ସରକାରୀ ରିପୋର୍ଟରେ ଖୋଲିଲା କର୍ମଚାରୀଙ୍କ ସାମାଜିକ ସୁରକ୍ଷା ପୋଲ୍‌; ୫୦ ପ୍ରତିଶତ ପିଏଫ୍‌ ଆକାଉଣ୍ଟରେ ୨୦ ହଜାରରୁ କମ୍ ବାଲାନ୍ସ...

ବାରମ୍ବାର ଅର୍ଥ ଉଠାଣ ଯୋଗୁଁ କୋଟି କୋଟି କର୍ମଚାରୀଙ୍କ ପିଏଫ୍ ଖାତା ଖାଲି

Deviprasad Mohanty Picture
Published On

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) ଏହାର ସଦସ୍ୟମାନଙ୍କୁ ଅବସରକାଳୀନ  ସାମାଜିକ ସୁରକ୍ଷା ପାଇଁ ଯୋଗାଇଦେଇଥାଏ। ସେଥିପାଇଁ ସଦସ୍ୟନଙ୍କୁ ସେମାନଙ୍କର  ବେତନରୁ ଇପିଏଫ୍‌ ଆକାଉଣ୍ଟରୁ ପ୍ରତି ମାସରେ ନିର୍ଦ୍ଧିଷ୍ଟ ପରିମାଣର ଆର୍ଥିକ ଯୋଗଦାନ ଦେବାକୁ ପଡିଥାଏ। ଜରୁରୀ ଅଥବା ଅବସରରେ ପରେ ସଦସ୍ୟମାନେ ସେହି ଅର୍ଥକୁ ଇପିଏଫ୍‌ ପାଣ୍ଠିରୁ ଉଠାଇ ନେଇଥାନ୍ତି। ଏଥିରେ ପରିତାପର ବିଷୟ ହେଉଛି ଯେ, ଅବସର ବେଳକୁ ଇପିଏଫ୍‌ଓ ସଦସ୍ୟଙ୍କ ଆକାଉଣ୍ଟ ଖାଲି। ବିଶେଷକରି ଛୋଟ ଛୋଟ ଆବଶ୍ୟକତା ପାଇଁ ଆକାଉଣ୍ଟରୁ ବାରମ୍ବାର ଅର୍ଥ ଉଠାଣ ଯୋଗୁ କୋଟି କୋଟି କର୍ମଚାରୀଙ୍କ ପିଏଫ୍ ଖାତା ଅବସର ବେଳକୁ ଖାଲି ହୋଇଯାଇଛି। ସମ୍ପ୍ରତି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଏକ ତଥ୍ୟରେ ଏହା କୁହାଯାଇଛି। ପରିସ୍ଥ଄ତି ଏମିତି ହୋଇଛି ଯେ, ୫୦% ଇପିଏଫ୍‌ଓ ସଦସ୍ୟଙ୍କ ଭବିଷ୍ୟନିଧି ପାଣ୍ଠି ଖାତାରେ ୨୦ ହଜାର ଟଙ୍କାରୁ ବି କମ୍‌ ବାଲାନ୍ସ ରହିଛି। ଅପରପକ୍ଷେ ୭୫% ସଦସ୍ୟଙ୍କ ଖାତାରେ ୫୦ ହଜାର ଟଙ୍କାରୁ କମ୍‌ ଏବଂ ଅବସରବେଳକୁ ୮୭%ରୁ କମ୍ ସଦସ୍ୟଙ୍କ ଆକାଉଣ୍ଟରେ ୧ ଲକ୍ଷରୁ କମ୍‌ ବାଲାନ୍ସ ଅର୍ଥ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। 

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ରିପୋର୍ଟରେ କୁହାଯାଇଛି ଯେ, ଇପିଏଫ୍‌ଓ ସଦସ୍ୟଙ୍କ ପିଏଫ୍‌ ପାଣ୍ଠିର ଏପରି ପରିସ୍ଥିତି ଦର୍ଶାଉଛି ଯେ ଅଧିକାଂଶ ଲୋକ ସେମାନଙ୍କର ବୃଦ୍ଧାବସ୍ଥା ପାଇଁ ଯଥେଷ୍ଟ ଅର୍ଥ ସଞ୍ଚୟ କରୁନାହାଁନ୍ତି। ଛୋଟ ଛୋଟ ଆବଶ୍ୟକତା ପାଇଁ ବାରମ୍ବାର ଟଙ୍କା ଉଠାଇବାର ଅଭ୍ୟାସ ସେମାନଙ୍କର ଅବସର ପାଣ୍ଠିର ବାଲାନ୍ସକୁ ହ୍ରାସ କରୁଛି। ଏହି ତଥ୍ୟ ଏବେ ଅଣସଂଗଠିତ କ୍ଷେତ୍ରର ଯେ କୌଣସି କର୍ମଜୀବୀଙ୍କୁ ଚିନ୍ତିତ କରିବା ଭଳି ହୋଇଛି। ଆର୍ଥିକ କ୍ଷେତ୍ରର କେତେକ ବିଶେଷଜ୍ଞଙ୍କ ମତରେ ଇପିଏଫ୍‌ଓ ଅର୍ଥ ଉଠାଣ ନିୟମ ସରଳ ହେବା ଏବଂ ଏଥିପାଇଁ ରହିଥିବା  ସୀମା ବୃଦ୍ଧି ହେବା ଯୋଗୁ ଅନେକ କର୍ମଚାରୀ ଛୋଟ ଛୋଟ ଆବଶ୍ୟକତା ପୂରଣ ପାଇଁ ବାଲାନ୍ସ ଅର୍ଥ ଉଠାଇ ନେଉଛନ୍ତି। ଫଳରେ ସେମାନଙ୍କର ପିଏଫ୍ ଖାତା ଅବସର ନେବା ବେଳକୁ ଖାଲି ହୋଇଯାଉଛି। ଏକ ରିପୋର୍ଟ ଅନୁଯାୟୀ,  ନିଜର ପିଏଫ୍‌ ଅାକାଉଣ୍ଟରୁ ଆଂଶିକ ଅର୍ଥ ଉଠାଣ ପାଇଁ ଗତ ବର୍ଷ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନକୁ ପ୍ରାୟ ୭ କୋଟି କର୍ମଚାରୀ ଆବେଦନ କରିଥିଲେ,ସେଥିରୁ ୬ କୋଟି କର୍ମଚାରୀଙ୍କର ଆବେଦନ ମଞ୍ଜୁର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଯଦିବା ନିକଟରେ କର୍ମଚାରୀମାନଙ୍କର ସଞ୍ଚୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କର ଅବସରକାଳୀନ ପାଣ୍ଠିକୁ ସୁଦୃଢ଼ ​​କରିବା ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମଣ୍ଡାଭିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ​​ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ସମ୍ପୂର୍ଣ୍ଣ ରାଶିର ସମୟ ପୂର୍ବରୁ ଉଠାଣ ପାଇଁ ରଖାଯାଇଥିବା ନିୟମ। ଏଣିକି ପ୍ରତ୍ୟେକ ପିଏଫ୍‌ ଆକାଉଣ୍ଟରେ ସର୍ବନିମ୍ନ ୨୫% ଅର୍ଥ ବାଲାନ୍ସ ରଖିବା ବାଧ୍ୟତାମୂଳକ ହେବ। ଏହାର ଅର୍ଥ ହେଉଛି ଆପଣ ଆପଣଙ୍କର ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଭାବରେ ଖାଲି କରିପାରିବେନାହିଁ। ଯଦି ଆପଣ ଚାକିରି ଛାଡିବା ପରେ ଆପଣଙ୍କର ସମ୍ପୂର୍ଣ୍ଣ ପିଏଫ୍‌ ବାଲାନ୍ସ ଉଠାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଏବେ ୨ ମାସ ବଦଳରେ ୧୨ ମାସ ଅପେକ୍ଷା କରିବାକୁ ପଡିବ। ଏହାଛଡା ପେନସନ ପାଣ୍ଠି ଉଠାଣ ପାଇଁ ଅପେକ୍ଷା ଅବଧି ୨ ମାସରୁ ୩୬ ମାସ କିମ୍ବା ୩ ବର୍ଷକୁ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ନେବାର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି, ୭୫% ପେନସନ ଯୋଜନାରେ ସଦସ୍ୟ ସେମାନଙ୍କର ସମସ୍ତ ପାଣ୍ଠି ତୁରନ୍ତ ଉଠାଣ କରିଦେଇଥାନ୍ତି, ଯାହା ଫଳରେ ସେମାନଙ୍କର ବୃଦ୍ଧାବସ୍ଥା ଅସୁରକ୍ଷିତ ହୋଇଯାଏ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର