ପ୍ରଧାନମନ୍ତ୍ରୀଙ୍କ କମ୍ ଶିକ୍ଷାଗତ ଯୋଗ୍ୟତା ଦେଶ ପାଇଁ ବିପଜ୍ଜନକ, ଜେଲରୁ ଦେଶବାସୀଙ୍କୁ ଚିଠି ଲେଖିଲେ ସିସୋଦିଆ

The Sakala Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦେଶବାସୀଙ୍କ ଉର୍ଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି । ସେ ଏହି ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ କମ୍ ଶିକ୍ଷିତ ହେବା ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ଏହି ଚିଠିରେ ଲେଖିଛନ୍ତି ସିସୋଦିଆ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଟ୍ୱିଟର ଆକାଉଣ୍ଟରେ ସିସୋଦିଆଙ୍କ ଏହି […]

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦେଶବାସୀଙ୍କ ଉର୍ଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି । ସେ ଏହି ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ କମ୍ ଶିକ୍ଷିତ ହେବା ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ଏହି ଚିଠିରେ ଲେଖିଛନ୍ତି ସିସୋଦିଆ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଟ୍ୱିଟର ଆକାଉଣ୍ଟରେ ସିସୋଦିଆଙ୍କ ଏହି ଚିଠି ସେୟାର କରିଛନ୍ତି।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ମନୀଷ ସିସୋଦିଆ ଚିଠିରେ ଲେଖିଛନ୍ତି, “ଗତ କିଛି ବର୍ଷ ମଧ୍ୟରେ ଦେଶରେ ୬୦ ହଜାର ସ୍କୁଲ ବନ୍ଦ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜ୍ଞାନ ବୁଝନ୍ତି ନାହିଁ । ମୋଦୀ ଶିକ୍ଷାର ମହତ୍ତ୍ୱ ମଧ୍ୟ ବୁଝନ୍ତି ନାହିଁ । ତେଣୁ ଭାରତର ପ୍ରଗତି ପାଇଁ ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀ ରହିବା ଅତ୍ୟନ୍ତ ଜରୁରୀ ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ନିଜ ଚିଠିରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି, “ଆଜି ଆମେ ଏକବିଂଶ ଶତାବ୍ଦୀରେ ବାସ କରୁଛୁ । ସାରା ବିଶ୍ୱରେ ବିଜ୍ଞାନ ଓ ଟେକ୍ନୋଲୋଜିରେ ପ୍ରତିଦିନ ନୂଆ ବିକାଶ ଘଟୁଛି । ସାରା ବିଶ୍ୱ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଷୟରେ ଚର୍ଚ୍ଚା କରୁଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମଇଳା ଡ୍ରେନରେ ପାଇପ୍ ଲଗାଇ ମଇଳା ଗ୍ୟାସରୁ ଚା’ ଓ ଖାଦ୍ୟ ରନ୍ଧା ଯାଇପାରିବ ବୋଲି କହିବା ଶୁଣି ମୋ‌ତେ ବେଶ୍ ଲଜ୍ଜା ଅନୁଭବ ହେଉଛି । ”

ସିସୋଦିଆ ତାଙ୍କ ଚିଠିରେ କହିଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ କୁହନ୍ତି ଯେ ରାଡାର ମେଘ ପଛରେ ଉଡ଼ୁଥିବା ବିମାନକୁ ଧରିପାରିବ ନାହିଁ, ସେତେବେଳେ ସେ ସମଗ୍ର ବିଶ୍ୱର ଲୋକଙ୍କ ପରିହାସର ପାତ୍ର ହୁଅନ୍ତି । ସ୍କୁଲ୍ ଓ କଲେଜରେ ପଢ଼ୁଥିବା ପିଲାମାନେ ତାଙ୍କୁ ପରିହାସ କରନ୍ତି । ତାଙ୍କର ଏପରି ବୟାନ ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଏହାର ଅନେକ କୁପ୍ରଭାବ ଅଛି । ସମଗ୍ର ବିଶ୍ୱ ଜାଣେ ଯେ ଭାରତର ପ୍ରଧାନମନ୍ତ୍ରୀ କେତେ ଶିକ୍ଷିତ ଏବଂ ତାଙ୍କର ବିଜ୍ଞାନ ବିଷୟରେ ମଧ୍ୟ ସାଧାରଣ ଜ୍ଞାନ ନାହିଁ। ”

ସିସୋଦିଆ ଆହୁରି ଲେଖିଛନ୍ତି, ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଯେତେବେଳେ ପ୍ରଧାନମନ୍ତ୍ରୀ ଆଲିଙ୍ଗନ କରନ୍ତି, ସେଥିପାଇଁ ସେମାନେ ବଡ଼ ମୂଲ୍ୟ ହାସଲ କରି ଚାଲିଯାଆନ୍ତି ।‌‌ ବଦଳରେ ସେମାନେ କେଜାଣି କେତେ କାଗଜରେ ଦସ୍ତଖତ ନିଅନ୍ତି ତାହା ଆମ ପ୍ରଧାନମନ୍ତ୍ରୀ ଜାଣିପାରନ୍ତି ନାହିଁ, କାରଣ ସେ କମ୍ ଶିକ୍ଷିତ ।

ସୂଚନାଯୋଗ୍ୟ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କୁ ଫେବୃଆରୀ ୨୬ରେ ଗିରଫ କରିଥିଲା। ତାଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସିବିଆଇ ଠାରୁ ଜବାବ ମାଗିଛନ୍ତି। କୋର୍ଟ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୦ରେ କରିବେ । ବର୍ତ୍ତମାନ ମନୀଷ ସିସୋଦିଆ ତିହାର ଜେଲରେ ଅଛନ୍ତି।

07 Apr 2023 By The Sakala

https://www.thesakala.in/big-news/pm-being-less-educated-extremely-dangerous-for-country-says-manish-sisodia/article-20533
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର