ହାତୀ ପାଇଁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ

The Sakala Picture
Published On

ବାରିପଦା : ହାତୀ ପାଇଁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପରିବାରର ଚାରି ସଦସ୍ୟ । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ଫୁଳଝରୀ ଗାଁରେ । ଗତ ରାତିରେ ଗାଁ ରେ ହାତୀ ପଶି ଘର ଭାଙ୍ଗିଥିଲା । ଗାଁର ସୁରେଇ ମୁର୍ମୁଙ୍କ ଘରୁ ହାତୀଟି ନଡ଼ା ସବୁ ଟାଣି ତଳେ ପକାଇ ଦେଇଥିଲା ତେବେ ଏହି ନଡ଼ା ସବୁ ଘର ସମ୍ମୁଖ ରେ ଥିବା ଅଧା ଲିଭା ଚୁଲିରେ ପଡ଼ି […]

ବାରିପଦା : ହାତୀ ପାଇଁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପରିବାରର ଚାରି ସଦସ୍ୟ । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ଫୁଳଝରୀ ଗାଁରେ । ଗତ ରାତିରେ ଗାଁ ରେ ହାତୀ ପଶି ଘର ଭାଙ୍ଗିଥିଲା । ଗାଁର ସୁରେଇ ମୁର୍ମୁଙ୍କ ଘରୁ ହାତୀଟି ନଡ଼ା ସବୁ ଟାଣି ତଳେ ପକାଇ ଦେଇଥିଲା ତେବେ ଏହି ନଡ଼ା ସବୁ ଘର ସମ୍ମୁଖ ରେ ଥିବା ଅଧା ଲିଭା ଚୁଲିରେ ପଡ଼ି ନିଆଁ ଲାଗିବାରୁ ଘରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଘର ଭିତରେ ହାତୀ ଭୟରେ ଜୀବନ ବଞ୍ଚାଇ ଲୁଚିଥିବା ପରିବାରର ଚାରି ସଦସ୍ୟ କବାଟ ଖୋଲି ବାହାରି ବାକୁ ଚେଷ୍ଟା କରିଥିଲେ ହେଲେ ସମ୍ମୁଖରେ ହାତୀ ଥିବାରୁ ସେମାନେ ବାହାରକୁ ବାହାରି ପାରି ନ ଥିଲେ ।ପଛ ପଟ ଝରକା ତାଡି ସମସ୍ତେ ଜୀବନ ବଞ୍ଚାଇବା ସକ୍ଷମ ହୋଇଥିଲେ । ହାତୀ ଯୋଗୁଁ ସୁରେଶ ମୁର୍ମୁଙ୍କ ଦୁଇ ବଖରା ଘର ଏବଂ ଆସବାବପତ୍ର ସଂପୂର୍ଣ୍ଣ ଜଳି ପାଉଁଶ ହୋଇ ଯାଇଛି ।ଗତ କିଛି ଦିନ ହେଲା ବେତନଟୀ ରେଞ୍ଜ ର ବିଭିନ୍ନ ଗାଁ ରେ ହାତୀ ଉପଦ୍ରବ ଲାଗିରହିଛି ।ବନ ବିଭାଗ କର୍ମଚାରୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

09 Jul 2021 By The Sakala

ହାତୀ ପାଇଁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ

ବାରିପଦା : ହାତୀ ପାଇଁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପରିବାରର ଚାରି ସଦସ୍ୟ । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ଫୁଳଝରୀ ଗାଁରେ । ଗତ ରାତିରେ ଗାଁ ରେ ହାତୀ ପଶି ଘର ଭାଙ୍ଗିଥିଲା । ଗାଁର ସୁରେଇ ମୁର୍ମୁଙ୍କ ଘରୁ ହାତୀଟି ନଡ଼ା ସବୁ ଟାଣି ତଳେ ପକାଇ ଦେଇଥିଲା ତେବେ ଏହି ନଡ଼ା ସବୁ ଘର ସମ୍ମୁଖ ରେ ଥିବା ଅଧା ଲିଭା ଚୁଲିରେ ପଡ଼ି ନିଆଁ ଲାଗିବାରୁ ଘରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଘର ଭିତରେ ହାତୀ ଭୟରେ ଜୀବନ ବଞ୍ଚାଇ ଲୁଚିଥିବା ପରିବାରର ଚାରି ସଦସ୍ୟ କବାଟ ଖୋଲି ବାହାରି ବାକୁ ଚେଷ୍ଟା କରିଥିଲେ ହେଲେ ସମ୍ମୁଖରେ ହାତୀ ଥିବାରୁ ସେମାନେ ବାହାରକୁ ବାହାରି ପାରି ନ ଥିଲେ ।ପଛ ପଟ ଝରକା ତାଡି ସମସ୍ତେ ଜୀବନ ବଞ୍ଚାଇବା ସକ୍ଷମ ହୋଇଥିଲେ । ହାତୀ ଯୋଗୁଁ ସୁରେଶ ମୁର୍ମୁଙ୍କ ଦୁଇ ବଖରା ଘର ଏବଂ ଆସବାବପତ୍ର ସଂପୂର୍ଣ୍ଣ ଜଳି ପାଉଁଶ ହୋଇ ଯାଇଛି ।ଗତ କିଛି ଦିନ ହେଲା ବେତନଟୀ ରେଞ୍ଜ ର ବିଭିନ୍ନ ଗାଁ ରେ ହାତୀ ଉପଦ୍ରବ ଲାଗିରହିଛି ।ବନ ବିଭାଗ କର୍ମଚାରୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

https://www.thesakala.in/big-news/elephant-attack-in-baripada/article-3599
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର