ଇଣ୍ଟରନେଟ୍‌ ଗ୍ରାହକଙ୍କୁ ବଡ଼ ଝଟ୍‌କା; ଟେଲିକମ୍ ପରେ ମହଙ୍ଗା ହେବ ବ୍ରଡ୍‌ବ୍ୟାଣ୍ଡ ସେବା

The Sakala Picture
Published On

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର। ନିକଟରେ କଲ୍‌ ଦରରେ ବୃଦ୍ଧି ଯୋଗୁ ସମସ୍ୟାରେ ଥିବା ଦେଶର ଇଣ୍ଟରନେଟ୍‌ ଗ୍ରାହକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିପାରେ। କାରଣ ଖୁବ୍‌ ଶୀଘ୍ର ମହଙ୍ଗା ହେବାକୁ ଯାଉଛି ବ୍ରଡ୍‌ବ୍ୟାଣ୍ଡ୍‌ ଦର। ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀଗୁଡିକ ନିକଟ ଭବିଷ୍ୟତରେ ସେମାନଙ୍କର ଶୁଳ୍କ ହାର ବୃଦ୍ଧି କରିପାରନ୍ତି। ଇଣ୍ଟରନେଟ୍ ସେବା କମ୍ପାନୀ ମେଘବେଲା ବ୍ରଡବ୍ୟାଣ୍ଡ୍ ର ଜଣେ ବରିଷ୍ଠ ଅଧିକାରୀ ରବିବାର କହିଛନ୍ତି ଯେ, ଶସ୍ତା ଟେଲିକମ୍ ସେବାର […]

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର। ନିକଟରେ କଲ୍‌ ଦରରେ ବୃଦ୍ଧି ଯୋଗୁ ସମସ୍ୟାରେ ଥିବା ଦେଶର ଇଣ୍ଟରନେଟ୍‌ ଗ୍ରାହକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିପାରେ। କାରଣ ଖୁବ୍‌ ଶୀଘ୍ର ମହଙ୍ଗା ହେବାକୁ ଯାଉଛି ବ୍ରଡ୍‌ବ୍ୟାଣ୍ଡ୍‌ ଦର। ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀଗୁଡିକ ନିକଟ ଭବିଷ୍ୟତରେ ସେମାନଙ୍କର ଶୁଳ୍କ ହାର ବୃଦ୍ଧି କରିପାରନ୍ତି। ଇଣ୍ଟରନେଟ୍ ସେବା କମ୍ପାନୀ ମେଘବେଲା ବ୍ରଡବ୍ୟାଣ୍ଡ୍ ର ଜଣେ ବରିଷ୍ଠ ଅଧିକାରୀ ରବିବାର କହିଛନ୍ତି ଯେ, ଶସ୍ତା ଟେଲିକମ୍ ସେବାର ଯୁଗ ଶେଷ ହୋଇଛି। ବର୍ତ୍ତମାନ ବ୍ରଡବ୍ୟାଣ୍ଡ ଦର ବୃଦ୍ଧି ହେବ। ସମସ୍ତ ପ୍ରମୁଖ ଟେଲିକମ୍‌ କମ୍ପାନୀ ସେମାନଙ୍କ ବ୍ୟବସାୟର ସ୍ଥିରତାକୁ ଦର୍ଶାଇ ଟାରିଫ୍‌ରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମେଘବେଲା ବ୍ରଡବ୍ୟାଣ୍ଡ୍ ର ସହ-ପ୍ରତିଷ୍ଠାତା ତପବ୍ରତ ମୁଖାର୍ଜୀ କହିଛନ୍ତି ଯେ, ଟେଲିଯୋଗାଯୋଗ ଇଣ୍ଟରନେଟ୍ ସେବା ପରି ବ୍ରଡବ୍ୟାଣ୍ଡ ମଧ୍ୟ ଗ୍ରାହକଙ୍କ ପାଇଁ ହାରାହାରି ରୋଜଗାର ବୃଦ୍ଧି କରିବା ଆବଶ୍ୟକ କରୁଛି। ବର୍ତ୍ତମାନ ବଜାର ଧାରାକୁ ବଜାୟ ରଖିବା ପାଇଁ, ଟପ୍ (ଓଟିଟି) ଷ୍ଟ୍ରିମିଂ ସେବାକୁ ମାଗଣାରେ ଯୋଗାଇ ଦିଆଯିବ, ଯାହା ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କ ଉପରେ ଏକ ଚାପ। ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏୟାରଟେଲ ଏବଂ ଜିଓ ପରି ଜାତୀୟ ଟେଲିକମ୍‌ କମ୍ପାନୀଗୁଡିକ ସେମାନଙ୍କ ଶୁଳ୍କ ସଂଶୋଧନ କରିବାରେ ଆଗ୍ରସର ହେବାକୁ ପଡିବ।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

13 Dec 2021 By The Sakala

ଇଣ୍ଟରନେଟ୍‌ ଗ୍ରାହକଙ୍କୁ ବଡ଼ ଝଟ୍‌କା; ଟେଲିକମ୍ ପରେ ମହଙ୍ଗା ହେବ ବ୍ରଡ୍‌ବ୍ୟାଣ୍ଡ ସେବା

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର। ନିକଟରେ କଲ୍‌ ଦରରେ ବୃଦ୍ଧି ଯୋଗୁ ସମସ୍ୟାରେ ଥିବା ଦେଶର ଇଣ୍ଟରନେଟ୍‌ ଗ୍ରାହକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିପାରେ। କାରଣ ଖୁବ୍‌ ଶୀଘ୍ର ମହଙ୍ଗା ହେବାକୁ ଯାଉଛି ବ୍ରଡ୍‌ବ୍ୟାଣ୍ଡ୍‌ ଦର। ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀଗୁଡିକ ନିକଟ ଭବିଷ୍ୟତରେ ସେମାନଙ୍କର ଶୁଳ୍କ ହାର ବୃଦ୍ଧି କରିପାରନ୍ତି। ଇଣ୍ଟରନେଟ୍ ସେବା କମ୍ପାନୀ ମେଘବେଲା ବ୍ରଡବ୍ୟାଣ୍ଡ୍ ର ଜଣେ ବରିଷ୍ଠ ଅଧିକାରୀ ରବିବାର କହିଛନ୍ତି ଯେ, ଶସ୍ତା ଟେଲିକମ୍ ସେବାର ଯୁଗ ଶେଷ ହୋଇଛି। ବର୍ତ୍ତମାନ ବ୍ରଡବ୍ୟାଣ୍ଡ ଦର ବୃଦ୍ଧି ହେବ। ସମସ୍ତ ପ୍ରମୁଖ ଟେଲିକମ୍‌ କମ୍ପାନୀ ସେମାନଙ୍କ ବ୍ୟବସାୟର ସ୍ଥିରତାକୁ ଦର୍ଶାଇ ଟାରିଫ୍‌ରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମେଘବେଲା ବ୍ରଡବ୍ୟାଣ୍ଡ୍ ର ସହ-ପ୍ରତିଷ୍ଠାତା ତପବ୍ରତ ମୁଖାର୍ଜୀ କହିଛନ୍ତି ଯେ, ଟେଲିଯୋଗାଯୋଗ ଇଣ୍ଟରନେଟ୍ ସେବା ପରି ବ୍ରଡବ୍ୟାଣ୍ଡ ମଧ୍ୟ ଗ୍ରାହକଙ୍କ ପାଇଁ ହାରାହାରି ରୋଜଗାର ବୃଦ୍ଧି କରିବା ଆବଶ୍ୟକ କରୁଛି। ବର୍ତ୍ତମାନ ବଜାର ଧାରାକୁ ବଜାୟ ରଖିବା ପାଇଁ, ଟପ୍ (ଓଟିଟି) ଷ୍ଟ୍ରିମିଂ ସେବାକୁ ମାଗଣାରେ ଯୋଗାଇ ଦିଆଯିବ, ଯାହା ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କ ଉପରେ ଏକ ଚାପ। ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏୟାରଟେଲ ଏବଂ ଜିଓ ପରି ଜାତୀୟ ଟେଲିକମ୍‌ କମ୍ପାନୀଗୁଡିକ ସେମାନଙ୍କ ଶୁଳ୍କ ସଂଶୋଧନ କରିବାରେ ଆଗ୍ରସର ହେବାକୁ ପଡିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର