ଫୁସ୍‌‌ଫୁସ୍‌‌କୁ ଦୁର୍ବଳ କରିଛି କୋଭିଡ୍‌‌

The Sakala Picture
Published On

ଭୁବନେଶ୍ୱର : କୋଭିଡ୍‌‌ର ତିନି ଚାରିଟି ଲହର ଆସିଲା ଆଉ ଚାଲିଗଲା ମଧ୍ୟ। କୋଭିଡ୍‌‌ ମହାମାରୀର ଭୟ ଆଉ ନାହିଁ। କିନ୍ତୁ କୋଭିଡ୍‌‌ ସଂକ୍ରମିତଙ୍କ ପାଇଁ ଛାଡ଼ି ଯାଇଛି ଯନ୍ତ୍ରଣା। ତିନି ବର୍ଷ ପୂର୍ବର ସଂକ୍ରମଣ ପାଇଁ ଏବେ ବି ରୋଗ ଯନ୍ତ୍ରଣାରୁ ନିସ୍ତାର ମିଳୁନାହିଁ। ଏପରିକି ୟୁରୋପ ଓ ଚାଇନାଠାରୁ ଭାରତୀୟମାନେ ଅଧିକ ସମସ୍ୟା ଭୋଗୁଛନ୍ତି। ବିଶେଷକରି ଫୁସ୍‌‌ଫୁସ୍‌‌ ଜନିତ ସମସ୍ୟା ବେଶ୍‌‌ ଉତ୍କଟ ରହିଛି। ଭେଲୋର୍‌ସ୍ଥିତ ଖ୍ରୀଷ୍ଟିଆନ୍‌‌ ମେଡିକାଲ କଲେଜ (ସିଏମ୍‌‌ସି) ପକ୍ଷରୁ ଅନୁଷ୍ଠିତ […]

ଭୁବନେଶ୍ୱର : କୋଭିଡ୍‌‌ର ତିନି ଚାରିଟି ଲହର ଆସିଲା ଆଉ ଚାଲିଗଲା ମଧ୍ୟ। କୋଭିଡ୍‌‌ ମହାମାରୀର ଭୟ ଆଉ ନାହିଁ। କିନ୍ତୁ କୋଭିଡ୍‌‌ ସଂକ୍ରମିତଙ୍କ ପାଇଁ ଛାଡ଼ି ଯାଇଛି ଯନ୍ତ୍ରଣା। ତିନି ବର୍ଷ ପୂର୍ବର ସଂକ୍ରମଣ ପାଇଁ ଏବେ ବି ରୋଗ ଯନ୍ତ୍ରଣାରୁ ନିସ୍ତାର ମିଳୁନାହିଁ। ଏପରିକି ୟୁରୋପ ଓ ଚାଇନାଠାରୁ ଭାରତୀୟମାନେ ଅଧିକ ସମସ୍ୟା ଭୋଗୁଛନ୍ତି। ବିଶେଷକରି ଫୁସ୍‌‌ଫୁସ୍‌‌ ଜନିତ ସମସ୍ୟା ବେଶ୍‌‌ ଉତ୍କଟ ରହିଛି। ଭେଲୋର୍‌ସ୍ଥିତ ଖ୍ରୀଷ୍ଟିଆନ୍‌‌ ମେଡିକାଲ କଲେଜ (ସିଏମ୍‌‌ସି) ପକ୍ଷରୁ ଅନୁଷ୍ଠିତ ଗବେଷଣା ରିପୋର୍ଟରୁ ଏହା ଜଣାପଡ଼ିଛି। ଏଥିରେ କୁହାଯାଇଛି ଯେ ଭାରତରେ କୋଭିଡ୍‌‌ର ପ୍ରଥମ ଲହର ଆରମ୍ଭ ହେବାର ୬୩ ଦିନ ପରେ ସଂକ୍ରମିତଙ୍କ ଫୁସ୍‌‌ଫୁସ୍‌‌ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସିଏମ୍‌‌ସିର ପଲମୋନାରୀ ମେଡିସିନ୍‌‌ ବିଭାଗର ବିଶେଷଜ୍ଞମାନେ ୨୦୨୦ ଅଗଷ୍ଟ ୧୧ରୁ ୨୦୨୧ ଜାନୁଆରୀ ୧୪ ମଧ୍ୟରେ ସଂକ୍ରମିତଙ୍କ ଉପରେ ପରୀକ୍ଷା ଜାରି ରଖିଥିଲେ। ସେମାନେ ସଂକ୍ରମିତଙ୍କ ଫୁସ୍‌‌ଫୁସ୍‌‌ ପରୀକ୍ଷା କରିବା ସହ ବ୍ୟାୟାମ ଦକ୍ଷତା, ଛାତିର ରେଡିଓଗ୍ରାଫି, ଜୀବନଶୈଳୀ ଆଦିର ମାନକ ଆଧାରରେ ଗବେଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ପୁରୀ ରଥଯାତ୍ରା: ଆସନ୍ତାକାଲି ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଜାରି

ଗବେଷଣା ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ସେମାନଙ୍କ ଫୁସ୍‌‌ଫୁସ୍‌‌ଜନିତ ସମସ୍ୟାରେ ସୁଧାର ଆସିପାରିନାହିଁ। ସେମାନଙ୍କ ଶରୀରରୁ ଅଙ୍ଗାରକାମ୍ଳ ଛାଡ଼ିବାରେ ସମସ୍ୟା ରହିଥିବା ବେଳେ ରକ୍ତକୋଷିକାରେ ଅମ୍ଳଜାନ୍‌‌ ଠିକ୍‌‌ ଭାବେ ପହଞ୍ଚି ପାରୁନାହିଁ। ପ୍ରାୟ ୪୪% ରୋଗୀଙ୍କଠାରେ ଏହି ସମସ୍ୟା ରହିଥିଲା। ସେହିପରି ୩୫%ଙ୍କଠାରେ ଫୁସ୍‌‌ଫୁସ୍‌‌ ଶତପ୍ରତିଶତ କାମ କରୁନଥିବା ବେଳେ ୮.୩%ଙ୍କଠାରେ ଉଭୟ ସମସ୍ୟା ରହିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କଠାରେ ଆଗକୁ ଗୁରୁତର ସମସ୍ୟା ଦେଖାଦେବାର ଆଶଙ୍କା ରହିଛି ବୋଲି ସିଏମ୍‌‌ସିର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଫୁସ୍‌‌ଫୁସ୍‌‌ ଜନିତ ସମସ୍ୟା ପାଇଁ ସେମାନେ ଦୈନିନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମଧ୍ୟ ଅକ୍ଷମ ହେଉଛନ୍ତି। ଏଥିସହ ଦୌଡ଼ିବା କିମ୍ବା ଅଧିକ ପରିଶ୍ରମ କରିବାରେ ଅସମର୍ଥ ହୋଇପାରନ୍ତି। ସେମାନଙ୍କ ଫୁସ୍‌‌ଫୁସ୍‌‌ ଅଧିକ ବେଗରେ ଚାଲିବା ସହିତ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ‌ଦେଖାଦେଉଛି।

ଆହୁରି ପଢ଼ନ୍ତୁ: ଶ୍ରୀକ୍ଷେତ୍ରରେ ପହଣ୍ଡି ବିଜେ ସମ୍ପନ୍ନ: ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି, କିଛି ସମୟ ପରେ ଗଡ଼ିବ ରଥ

ଏହି ଗବେଷଣା ସମୟରେ ଭାରତ ସମେତ ଅନ୍ୟ ଦେଶର ସଂକ୍ରମିତଙ୍କଠାରେ ବହୁବିଧ ରୋଗର ପ୍ରଭାବ ସମ୍ପର୍କରେ ମଧ୍ୟ ଅଧ୍ୟୟନ କରାଯାଇଥିଲା। ଏଥିରେ ମଧ୍ୟ ଭାରତୀୟମାନେ ଅଧିକ ସମସ୍ୟା ଭୋଗୁଥିବା ଦେଖାଯାଇଥିଲା। ପ୍ରାୟ ୭୨.୫% ଲୋକ ବହୁବିଧ ରୋଗରେ ଆକ୍ରାନ୍ତ ଥିବା ବେଳେ ସେଥିରୁ ୪୦%ଙ୍କଠାରେ ଦୁଇଟି କିମ୍ବା ଅଧିକ ରୋଗ ଥିବା ଜଣାପଡ଼ିଥିଲା। କୋଭିଡ୍‌‌ ସଂକ୍ରମଣ ହେତୁ ମଧୁମେହ ଜନିତ ସମସ୍ୟା, ଉଚ୍ଚ ରକ୍ତଚାପ, ଶ୍ୱାସଜନିତ ଗୁରୁତର ସମସ୍ୟା, ହୃଦରୋଗ, କିଡ୍‌‌ନୀ ଆଦି ରୋଗ ପୂର୍ବାପେକ୍ଷା ଅଧିକ ଜଟିଳ ହୋଇଛି। ତେବେ ୟୁରୋପ କିମ୍ବା ଚୀନ୍‌‌ର ଲୋକଙ୍କଠାରେ ଅତି ବେଶିରେ ଗୋଟିଏ କିମ୍ବା ଦୁଇଟି ରୋଗ ଦେଖାଦେଉଛି। ଅନ୍ୟ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ କମ୍‌‌ ରହୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌‌ଓ)ର ମାନକ ଅନୁସାରେ ଗବେଷଣାରେ ସାମିଲ ସଂକ୍ରମିତଙ୍କ ମଧ୍ୟରୁ ୨୦.୩%ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ଶରଧାବାଲିରେ ପହଞ୍ଚିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ସମ୍ପନ୍ନ ହେଲା ପବିତ୍ର ଗୁଣ୍ଡିଚା ଯାତ୍ରା

24 Feb 2024 By The Sakala

ଫୁସ୍‌‌ଫୁସ୍‌‌କୁ ଦୁର୍ବଳ କରିଛି କୋଭିଡ୍‌‌

ଭୁବନେଶ୍ୱର : କୋଭିଡ୍‌‌ର ତିନି ଚାରିଟି ଲହର ଆସିଲା ଆଉ ଚାଲିଗଲା ମଧ୍ୟ। କୋଭିଡ୍‌‌ ମହାମାରୀର ଭୟ ଆଉ ନାହିଁ। କିନ୍ତୁ କୋଭିଡ୍‌‌ ସଂକ୍ରମିତଙ୍କ ପାଇଁ ଛାଡ଼ି ଯାଇଛି ଯନ୍ତ୍ରଣା। ତିନି ବର୍ଷ ପୂର୍ବର ସଂକ୍ରମଣ ପାଇଁ ଏବେ ବି ରୋଗ ଯନ୍ତ୍ରଣାରୁ ନିସ୍ତାର ମିଳୁନାହିଁ। ଏପରିକି ୟୁରୋପ ଓ ଚାଇନାଠାରୁ ଭାରତୀୟମାନେ ଅଧିକ ସମସ୍ୟା ଭୋଗୁଛନ୍ତି। ବିଶେଷକରି ଫୁସ୍‌‌ଫୁସ୍‌‌ ଜନିତ ସମସ୍ୟା ବେଶ୍‌‌ ଉତ୍କଟ ରହିଛି। ଭେଲୋର୍‌ସ୍ଥିତ ଖ୍ରୀଷ୍ଟିଆନ୍‌‌ ମେଡିକାଲ କଲେଜ (ସିଏମ୍‌‌ସି) ପକ୍ଷରୁ ଅନୁଷ୍ଠିତ ଗବେଷଣା ରିପୋର୍ଟରୁ ଏହା ଜଣାପଡ଼ିଛି। ଏଥିରେ କୁହାଯାଇଛି ଯେ ଭାରତରେ କୋଭିଡ୍‌‌ର ପ୍ରଥମ ଲହର ଆରମ୍ଭ ହେବାର ୬୩ ଦିନ ପରେ ସଂକ୍ରମିତଙ୍କ ଫୁସ୍‌‌ଫୁସ୍‌‌ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସିଏମ୍‌‌ସିର ପଲମୋନାରୀ ମେଡିସିନ୍‌‌ ବିଭାଗର ବିଶେଷଜ୍ଞମାନେ ୨୦୨୦ ଅଗଷ୍ଟ ୧୧ରୁ ୨୦୨୧ ଜାନୁଆରୀ ୧୪ ମଧ୍ୟରେ ସଂକ୍ରମିତଙ୍କ ଉପରେ ପରୀକ୍ଷା ଜାରି ରଖିଥିଲେ। ସେମାନେ ସଂକ୍ରମିତଙ୍କ ଫୁସ୍‌‌ଫୁସ୍‌‌ ପରୀକ୍ଷା କରିବା ସହ ବ୍ୟାୟାମ ଦକ୍ଷତା, ଛାତିର ରେଡିଓଗ୍ରାଫି, ଜୀବନଶୈଳୀ ଆଦିର ମାନକ ଆଧାରରେ ଗବେଷଣା କରିଥିଲେ।

ଗବେଷଣା ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ସେମାନଙ୍କ ଫୁସ୍‌‌ଫୁସ୍‌‌ଜନିତ ସମସ୍ୟାରେ ସୁଧାର ଆସିପାରିନାହିଁ। ସେମାନଙ୍କ ଶରୀରରୁ ଅଙ୍ଗାରକାମ୍ଳ ଛାଡ଼ିବାରେ ସମସ୍ୟା ରହିଥିବା ବେଳେ ରକ୍ତକୋଷିକାରେ ଅମ୍ଳଜାନ୍‌‌ ଠିକ୍‌‌ ଭାବେ ପହଞ୍ଚି ପାରୁନାହିଁ। ପ୍ରାୟ ୪୪% ରୋଗୀଙ୍କଠାରେ ଏହି ସମସ୍ୟା ରହିଥିଲା। ସେହିପରି ୩୫%ଙ୍କଠାରେ ଫୁସ୍‌‌ଫୁସ୍‌‌ ଶତପ୍ରତିଶତ କାମ କରୁନଥିବା ବେଳେ ୮.୩%ଙ୍କଠାରେ ଉଭୟ ସମସ୍ୟା ରହିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କଠାରେ ଆଗକୁ ଗୁରୁତର ସମସ୍ୟା ଦେଖାଦେବାର ଆଶଙ୍କା ରହିଛି ବୋଲି ସିଏମ୍‌‌ସିର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଫୁସ୍‌‌ଫୁସ୍‌‌ ଜନିତ ସମସ୍ୟା ପାଇଁ ସେମାନେ ଦୈନିନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମଧ୍ୟ ଅକ୍ଷମ ହେଉଛନ୍ତି। ଏଥିସହ ଦୌଡ଼ିବା କିମ୍ବା ଅଧିକ ପରିଶ୍ରମ କରିବାରେ ଅସମର୍ଥ ହୋଇପାରନ୍ତି। ସେମାନଙ୍କ ଫୁସ୍‌‌ଫୁସ୍‌‌ ଅଧିକ ବେଗରେ ଚାଲିବା ସହିତ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ‌ଦେଖାଦେଉଛି।

ଏହି ଗବେଷଣା ସମୟରେ ଭାରତ ସମେତ ଅନ୍ୟ ଦେଶର ସଂକ୍ରମିତଙ୍କଠାରେ ବହୁବିଧ ରୋଗର ପ୍ରଭାବ ସମ୍ପର୍କରେ ମଧ୍ୟ ଅଧ୍ୟୟନ କରାଯାଇଥିଲା। ଏଥିରେ ମଧ୍ୟ ଭାରତୀୟମାନେ ଅଧିକ ସମସ୍ୟା ଭୋଗୁଥିବା ଦେଖାଯାଇଥିଲା। ପ୍ରାୟ ୭୨.୫% ଲୋକ ବହୁବିଧ ରୋଗରେ ଆକ୍ରାନ୍ତ ଥିବା ବେଳେ ସେଥିରୁ ୪୦%ଙ୍କଠାରେ ଦୁଇଟି କିମ୍ବା ଅଧିକ ରୋଗ ଥିବା ଜଣାପଡ଼ିଥିଲା। କୋଭିଡ୍‌‌ ସଂକ୍ରମଣ ହେତୁ ମଧୁମେହ ଜନିତ ସମସ୍ୟା, ଉଚ୍ଚ ରକ୍ତଚାପ, ଶ୍ୱାସଜନିତ ଗୁରୁତର ସମସ୍ୟା, ହୃଦରୋଗ, କିଡ୍‌‌ନୀ ଆଦି ରୋଗ ପୂର୍ବାପେକ୍ଷା ଅଧିକ ଜଟିଳ ହୋଇଛି। ତେବେ ୟୁରୋପ କିମ୍ବା ଚୀନ୍‌‌ର ଲୋକଙ୍କଠାରେ ଅତି ବେଶିରେ ଗୋଟିଏ କିମ୍ବା ଦୁଇଟି ରୋଗ ଦେଖାଦେଉଛି। ଅନ୍ୟ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ କମ୍‌‌ ରହୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌‌ଓ)ର ମାନକ ଅନୁସାରେ ଗବେଷଣାରେ ସାମିଲ ସଂକ୍ରମିତଙ୍କ ମଧ୍ୟରୁ ୨୦.୩%ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର