ହୋଲି ଖେଳିବା ପୂର୍ବରୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ଚର୍ମ ଉପରେ ପଡିବ ପ୍ରଭାବ

The Sakala Picture
Published On

ରାସାୟନିକ ରଙ୍ଗ ନୁହେଁ, ପ୍ରାକୃତିକ ରଙ୍ଗ ବା ହର୍ବାଲ ହୋଲିରେ ରଙ୍ଗ ଖେଳିବା ଜରୁରୀ। କୌଣସି ରାସାୟନିକ ରଙ୍ଗ କିମ୍ବା ଜୈବିକ ରଙ୍ଗ ଶରୀର ପାଇଁ କ୍ଷତିକାରକ ହୋଇପାରେ। ତେବେ ଚର୍ମକୁ ପ୍ରଭାବିତ କରିପାରୁ ନ ଥିବା ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ଉଚିତ୍। ବଜାରରେ ଭଳିକି ଭଳି ପ୍ରାକୃତିକ ରଙ୍ଗ ଉପଲବ୍ଧ ହେଉଛି। -ରଙ୍ଗ ଖେଳିବା ପୂର୍ବରୁ ଶରୀରରେ ନଡ଼ିଆ କିମ୍ବା ସୋରିଷ ତେଲ ଲଗାଇବା ଆବଶ୍ୟକ। ଶୁଷ୍କ ଶରୀର ଉପରେ ରାସାୟନିକ ରଙ୍ଗ ଖରାପ […]

ରାସାୟନିକ ରଙ୍ଗ ନୁହେଁ, ପ୍ରାକୃତିକ ରଙ୍ଗ ବା ହର୍ବାଲ ହୋଲିରେ ରଙ୍ଗ ଖେଳିବା ଜରୁରୀ। କୌଣସି ରାସାୟନିକ ରଙ୍ଗ କିମ୍ବା ଜୈବିକ ରଙ୍ଗ ଶରୀର ପାଇଁ କ୍ଷତିକାରକ ହୋଇପାରେ। ତେବେ ଚର୍ମକୁ ପ୍ରଭାବିତ କରିପାରୁ ନ ଥିବା ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ଉଚିତ୍। ବଜାରରେ ଭଳିକି ଭଳି ପ୍ରାକୃତିକ ରଙ୍ଗ ଉପଲବ୍ଧ ହେଉଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

-ରଙ୍ଗ ଖେଳିବା ପୂର୍ବରୁ ଶରୀରରେ ନଡ଼ିଆ କିମ୍ବା ସୋରିଷ ତେଲ ଲଗାଇବା ଆବଶ୍ୟକ। ଶୁଷ୍କ ଶରୀର ଉପରେ ରାସାୟନିକ ରଙ୍ଗ ଖରାପ ପ୍ରଭାବ ପକାଇଥାଏ। ଯଦି ସମ୍ଭବ ତେବେ, ଡାକ୍ତରଙ୍କ ସହ ପରାମର୍ଶ କରି ମେଡିକେଟେଡ୍ କ୍ରିମି ବ୍ୟବହାର କରିପାରିବେ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

– ରଙ୍ଗ ଓ ସର୍ଯ୍ୟ କିରଣର ସମ୍ଭାରରେ ଏକ ‘ଫଟୋଟକ୍ସିକ ’ ପ୍ରକ୍ରିୟା ସୃଷ୍ଟିକରେ, ଯାହା ଦ୍ବାରା ଶରୀର ବିଭିନ୍ନ ସ୍ଥାନ କୁଣ୍ଡାଇ ହେବା ସହିତ ଫଳି ଯାଏ, ତେବେ ଏଭଳି ଆରମ୍ଭ ହେବାମାତ୍ରେ, ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

-କେତେ ପ୍ରକାର ଚର୍ମରୋଗ ଅଛି, ଯାହା ଶରୀରରେ ଲୁଚିଥାଏ। ରଙ୍ଗ ସଂସ୍ପର୍ଶରେ ଆସିବାମାତ୍ରେ ଏହା ବୃଦ୍ଧି ପାଇ ଚର୍ମକୁ ନଷ୍ଟ କରିବାକୁ ଲାଗେ। ‘ ସୋରିଆସିସ୍ ‘ ଏବଂ ‘ଏକଜିମା’ ରୋଗୀ ରଙ୍ଗ ଖେଳନ୍ତୁ ନାହିଁ।

-ଆଖି ସବୁଠାରୁସମ୍ବେଦନଶୀଳ ଅଙ୍ଗ, ତେଣ ହୋଲି ଖେଳିବା ସମୟରେ ଚଷମା ବ୍ୟବହାର କରନ୍ତୁ। ହୋଲି ଖେଳିସାରିବା ପରେ ଆଖିକୁ ଥଣ୍ଡା ପାଣରେ ଧୋଇ ଦିଅନ୍ତୁ।

-ପାଣ ରଙ୍ଗ ମୋଟେ ବ୍ୟବହାର କରନ୍ତୁ ନାହିଁ। ବିଶେଷକରି ମହୁଁରେ ବ୍ରଣ ଉଠୁଥିଲେ ରଙ୍ଗଠାରୁ ଦୂରେଇ ରୁହନ୍ତୁ। ସନସ୍କ୍ରିନ୍ ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ।

– ହୋଲି ଖେଳିସାରିବା ପରେ ଥଣ୍ଡା ପାଣିରେ ଗାଧୋଇବା ଅପେକ୍ଷା, ନଖ ଉଷୁମ ପାଣିରେ ଗାଧୋଇବା ଭଲ। ରଙ୍ଗ ଛଡ଼ାଇବା ପାଇଁ ଦାମୀ ସାବୁନ୍, ରିମୁଭର , ପେଟ୍ରୋଲ କିମ୍ବା କିରୋସ ବ୍ୟବହାର କରନ୍ତୁ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର