ନିଜ ଆସନ ଜିତି ସରକାର ଗଠନ କରିବା କଥା କହିବା ବିଜେପିର ଦିବାସ୍ୱପ୍ନ ଛଡା ଆଉ କିଛି ନୁହେଁ : ନରସିଂହ ମିଶ୍ର

The Sakala Picture
Published On

ଭୁବନେଶ୍ବର : କ୍ରମାଗତ ପରାଜୟ ଧାରା ଭାଙ୍ଗି ଧାମନଗରରେ ନିଜ ଆସନ ବଞ୍ଚାଇବାରେ ସଫଳ ହୋଇଛି ବିଜେପି। ପରଲୋକଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୯,୮୮୧ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପରାଜିତ କରିଛନ୍ତି। ସୂରଜଙ୍କୁ ମୋଟ ୮୦,୩୫୧ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କୁ ୭୦,୪୭୦ ଖଣ୍ଡ ଭୋଟ ମିଳିଛି। ତେବେ ଉପନିର୍ବାଚନରେ ପ୍ରଥମ ବିଜୟ ହାସଲ କରି ରାଜ୍ୟ […]

ଭୁବନେଶ୍ବର : କ୍ରମାଗତ ପରାଜୟ ଧାରା ଭାଙ୍ଗି ଧାମନଗରରେ ନିଜ ଆସନ ବଞ୍ଚାଇବାରେ ସଫଳ ହୋଇଛି ବିଜେପି। ପରଲୋକଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୯,୮୮୧ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପରାଜିତ କରିଛନ୍ତି। ସୂରଜଙ୍କୁ ମୋଟ ୮୦,୩୫୧ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କୁ ୭୦,୪୭୦ ଖଣ୍ଡ ଭୋଟ ମିଳିଛି। ତେବେ ଉପନିର୍ବାଚନରେ ପ୍ରଥମ ବିଜୟ ହାସଲ କରି ରାଜ୍ୟ ବିଜେପି ୨୦୨୪ରେ ସରକାର ଗଠନ କରିବାର କଥା କହୁଛି। ଯାହାକୁ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ଉପନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ସେ ଆସନ ବିଜେପିର ଥିଲା। ସ୍ବର୍ଗତ ବିଷ୍ଣୁ ସେଠୀ ଜଣେ ଲୋକ ପ୍ରିୟ ବିଧାୟକ ଥିଲେ। ତେଣୁ ସେ ସିଟ୍‌ରେ ତାଙ୍କ ପୁଅଙ୍କ ସପକ୍ଷରେ ଜନମତ ରହିଲା।ଏହାଛଡ଼ା ଯିଏ ବିଧାୟକ ଥିଲେ ସେଠି ଲୋକେ ତାଙ୍କୁ ଭଲ ପାଉଥିଲେ  ଏବଂ ତାଙ୍କ ପୁଅ ମଧ୍ୟ ମିଷ୍ଟ ଭାଷୀ, ସରଳ ପ୍ରକୃତିର । ତାହା ବି ଭୋଟରଙ୍କ ଉପରେ ପ୍ରଭାବ ପକାଇଛି । ହେଲେ ନିଜ ଆସନକୁ ଜିତି ୨୦୨୪ରେ ରାଜ୍ୟରେ ସରକାର ଗଠନ କଥା କହିବା ବିଜେପିର ଦିବାସ୍ୱପ୍ନ। ଏଭଳି ମନ୍ତବ୍ୟ ଦେଉଥିବା ଲୋକଙ୍କ ଉପରେ ଆମେ କଣ ଟିପ୍ପଣି ଦେବା ବୋଲି ନରସିଂହ କହିଛନ୍ତି।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ଅନ୍ୟପଟେ ଧାମନଗରରେ କଂଗ୍ରେସ ଅମାନତ ହରେଇବାକୁ ନେଇ ଦଳୀୟ ନେତୃତ୍ବଙ୍କ ବିରୁଦ୍ଧରେ ଅସନ୍ତୋଷ ଜାହିର କରିଛନ୍ତି ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ, ଉପନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ଅତି ନୈରାଶ୍ୟ ଜନକ । କଂଗ୍ରେସର ପ୍ରଦର୍ଶନ ମୋତେ ନିରାଶ କରିଛି। ମୁଁ କେବେ ଭାବିନଥିଲି କଂଗ୍ରେସ ୩,୫୦୦ ଭୋଟ ପାଇବ। ଗଲା ଥର ଯେତିକି ପାଇଥିଲୁ ତାର ଅଧାରୁ ବି କମ ଭୋଟ ଆମକୁ ମିଳିଛି । ତେଣୁ କଂଗ୍ରେସ ଦଳର ନେତୃବୃନ୍ଦ ଓ ହାଇକମାଣ୍ଡ ସମସ୍ତେ ଏହାକୁ ଗୁରୁତର ସହ ନେବା କଥା।କେଉଁଠି ଭୁଲ ରହିଲା,ଦଳର ନୀତି ଆଦର୍ଶ ଭୁଲ ରହିଲା କି ନେତୃତ୍ୱରେ ଭୁଲ ରହିଲା କିମ୍ବା କାହାର ଅବହେଳା ହୋଇଛି ତୁରନ୍ତ ବୈଠକ ଡାକି ସମୀକ୍ଷା କରିବାର ଆବଶ୍ୟକତା ରହିଛି । ନଚେତ ଆଗାମୀ ଦିନରେ କଂଗ୍ରେସ ନିଶ୍ଚିହ୍ନ ହୋଇ ଯାଇପାରେ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

07 Nov 2022 By The Sakala

ନିଜ ଆସନ ଜିତି ସରକାର ଗଠନ କରିବା କଥା କହିବା ବିଜେପିର ଦିବାସ୍ୱପ୍ନ ଛଡା ଆଉ କିଛି ନୁହେଁ : ନରସିଂହ ମିଶ୍ର

ଭୁବନେଶ୍ବର : କ୍ରମାଗତ ପରାଜୟ ଧାରା ଭାଙ୍ଗି ଧାମନଗରରେ ନିଜ ଆସନ ବଞ୍ଚାଇବାରେ ସଫଳ ହୋଇଛି ବିଜେପି। ପରଲୋକଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୯,୮୮୧ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପରାଜିତ କରିଛନ୍ତି। ସୂରଜଙ୍କୁ ମୋଟ ୮୦,୩୫୧ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କୁ ୭୦,୪୭୦ ଖଣ୍ଡ ଭୋଟ ମିଳିଛି। ତେବେ ଉପନିର୍ବାଚନରେ ପ୍ରଥମ ବିଜୟ ହାସଲ କରି ରାଜ୍ୟ ବିଜେପି ୨୦୨୪ରେ ସରକାର ଗଠନ କରିବାର କଥା କହୁଛି। ଯାହାକୁ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।

ଉପନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ସେ ଆସନ ବିଜେପିର ଥିଲା। ସ୍ବର୍ଗତ ବିଷ୍ଣୁ ସେଠୀ ଜଣେ ଲୋକ ପ୍ରିୟ ବିଧାୟକ ଥିଲେ। ତେଣୁ ସେ ସିଟ୍‌ରେ ତାଙ୍କ ପୁଅଙ୍କ ସପକ୍ଷରେ ଜନମତ ରହିଲା।ଏହାଛଡ଼ା ଯିଏ ବିଧାୟକ ଥିଲେ ସେଠି ଲୋକେ ତାଙ୍କୁ ଭଲ ପାଉଥିଲେ  ଏବଂ ତାଙ୍କ ପୁଅ ମଧ୍ୟ ମିଷ୍ଟ ଭାଷୀ, ସରଳ ପ୍ରକୃତିର । ତାହା ବି ଭୋଟରଙ୍କ ଉପରେ ପ୍ରଭାବ ପକାଇଛି । ହେଲେ ନିଜ ଆସନକୁ ଜିତି ୨୦୨୪ରେ ରାଜ୍ୟରେ ସରକାର ଗଠନ କଥା କହିବା ବିଜେପିର ଦିବାସ୍ୱପ୍ନ। ଏଭଳି ମନ୍ତବ୍ୟ ଦେଉଥିବା ଲୋକଙ୍କ ଉପରେ ଆମେ କଣ ଟିପ୍ପଣି ଦେବା ବୋଲି ନରସିଂହ କହିଛନ୍ତି।

ଅନ୍ୟପଟେ ଧାମନଗରରେ କଂଗ୍ରେସ ଅମାନତ ହରେଇବାକୁ ନେଇ ଦଳୀୟ ନେତୃତ୍ବଙ୍କ ବିରୁଦ୍ଧରେ ଅସନ୍ତୋଷ ଜାହିର କରିଛନ୍ତି ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ, ଉପନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ଅତି ନୈରାଶ୍ୟ ଜନକ । କଂଗ୍ରେସର ପ୍ରଦର୍ଶନ ମୋତେ ନିରାଶ କରିଛି। ମୁଁ କେବେ ଭାବିନଥିଲି କଂଗ୍ରେସ ୩,୫୦୦ ଭୋଟ ପାଇବ। ଗଲା ଥର ଯେତିକି ପାଇଥିଲୁ ତାର ଅଧାରୁ ବି କମ ଭୋଟ ଆମକୁ ମିଳିଛି । ତେଣୁ କଂଗ୍ରେସ ଦଳର ନେତୃବୃନ୍ଦ ଓ ହାଇକମାଣ୍ଡ ସମସ୍ତେ ଏହାକୁ ଗୁରୁତର ସହ ନେବା କଥା।କେଉଁଠି ଭୁଲ ରହିଲା,ଦଳର ନୀତି ଆଦର୍ଶ ଭୁଲ ରହିଲା କି ନେତୃତ୍ୱରେ ଭୁଲ ରହିଲା କିମ୍ବା କାହାର ଅବହେଳା ହୋଇଛି ତୁରନ୍ତ ବୈଠକ ଡାକି ସମୀକ୍ଷା କରିବାର ଆବଶ୍ୟକତା ରହିଛି । ନଚେତ ଆଗାମୀ ଦିନରେ କଂଗ୍ରେସ ନିଶ୍ଚିହ୍ନ ହୋଇ ଯାଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର