ଭାରତ ବିଶ୍ବର ଚତୁର୍ଥ ପ୍ରଭାବିତ ରାଷ୍ଟ୍ର: ପ୍ରତି ଘଣ୍ଟାରେ ଆସୁଛି ୨୭,୦୦୦ ସ୍ପାମ୍ କଲ୍

The Sakala Picture
Published On

ନୂଆଦିଲ୍ଲୀ : ବଢ଼ୁଛି ଟେଲି ମାର୍କେଟିଂ କଲ୍‌। ଭାରତ ହେଉଛି ବିଶ୍ବର ସ୍ପାମ୍‌କଲ୍‌ ଦ୍ବାରା ପ୍ରଭାବିତ ଅନ୍ୟତମ ରାଷ୍ଟ୍ର। କାରଣ ସ୍ପାମ୍ କଲ୍ ଦ୍ୱାରା ପ୍ରଭାବିତ ବିଶ୍ବର ୨୦ ଦେଶ ମଧ୍ୟରେ ଚଳିତବର୍ଷ ଭାରତ ଏହି ସ୍ଥାନକୁ ଉଠିଛି। ଏହାପୂର୍ବରୁ ଦେଶ ସ୍ପାମ୍‌ କଲ୍‌ ଦ୍ବାରା ପ୍ରଭାବିତ ବିଶ୍ବର ରାଷ୍ଟ୍ରଗୁଡିକ ମଧ୍ୟରେ ୯ମ ସ୍ଥାନରେ ରହିଥିଲା। ଏହାର କାରଣ ହେଉଛି ଟେଲି ମାର୍କେଟିଂ କଲ୍‌ ସଂଖ୍ୟାରେ ବୃଦ୍ଧି। କେବଳ ଭାରତରେ ଜଣେ ସ୍ପାମର୍ ମାତ୍ର ୧୦ ମାସରେ ୨୦୨ […]

ନୂଆଦିଲ୍ଲୀ : ବଢ଼ୁଛି ଟେଲି ମାର୍କେଟିଂ କଲ୍‌। ଭାରତ ହେଉଛି ବିଶ୍ବର ସ୍ପାମ୍‌କଲ୍‌ ଦ୍ବାରା ପ୍ରଭାବିତ ଅନ୍ୟତମ ରାଷ୍ଟ୍ର। କାରଣ ସ୍ପାମ୍ କଲ୍ ଦ୍ୱାରା ପ୍ରଭାବିତ ବିଶ୍ବର ୨୦ ଦେଶ ମଧ୍ୟରେ ଚଳିତବର୍ଷ ଭାରତ ଏହି ସ୍ଥାନକୁ ଉଠିଛି। ଏହାପୂର୍ବରୁ ଦେଶ ସ୍ପାମ୍‌ କଲ୍‌ ଦ୍ବାରା ପ୍ରଭାବିତ ବିଶ୍ବର ରାଷ୍ଟ୍ରଗୁଡିକ ମଧ୍ୟରେ ୯ମ ସ୍ଥାନରେ ରହିଥିଲା। ଏହାର କାରଣ ହେଉଛି ଟେଲି ମାର୍କେଟିଂ କଲ୍‌ ସଂଖ୍ୟାରେ ବୃଦ୍ଧି। କେବଳ ଭାରତରେ ଜଣେ ସ୍ପାମର୍ ମାତ୍ର ୧୦ ମାସରେ ୨୦୨ ନିୟୁତ ସ୍ପାମ୍ କଲ୍ କରିଥାନ୍ତି। ଯେତେବେଳେ କି ପ୍ରତି ଘଣ୍ଟାରେ ୨୭,୦୦୦ ସ୍ପାମ୍‌ କଲ୍ ଆସୁଥିବାବେଳେ ଏବଂ ସମାନ ଫୋନ୍ ନମ୍ବରରୁ ଦୈନିକ ୬,୬୪,୦୦୦ କଲ୍ କରାଯାଏ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଲୋକଭବନକୁ 'ପ୍ଲାଟିନମ୍ ଗ୍ରୀନ୍‌ ବିଲ୍ଡିଂ' ମାନ୍ୟତା, ଦେଶର ପ୍ରଥମ ଲୋକଭବନ ଭାବେ ମିଳିଲା ଏହି ସମ୍ମାନଜନକ ପ୍ରମାଣପତ୍ର

ସମଗ୍ର ବିଶ୍ୱରେ ଟେକ୍ନୋଲୋଜି ଯେଉଁ ବେଗରେ ସ୍ପାମ୍‌ କଲ୍‌ ସଂଖ୍ୟା ସମାନ ବେଗରେ ସ୍ପାମ୍ ସ୍କାମର ଆଶଙ୍କା ବଢ଼ୁଛି। ଟ୍ରୁ କଲରଙ୍କ ବାର୍ଷିକ ଗ୍ଲୋବାଲ୍ ସ୍ପାମ୍ ରିପୋର୍ଟ ଅନୁଯାୟୀ, ଜୁଲାଇ ୨୦୨୦ ରୁ ଜୁନ୍ ୨୦୨୧ ମଧ୍ୟରେ ପ୍ରାୟ ୫୯୪ ନିୟୁତ ଆମେରିକୀୟ ଲୋକ ସ୍ପାମ୍‌ର ଶିକାର ହୋଇଛନ୍ତି। ଏହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପ୍ରାୟ ୩୮,୦୦୦ ଟଙ୍କା କ୍ଷତି ଘଟିଛି। ଟ୍ରୁକଲର ଦାବି କରିଛନ୍ତି ଯେ, ଚଳିତବର୍ଷ ପ୍ରାୟ ୩୭୮ ନିୟୁତ ସ୍ପାମ୍ କଲ୍ ଚିହ୍ନଟ ହୋଇଛି ଏବଂ ୩୦୦ ନିୟୁତ ଅବରୋଧ କରାଯାଇଛି। ଏହି ସମୟ ମଧ୍ୟରେ ୧୮.୪୫ ହଜାର କୋଟି ଅଜଣା କଲ୍ ଚିହ୍ନଟ ହୋଇଛି। ଏଥିରେ ୫୮.୬୦ ହଜାର କୋଟି ମେସେଜ୍‌ ଚିହ୍ନଟ କରାଯାଇଛି। ଟ୍ରୁ କଲର୍ସ ବ୍ୟବହାରକାରୀଙ୍କୁ ୯.୯୭ ହଜାର କୋଟି କଲ ଏବଂ ୭୮୦ କୋଟି ମେସେଜ କରାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ବିଶ୍ବରେ ସ୍ପାମ୍ କଲ୍ ଦ୍ୱାରା ବ୍ରାଜିଲ୍ ସର୍ବାଧିକ ପ୍ରଭାବିତ ହୋଇଛି। ଏହାପରେ ପେରୁର ନମ୍ବର ଆସୁଛି। ଏହି ତାଲିକାରେ ୟୁକ୍ରେନ ତୃତୀୟ ସ୍ଥାନରେ ଥିବାବେଳେ ଭାରତ ଚତୁର୍ଥ ସ୍ଥାନ ଏବଂ ମେକ୍ସିକୋ ପଞ୍ଚମ ସ୍ଥାନରେ ରହିଛି। ଭାରତର ପ୍ରତ୍ୟେକ ସ୍ପାମର ହାରାହାରି ୨୦୨ ନିୟୁତ ସ୍ପାମ୍ କଲ୍ କରନ୍ତି। ପ୍ରତି ଘଣ୍ଟାରେ ୨୭,୦୦୦ କଲ୍ ଏବଂ ସମାନ ଫୋନ୍ ନମ୍ବରରୁ ଦୈନିକ ୬,୬୪,୦୦୦ କଲ୍ କରାଯାଇଥାଏ। ସର୍ବଭାରତୀୟ ସ୍ତରରେ ଟ୍ରୁ କଲର୍ ୧୮.୪୫ ହଜାର କୋଟି କଲ୍ ଏବଂ ୫୮.୬୦ ହଜାର କୋଟି ମେସେଜ୍‌ ଚିହ୍ନଟ କରିଛି। ଏଥିମଧ୍ୟରୁ ୩.୭୮ କୋଟି ସ୍ପାମ୍ କଲ୍ ଚିହ୍ନଟ ହୋଇ ଅବରୋଧ କରାଯାଇଥିବାବେଳେ ୧୮.୨୦ ହଜାର କୋଟି ବାର୍ତ୍ତା ଚିହ୍ନଟ ହୋଇ ଅବରୋଧ କରାଯାଇଛି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର