ଜାଣନ୍ତୁ କେବେ ହୋଇଥିଲା ମାସ୍କର ପ୍ରଥମେ ବ୍ଯବହାର

The Sakala Picture
Published On

ସାରା ବିଶ୍ବ କରୋନାରେ କଲବଲ ହେଉଛି। ଏହି ମାରାତ୍ମକ ଭୂତାଣୁରୁ ରକ୍ଷା କରିବା ପାଇଁ ଫେସ୍ ମାସ୍କ ଲଗାଇବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି, ଫେସ୍ ମାସ୍କ ତିଆରି କରିବାର ଆବଶ୍ୟକତା କାହିଁକି ପଡ଼ିଥିଲା ? କୋରନା ଆସିବାର ପ୍ରାୟ ୧୧୦ ବର୍ଷ ପୂର୍ବରୁ ଜଣେ ବୈଜ୍ଞାନିକ ଏକ ମାରାତ୍ମକ ମହାମାରୀକୁ ଦୂର କରିବା ପାଇଁ ଏହି ମାସ୍କ ଉଦ୍ଭାବନ କରିଥିଲେ। ’ୱୁ ଲିନ୍-ତେହ’ ନାମକ ଜଣେ ବୈଜ୍ଞାନିକ […]

ସାରା ବିଶ୍ବ କରୋନାରେ କଲବଲ ହେଉଛି। ଏହି ମାରାତ୍ମକ ଭୂତାଣୁରୁ ରକ୍ଷା କରିବା ପାଇଁ ଫେସ୍ ମାସ୍କ ଲଗାଇବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି, ଫେସ୍ ମାସ୍କ ତିଆରି କରିବାର ଆବଶ୍ୟକତା କାହିଁକି ପଡ଼ିଥିଲା ? କୋରନା ଆସିବାର ପ୍ରାୟ ୧୧୦ ବର୍ଷ ପୂର୍ବରୁ ଜଣେ ବୈଜ୍ଞାନିକ ଏକ ମାରାତ୍ମକ ମହାମାରୀକୁ ଦୂର କରିବା ପାଇଁ ଏହି ମାସ୍କ ଉଦ୍ଭାବନ କରିଥିଲେ।

ଆହୁରି ପଢ଼ନ୍ତୁ: ବଢ଼ିଲା ନିଲମ୍ବିତ ଆଇଆଇସି ସଂନ୍ଧ୍ୟାରାଣୀ ଜେନାଙ୍କ ଅଡ଼ୁଆ, ତାଙ୍କ ବିରୋଧରେ ରୁଜୁ ହେଲା ମାମଲା

ଆହୁରି ପଢ଼ନ୍ତୁ: ପୁଣି ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର; ସାଧାରଣ ଓ ଏକ୍ସପ୍ରେସରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି

’ୱୁ ଲିନ୍-ତେହ’ ନାମକ ଜଣେ ବୈଜ୍ଞାନିକ ମହାମାରୀକୁ ଦୂର କରିବା ପାଇଁ ପ୍ରଥମେ ମାସ୍କ ଉଦ୍ଭାବନ କରିଥିଲେ। ମାର୍ଚ୍ଚ ୧ ତାରିଖ ୧୮୭୯ରେ ମାଲେସିଆର ପେନାଙ୍ଗରେ ଜନ୍ମଗ୍ରହଣ କରିଥିବା ୱୁ ଲିନ-ତେହଙ୍କ ଶିକ୍ଷା ବ୍ରିଟେନରେ ସମାପ୍ତ ହୋଇଥିଲା। କିନ୍ତୁ ତାଙ୍କର ସବୁଠାରୁ ସ୍ମରଣୀୟ ଦିନ ଚୀନରେ କଟିଥିଲା, ଯେଉଁଠାରେ ସେ ଜଣେ ମହାମାରୀ ବିଶେଷଜ୍ଞ ଭାବରେ କାର୍ଯ୍ଯ କରିଥିଲେ। ଡିସେମ୍ବର ୧୯୧୦ ମସିହାରେ, ଉତ୍ତର-ପୂର୍ବ ଚାଇନାରେ ଏକ ମାରାତ୍ମକ ମହାମାରୀ ବ୍ୟାପିଥିଲା। ପାହାଡୀ ମୂଷାଙ୍କ ଦ୍ବାରା ପ୍ରଥମେ ଏକ ଭାଇରସ ସାରା ଦେଶରେ ମାଡିଯାଇଥିଲା।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ମହାମାରୀ ଆରମ୍ଭ ସମୟରେ ’ୱୁ ଲିନ୍-ତେହ’ ପ୍ରଥମ ପୋଷ୍ଟମର୍ଟମ କରିଥିଲେ ଯେୁଉଁଥିରେ ସେ ମହାମାରୀ ବ୍ୟାପୁଥିବା ଭୂତାଣୁ ବିଷୟରେ ଜାଣିବାକୁ ପାଇଥିଲେ। ଏହି ମହାମାରୀ ନାଁ ପ୍ଲେଗ୍ ଦିଆଯାଇଥିଲା।

’ୱୁ ଲିନ୍-ତେହ’ ଅଧ୍ୟୟନବେଳେ ପାଇଥିଲେ ଯେ ଏହି ମହାମାରୀ ଶ୍ବାସକ୍ରିୟା ଡ୍ରପଲେଟ ମାଧ୍ୟମରେ ମଧ୍ୟ ବ୍ୟାପିଥାଏ। ଏହାପରେ ସେ ନିଜେ ଏକ ଫେସ୍ ମାସ୍କ ଡିଜାଇନ୍ କରିଥିଲେ ଏବଂ ଏହି ରୋଗକୁ ରୋକିବାରେ ସାହାଯ୍ୟ କରିବ ବୋଲି ମେଡିକାଲ୍ କର୍ମଚାରୀଙ୍କୁ ମାସ୍କ ପିନ୍ଧିବାକୁ ପ୍ରେରଣା ଦେଇଥିଲେ।

ବିଶ୍ୱ ଇତିହାସରେ ଏହା ପ୍ରଥମ ଥର ଥିଲା ଯେ ମହାମାରୀରୁ ବଞ୍ଚିବା ପାଇଁ ମୁହଁ ମାସ୍କ ପିନ୍ଧିବାର ରଣନୀତି ଗ୍ରହଣ କରାଯାଇଥିଲା ଅବଶ୍ୟ, ଫେସ୍ ମାସ୍କ ଭଳି ଜିନିଷ ଉପରେ ଲୋକଙ୍କ ବିଶ୍ୱାସ ହାସଲ କରିବା ସେତେବେଳେ ସହଜ ନ ଥିଲା। ଏଭଳି ପରିସ୍ଥିତିରେ ଅନେକ ଲୋକ ୱୁ ଲିନ-ତେହଙ୍କୁ ମାନିବାକୁ ମନା କରିଦେଇଥିଲେ। ମାସ୍କ ପିନ୍ଧିବାକୁ ମନା କରିଥିବା ଜଣେ ଫରାସୀ ସହକର୍ମୀ ଏହି ମହାମାରୀରେ ମୃତ୍ୟୁ ବରଣ କରିଥିଲେ। ଏହା ପରେ ସମସ୍ତେ ସଚେତନ ହୋଇଯାଇଥିଲେ। ମାସ୍କ ପିନ୍ଧିବାକୁ ଗୁରୁତ୍ବ ଦେଇଥିଲେ।

30 Mar 2021 By The Sakala

ଜାଣନ୍ତୁ କେବେ ହୋଇଥିଲା ମାସ୍କର ପ୍ରଥମେ ବ୍ଯବହାର

ସାରା ବିଶ୍ବ କରୋନାରେ କଲବଲ ହେଉଛି। ଏହି ମାରାତ୍ମକ ଭୂତାଣୁରୁ ରକ୍ଷା କରିବା ପାଇଁ ଫେସ୍ ମାସ୍କ ଲଗାଇବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି, ଫେସ୍ ମାସ୍କ ତିଆରି କରିବାର ଆବଶ୍ୟକତା କାହିଁକି ପଡ଼ିଥିଲା ? କୋରନା ଆସିବାର ପ୍ରାୟ ୧୧୦ ବର୍ଷ ପୂର୍ବରୁ ଜଣେ ବୈଜ୍ଞାନିକ ଏକ ମାରାତ୍ମକ ମହାମାରୀକୁ ଦୂର କରିବା ପାଇଁ ଏହି ମାସ୍କ ଉଦ୍ଭାବନ କରିଥିଲେ।

’ୱୁ ଲିନ୍-ତେହ’ ନାମକ ଜଣେ ବୈଜ୍ଞାନିକ ମହାମାରୀକୁ ଦୂର କରିବା ପାଇଁ ପ୍ରଥମେ ମାସ୍କ ଉଦ୍ଭାବନ କରିଥିଲେ। ମାର୍ଚ୍ଚ ୧ ତାରିଖ ୧୮୭୯ରେ ମାଲେସିଆର ପେନାଙ୍ଗରେ ଜନ୍ମଗ୍ରହଣ କରିଥିବା ୱୁ ଲିନ-ତେହଙ୍କ ଶିକ୍ଷା ବ୍ରିଟେନରେ ସମାପ୍ତ ହୋଇଥିଲା। କିନ୍ତୁ ତାଙ୍କର ସବୁଠାରୁ ସ୍ମରଣୀୟ ଦିନ ଚୀନରେ କଟିଥିଲା, ଯେଉଁଠାରେ ସେ ଜଣେ ମହାମାରୀ ବିଶେଷଜ୍ଞ ଭାବରେ କାର୍ଯ୍ଯ କରିଥିଲେ। ଡିସେମ୍ବର ୧୯୧୦ ମସିହାରେ, ଉତ୍ତର-ପୂର୍ବ ଚାଇନାରେ ଏକ ମାରାତ୍ମକ ମହାମାରୀ ବ୍ୟାପିଥିଲା। ପାହାଡୀ ମୂଷାଙ୍କ ଦ୍ବାରା ପ୍ରଥମେ ଏକ ଭାଇରସ ସାରା ଦେଶରେ ମାଡିଯାଇଥିଲା।

ମହାମାରୀ ଆରମ୍ଭ ସମୟରେ ’ୱୁ ଲିନ୍-ତେହ’ ପ୍ରଥମ ପୋଷ୍ଟମର୍ଟମ କରିଥିଲେ ଯେୁଉଁଥିରେ ସେ ମହାମାରୀ ବ୍ୟାପୁଥିବା ଭୂତାଣୁ ବିଷୟରେ ଜାଣିବାକୁ ପାଇଥିଲେ। ଏହି ମହାମାରୀ ନାଁ ପ୍ଲେଗ୍ ଦିଆଯାଇଥିଲା।

’ୱୁ ଲିନ୍-ତେହ’ ଅଧ୍ୟୟନବେଳେ ପାଇଥିଲେ ଯେ ଏହି ମହାମାରୀ ଶ୍ବାସକ୍ରିୟା ଡ୍ରପଲେଟ ମାଧ୍ୟମରେ ମଧ୍ୟ ବ୍ୟାପିଥାଏ। ଏହାପରେ ସେ ନିଜେ ଏକ ଫେସ୍ ମାସ୍କ ଡିଜାଇନ୍ କରିଥିଲେ ଏବଂ ଏହି ରୋଗକୁ ରୋକିବାରେ ସାହାଯ୍ୟ କରିବ ବୋଲି ମେଡିକାଲ୍ କର୍ମଚାରୀଙ୍କୁ ମାସ୍କ ପିନ୍ଧିବାକୁ ପ୍ରେରଣା ଦେଇଥିଲେ।

ବିଶ୍ୱ ଇତିହାସରେ ଏହା ପ୍ରଥମ ଥର ଥିଲା ଯେ ମହାମାରୀରୁ ବଞ୍ଚିବା ପାଇଁ ମୁହଁ ମାସ୍କ ପିନ୍ଧିବାର ରଣନୀତି ଗ୍ରହଣ କରାଯାଇଥିଲା ଅବଶ୍ୟ, ଫେସ୍ ମାସ୍କ ଭଳି ଜିନିଷ ଉପରେ ଲୋକଙ୍କ ବିଶ୍ୱାସ ହାସଲ କରିବା ସେତେବେଳେ ସହଜ ନ ଥିଲା। ଏଭଳି ପରିସ୍ଥିତିରେ ଅନେକ ଲୋକ ୱୁ ଲିନ-ତେହଙ୍କୁ ମାନିବାକୁ ମନା କରିଦେଇଥିଲେ। ମାସ୍କ ପିନ୍ଧିବାକୁ ମନା କରିଥିବା ଜଣେ ଫରାସୀ ସହକର୍ମୀ ଏହି ମହାମାରୀରେ ମୃତ୍ୟୁ ବରଣ କରିଥିଲେ। ଏହା ପରେ ସମସ୍ତେ ସଚେତନ ହୋଇଯାଇଥିଲେ। ମାସ୍କ ପିନ୍ଧିବାକୁ ଗୁରୁତ୍ବ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର