ବିପଦ ସମୟରେ ଛିଡ଼ାହେଲେ ପ୍ରଣବ ପ୍ରକାଶ

The Sakala Picture
Published On

ବାରିପଦା/ମୋରଡ଼ା/ ଖଇରା : ସମ୍ଭାବ୍ୟ ବାତ୍ୟା ‘ୟସ୍’ର ମୁକାବିଲା ପ୍ରସ୍ତୁତି ସମୀକ୍ଷାଠାରୁ ଆରମ୍ଭ କରି ଗତ ୪ଦିନ ଧରି ବିଜେଡ଼ିର ରାଜ୍ୟ ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାବାସୀଙ୍କ ଟିକିନିକି କଥା ବୁଝୁଛନ୍ତି। ଗୁରୁବାର ଶ୍ରୀ ଦାସ ମୋରଡ଼ାରେ କାନ୍ଥପଡ଼ି ମୃତ୍ୟୁବରଣ କରିଥିବା ବୃଦ୍ଧାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବା ସହିତ ସହାୟତା ଯୋଗାଇଛନ୍ତି। ତୁରନ୍ତ ଉକ୍ତ ପରିବାରକୁ ପକ୍କା ଘର […]

ବାରିପଦା/ମୋରଡ଼ା/ ଖଇରା : ସମ୍ଭାବ୍ୟ ବାତ୍ୟା ‘ୟସ୍’ର ମୁକାବିଲା ପ୍ରସ୍ତୁତି ସମୀକ୍ଷାଠାରୁ ଆରମ୍ଭ କରି ଗତ ୪ଦିନ ଧରି ବିଜେଡ଼ିର ରାଜ୍ୟ ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାବାସୀଙ୍କ ଟିକିନିକି କଥା ବୁଝୁଛନ୍ତି। ଗୁରୁବାର ଶ୍ରୀ ଦାସ ମୋରଡ଼ାରେ କାନ୍ଥପଡ଼ି ମୃତ୍ୟୁବରଣ କରିଥିବା ବୃଦ୍ଧାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବା ସହିତ ସହାୟତା ଯୋଗାଇଛନ୍ତି। ତୁରନ୍ତ ଉକ୍ତ ପରିବାରକୁ ପକ୍କା ଘର (ଜମି ନଥଲେ ଘର ପାଇଁ ସରକାରୀ ଜମି) ଓ ପାନୀୟଜଳ ଯୋଗାଇ ଦେବା ସହିତ ସମ୍ପୂର୍ଣ୍ଣ ଗ୍ରାମକୁ ପାନୀୟଜଳ ଯୋଗାଣର ସୁବ୍ୟବସ୍ଥା କରାଯିବା ବୋଲି ଶ୍ରୀ ଦାସ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

ସେହିପରି ପରିବାର ଲୋକଙ୍କୁ ବସ୍ତ୍ର, ଭିନ୍ନକ୍ଷମ ଯୁବତୀଙ୍କୁ ଟ୍ରାଇ ସାଇକେଲ, ପରିବାର ପାଇଁ ରାସନ ସାମଗ୍ରୀ, ଖାଦ୍ୟ ସାମଗ୍ରୀ ସହିତ ବିଜେଡ଼ି ପକ୍ଷରୁ ନଗଦ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ତେବେ ମୃତ ବୃଦ୍ଧାଙ୍କ ପରିବାରକୁ କିଭଳି ଶୀଘ୍ର ୪ ଲକ୍ଷ ଟଙ୍କା ସରକାରୀ ସହାୟତା – ମିଳିବ ସେଥପ୍ରତି ଗୁରୁତ୍ବ ଦେବାକୁ ମୋରଡ଼ା – ତହସିଲଦାର ଅନନ୍ତ କୁମାର ହାଁସଦାଙ୍କ ସହ ଶ୍ରୀ ଦାସ ଆଲୋଚନା କରିଥିଲେ । ସେହିପରି ଅପରାହ୍ନରେ ଶ୍ରୀ ଦାସ ବାରିପଦା ସହରର ତଳି ଅଞ୍ଚଳ ମଧୁବନରେ ପହଞ୍ଚି ରିଲିଫ ବଣ୍ଟନ କରିଛନ୍ତି । ୨ଦିନ ଧରି ମଧୁବନ । ତଳିଆ ଅଞ୍ଚଳବାସୀ ଆଶ୍ରୟସ୍ଥଳୀରେ ଆଶ୍ରୟ ।

ଆହୁରି ପଢ଼ନ୍ତୁ: UIDAI ର ବଡ଼ ସ୍ପଷ୍ଟୀକରଣ: ଆଧାର କାର୍ଡକୁ ଜନ୍ମ ତାରିଖର ପ୍ରମାଣ ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ

ନେଇଛନ୍ତି ପ୍ରଥମେ ବାତ୍ୟା ପରେ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ପାଇଁ ର ପ୍ରଶାସନ ଏମାନଙ୍କୁ ସ୍ଥାନାନ୍ତର ମା କରିଥିଲା। ଦିନମଜୁରି ଲାଗିଲେ ସମସ୍ତଙ୍କ ଚୂଲି କଲେ। ଏପରିସ୍ଥିତିରେ ଶ୍ରୀ ଦାସ ସେମାନଙ୍କ ନିକଟରେ ପହଞ୍ଚି ସମସ୍ତଙ୍କ କଥା ବୁଝିବା ସାଙ୍ଗକୁ ମାସ୍ଟ ସାନିଟାଇଜର, ଚାଉଳ ଓ ଶୁଖୁଲା ଖାଦ୍ୟ ବଣ୍ଟନ କରିଛନ୍ତି । ଏହି ଅବସରରେ ତାଙ୍କ ସହିତ ସାଂସଦ ମମତା ମହାନ୍ତ, ବିଧାୟକ ରାଜକିଶୋର ଦାସ, ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଡ଼ାକ୍ତର ଦେବାଶିଷ ମାଣ୍ଡି, ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷେ ଆଜି ଶ୍ରୀ ଦାସ ଖଇରା ଅଞ୍ଚଳରେ ଜଳବନ୍ଦୀରେ ଥିବା ଗାଁ ଗୁଡ଼ିକୁ ଯାଇ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ। ପାଣି ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର ତୁରନ୍ତ ରିଲିଫ ବ୍ୟବସ୍ଥା, ଶୁଖୁଲା ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଇଥିଲେ।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା: ଝିଆରୀ ଓ ପୁତୁରା ସମେତ ୪ ଅଭିଯୁକ୍ତଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଲା ପୋଲିସ

ତାଙ୍କ ସହିତ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଏବଂ ଅନ୍ୟମାନେ ନୌକା ଯୋଗେ ଯାଇ ଲୋକଙ୍କ ସୁବିଧା ଅସୁବିଧା ବୁଝିଥିଲେ। ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ୍ ଏବଂ ବିପରି ସମୟରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ସହିତ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିବା ବେଳେ ଏହାକୁ ଚରିତାର୍ଥ କରିବା ପାଇଁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଚାରିଦିନ ହେଲା ବାତ୍ୟା ପ୍ରଭାବିତ ଜିଲ୍ଲା ପରିଦର୍ଶନ କରି ଲୋକଙ୍କ ସମସ୍ୟା ଦୂର ପାଇଁ ପ୍ରୟାସ କରୁଛନ୍ତି। ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପହଞ୍ଚି ବାତ୍ୟା ପରିଚାଳନା ପ୍ରସ୍ତୁତି, ପୁନରୁଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ନେତୃତ୍ୱ ନେଉଛନ୍ତି ।

28 May 2021 By The Sakala

ବିପଦ ସମୟରେ ଛିଡ଼ାହେଲେ ପ୍ରଣବ ପ୍ରକାଶ

ବାରିପଦା/ମୋରଡ଼ା/ ଖଇରା : ସମ୍ଭାବ୍ୟ ବାତ୍ୟା ‘ୟସ୍’ର ମୁକାବିଲା ପ୍ରସ୍ତୁତି ସମୀକ୍ଷାଠାରୁ ଆରମ୍ଭ କରି ଗତ ୪ଦିନ ଧରି ବିଜେଡ଼ିର ରାଜ୍ୟ ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାବାସୀଙ୍କ ଟିକିନିକି କଥା ବୁଝୁଛନ୍ତି। ଗୁରୁବାର ଶ୍ରୀ ଦାସ ମୋରଡ଼ାରେ କାନ୍ଥପଡ଼ି ମୃତ୍ୟୁବରଣ କରିଥିବା ବୃଦ୍ଧାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବା ସହିତ ସହାୟତା ଯୋଗାଇଛନ୍ତି। ତୁରନ୍ତ ଉକ୍ତ ପରିବାରକୁ ପକ୍କା ଘର (ଜମି ନଥଲେ ଘର ପାଇଁ ସରକାରୀ ଜମି) ଓ ପାନୀୟଜଳ ଯୋଗାଇ ଦେବା ସହିତ ସମ୍ପୂର୍ଣ୍ଣ ଗ୍ରାମକୁ ପାନୀୟଜଳ ଯୋଗାଣର ସୁବ୍ୟବସ୍ଥା କରାଯିବା ବୋଲି ଶ୍ରୀ ଦାସ ଘୋଷଣା କରିଥିଲେ।

ସେହିପରି ପରିବାର ଲୋକଙ୍କୁ ବସ୍ତ୍ର, ଭିନ୍ନକ୍ଷମ ଯୁବତୀଙ୍କୁ ଟ୍ରାଇ ସାଇକେଲ, ପରିବାର ପାଇଁ ରାସନ ସାମଗ୍ରୀ, ଖାଦ୍ୟ ସାମଗ୍ରୀ ସହିତ ବିଜେଡ଼ି ପକ୍ଷରୁ ନଗଦ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ତେବେ ମୃତ ବୃଦ୍ଧାଙ୍କ ପରିବାରକୁ କିଭଳି ଶୀଘ୍ର ୪ ଲକ୍ଷ ଟଙ୍କା ସରକାରୀ ସହାୟତା – ମିଳିବ ସେଥପ୍ରତି ଗୁରୁତ୍ବ ଦେବାକୁ ମୋରଡ଼ା – ତହସିଲଦାର ଅନନ୍ତ କୁମାର ହାଁସଦାଙ୍କ ସହ ଶ୍ରୀ ଦାସ ଆଲୋଚନା କରିଥିଲେ । ସେହିପରି ଅପରାହ୍ନରେ ଶ୍ରୀ ଦାସ ବାରିପଦା ସହରର ତଳି ଅଞ୍ଚଳ ମଧୁବନରେ ପହଞ୍ଚି ରିଲିଫ ବଣ୍ଟନ କରିଛନ୍ତି । ୨ଦିନ ଧରି ମଧୁବନ । ତଳିଆ ଅଞ୍ଚଳବାସୀ ଆଶ୍ରୟସ୍ଥଳୀରେ ଆଶ୍ରୟ ।

ନେଇଛନ୍ତି ପ୍ରଥମେ ବାତ୍ୟା ପରେ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ପାଇଁ ର ପ୍ରଶାସନ ଏମାନଙ୍କୁ ସ୍ଥାନାନ୍ତର ମା କରିଥିଲା। ଦିନମଜୁରି ଲାଗିଲେ ସମସ୍ତଙ୍କ ଚୂଲି କଲେ। ଏପରିସ୍ଥିତିରେ ଶ୍ରୀ ଦାସ ସେମାନଙ୍କ ନିକଟରେ ପହଞ୍ଚି ସମସ୍ତଙ୍କ କଥା ବୁଝିବା ସାଙ୍ଗକୁ ମାସ୍ଟ ସାନିଟାଇଜର, ଚାଉଳ ଓ ଶୁଖୁଲା ଖାଦ୍ୟ ବଣ୍ଟନ କରିଛନ୍ତି । ଏହି ଅବସରରେ ତାଙ୍କ ସହିତ ସାଂସଦ ମମତା ମହାନ୍ତ, ବିଧାୟକ ରାଜକିଶୋର ଦାସ, ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଡ଼ାକ୍ତର ଦେବାଶିଷ ମାଣ୍ଡି, ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷେ ଆଜି ଶ୍ରୀ ଦାସ ଖଇରା ଅଞ୍ଚଳରେ ଜଳବନ୍ଦୀରେ ଥିବା ଗାଁ ଗୁଡ଼ିକୁ ଯାଇ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ। ପାଣି ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର ତୁରନ୍ତ ରିଲିଫ ବ୍ୟବସ୍ଥା, ଶୁଖୁଲା ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଇଥିଲେ।

ତାଙ୍କ ସହିତ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଏବଂ ଅନ୍ୟମାନେ ନୌକା ଯୋଗେ ଯାଇ ଲୋକଙ୍କ ସୁବିଧା ଅସୁବିଧା ବୁଝିଥିଲେ। ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ୍ ଏବଂ ବିପରି ସମୟରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ସହିତ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିବା ବେଳେ ଏହାକୁ ଚରିତାର୍ଥ କରିବା ପାଇଁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଚାରିଦିନ ହେଲା ବାତ୍ୟା ପ୍ରଭାବିତ ଜିଲ୍ଲା ପରିଦର୍ଶନ କରି ଲୋକଙ୍କ ସମସ୍ୟା ଦୂର ପାଇଁ ପ୍ରୟାସ କରୁଛନ୍ତି। ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପହଞ୍ଚି ବାତ୍ୟା ପରିଚାଳନା ପ୍ରସ୍ତୁତି, ପୁନରୁଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ନେତୃତ୍ୱ ନେଉଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର