ଏନ୍‌ଡିଏ ପୁଣି କ୍ଷମତାକୁ ଆସିଲେ କୃଷକ ବଞ୍ଚିବେନି, ବହୁତ ଖରାପ ଲୋକଙ୍କ ହାତରେ ଦେଶ ରହିଛି : ସତ୍ୟପାଲ୍‌ ମଲିକ

The Sakala Picture
Published On

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ପୁଣି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦେଶ ବହୁତ ଖରାପ ଲୋକ ହାତରେ ଅଛି ବୋଲି କହିଛନ୍ତି। ଯଦି କୃଷକ ଏକାଠି ନ ହୁଅନ୍ତି ଏବଂ କେନ୍ଦ୍ରରେ ଥିବା ସରକାର ପୁଣି କ୍ଷମତାକୁ ଆସନ୍ତି ତେବେ କୃଷକ ବଞ୍ଚିବେନି। ସେମାନେ ପ୍ରଥମେ ଚାଷ କାର୍ଯ୍ୟକୁ ଶେଷ କରିଦେବେ। କାରଣ କୃଷକ ଚାଷ ଛାଡ଼ି ସହରକୁ ମୂଲ ଲାଗିବାକୁ ଯାଆନ୍ତୁ ବୋଲି ସେମାନେ ଚାହୁଁଛନ୍ତି। ଏହା ପରେ […]

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ପୁଣି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦେଶ ବହୁତ ଖରାପ ଲୋକ ହାତରେ ଅଛି ବୋଲି କହିଛନ୍ତି। ଯଦି କୃଷକ ଏକାଠି ନ ହୁଅନ୍ତି ଏବଂ କେନ୍ଦ୍ରରେ ଥିବା ସରକାର ପୁଣି କ୍ଷମତାକୁ ଆସନ୍ତି ତେବେ କୃଷକ ବଞ୍ଚିବେନି। ସେମାନେ ପ୍ରଥମେ ଚାଷ କାର୍ଯ୍ୟକୁ ଶେଷ କରିଦେବେ। କାରଣ କୃଷକ ଚାଷ ଛାଡ଼ି ସହରକୁ ମୂଲ ଲାଗିବାକୁ ଯାଆନ୍ତୁ ବୋଲି ସେମାନେ ଚାହୁଁଛନ୍ତି। ଏହା ପରେ ସେନାକୁ ଶେଷ କରିଦେବେ। କୃଷକଙ୍କୁ ବରବାଦ୍‌ କରିବାର ନକ୍ସା ପାସ୍‌ ହୋଇଛି। ଏହା ବିରୋଧରେ ଲଢିବା ଉଚିତ। ଯିଏ ଲଢିବ, ସେ ହିଁ ବଞ୍ଚିବ। ସତ୍ୟପାଲ ମଲିକ ପୁଲୱାମା ଆକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ନିଶାଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ସେ କହିଛନ୍ତି ଯେ ପୁଲୱାମା ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ବେଟ ନ୍ୟାସନାଲ ପାର୍କରେ ସୁଟିଂ କରାଉ ଥିଲେ। ସେଠାରୁ ବାହାରିବା ପରେ ଏକ ଢାବାରୁ ଫୋନ୍‌ କରି କ’ଣ ହୋଇଛି ବୋଲି ତାଙ୍କୁ ପଚାରି ଥିଲେ। ସେତେବେଳେ ଆମ ଭୁଲ୍‌ରୁ ଏପରି ହୋଇଥିବା ମଲିକ କହିଥିଲେ। ରାଜ୍ୟପାଳ ଥିବା ସମୟରେ ସେ ପୁଲୱାମା ଆକ୍ରମଣ ବିଷୟରେ କହିଥିଲେ। ଏଥିରେ ୪୦ ଯବାନ ସହିଦ ହୋଇଥିଲେ। ଯଦି ସ୍ବରାଷ୍ଟ୍ର ମନ୍ତ୍ରାଳୟ ୫ ବିମାନ ଦେଇଥାନ୍ତା ତେବେ ଯବାନଙ୍କ ଜୀବନ ବଞ୍ଚି ଯାଇଥାନ୍ତା। ପ୍ରଧାନମନ୍ତ୍ରୀ ଏବଂ ଡୋଭାଲ ମୋତେ ପାଟି ଖୋଲିବାକୁ ମନା କରିଥିଲେ। ସେହି ଦିନ ନିର୍ବାଚନ ପାଇଁ ଏହାର ରାଜନୀତିକରଣ ହେବ ବୋଲି ବୁଝି ଯାଇଥିଲି। ପ୍ରାଣ ହରାଇଥିବା ସୈନିକଙ୍କ କଥା କିଏ ପଚାରେ। ଏଥିରୁ ବୁଝି ପାରୁଥିବେ ଯେ କେତେ ବିପଜ୍ଜନକ ଲୋକ ଦେଶ ଚଲାଉଛନ୍ତି। ଆମ ସୈନିକ ଏବଂ ଦେଶ ପ୍ରତି ତାଙ୍କର ଦରଦ ନାହିଁ। କେବେ ମନ ତ ଆଉ କେବେ ଶରୀର କଥା କହୁଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ସିକର କୁଦନ ସ୍ଥିତ ଅଜିତାପୁରାରେ ମଙ୍ଗଳବାର ୧୯୩୫ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା କୃଷକଙ୍କ ୮୮ତମ ପୁଣ୍ୟତିଥିରେ ଏକ ଜନସଭାକୁ ସମ୍ବୋଧନ କରି ମଲିକ କୃଷକଙ୍କୁ ଲଢ଼ିବାକୁ ଅଭ୍ୟାସ କରିବା ପାଇଁ ଆହ୍ବାନ ଦେଇଛନ୍ତି। କୃଷକ ଆନ୍ଦୋଳନ ଶେଷ ହୋଇନାହିଁ। ଦାବି ପୂରଣ ହୋଇନାହିଁ। ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବିନା ଚାଷୀ ଚଳିପାରିବେ ନାହିଁ। ଚାଷୀ ଯାହା ବି ଉତ୍ପାଦନ କରୁଛି ତାହାର ଉଚିତ୍‌ ମୂଲ୍ୟ ମିଳୁନାହିଁ। ଯାହା କିଣୁଛି ତାହାର ମୂଲ୍ୟ ବଢ଼ି ଚାଲିଛି। ଚାଷୀ ଦିନକୁ ଦିନ ଗରିବ ହେବାରେ ଲାଗିଛି। ଚାଷୀର କ୍ରୟ କ୍ଷମତା ଶେଷ ହେବାରେ ଲାଗିଛି। ମଲିକ କବିତା ଶୁଣାଇ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ସରକାର କୃଷକଙ୍କୁ ହତ୍ୟା କରୁଛନ୍ତି। ଏବେ ଏଭଳି ସ୍ଥିତି ସୃଷ୍ଟି କରନ୍ତୁ, ଯେପରି ଲୋକେ କୃଷକଙ୍କୁ। ସରକାରଙ୍କୁ କୃଷକ ମାଗିବାର ଆବଶ୍ୟକତା ପଡିବନି। ଦିଲ୍ଲୀ ସରକାର ବଦଳାଇବା ପରେ ହିଁ ଏପରି ସମ୍ଭବ ହୋଇପାରିବ। ଯଦି ସମସ୍ତେ ଜାତି ଛାଡି ଏକାଠି ହୋଇଯିବେ ତେବେ ଦିଲ୍ଲୀରେ ବିଜେପିକୁ କେହି ରକ୍ଷା କରିପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ସେ ଦିଲ୍ଲୀରେ ସବୁ ଦଳଙ୍କ ସହ କଥା ହୋଇଥିବା କହିଛନ୍ତି। ସମସ୍ତେ ଜଣେ ପ୍ରାର୍ଥୀ ବଦଳରେ ଅନ୍ୟ ଜଣେ ପ୍ରାର୍ଥୀ ଛିଡା କରିବାକୁ ରାଜି ହୋଇଛନ୍ତି। ଏପରି ହେଲେ ଏମାନେ ଦିଲ୍ଲୀରେ ରହିବେ ନାହିଁ। ୫ ବର୍ଷରେ ବହୁତ କିଛି ବର୍‌ବାଦ ହୋଇଯାଇଛି। ଏବେ କେହି ତାଙ୍କ ମୁହଁ ଚାହିଁବେନି। ସେମାନଙ୍କ ସବୁ ଗର୍ବ ଖର୍ବ ହୋଇଯାଇଛି। ସେମାନେ ବଞ୍ଚିଲେ ନିଜେ ବଞ୍ଚିବନି ବୋଲି ଜାଣି ରଖନ୍ତୁ। ନିଜର ଟଙ୍କା, ଜମି ଏବଂ ଶିଶୁଙ୍କୁ ବଞ୍ଚାଇବାର ଏହା ଶେଷ ସୁଯୋଗ। ସହିଦଙ୍କ ସନ୍ତାନ ହୋଇ ଭୟ କରନାହିଁ। ମଲିକ ଏହି କାର୍ଯ୍ୟକ୍ରମ ପରେ ଦିଲ୍ଲୀ ଫେରି ଯାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର