ମନି ଲଣ୍ଡରିଂ ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ଆଶ୍ୱସ୍ତି, ବଢ଼ିଲା ଅନ୍ତରୀଣ ଜାମିନ ଅବଧି

The Sakala Picture
Published On

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସ୍‌ଙ୍କୁ ସାମାନ୍ୟ ଆଶ୍ୱସ୍ତି । ବହୁ ଚର୍ଚ୍ଚିତ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ମିଳିଛି ଆଶ୍ୱସ୍ତି । ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ଚାଲିଥିବା ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଂ’ ମାମଲାରେ ସମ୍ପୃକ୍ତ ଥିବା ଜାକ୍‌ଲିନ୍‌ଙ୍କୁ ଗତ ମାସରେ ଅନ୍ତରୀଣ ଜାମିନ ମିଳିଥିଲା। ନଭେମ୍ୱର ୧୦ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍‌ ବଢ଼ାଇଲେ କୋର୍ଟ । ଅଦାଲତ ପକ୍ଷରୁ ଇଡିକୁ ସମସ୍ତ ଚାର୍ଜସିଟ୍‌ ଏବଂ ଅନ୍ୟ […]

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସ୍‌ଙ୍କୁ ସାମାନ୍ୟ ଆଶ୍ୱସ୍ତି । ବହୁ ଚର୍ଚ୍ଚିତ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ମିଳିଛି ଆଶ୍ୱସ୍ତି । ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ଚାଲିଥିବା ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଂ’ ମାମଲାରେ ସମ୍ପୃକ୍ତ ଥିବା ଜାକ୍‌ଲିନ୍‌ଙ୍କୁ ଗତ ମାସରେ ଅନ୍ତରୀଣ ଜାମିନ ମିଳିଥିଲା। ନଭେମ୍ୱର ୧୦ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍‌ ବଢ଼ାଇଲେ କୋର୍ଟ । ଅଦାଲତ ପକ୍ଷରୁ ଇଡିକୁ ସମସ୍ତ ଚାର୍ଜସିଟ୍‌ ଏବଂ ଅନ୍ୟ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ୍‌ ଏବଂ ଅନ୍ୟ ଦରଖାସ୍ତ ଗୁଡ଼ିକର ଶୁଣାଣି ନଭେମ୍ୱର ୧୦ ତାରିଖକୁ କୋର୍ଟ ଧାର୍ଯ୍ୟ କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଆଜି ଅଭିନେତ୍ରୀ ଜ୍ୟାକଲିନ ଶୁଣାଣି ପାଇଁ ନିଜ ଓକିଲ ପ୍ରଶାନ୍ତ ପାଟିଲଙ୍କ ସହିତ ଅଦାଲତରେ ପହଞ୍ଚିଥିଲେ। ଏହା ପୂର୍ବରୁ ୨୬ ସେପ୍ଟେମ୍ବରରେ କୋର୍ଟ ଜ୍ୟାକଲିନଙ୍କୁ ୫୦ ହଜାର ଟଙ୍କାର ମୁଚଲିକାରେ ଅନ୍ତରୀଣ ଜାମିନ ଦେଇଥିଲେ। ଇଡି ନିଜର ସପ୍ଲିମେଣ୍ଟାରୀ ଚାର୍ଜିଟରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଥିଲା।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ସୂଚନାଯୋଗ୍ୟ, ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଜେଲ୍‌ରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ଜୋର ଜବରଦସ୍ତ ଟଙ୍କା ଆଦାୟ କରି ଜ୍ୟାକଲିନଙ୍କୁ ୫ କୋଟି ୧୭ ଲକ୍ଷ ଟଙ୍କାର ଗିଫ୍ଟ ଦେଇଥିଲା । କେବଳ ସେତିକି ନୁହେଁ ସୁକେଶ ଜ୍ୟାକଲିନ୍ ପରିବାର ଲୋକଙ୍କୁ ମଧ୍ୟ ଟଙ୍କା ପଠାଇଥିଲା । ଦାମୀ ଗିଫ୍ଟ ସହ କାର୍ ଓ ଅନେକ ଜିନିଷ ଦେଇଥିଲା ସୁକେଶ । ସୁକେଶ ବାହାରିନରେ ଥିବା ଜ୍ୟାକଲିନଙ୍କ ମାତାପିତାଙ୍କ ଏବଂ ଆମେରିକାରେ ରହିଥିବା ଭଉଣୀକୁ ମହଙ୍ଗା କାର ଉପହାର ଦେଇଥିଲେ। ଏହାଛଡା ଭାଇକୁ ୧୫ ଲକ୍ଷ ଟଙ୍କା ଦେଇଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଯାଞ୍ଚ ସମୟରେ ଇଡି ଜ୍ୟାକଲିନଙ୍କ ବୟାନକୁ ରେକର୍ଡ କରିଥିଲେ। ଏହି ସମୟରେ ଜ୍ୟାକଲିନ ଇଡିକୁ କହିଥିଲେ କି, ସୁକେଶ ତାଙ୍କ ପରିବାର ଏବଂ ତାଙ୍କୁ ମହଙ୍ଗା ଗିଫ୍ଟ ଦେଇଥିଲେ। ଏଥିରେ ଲକ୍ଷେ ଟଙ୍କାର ଘୋଡା ମଧ୍ୟ ସାମିଲ ରହିଛି। ଏହା ଛଡା ଜ୍ୟାକ୍‌ଲିନ୍‌ ରହୁଥିବା ବିଳାସପୂର୍ଣ୍ଣ ହୋଟେଲର ଖର୍ଚ୍ଚ ମଧ୍ୟ ସୁକେଶ ଉଠାଉଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର