ବଢ଼ିଲା ବିଶ୍ବଯୁଦ୍ଧ ଭୟ: ରୁଷିଆ ଉପରେ କ୍ଷେପଣାସ୍ତ୍ର ମାଡ଼ କରିବା ପାଇଁ ୟୁକ୍ରେନ୍‌କୁ ଅନୁମତି ଦେଲେ ବାଇଡେନ୍ …

The Sakala Picture
Published On

ୱାଶିଂଟନ୍‌: ପ୍ରାୟ ଅଢେଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଆଗକୁ ଭୟଙ୍କର ରୂପ ନେବାର ଆଶଙ୍କା ବଢିଛି। କେବଳ ଏହି ଦୁଇ ଦେଶ ନୁହେଁ, ଏହି ଯୁଦ୍ଧ ତୃତୀୟ ବିଶ୍ବଯୁଦ୍ଧର ରୂପ ନେବାର ମଧ୍ୟ ଆଶଙ୍କା ବଢାଇଛି। ଇତିମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଇଛି।ଶାନ୍ତିପୂର୍ଣ୍ଣ ଉପାୟରେ ବୁଝାମଣା କରିବାକୁ ବହୁ ନେତା ଉଦ୍ୟମ କରିଛନ୍ତି। କିନ୍ତୁ ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଆଗକୁ ଏହା ଜଟିଳ ରୂପ ନେବାକୁ […]

ୱାଶିଂଟନ୍‌: ପ୍ରାୟ ଅଢେଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଆଗକୁ ଭୟଙ୍କର ରୂପ ନେବାର ଆଶଙ୍କା ବଢିଛି। କେବଳ ଏହି ଦୁଇ ଦେଶ ନୁହେଁ, ଏହି ଯୁଦ୍ଧ ତୃତୀୟ ବିଶ୍ବଯୁଦ୍ଧର ରୂପ ନେବାର ମଧ୍ୟ ଆଶଙ୍କା ବଢାଇଛି। ଇତିମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଇଛି।ଶାନ୍ତିପୂର୍ଣ୍ଣ ଉପାୟରେ ବୁଝାମଣା କରିବାକୁ ବହୁ ନେତା ଉଦ୍ୟମ କରିଛନ୍ତି। କିନ୍ତୁ ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଆଗକୁ ଏହା ଜଟିଳ ରୂପ ନେବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜ ପଦବୀ ଛାଡିବା ପୂର୍ବରୁ ୟୁକ୍ରେନ ପ୍ରତି ଯେଭଳି ନିଷ୍ପତ୍ତି ନେଇଛନ୍ତି ତାହା ଏହି ଆଶଙ୍କାକୁ ଦୃଢୀଭୂତ କରିଛି। ଆମେରିକା ପ୍ରଦତ୍ତ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ରୁଷ ବିରୋଧରେ ବ୍ୟବହାର କରିବାକୁ ବାଇଡେନ ୟୁକ୍ରେନକୁ ସୁବଜ ସଙ୍କେତ ଦେବା ପରେ ଏହାର ପରିଣତିକୁ ନେଇ ବିଭିନ୍ନ ମହଲରେ ଚିନ୍ତା ଦ୍ବିଗୁଣିତ ହୋଇଛି। ଆମେରିକା ଏବଂ ଅନ୍ୟାନ୍ୟ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ଦ୍ବାରା ପ୍ରଦତ୍ତ ଅସ୍ତ୍ରଶସ୍ତ୍ରକୁ ନେଇ ୟୁକ୍ରେନ ଆଜି ପର୍ଯ୍ୟନ୍ତ ରୁଷ ବିରୋଧରେ ଯୁଦ୍ଧ ଅଭିଯାନ ଜାରି ରଖିଥିଲା। ଏହାସତ୍ତ୍ବେ ୟୁକ୍ରେନ ଆମେରିକାକୁ ଆହୁରି ଅତ୍ୟାଧୁନିକ ଟ୍ୟାଙ୍କ, ଯୁଦ୍ଧ ବିମାନ ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ସହାୟତା ମାଗିଥିଲା। ଆମେରିକା ୟୁକ୍ରେନକୁ ଏସବୁ ଅସ୍ତ୍ରଶସ୍ତ୍ର ଦେଇଥିଲେ ମଧ୍ୟ ଭୟାବହ ସ୍ଥିତି ଉତ୍ପନ୍ନ ହେବା ଆଶଙ୍କାରେ କ୍ଷେପଣାସ୍ତ୍ର ବ୍ୟବହାର କରିବା ଉପରେ ରୋକ୍‌ ଲଗାଇଥିଲା। କିନ୍ତୁ ବାଇଡେନ ଏହି ପ୍ରତିବନ୍ଧକକୁ ଏବେ ହଟାଇ ଦେଇଛନ୍ତି। ରୁଷ ବିରୋଧରେ ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରିବାକୁ ଜେଲେଁସ୍କିଙ୍କୁ ଅନୁମତି ଦେଇଛନ୍ତି। ଯଦିଓ କେଉଁ ଶ୍ରେଣୀର କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ବାଇଡେନ ଅନୁମୋଦନ ଦେଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ, ତଥାପି ଏଭଳି ଅନୁମତି ଦ୍ବାରା ୟୁକ୍ରେନ ରୁଷିଆର ଆଭ୍ୟନ୍ତରୀଣ ଅଞ୍ଚଳରେ ଜୋରଦାର ଆକ୍ରମଣ କରିବାକୁ ସମର୍ଥ ହେବ। କିନ୍ତୁ ଏହାଦ୍ବାରା ରୁଷର ପଦକ୍ଷେପ କ’ଣ ହେବ ତାହା ଏବେ ଚିନ୍ତାର ବିଷୟ ହୋଇଛି।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ଏବେ ବିଜୟ ଲକ୍ଷ୍ୟ ନେଇ ଯୁଦ୍ଧ କରିବୁ ୟୁକ୍ରେନକୁ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାରକୁ ଆମେରିକା ଅନୁମୋଦନ ଦେବା ପରେ ରାଷ୍ଟ୍ରପତି ଜେଲେଁସ୍କି ଉତ୍ସାହିତ ହୋଇପଡ଼ିଛନ୍ତି। ସେ ଆମେରିକା ପ୍ରତି କୃତଜ୍ଞତା ଜଣାଇବା ସହିତ ଏବେ କେବଳ ବିଜୟ ଲକ୍ଷ୍ୟକୁ ନେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ଜେଲେଁସ୍କିଏକ ବିବୃତି ଜାରି କରି କହିଛନ୍ତି ଯେ ‘ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନେଇ ଆମକୁ ସମର୍ଥନ କରୁଥିବା ସହଯୋଗୀ ରାଷ୍ଟ୍ରମାନଙ୍କୁ ମୁଁ କୃତଜ୍ଞତା‌ ଜଣାଉଛି । ୟୁକ୍ରେନ ଏପର୍ଯ୍ୟନ୍ତ ସହଯୋଗୀମାନଙ୍କ ଠାରୁ ଆବଶ୍ୟକ ସୁବିଧା ପାଇନାହିଁ। କିନ୍ତୁ ଆମେ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ ଜାରି ରଖିଛୁ। ୟୁକ୍ରେନକୁ ମଜବୁତ କରିବା ପାଇଁ ରୁଷ ବିରୋଧରେ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରିବାର କ୍ଷମତା ଚାହୁଁଥିଲୁ। ଏବେ ଏଥିପାଇଁ ଅନୁମୋଦନ ମିଳିଛି ’ ବୋଲି ଜେଲେଁସ୍କି ସଂସଦରେ ‘ବିଜୟ ଯୋଜନା’ ଉପସ୍ଥାପନ କରି କହିଛନ୍ତି। କିନ୍ତୁ ଜେଲେଁସ୍କିଙ୍କ ଏହି ଉଦ୍ଧାମତା ଆଗକୁ କି ପରିସ୍ଥିତି ସୃଷ୍ଟି କରିବ ତାହା ଏବେ ସାମରିକ ବିଶେଷଜ୍ଞମାନଙ୍କ ପାଇଁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ପୁତିନ୍‌ ଚୁପ୍‌ , ନେଇପାରନ୍ତି ବଡ଼ ନିଷ୍ପତ୍ତି
ବାଇଡେନଙ୍କ ନିଷ୍ପତ୍ତି ପରେ ରୁଷରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ବେଳେ ରାଷ୍ଟ୍ରପତି ପୁତିନ ନିରବ ରହିଥିବା ଦେଖାଯାଇଛି। କିନ୍ତୁ ତାଙ୍କର ଏହି ନିରବତା ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା ବଢାଇଛି। ୟୁକ୍ରେନ ରୁଷ ଉପରେ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କଲେ ପୁତିନ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରିବାକୁ ବାଧ୍ୟ ହେବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୟୁକ୍ରେନକୁ ଆମେରିକା ସମେତ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଏବଂ ଅନ୍ୟ ବହୁ ନାଟୋ ରାଷ୍ଟ୍ର ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା ବେଳେ ପୁତିନ ଏହାକୁ ଘୋର ବିରୋଧ କରିବା ସହିତ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ପୂର୍ବରୁ ଚେତାବନୀ ଦେଇଥିଲେ। କିନ୍ତୁ ଏବେ ଆମେରିକା ନେଇଥିବା ନିଷ୍ପତ୍ତି ରୁଷ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ପ୍ରତ୍ୟକ୍ଷ ଯୁଦ୍ଧ ବୋଲି ପୁତିନ ବିବେଚନା କରୁଥିବା କୁହାଯାଉଛି। ତେୟେ ଏବେ ଯଦି ସେ ଆଣବିକ ଯୁଦ୍ଧାସ୍ତ୍ର ପ୍ରୟୋଗ ନିଷ୍ପତ୍ତି ନିଅନ୍ତି ଏହା ତୃତୀୟ ବିଶ୍ବଯୁଦ୍ଧ ପାଇଁ ବାଟ ଫିଟାଇବ ବୋଲି କୁହାଯାଉଛି।

19 Nov 2024 By The Sakala

https://www.thesakala.in/big-news/biden-authorizes-ukraine-to-launch-missile-strikes-on-russia/article-36675
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର