ଶାଶୂ ଘରେ ପତ୍ନୀଙ୍କୁ ମାଡ ମରାଗଲେ ସ୍ବାମୀ ଦାୟୀ- ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ସ୍ତ୍ରୀଙ୍କୁ ମାଡ଼ ମାରିବା ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଶାଶୁ ଘରେ ଯଦି ସ୍ତ୍ରୀକୁ କୌଣସି ଆଘାତ ଦିଆଯାଏ ସେଥିପାଇଁ ସ୍ବାମୀ ଦାୟୀ ରହିବେ। ସୁପ୍ରିମକୋର୍ଟ ଏକ ଘରୋଇ ହିଂସା ମାମଲାର ଶୁଣାଣି କରି ଏପରି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ସହିତ ସ୍ତ୍ରୀଙ୍କୁ ମାଡ଼ ମାରିଥିବା ଜଣେ ବ୍ୟକ୍ତିଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଏସ. ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଶାଶୁଘରେ ମହିଳାଙ୍କ […]

ନୂଆଦିଲ୍ଲୀ: ସ୍ତ୍ରୀଙ୍କୁ ମାଡ଼ ମାରିବା ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଶାଶୁ ଘରେ ଯଦି ସ୍ତ୍ରୀକୁ କୌଣସି ଆଘାତ ଦିଆଯାଏ ସେଥିପାଇଁ ସ୍ବାମୀ ଦାୟୀ ରହିବେ। ସୁପ୍ରିମକୋର୍ଟ ଏକ ଘରୋଇ ହିଂସା ମାମଲାର ଶୁଣାଣି କରି ଏପରି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ସହିତ ସ୍ତ୍ରୀଙ୍କୁ ମାଡ଼ ମାରିଥିବା ଜଣେ ବ୍ୟକ୍ତିଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ପ୍ରଧାନ ବିଚାରପତି ଏସ. ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଶାଶୁଘରେ ମହିଳାଙ୍କ ଉପରେ ଅନ୍ୟ କୌଣସି ସମ୍ପର୍କୀୟ ଆକ୍ରମଣ କଲେ ବି ସେଥିପାଇଁ ସ୍ବାମୀ ହିଁ ଦାୟୀ ରହିବେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ସୂଚନା ଅନୁଯାୟୀ, ପତ୍ନୀଙ୍କୁ ମାଡମାରି ଆଗୁଆ ଜାମିନ ଆବେଦନ କରିଥିବା ବ୍ୟକ୍ତିଙ୍କର ଏହା ୩ୟ ବିବାହ ହୋଇଥିବାବେଳେ ମହିଳାଙ୍କର ୨ୟ ବିବାହ ଥିଲା। ବିବାହର ଗୋଟିଏ ବର୍ଷ ପରେ ୨୦୧୮ରେ ମହିଳା ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଗତ ଜୁନରେ ମହିଳା ଜଣକ ଲୁଧିଆନା ପୁଲିସ ନିକଟରେ ନିଜ ସ୍ବାମୀ ଏବଂ ଶାଶୁ ଘର ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଯୌତୁକ ଟଙ୍କା ଦେଇ ନ ଥିବାରୁ ତାଙ୍କ ସ୍ବାମୀ, ଶ୍ଵଶୁର ଏବଂ ଶାଶୁ ତାଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଥିଲେ ବୋଲି ସେ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ଅଭିଯୁକ୍ତଙ୍କ ଓକିଲ କୁଶାଗ୍ର ମହାଜନ କୋର୍ଟରେ କହିଥିଲେ ଯେ, ତାଙ୍କ ମହୋକିଲଙ୍କ ଜାମିନ ଦିଆଯାଉ । ଏହାକୁ ନେଇ କୋର୍ଟ ପଚାରିଥିଲେ ଯେ, ଆପଣ କିଭଳି ଲୋକ। ମହିଳା ସ୍ୱାମୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଥିଲେ । ଏପରିକି ତାଙ୍କୁ ଗର୍ଭପାତ କରିବାକୁ ଚାପ ପକାଇଥିଲେ।  କିଏ ମାଡ ମାରୁଛି କିଛି ଫରକ ପକାଏ ନାହିଁ । ଏଥିପାଇଁ କେବଳ ସ୍ୱାମୀ ହିଁ ଦାୟୀ ରହିବେ । ଏହାପରେ ଖଣ୍ଡପୀଠ ଆବେଦନକୁ ଖାରଜ କରିଦେଇଥିଲେ। ଏହାପୂର୍ବରୁ ଏହି ମାମଲା ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଚାଲିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର