୁଲ୍‌ ପ୍ରମାଣିତ ହୋଇଥିଲା। ଦିବ୍ୟାଙ୍ଗ ରାକେଶ ସିନା ଚାଲି ପାରୁନାହାନ୍ତି ବୋଲି ପ୍ରେମିକାକୁ ଦେଖା କରିବାକୁ ଯାଇପାରିଲେ ନାହିଁ କିନ୍ତୁ  ପ୍ରେମିକା ନିଜ ପ୍ରେମିକକୁ ଦେଖା କରିବାକୁ ୧୨୦ କିଲୋମିଟର ଦୂରକୁ ଏକାକି ଚାଲିଆସିଲେ।

ପ୍ରେମିକ ଦିବ୍ୟାଙ୍ଗ ଜାଣିବା ପରେ ପ୍ରେମିକା ତାଙ୍କୁ ଦେଖା କରିବାକୁ ଆସିବା ଦେଖି ରାକେଶ ବିଶ୍ବାସ କରିପାରନଥିଲେ। ଦେଖା ହେବା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ମେନପୁରୀ ମାତା ଶୀତଳା ଦେବୀ ମନ୍ଦିରରେ ଉଭୟ ବିବାହ କରିଥିଲେ।

26 Feb 2021 By The Sakala

ମିସଡ୍‌କଲ୍‌ରୁ ଜୀବନସାଥୀ

କଥାରେ ଅଛି ପ୍ରେମ ଅମାନିଆ। ପ୍ରେମ ଦେଖେନି ସୁନ୍ଦର ଚେହେରା  କି ପ୍ରେମ ମାନେନି କିଛି ପ୍ରତିବନ୍ଧକ। ପ୍ରେମ କେତେବେଳେ କାହାକୁ ହୁଏ ତାହା ଜଣାପଡେନି। ଆଉ ସେହି ପ୍ରେମରେ ଅନ୍ଧ ହୋଇଯାଆନ୍ତି ପ୍ରେମୀ ଯୁଗଳ। କିନ୍ତୁ ଏଠାରେ ଆମେ ଏମତି ଗୋଟିଏ ପ୍ରେମ କାହାଣୀ ବିଷୟରେ ଆପଣଙ୍କୁ କହିବୁ ଯାହାକୁ ଆପଣ ପଢିବା ପରେ କହିବେ ‘ଏଇ ବୋଧେ ପ୍ରେମ‘।

ଏହି ପ୍ରେମ ଆରମ୍ଭ ହୁଏ ଏକ ଅଜଣା ମିସଡ୍‌କଲ୍‌ରୁ ।ଆଉ ସେହି ମିସ୍‌ଡ୍‌କଲ୍‌ ପ୍ରେମ ଯେ କେବେ ବିବାହ ବନ୍ଧନରେ ପରିଣତ ହେବ ତାହା ହୁଏତ ବିଶ୍ବାସ କରିନଥିଲେ ପ୍ରେମିକ ରାକେଶ ମିଶ୍ର । ଉତ୍ତରପ୍ରଦେଶ କୋଟୱାଲୀ ଅଞ୍ଚଳର ରାକେଶ ମିଶ୍ର ଜଣେ ଦିବ୍ୟାଙ୍ଗ। ରାକେଶଙ୍କ ଦୁଇ ପାଦ କୌଣସି କାମ କରେନି। ଇ-ରିକ୍ସା ହିଁ ରାକେଶଙ୍କ ସାହା ଭରସା। ସେହି  ଇ-ରିକ୍ସାରେ ରାକେଶ ଖାଦ୍ୟ ସାମଗ୍ରୀ ବିକ୍ରୀ କରି ନିଜ ପେଟ ପୋଷନ୍ତି। ଜାନୁଆରୀ ମାସରେ  ରାକେଶଙ୍କୁ ଏ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ରାକେଶ ସେହି ନମ୍ବରରେ କଲ୍ କରିବା ପରେ ସପଟୁ ଜଣେ ଝିଅ କଥା ହେଉଥିଲେ । ଉଭୟ କଥା ହେବା ସମୟରେ ଝିଅ ଜଣଙ୍କ ରାକେଶଙ୍କୁ କହିଥିଲେ କି ‘ତମ ସ୍ବର ବହୁତ ଭଲ‘ । ବାସ୍‌ ସେହି କଥା ପଦକରୁ ଆଗେଇଥିଲା ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା। ଆଉ ସେହି କଥା ବାର୍ତ୍ତାଯେ ପ୍ରେମରେ ପରିଣତ ହୋଇଯିବ ତାହା ଉଭୟ ଜାଣିପାରିନଥିଲେ।

ଆଉ ଏମିତି କିଛି ଦିନ ପରେ ଉଭୟ କଥା ହେବା ପରେ ରାକେଶ ଯୁବତୀଙ୍କୁ ପ୍ରମ ନିବେଦନ କରିଥିଲେ। ଯୁବତୀ ଜଣଙ୍କ ମଧ୍ୟ ତାଙ୍କୁ ବିବାହ କରିବାକୁ କହିବା ସହ ଉଭୟ ଏକାଠି ରହିବାକୁ ପ୍ରତିଶ୍ରୁତି ଦେଇଥିଲେ। ଯେତେବେଳ ଯୁବତୀ ଜଣଙ୍କୁ ତାଙ୍କୁ ଦେଖା କରିବାକୁ ରାକେଶଙ୍କୁ କହିଲେ ସେତେବେଳେ ରାକେଶ ନିଜେ ଜଣେ ଦିବୃାଙ୍ଗ ଏବଂ ତାଙ୍କୁ ଦୁଇ ଗୋଡ କାମ କରୁନଥିବା କହିଥିଲେ ।

ଆଉ ଏହାପରେ ରାକେଶ ଭାବିଥିଲେ ବୋଧ ହୁଏ ଯୁବତୀଜଣଙ୍କ ଆଉ ତାଙ୍କୁ ଫୋନ୍‌ କରିବେନି କାରଣ ଜଣେ ଦିବ୍ୟାଙ୍ଗଙ୍କୁ କଣ ପାଇଁ ସେହି ଯୁବତୀ ନିଜ ଜୀବନ ସାଥୀ କରିବ । କିନ୍ତୁ ରାକେଶଙ୍କ ଭାବନା ଭୁଲ୍‌ ପ୍ରମାଣିତ ହୋଇଥିଲା। ଦିବ୍ୟାଙ୍ଗ ରାକେଶ ସିନା ଚାଲି ପାରୁନାହାନ୍ତି ବୋଲି ପ୍ରେମିକାକୁ ଦେଖା କରିବାକୁ ଯାଇପାରିଲେ ନାହିଁ କିନ୍ତୁ  ପ୍ରେମିକା ନିଜ ପ୍ରେମିକକୁ ଦେଖା କରିବାକୁ ୧୨୦ କିଲୋମିଟର ଦୂରକୁ ଏକାକି ଚାଲିଆସିଲେ।

ପ୍ରେମିକ ଦିବ୍ୟାଙ୍ଗ ଜାଣିବା ପରେ ପ୍ରେମିକା ତାଙ୍କୁ ଦେଖା କରିବାକୁ ଆସିବା ଦେଖି ରାକେଶ ବିଶ୍ବାସ କରିପାରନଥିଲେ। ଦେଖା ହେବା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ମେନପୁରୀ ମାତା ଶୀତଳା ଦେବୀ ମନ୍ଦିରରେ ଉଭୟ ବିବାହ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର