ଜଳକା ଓ ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା : ମାଡିଆସିଲା ପ୍ରଳୟଙ୍କରୀ ବନ୍ୟା

The Sakala Picture
Published On

ବାଲେଶ୍ଵର ଜିଲ୍ଲା ଦେଇ ପ୍ରବାହିତ ଜଳକା ଓ ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ରାତିରୁ ଅକସ୍ମାତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇ ଆଜି ଅପରାହ୍ନ ୩ଟା ସୁଦ୍ଧା ମଥାନି ଠାରେ ବିପଦ ସଙ୍କେତ ଉପରେ ଅର୍ଥାତ ୭.୧୮ ମିଟର ରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଂଙ୍କେତ ୫.୫୦ ମିଟର ରହିଛି।ଫଳରେ ବସ୍ତା ଏବଂ ସଦର ବ୍ଲକର ୧୨ ଟି ପଞ୍ଚାୟତ ଜଳମଗ୍ନ […]

ବାଲେଶ୍ଵର ଜିଲ୍ଲା ଦେଇ ପ୍ରବାହିତ ଜଳକା ଓ ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ରାତିରୁ ଅକସ୍ମାତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇ ଆଜି ଅପରାହ୍ନ ୩ଟା ସୁଦ୍ଧା ମଥାନି ଠାରେ ବିପଦ ସଙ୍କେତ ଉପରେ ଅର୍ଥାତ ୭.୧୮ ମିଟର ରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଂଙ୍କେତ ୫.୫୦ ମିଟର ରହିଛି।ଫଳରେ ବସ୍ତା ଏବଂ ସଦର ବ୍ଲକର ୧୨ ଟି ପଞ୍ଚାୟତ ଜଳମଗ୍ନ ହୋଇଛି।ଗାନ୍ଧିଛକ- ବାଲିଆପାଳ ରାସ୍ତା ଉପରେ ୪ ଫୁଟ ଉଚ୍ଚତାରେ ବନ୍ୟାପାଣି ର ସୁଅ ଚାଲିଥିବାରୁ ବାଲିଆପାଳ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ବିଭିନ୍ନ ଗ୍ରାମ୍ୟ ରାସ୍ତା ମଧ୍ୟ ବନ୍ୟା ପାଣିରେ ବୁଡି ରହିଥିବାରୁ ଲୋକେ ଯାତାୟତରେ ସମସ୍ୟା ଭୋଗୁଛନ୍ତି। ବସ୍ତା ଥାନା,ବସ୍ତା ଅବକାରୀ ଥାନା,ବସ୍ତା ତହସିଲ ଭିତରେ ବର୍ଷା ପାଣିରେ ସୁଅ ପଡିଥିବାର ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ତାମିଲନାଡୁ ଗ୍ୟାସ୍ ଲିକ୍ ଅଘଟଣ: ମୃତ ଓଡ଼ିଆ ଶ୍ରମିକଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

ଫଳରେ ଆଜି ଦିନ ତମାମ ଏହି ୩ ଅଫିସର ସରକାରୀ କାମ ଠପ ହୋଇଯାଇଛି।ଥାନା ଓ ଅବକାରୀ ଥାନା ଭିତରେ ଥିବା ବିଭିନ୍ନ ରେକର୍ଡ ପତ୍ର ତଥା ଆସବାବପତ୍ର ର ସୁରକ୍ଷା ପାଇଁ ଥାନାର କର୍ମଚାରୀ ମାନଙ୍କୁ ନାକେଦମ ହେବାକୁ ପଡ଼ିଛି। ଜଳକା ବନ୍ୟା ଯୋଗୁଁ ଉପରୋକ୍ତ ଦୁଇ ବ୍ଲକର ଶହେରୁ ଉର୍ଦ୍ଧ୍ବ ଗାଁ ଏକ ପ୍ରକାରର ଜଳବନ୍ଦୀ ହୋଇଯାଇଛି। ଜଳକା ନଦୀର ବନ୍ଯା ସ୍ଥିତିର ସମୀକ୍ଷା ପାଇଁ ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ବସ୍ତା ଓ ସଦର ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରିଛନ୍ତି।ବନ୍ୟା ମୁକାବିଲା ପାଇଁ ବିଡିଓ ଓ ତହସିଲଦାରଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବସ୍ତାରେ ଅଗ୍ନିଶମ ଓ ଓଡ୍ରାଫର ଏକାଧିକ ଟିମକୁ ନିୟୋଜିତ କରାଯାଇଛି। ପାଣିଘେରରେ ରହିଥିବା ଲୋକଙ୍କୁ ଓଡ୍ରାଫ ଓ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଦଳ ଦ୍ବାରା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ଆହୁରି ପଢ଼ନ୍ତୁ: ସମଗ୍ର ଓଡ଼ିଶାକୁ ଛୁଇଁଲା ମୌସୁମୀ, ବର୍ଷା ବଢିବା ସହ ଖସିବ ତାପମାତ୍ରା

ଜଳକା ବନ୍ୟା ଯୋଗୁଁ ବସ୍ତା ଓ ସଦର ବ୍ଲକର ପତ୍ରଝଡ଼ା,ସଦାନନ୍ଦପୁର,ବ୍ରହ୍ମଣଦା, ରସୁଲପୁର,ଶ୍ରୀରାମପୁର ଆଦି ପଞ୍ଚାୟତ ସମ୍ପୁର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି।ସଦାନନ୍ଦପୁର ପଞ୍ଚାୟତର ବିଭିନ୍ନ ଗାଁରେ ବହୁ କଚ୍ଚା ଘର ଧରାଶାୟୀ ହୋଇଛି । ସେହିପରି ଖରସ୍ରୋତା ସୁବର୍ଣ୍ଣରେଖା ବନ୍ୟା ସ୍ଥିତି ନିୟନ୍ତ୍ରଣ କୁ ଆସୁଥିବା ବେଳେ ନଦୀର ଉପର ମୁଣ୍ଡ ବର୍ଷା ସହ ଗାଲୁଡିହି ବ୍ୟାରେଜରୁ ପାଣି ନିଷ୍କାସନ ଯୋଗୁଁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ସକାଳ ୮ ଠାରୁ ଆଜି ସକାଳ ୮ ଟା ମଧ୍ୟରେ ଅର୍ଥାତ ଏହି ୨୪ ଘଣ୍ଟାରେ ଜାମସେଦପୁର ରେ ୪୪.୨ ଏମଏମ,ଫେକଘାଟରେ ୧୯୨.୨ ଏମଏମ,ଘାଟଶୀଳାରେ ୫୪.୦ ଏମଏମ,ଜାମଶୋଳା ଘାଟରେ ୧୫୭.୬ ଏମଏମ ଓ ରାଜଘାଟ ରେ ୩.୨ ଏମଏମ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ପୁରୀରେ ହୋଟେଲ୍‌ ମାଲିକକୁ ହତ୍ୟା ଘଟଣା: ଅଭିଯୁକ୍ତ ଚନ୍ଦନ ପଲାରକୁ ପୋଲିସ ଏନ୍‌କାଉଣ୍ଟର

ଗତକାଲି ମଧ୍ୟାହ୍ନରେ ଗାଲୁଡିହି ବ୍ୟାରେଜ ୧୦୦୦ କ୍ୟୁମେକ ପାଣି ନଦୀକୁ ନିଷ୍କାସିତ କରିଥିବା ବେଳେ ପୁଣି ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖାର ଜଳପତ୍ତନ ଆଜି ଅକସ୍ମାତ ବୃଦ୍ଧି ପାଇବାରେ ଲାଗିଛି।ରାଜଘାଟ ରେଳବାଇ ପୋଲ ନିକଟରେ ନଦୀର ଜଳପତ୍ତନ ଅପରାହ୍ନ ୩ ଟା ସୁଦ୍ଧା ସତର୍କ ସଙ୍କେତ ଉପରେ ଅର୍ଥାତ ୯.୯୧ ମିଟର ରେ ପ୍ରବାହିତ ହେଉଛି।ଗାଲୁଡିହି ବ୍ୟାରେଜର ସମସ୍ତ ଗେଟକୁ ବନ୍ଦ କରାଯାଇଥିବା ବେଳେ ଆଗକୁ ଯଦି ବର୍ଷା ନହୁଏ ତେବେ ସୁବର୍ଣ୍ଣରେଖା ବନ୍ୟା ସ୍ଥିତି ନିୟନ୍ତ୍ରଣ ରେ ରହିବ ବୋଲି ଜଳସେଚନ ବିଭାଗ ତରଫରୁ କୁହାଯାଇଛି। ବୁଢ଼ାବଳଙ୍ଗ ନଦୀର ଜଳପତ୍ତନ ମଧ୍ୟ ଫୁଲୁଛି। ବୁଢ଼ାବଳଙ୍ଗ ନଦୀର ଅବବାହିକା ବାଲିମୁଣ୍ଡଳୀରେ ୪୪ ଏମଏମ,ବାରିପଦାରେ ୨୦.୬ ଏମଏମ,ଜୟପୁର ରେ ୩୧.୬ ଏମଏମ,ଏନଏଚ-୫ ରେ ୬ ଏମଏମ ଓ ବାଲେଶ୍ଵର ରେ ୭.୦ ଏମଏମ ବର୍ଷା ହୋଇଛି ବୋଲି ସରକାରୀ ଭାବେ କୁହାଯାଇଛି।ଏନଏଚ-୫ ଠାରେ ନଦୀର ବିପଦ ସଙ୍କେତ ୮.୧୩ ଥିବାବେଳେ ଅପରାହ୍ନ ୨ ଟା ସୁଦ୍ଧା ୬ ମିଟର ରେ ନଦୀ ପ୍ରବାହିତ ହେଉଛି।

22 Sep 2021 By The Sakala

ଜଳକା ଓ ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା : ମାଡିଆସିଲା ପ୍ରଳୟଙ୍କରୀ ବନ୍ୟା

ବାଲେଶ୍ଵର ଜିଲ୍ଲା ଦେଇ ପ୍ରବାହିତ ଜଳକା ଓ ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ରାତିରୁ ଅକସ୍ମାତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇ ଆଜି ଅପରାହ୍ନ ୩ଟା ସୁଦ୍ଧା ମଥାନି ଠାରେ ବିପଦ ସଙ୍କେତ ଉପରେ ଅର୍ଥାତ ୭.୧୮ ମିଟର ରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଂଙ୍କେତ ୫.୫୦ ମିଟର ରହିଛି।ଫଳରେ ବସ୍ତା ଏବଂ ସଦର ବ୍ଲକର ୧୨ ଟି ପଞ୍ଚାୟତ ଜଳମଗ୍ନ ହୋଇଛି।ଗାନ୍ଧିଛକ- ବାଲିଆପାଳ ରାସ୍ତା ଉପରେ ୪ ଫୁଟ ଉଚ୍ଚତାରେ ବନ୍ୟାପାଣି ର ସୁଅ ଚାଲିଥିବାରୁ ବାଲିଆପାଳ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ବିଭିନ୍ନ ଗ୍ରାମ୍ୟ ରାସ୍ତା ମଧ୍ୟ ବନ୍ୟା ପାଣିରେ ବୁଡି ରହିଥିବାରୁ ଲୋକେ ଯାତାୟତରେ ସମସ୍ୟା ଭୋଗୁଛନ୍ତି। ବସ୍ତା ଥାନା,ବସ୍ତା ଅବକାରୀ ଥାନା,ବସ୍ତା ତହସିଲ ଭିତରେ ବର୍ଷା ପାଣିରେ ସୁଅ ପଡିଥିବାର ଦେଖିବାକୁ ମିଳିଛି।

ଫଳରେ ଆଜି ଦିନ ତମାମ ଏହି ୩ ଅଫିସର ସରକାରୀ କାମ ଠପ ହୋଇଯାଇଛି।ଥାନା ଓ ଅବକାରୀ ଥାନା ଭିତରେ ଥିବା ବିଭିନ୍ନ ରେକର୍ଡ ପତ୍ର ତଥା ଆସବାବପତ୍ର ର ସୁରକ୍ଷା ପାଇଁ ଥାନାର କର୍ମଚାରୀ ମାନଙ୍କୁ ନାକେଦମ ହେବାକୁ ପଡ଼ିଛି। ଜଳକା ବନ୍ୟା ଯୋଗୁଁ ଉପରୋକ୍ତ ଦୁଇ ବ୍ଲକର ଶହେରୁ ଉର୍ଦ୍ଧ୍ବ ଗାଁ ଏକ ପ୍ରକାରର ଜଳବନ୍ଦୀ ହୋଇଯାଇଛି। ଜଳକା ନଦୀର ବନ୍ଯା ସ୍ଥିତିର ସମୀକ୍ଷା ପାଇଁ ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ବସ୍ତା ଓ ସଦର ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରିଛନ୍ତି।ବନ୍ୟା ମୁକାବିଲା ପାଇଁ ବିଡିଓ ଓ ତହସିଲଦାରଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବସ୍ତାରେ ଅଗ୍ନିଶମ ଓ ଓଡ୍ରାଫର ଏକାଧିକ ଟିମକୁ ନିୟୋଜିତ କରାଯାଇଛି। ପାଣିଘେରରେ ରହିଥିବା ଲୋକଙ୍କୁ ଓଡ୍ରାଫ ଓ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଦଳ ଦ୍ବାରା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ଜଳକା ବନ୍ୟା ଯୋଗୁଁ ବସ୍ତା ଓ ସଦର ବ୍ଲକର ପତ୍ରଝଡ଼ା,ସଦାନନ୍ଦପୁର,ବ୍ରହ୍ମଣଦା, ରସୁଲପୁର,ଶ୍ରୀରାମପୁର ଆଦି ପଞ୍ଚାୟତ ସମ୍ପୁର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି।ସଦାନନ୍ଦପୁର ପଞ୍ଚାୟତର ବିଭିନ୍ନ ଗାଁରେ ବହୁ କଚ୍ଚା ଘର ଧରାଶାୟୀ ହୋଇଛି । ସେହିପରି ଖରସ୍ରୋତା ସୁବର୍ଣ୍ଣରେଖା ବନ୍ୟା ସ୍ଥିତି ନିୟନ୍ତ୍ରଣ କୁ ଆସୁଥିବା ବେଳେ ନଦୀର ଉପର ମୁଣ୍ଡ ବର୍ଷା ସହ ଗାଲୁଡିହି ବ୍ୟାରେଜରୁ ପାଣି ନିଷ୍କାସନ ଯୋଗୁଁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ସକାଳ ୮ ଠାରୁ ଆଜି ସକାଳ ୮ ଟା ମଧ୍ୟରେ ଅର୍ଥାତ ଏହି ୨୪ ଘଣ୍ଟାରେ ଜାମସେଦପୁର ରେ ୪୪.୨ ଏମଏମ,ଫେକଘାଟରେ ୧୯୨.୨ ଏମଏମ,ଘାଟଶୀଳାରେ ୫୪.୦ ଏମଏମ,ଜାମଶୋଳା ଘାଟରେ ୧୫୭.୬ ଏମଏମ ଓ ରାଜଘାଟ ରେ ୩.୨ ଏମଏମ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି।

ଗତକାଲି ମଧ୍ୟାହ୍ନରେ ଗାଲୁଡିହି ବ୍ୟାରେଜ ୧୦୦୦ କ୍ୟୁମେକ ପାଣି ନଦୀକୁ ନିଷ୍କାସିତ କରିଥିବା ବେଳେ ପୁଣି ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖାର ଜଳପତ୍ତନ ଆଜି ଅକସ୍ମାତ ବୃଦ୍ଧି ପାଇବାରେ ଲାଗିଛି।ରାଜଘାଟ ରେଳବାଇ ପୋଲ ନିକଟରେ ନଦୀର ଜଳପତ୍ତନ ଅପରାହ୍ନ ୩ ଟା ସୁଦ୍ଧା ସତର୍କ ସଙ୍କେତ ଉପରେ ଅର୍ଥାତ ୯.୯୧ ମିଟର ରେ ପ୍ରବାହିତ ହେଉଛି।ଗାଲୁଡିହି ବ୍ୟାରେଜର ସମସ୍ତ ଗେଟକୁ ବନ୍ଦ କରାଯାଇଥିବା ବେଳେ ଆଗକୁ ଯଦି ବର୍ଷା ନହୁଏ ତେବେ ସୁବର୍ଣ୍ଣରେଖା ବନ୍ୟା ସ୍ଥିତି ନିୟନ୍ତ୍ରଣ ରେ ରହିବ ବୋଲି ଜଳସେଚନ ବିଭାଗ ତରଫରୁ କୁହାଯାଇଛି। ବୁଢ଼ାବଳଙ୍ଗ ନଦୀର ଜଳପତ୍ତନ ମଧ୍ୟ ଫୁଲୁଛି। ବୁଢ଼ାବଳଙ୍ଗ ନଦୀର ଅବବାହିକା ବାଲିମୁଣ୍ଡଳୀରେ ୪୪ ଏମଏମ,ବାରିପଦାରେ ୨୦.୬ ଏମଏମ,ଜୟପୁର ରେ ୩୧.୬ ଏମଏମ,ଏନଏଚ-୫ ରେ ୬ ଏମଏମ ଓ ବାଲେଶ୍ଵର ରେ ୭.୦ ଏମଏମ ବର୍ଷା ହୋଇଛି ବୋଲି ସରକାରୀ ଭାବେ କୁହାଯାଇଛି।ଏନଏଚ-୫ ଠାରେ ନଦୀର ବିପଦ ସଙ୍କେତ ୮.୧୩ ଥିବାବେଳେ ଅପରାହ୍ନ ୨ ଟା ସୁଦ୍ଧା ୬ ମିଟର ରେ ନଦୀ ପ୍ରବାହିତ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର