ଭାରତର ରତ୍ନ କଲାମ୍‌

The Sakala Picture
Published On

ଦେଶର ୧୧ତମ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ୍‌ ଭାବେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମ୍‌ଙ୍କର ଆଜି ଜନ୍ମଦିନ । ଭାରତରେ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସଫଳତାର ଶିଖରରେ ପହଞ୍ଚାଇବାରେ କଲାମ୍‌ଙ୍କ ଯୋଗଦାନ ଅତୁଳନୀୟ। ଜଣେ ସୁନାମଧନ୍ୟ ବୈଜ୍ଞାନିକ ଭାବେ ସେ ଯେତିକି ନାଁ ଅର୍ଜିଥିଲେ, ରାଷ୍ଟ୍ରପତି ଭାବେ ମଧ୍ୟ ଦେଶବିଦେଶରେ ସେତିକି ଖ୍ୟାତିସମ୍ପନ୍ନ ଥିଲେ। ସେଥିଲେ ଜଣେ ନିର୍ବିବାଦୀୟ ରାଷ୍ଟ୍ରନାୟକ, ଲୋକଙ୍କର ରାଷ୍ଟ୍ରପତି, ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିବିଶେଷ। ୧୯୩୧, ଅକ୍ଟୋବର ୧୫ରେ ମାଡ୍ରାସ ଅନ୍ତର୍ଗତ ରାମେଶ୍ବରର ଏକ […]

ଦେଶର ୧୧ତମ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ୍‌ ଭାବେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମ୍‌ଙ୍କର ଆଜି ଜନ୍ମଦିନ । ଭାରତରେ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସଫଳତାର ଶିଖରରେ ପହଞ୍ଚାଇବାରେ କଲାମ୍‌ଙ୍କ ଯୋଗଦାନ ଅତୁଳନୀୟ। ଜଣେ ସୁନାମଧନ୍ୟ ବୈଜ୍ଞାନିକ ଭାବେ ସେ ଯେତିକି ନାଁ ଅର୍ଜିଥିଲେ, ରାଷ୍ଟ୍ରପତି ଭାବେ ମଧ୍ୟ ଦେଶବିଦେଶରେ ସେତିକି ଖ୍ୟାତିସମ୍ପନ୍ନ ଥିଲେ। ସେଥିଲେ ଜଣେ ନିର୍ବିବାଦୀୟ ରାଷ୍ଟ୍ରନାୟକ, ଲୋକଙ୍କର ରାଷ୍ଟ୍ରପତି, ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିବିଶେଷ। ୧୯୩୧, ଅକ୍ଟୋବର ୧୫ରେ ମାଡ୍ରାସ ଅନ୍ତର୍ଗତ ରାମେଶ୍ବରର ଏକ ମୁସଲିମ୍‌ ପରିବାରରେ ଜନ୍ମଗ୍ରହଣ କରିଥିଲେ କଲାମ୍‌। ତାଙ୍କର ପରିବାରର ଆର୍ଥିକ ପରିସ୍ଥିତି ସେ ସମୟରେ ବହୁତ ଖରାପ ଥିଲା। ତେଣୁ ସେ ପିଲାଟି ବେଳୁ ନିଜକୁ ବିଭିନ୍ନ କାମରେ ନିୟୋଜିତ କରିଥିଲେ। ଏମିତିକି ସେ ଘର ଘର ବୁଲି ଖବରକାଗଜ ମଧ୍ୟ ବିକୁଥିଲେ।

ଆହୁରି ପଢ଼ନ୍ତୁ: କଟକରୁ ନେଇ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ, ମୁଖ୍ୟ ଅଭୁଯୁକ୍ତ ଗିରଫ

ସଂଘର୍ଷମୟ ଜୀବନକୁ ପଛରେ ପକାଇ ପିଲାବେଳୁ ସେ ସଫଳତା ପରେ ସଫଳତା ହାସଲ କରି ଚାଲିଥିଲେ। ସେ ତିରୁଚିଲାପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକ କରିବା ପରେ ୧୯୬୦ରେ ମାଡ୍ରାସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ମହାକାଶ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। ପରେ ସେ ବିଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ୧୯୬୯ରେ ସେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋକୁ ବଦଳି ହୋଇ ଯାଇଥିଲେ। ତାଙ୍କର ପ୍ରଚେଷ୍ଟା ଓ ଗବେଷଣା ବଳରେ ଅଗ୍ନି, ତ୍ରିଶୂଳ, ପୃଥ୍ବୀ, ଆକାଶ, ଓ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରକୁ ବିକଶିତ କରାଯାଇଛି। ତେଣୁ ତାଙ୍କୁ ଭାରତୀୟ କ୍ଷେପଣାସ୍ତ୍ରର ଜନକ ବୋଲି କୁହାଯାଏ। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ରାଷ୍ଟ୍ରପତି ଥିଲେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ BDA ପକ୍ଷରୁ ବଡ଼ଧରଣର ଜବରଦଖଲ ଉଚ୍ଛେଦ, ଘରୁ ମିଳିଲା ପୁଳା ପୁଳା ସିଲିଣ୍ଡର

ରାଷ୍ଟ୍ରପତି ହେବା ପରେ ମଧ୍ୟ ସେହିଭଳି ସାଧାରଣ ଜୀବନଯାପନ କରୁଥିଲେ କଲାମ୍‌। ସେ ତାଙ୍କ ଜୀବନ କାଳରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ତାଙ୍କ ଆତ୍ମଜୀବନୀ ‘ୱ଄ଙ୍ଗସ୍‌ ଅଫ୍‌ ଫାୟାର୍’, ‘ଭିଜନ୍‌ ୨୦୨୦’, ‘ଇଗ୍‌ନାଇଟେଡ୍‌ ମାଇଣ୍ଡସ୍’୍‌ ଆଦି ପୁସ୍ତକ ସବୁବେଳେ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି। ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା। ଏହାପୂର୍ବରୁ ୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ। ୪୦ ଗୋଟି ବିଶ୍ବବିଦ୍ୟାଳୟରୁ ସେ ସମ୍ମାନଜନକ ଡକ୍ଟରେଟ୍‌ ଉପାଧି ପାଇଥିଲେ। ୨୭ ଜୁଲାଇ, ୨୦୧୫ରେ ଶିଲଂରେ ଏକ ସଭାରେ ଭାଷଣ ଦେଉଥିବା ସମୟରେ ହୃଦ୍‌ଘାତ ଯୋଗୁଁ ତାଙ୍କର ନିଧନ ହୋଇଥିଲା। କଲାମ୍‌ଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶାର ଧାମରାରେ ଥିବା ହ୍ୱିଲର ଦ୍ୱୀପକୁ ବିଧିବଦ୍ଧ ଭାବେ ଅବଦୁଲ କଲାମ୍‌ ଦ୍ୱୀପ ନାମରେ ନାମିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

15 Oct 2022 By The Sakala

ଭାରତର ରତ୍ନ କଲାମ୍‌

ଦେଶର ୧୧ତମ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ୍‌ ଭାବେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମ୍‌ଙ୍କର ଆଜି ଜନ୍ମଦିନ । ଭାରତରେ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସଫଳତାର ଶିଖରରେ ପହଞ୍ଚାଇବାରେ କଲାମ୍‌ଙ୍କ ଯୋଗଦାନ ଅତୁଳନୀୟ। ଜଣେ ସୁନାମଧନ୍ୟ ବୈଜ୍ଞାନିକ ଭାବେ ସେ ଯେତିକି ନାଁ ଅର୍ଜିଥିଲେ, ରାଷ୍ଟ୍ରପତି ଭାବେ ମଧ୍ୟ ଦେଶବିଦେଶରେ ସେତିକି ଖ୍ୟାତିସମ୍ପନ୍ନ ଥିଲେ। ସେଥିଲେ ଜଣେ ନିର୍ବିବାଦୀୟ ରାଷ୍ଟ୍ରନାୟକ, ଲୋକଙ୍କର ରାଷ୍ଟ୍ରପତି, ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିବିଶେଷ। ୧୯୩୧, ଅକ୍ଟୋବର ୧୫ରେ ମାଡ୍ରାସ ଅନ୍ତର୍ଗତ ରାମେଶ୍ବରର ଏକ ମୁସଲିମ୍‌ ପରିବାରରେ ଜନ୍ମଗ୍ରହଣ କରିଥିଲେ କଲାମ୍‌। ତାଙ୍କର ପରିବାରର ଆର୍ଥିକ ପରିସ୍ଥିତି ସେ ସମୟରେ ବହୁତ ଖରାପ ଥିଲା। ତେଣୁ ସେ ପିଲାଟି ବେଳୁ ନିଜକୁ ବିଭିନ୍ନ କାମରେ ନିୟୋଜିତ କରିଥିଲେ। ଏମିତିକି ସେ ଘର ଘର ବୁଲି ଖବରକାଗଜ ମଧ୍ୟ ବିକୁଥିଲେ।

ସଂଘର୍ଷମୟ ଜୀବନକୁ ପଛରେ ପକାଇ ପିଲାବେଳୁ ସେ ସଫଳତା ପରେ ସଫଳତା ହାସଲ କରି ଚାଲିଥିଲେ। ସେ ତିରୁଚିଲାପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକ କରିବା ପରେ ୧୯୬୦ରେ ମାଡ୍ରାସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ମହାକାଶ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। ପରେ ସେ ବିଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ୧୯୬୯ରେ ସେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋକୁ ବଦଳି ହୋଇ ଯାଇଥିଲେ। ତାଙ୍କର ପ୍ରଚେଷ୍ଟା ଓ ଗବେଷଣା ବଳରେ ଅଗ୍ନି, ତ୍ରିଶୂଳ, ପୃଥ୍ବୀ, ଆକାଶ, ଓ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରକୁ ବିକଶିତ କରାଯାଇଛି। ତେଣୁ ତାଙ୍କୁ ଭାରତୀୟ କ୍ଷେପଣାସ୍ତ୍ରର ଜନକ ବୋଲି କୁହାଯାଏ। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ରାଷ୍ଟ୍ରପତି ଥିଲେ।

ରାଷ୍ଟ୍ରପତି ହେବା ପରେ ମଧ୍ୟ ସେହିଭଳି ସାଧାରଣ ଜୀବନଯାପନ କରୁଥିଲେ କଲାମ୍‌। ସେ ତାଙ୍କ ଜୀବନ କାଳରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ତାଙ୍କ ଆତ୍ମଜୀବନୀ ‘ୱ଄ଙ୍ଗସ୍‌ ଅଫ୍‌ ଫାୟାର୍’, ‘ଭିଜନ୍‌ ୨୦୨୦’, ‘ଇଗ୍‌ନାଇଟେଡ୍‌ ମାଇଣ୍ଡସ୍’୍‌ ଆଦି ପୁସ୍ତକ ସବୁବେଳେ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି। ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା। ଏହାପୂର୍ବରୁ ୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ। ୪୦ ଗୋଟି ବିଶ୍ବବିଦ୍ୟାଳୟରୁ ସେ ସମ୍ମାନଜନକ ଡକ୍ଟରେଟ୍‌ ଉପାଧି ପାଇଥିଲେ। ୨୭ ଜୁଲାଇ, ୨୦୧୫ରେ ଶିଲଂରେ ଏକ ସଭାରେ ଭାଷଣ ଦେଉଥିବା ସମୟରେ ହୃଦ୍‌ଘାତ ଯୋଗୁଁ ତାଙ୍କର ନିଧନ ହୋଇଥିଲା। କଲାମ୍‌ଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶାର ଧାମରାରେ ଥିବା ହ୍ୱିଲର ଦ୍ୱୀପକୁ ବିଧିବଦ୍ଧ ଭାବେ ଅବଦୁଲ କଲାମ୍‌ ଦ୍ୱୀପ ନାମରେ ନାମିତ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର