ବଢ଼ିବ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା: ଉପକୃତ ହେବେ ୪୮ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ୬୮ ଲକ୍ଷ ପେନସନଧାରୀ

The Sakala Picture
Published On

ନୂଆଦିଲ୍ଲୀ: ନୂଆ ବର୍ଷରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ବଡ଼ ଲାଭ ଦେବାକୁ ଯାଉଛନ୍ତି। କାରଣ ଜାନୁଆରୀ-ଜୁନ୍ ଅବଧି ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ)ରେ ବୃଦ୍ଧି କରିପାରନ୍ତି। ସବୁବର୍ଷ ଭଳି କେନ୍ଦ୍ର ସରକାର ଜାନୁଆରୀ-ଜୁନ୍ ପର୍ଯ୍ୟନ୍ତ ୬ ମାସ ପାଇଁ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଆକାରରେ ବଡ଼ ଉପହାର ଦେଇଥାନ୍ତି। ତେଣୁ ଚଳିତବର୍ଷ ମଧ୍ୟ ସରକାର ଡିଏରେ ୩% ବୃଦ୍ଧି ଘଟାଇପାରନ୍ତି। ଏହାଫଳରେ ୪୮ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ୬୮ ଲକ୍ଷ ପେନସନଧାରୀ […]

ନୂଆଦିଲ୍ଲୀ: ନୂଆ ବର୍ଷରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ବଡ଼ ଲାଭ ଦେବାକୁ ଯାଉଛନ୍ତି। କାରଣ ଜାନୁଆରୀ-ଜୁନ୍ ଅବଧି ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ)ରେ ବୃଦ୍ଧି କରିପାରନ୍ତି। ସବୁବର୍ଷ ଭଳି କେନ୍ଦ୍ର ସରକାର ଜାନୁଆରୀ-ଜୁନ୍ ପର୍ଯ୍ୟନ୍ତ ୬ ମାସ ପାଇଁ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଆକାରରେ ବଡ଼ ଉପହାର ଦେଇଥାନ୍ତି। ତେଣୁ ଚଳିତବର୍ଷ ମଧ୍ୟ ସରକାର ଡିଏରେ ୩% ବୃଦ୍ଧି ଘଟାଇପାରନ୍ତି। ଏହାଫଳରେ ୪୮ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ୬୮ ଲକ୍ଷ ପେନସନଧାରୀ ଉପକୃତ ହୋଇପାରନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ତେବେ ସୂଚନା ମୁତାବକ, ୨୦୨୪ ବର୍ଷ ଜାନୁଆରୀ-ଜୁନ୍‌ ଅବଧି ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତାରେ ଏହି ବୃଦ୍ଧି କରିପାରନ୍ତି। ଆସନ୍ତା ବର୍ଷ ଏପ୍ରିଲ- ମେ’ ମାସ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଏପରି ସ୍ଥିତିରେ କେନ୍ଦ୍ର ସରକାର ଡିଏ ବୃଦ୍ଧିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। ସେହିପରି ଗତ ୨୦୨୦ ମସିହା ଜୁନ୍‌ମାସଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ କର୍ମଚାରୀଙ୍କ ବକେୟା ଡିଏକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। ବକେୟା ଡିଏକୁ ନେଇ କର୍ମଚାରୀମାନେ ଦୀର୍ଘଦିନ ହେଲା ଦାବି କରିଆସୁଥିବା ବେଳେ ତା’ ଉପରେ ଏବେ ବିଚାର କରାଯିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରନ୍ତି। ଗତବର୍ଷ କେନ୍ଦ୍ର ସରକାର ମାର୍ଚ୍ଚ ୩୦ରେ ଡିଏ ବୃଦ୍ଧି ଘୋଷଣା କରିଥିବାବେଳେ ଚଳିତବର୍ଷ ମାର୍ଚ୍ଚ ୨୪ରେ ଉକ୍ତ ଘୋଷଣା କରିଥିଲେ। ଆସନ୍ତା ମାର୍ଚ୍ଚ ମାସ ପୂର୍ବରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ନିର୍ବାଚନ ତାରିଖ ଘୋଷଣା ହେବା ସହିତ ଦେଶରେ ନିର୍ବାଚନ ଆଚରଣ ସଂହିତା ଲାଗୁ ହୋଇଯିବ। ଏହାପରେ କେନ୍ଦ୍ର ସରକାର ଡିଏ ବୃଦ୍ଧି କରିପାରିବେ ନାହିଁ। ତେଣୁ ମୋଦୀ ସରକାର କର୍ମଚାରୀଙ୍କୁ ଆକର୍ଷିତ କିରବା ପାଇଁ ଡିଏ ବୃଦ୍ଧି ନିଷ୍ପତ୍ତି ନେଇପାରନ୍ତି। ନୂଆବର୍ଷରେ ମୋଦୀ ସରକାର ଦୁଇଟି ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

23 Jan 2024 By The Sakala

ବଢ଼ିବ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା: ଉପକୃତ ହେବେ ୪୮ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ୬୮ ଲକ୍ଷ ପେନସନଧାରୀ

ନୂଆଦିଲ୍ଲୀ: ନୂଆ ବର୍ଷରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ବଡ଼ ଲାଭ ଦେବାକୁ ଯାଉଛନ୍ତି। କାରଣ ଜାନୁଆରୀ-ଜୁନ୍ ଅବଧି ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ)ରେ ବୃଦ୍ଧି କରିପାରନ୍ତି। ସବୁବର୍ଷ ଭଳି କେନ୍ଦ୍ର ସରକାର ଜାନୁଆରୀ-ଜୁନ୍ ପର୍ଯ୍ୟନ୍ତ ୬ ମାସ ପାଇଁ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଆକାରରେ ବଡ଼ ଉପହାର ଦେଇଥାନ୍ତି। ତେଣୁ ଚଳିତବର୍ଷ ମଧ୍ୟ ସରକାର ଡିଏରେ ୩% ବୃଦ୍ଧି ଘଟାଇପାରନ୍ତି। ଏହାଫଳରେ ୪୮ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ୬୮ ଲକ୍ଷ ପେନସନଧାରୀ ଉପକୃତ ହୋଇପାରନ୍ତି।

ତେବେ ସୂଚନା ମୁତାବକ, ୨୦୨୪ ବର୍ଷ ଜାନୁଆରୀ-ଜୁନ୍‌ ଅବଧି ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତାରେ ଏହି ବୃଦ୍ଧି କରିପାରନ୍ତି। ଆସନ୍ତା ବର୍ଷ ଏପ୍ରିଲ- ମେ’ ମାସ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଏପରି ସ୍ଥିତିରେ କେନ୍ଦ୍ର ସରକାର ଡିଏ ବୃଦ୍ଧିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। ସେହିପରି ଗତ ୨୦୨୦ ମସିହା ଜୁନ୍‌ମାସଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ କର୍ମଚାରୀଙ୍କ ବକେୟା ଡିଏକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। ବକେୟା ଡିଏକୁ ନେଇ କର୍ମଚାରୀମାନେ ଦୀର୍ଘଦିନ ହେଲା ଦାବି କରିଆସୁଥିବା ବେଳେ ତା’ ଉପରେ ଏବେ ବିଚାର କରାଯିବ ବୋଲି କୁହାଯାଉଛି।

ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରନ୍ତି। ଗତବର୍ଷ କେନ୍ଦ୍ର ସରକାର ମାର୍ଚ୍ଚ ୩୦ରେ ଡିଏ ବୃଦ୍ଧି ଘୋଷଣା କରିଥିବାବେଳେ ଚଳିତବର୍ଷ ମାର୍ଚ୍ଚ ୨୪ରେ ଉକ୍ତ ଘୋଷଣା କରିଥିଲେ। ଆସନ୍ତା ମାର୍ଚ୍ଚ ମାସ ପୂର୍ବରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ନିର୍ବାଚନ ତାରିଖ ଘୋଷଣା ହେବା ସହିତ ଦେଶରେ ନିର୍ବାଚନ ଆଚରଣ ସଂହିତା ଲାଗୁ ହୋଇଯିବ। ଏହାପରେ କେନ୍ଦ୍ର ସରକାର ଡିଏ ବୃଦ୍ଧି କରିପାରିବେ ନାହିଁ। ତେଣୁ ମୋଦୀ ସରକାର କର୍ମଚାରୀଙ୍କୁ ଆକର୍ଷିତ କିରବା ପାଇଁ ଡିଏ ବୃଦ୍ଧି ନିଷ୍ପତ୍ତି ନେଇପାରନ୍ତି। ନୂଆବର୍ଷରେ ମୋଦୀ ସରକାର ଦୁଇଟି ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର