ଝିଅ ପାଇଁ ପୁଅକୁ ଛାଡି ଚାଲିଗଲେ ମା : ପୁଅର ଦଳ ଛାଡ଼ି ଝିଅ ଦଳରେ ହେଲେ ସାମିଲ୍‌

The Sakala Picture
Published On

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ମା ବିଜୟାମ୍ମା ଆଜି ୱାଇଏସଆର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଆଜି ଆନ୍ଧ୍ରପ୍ରଦେଶ ଶାସକ ଦଳ ୱାଇଏଆର କଂଗ୍ରେସ ଦଳର ସଭାପତି ପଦରୁ ୱାଇଏସ ବିଜୟଲକ୍ଷ୍ମୀ ଇସ୍ତଫା ଦେଇଛନ୍ତି। ଆନ୍ଦ୍ରପ୍ରଦେଶରେ ବିଜୟ ଆମ୍ମା ରୂପେ ପରଚିତ ବିଜୟା ଲକ୍ଷ୍ମୀ ହେଉଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ମା। ଆଜି ଦଳ ପକ୍ଷରୁ ଆୟୋଜିତ ଏକ ମେଗା ମିଟିଂରେ ନିଜର ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଚକିତ […]

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ମା ବିଜୟାମ୍ମା ଆଜି ୱାଇଏସଆର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଆଜି ଆନ୍ଧ୍ରପ୍ରଦେଶ ଶାସକ ଦଳ ୱାଇଏଆର କଂଗ୍ରେସ ଦଳର ସଭାପତି ପଦରୁ ୱାଇଏସ ବିଜୟଲକ୍ଷ୍ମୀ ଇସ୍ତଫା ଦେଇଛନ୍ତି। ଆନ୍ଦ୍ରପ୍ରଦେଶରେ ବିଜୟ ଆମ୍ମା ରୂପେ ପରଚିତ ବିଜୟା ଲକ୍ଷ୍ମୀ ହେଉଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ମା। ଆଜି ଦଳ ପକ୍ଷରୁ ଆୟୋଜିତ ଏକ ମେଗା ମିଟିଂରେ ନିଜର ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି ବିଜୟାଲକ୍ଷ୍ମୀ। ଆନ୍ଧ୍ରର ପଡ଼ୋଶୀ ତେଲେଙ୍ଗାନାରେ ବିଜୟା ଲକ୍ଷ୍ମୀଙ୍କ ଝିଅ ୱାଇଏସ ଶର୍ମିଲାଙ୍କ ଦ୍ୱାରା ପରିଚାଳିତ ରାଜନୈତିକ ଦଳ ପାଇଁ କାମ କରିବେ ।ସେ ତାଙ୍କ ଝିଅଙ୍କର ଦଳ ପାଇଁ ସମ୍ପୂର୍ଣ୍ଣ ସମୟ ଦେବାକୁ ଘୋଷଣା କରିଛନ୍ତି ବିଜୟାଲକ୍ଷ୍ମୀ।

ଆହୁରି ପଢ଼ନ୍ତୁ: ଏପ୍ରିଲ ୨୭ ସୁଦ୍ଧା ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ନେଇ SOP ଜାରି

ଏନେଇ ବିଜୟାମ୍ମାନ କହିଛନ୍ତି ଯେ ପୁଅ ଜଗନଙ୍କ ସହ ସବୁବେଳେ ତାଙ୍କର ଭଲପାଇବା ରହିବ। ହେଲେ ଝିଅକୁ ରାଜନୈତିକ ସମର୍ଥନ ଦେବାକୁ ସେ ତାଙ୍କ ଝିଅ ଶର୍ମିଲାଙ୍କ ଦଳରେ ସାମିଲ୍ ହେବେ। ୫ ବର୍ଷ ପରେ ଗୁଣ୍ଠୁରୁରେ ଆଜି ୱାଇଏସଆର କଂଗ୍ରେସ ପକ୍ଷରୁ ଏକ ବିରାଟ ଦଳୀୟ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ନିଜେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ। ଆଜିର କାର୍ୟ୍ୟକ୍ରମରେ ଆଚାନକ ନିଜ ଇସ୍ତଫା ଘୋଷଣା କରିଥିଲେ ବିଜୟାଲକ୍ଷ୍ମୀ। ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୟାଲକ୍ଷ୍ମୀ କହିଛନ୍ତି ଯେ, ତାଙ୍କୁ ନେଇ ବିଭିନ୍ନ ପ୍ରକାର ଗୁଜବ ଓ ଅନାବଶ୍ୟକ ବିବାଦ ସୃଷ୍ଟି କରାଯାଉ ଥିଲା । ସେ ତାଙ୍କ ଝିଅଙ୍କର ରାଜନୈତିକ ଦଳ ସହ ସାଥ ଦେବା ଏବଂ ଦଳ ଭିତରେ ଏହା ବିଭେଦ ସୃଷ୍ଟି କରୁଥିବା ଚର୍ଚ୍ଚା ହେବା ପରେ ସେ ୱାଇଏସଆର ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ।

ଆହୁରି ପଢ଼ନ୍ତୁ: କ୍ୟାବିନେଟ୍ ବୈଠକରେ ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର, ୩୪୦୦ କୋଟିର ଅଟଳ ବସଷ୍ଟାଣ୍ଡ ଯୋଜନାକୁ ମଞ୍ଜୁରୀ

ବିଜୟାଲକ୍ଷ୍ମୀ କହିଛନ୍ତି ଯେ, ମୁଁ ଅତ୍ୟନ୍ତ ଦୃଢ଼ ଆତ୍ମବିଶ୍ୱାସୀ ଯେ, ମୋ ପୁଅ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଜିତିବେ। ତାର ଖରାପ ସମୟରେ ମୁଁ ସାଥ ଦେଇଛି। ଏବେ ତାର ଭଲ ସମୟ ଚାଲିଛି। ଯଦି ମୁଁ ମୋ ଝିଅ ସହ ସାଥ ନଦେଇ ପାରୁଛି ମୁଁ ନିଜକୁ ଦୋଷୀ ଅନୁଭବ କରୁଛି। ତେଣୁ ମୁଁ ୱାଇଏସଆର କଂଗ୍ରେସ ଦଳର ସଭାତି ପଦରୁ ଇସ୍ତଫା ଦେଉଥିବା କହିଛନ୍ତି। ହେଲେ ଆନ୍ଧ୍ରପ୍ରଦେଶ ଲୋକ ଓ ପୁଅ ସହ ମୁଁ ସବୁ ବେଳେ ଅଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ସଂଘର୍ଷର ପ୍ରଭାବ: ବିଶ୍ୱ ଅର୍ଥନୀତିକୁ ନେଇ ସତର୍କ କରାଇଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା

ସୂଚନାଯୋଗ୍ୟ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜସେଖର ରେଡ୍ଡୀଙ୍କ ଝିଅ ୱାଇଏସ ଶର୍ମିଲା ନିଜର ନୂଆ ଦଳ ଆରମ୍ଭ କରିଛନ୍ତି। ଏହି ନୂଆ ଦଳର ନାମ ୱାଇଏସଆର ତେଲେଙ୍ଗାନା ପାର୍ଟି ରଖାଯାଇଛି। ହେଲେ ତେଲେଙ୍ଗାନାରେ ଦଳ ଗଠନକୁ ବିରୋଧ କରୁଛନ୍ତି ୱାଇଏସ ଜଗନ୍ ମୋହନ। ସୂଚନା ଅନୁଯାୟୀ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଅନେକ କିଛି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଛି। ଏମିତିକି ଜଳ ବିବାଦ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ମତଭେଦ ରହିଛି। ଏଭଳି କ୍ଷେତ୍ରରେ ତେଲେଙ୍ଗାନାରେ ବିଜୟା ଲକ୍ଷ୍ମୀଙ୍କ ଝିଅଙ୍କ ରାଜନୈତିକ ଦଳର ଆଭିମୁଖ୍ୟ ଭିନ୍ନ ରହିଛି । ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଲଢ଼େଇ ହିସାବରେ ଭାଇ-ଭଉଣୀଙ୍କ ଦଳ ରାଜନୈତିକ ଶତ୍ରୁ ଭାବେ ଉଭା ହୋଇଛନ୍ତି। ଯାହାକୁ ନେଇ କିଛି ଦିନ ହେବ ପ୍ରସଙ୍ଗ ବେଶ ଚର୍ଚ୍ଚାରେ ଥିବା ବେଳେ ଆଜି ଜଗନଙ୍କ ମା, ୱାଇଏସଆର କଂଗ୍ରେସରୁ ଇସ୍ତଫା ଦେଇ ନିଜ ଝିଅଙ୍କୁ ସମର୍ଥନ ଦେବାକୁ ଆଗେଇ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

08 Jul 2022 By The Sakala

ଝିଅ ପାଇଁ ପୁଅକୁ ଛାଡି ଚାଲିଗଲେ ମା : ପୁଅର ଦଳ ଛାଡ଼ି ଝିଅ ଦଳରେ ହେଲେ ସାମିଲ୍‌

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ମା ବିଜୟାମ୍ମା ଆଜି ୱାଇଏସଆର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଆଜି ଆନ୍ଧ୍ରପ୍ରଦେଶ ଶାସକ ଦଳ ୱାଇଏଆର କଂଗ୍ରେସ ଦଳର ସଭାପତି ପଦରୁ ୱାଇଏସ ବିଜୟଲକ୍ଷ୍ମୀ ଇସ୍ତଫା ଦେଇଛନ୍ତି। ଆନ୍ଦ୍ରପ୍ରଦେଶରେ ବିଜୟ ଆମ୍ମା ରୂପେ ପରଚିତ ବିଜୟା ଲକ୍ଷ୍ମୀ ହେଉଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ମା। ଆଜି ଦଳ ପକ୍ଷରୁ ଆୟୋଜିତ ଏକ ମେଗା ମିଟିଂରେ ନିଜର ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି ବିଜୟାଲକ୍ଷ୍ମୀ। ଆନ୍ଧ୍ରର ପଡ଼ୋଶୀ ତେଲେଙ୍ଗାନାରେ ବିଜୟା ଲକ୍ଷ୍ମୀଙ୍କ ଝିଅ ୱାଇଏସ ଶର୍ମିଲାଙ୍କ ଦ୍ୱାରା ପରିଚାଳିତ ରାଜନୈତିକ ଦଳ ପାଇଁ କାମ କରିବେ ।ସେ ତାଙ୍କ ଝିଅଙ୍କର ଦଳ ପାଇଁ ସମ୍ପୂର୍ଣ୍ଣ ସମୟ ଦେବାକୁ ଘୋଷଣା କରିଛନ୍ତି ବିଜୟାଲକ୍ଷ୍ମୀ।

ଏନେଇ ବିଜୟାମ୍ମାନ କହିଛନ୍ତି ଯେ ପୁଅ ଜଗନଙ୍କ ସହ ସବୁବେଳେ ତାଙ୍କର ଭଲପାଇବା ରହିବ। ହେଲେ ଝିଅକୁ ରାଜନୈତିକ ସମର୍ଥନ ଦେବାକୁ ସେ ତାଙ୍କ ଝିଅ ଶର୍ମିଲାଙ୍କ ଦଳରେ ସାମିଲ୍ ହେବେ। ୫ ବର୍ଷ ପରେ ଗୁଣ୍ଠୁରୁରେ ଆଜି ୱାଇଏସଆର କଂଗ୍ରେସ ପକ୍ଷରୁ ଏକ ବିରାଟ ଦଳୀୟ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ନିଜେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ। ଆଜିର କାର୍ୟ୍ୟକ୍ରମରେ ଆଚାନକ ନିଜ ଇସ୍ତଫା ଘୋଷଣା କରିଥିଲେ ବିଜୟାଲକ୍ଷ୍ମୀ। ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୟାଲକ୍ଷ୍ମୀ କହିଛନ୍ତି ଯେ, ତାଙ୍କୁ ନେଇ ବିଭିନ୍ନ ପ୍ରକାର ଗୁଜବ ଓ ଅନାବଶ୍ୟକ ବିବାଦ ସୃଷ୍ଟି କରାଯାଉ ଥିଲା । ସେ ତାଙ୍କ ଝିଅଙ୍କର ରାଜନୈତିକ ଦଳ ସହ ସାଥ ଦେବା ଏବଂ ଦଳ ଭିତରେ ଏହା ବିଭେଦ ସୃଷ୍ଟି କରୁଥିବା ଚର୍ଚ୍ଚା ହେବା ପରେ ସେ ୱାଇଏସଆର ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ।

ବିଜୟାଲକ୍ଷ୍ମୀ କହିଛନ୍ତି ଯେ, ମୁଁ ଅତ୍ୟନ୍ତ ଦୃଢ଼ ଆତ୍ମବିଶ୍ୱାସୀ ଯେ, ମୋ ପୁଅ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଜିତିବେ। ତାର ଖରାପ ସମୟରେ ମୁଁ ସାଥ ଦେଇଛି। ଏବେ ତାର ଭଲ ସମୟ ଚାଲିଛି। ଯଦି ମୁଁ ମୋ ଝିଅ ସହ ସାଥ ନଦେଇ ପାରୁଛି ମୁଁ ନିଜକୁ ଦୋଷୀ ଅନୁଭବ କରୁଛି। ତେଣୁ ମୁଁ ୱାଇଏସଆର କଂଗ୍ରେସ ଦଳର ସଭାତି ପଦରୁ ଇସ୍ତଫା ଦେଉଥିବା କହିଛନ୍ତି। ହେଲେ ଆନ୍ଧ୍ରପ୍ରଦେଶ ଲୋକ ଓ ପୁଅ ସହ ମୁଁ ସବୁ ବେଳେ ଅଛି।

ସୂଚନାଯୋଗ୍ୟ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜସେଖର ରେଡ୍ଡୀଙ୍କ ଝିଅ ୱାଇଏସ ଶର୍ମିଲା ନିଜର ନୂଆ ଦଳ ଆରମ୍ଭ କରିଛନ୍ତି। ଏହି ନୂଆ ଦଳର ନାମ ୱାଇଏସଆର ତେଲେଙ୍ଗାନା ପାର୍ଟି ରଖାଯାଇଛି। ହେଲେ ତେଲେଙ୍ଗାନାରେ ଦଳ ଗଠନକୁ ବିରୋଧ କରୁଛନ୍ତି ୱାଇଏସ ଜଗନ୍ ମୋହନ। ସୂଚନା ଅନୁଯାୟୀ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଅନେକ କିଛି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଛି। ଏମିତିକି ଜଳ ବିବାଦ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ମତଭେଦ ରହିଛି। ଏଭଳି କ୍ଷେତ୍ରରେ ତେଲେଙ୍ଗାନାରେ ବିଜୟା ଲକ୍ଷ୍ମୀଙ୍କ ଝିଅଙ୍କ ରାଜନୈତିକ ଦଳର ଆଭିମୁଖ୍ୟ ଭିନ୍ନ ରହିଛି । ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଲଢ଼େଇ ହିସାବରେ ଭାଇ-ଭଉଣୀଙ୍କ ଦଳ ରାଜନୈତିକ ଶତ୍ରୁ ଭାବେ ଉଭା ହୋଇଛନ୍ତି। ଯାହାକୁ ନେଇ କିଛି ଦିନ ହେବ ପ୍ରସଙ୍ଗ ବେଶ ଚର୍ଚ୍ଚାରେ ଥିବା ବେଳେ ଆଜି ଜଗନଙ୍କ ମା, ୱାଇଏସଆର କଂଗ୍ରେସରୁ ଇସ୍ତଫା ଦେଇ ନିଜ ଝିଅଙ୍କୁ ସମର୍ଥନ ଦେବାକୁ ଆଗେଇ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର