ବଢ଼ିବ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ : ଏଣିକି ଓଡ଼ିଆ ଭାଷାରେ ବି ହେବ ଓସିଏସ୍‍ ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର : ଏଣିକି ଓଡ଼ିଆ ଭାଷାରେ ବି ଛାତ୍ରଛାତ୍ରୀ ଓସିଏସ(ଓଡ଼ିଶା ପ୍ରଶାସନିକ ସେବା) ପରୀକ୍ଷା ଦେଇ ପାରିବେ। ଓସିଏସ୍‍ର ପ୍ରିଲିମ୍‍, ମେନ୍‍ ଓ ଇଣ୍ଟରଭ୍ୟୁ (ସାକ୍ଷାତକାର) ଆଦି ଓଡ଼ିଆରେ ହେବ। ପ୍ରଶ୍ନ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ। ପରୀକ୍ଷାର୍ଥୀ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ। ୟୁପିଏସସି ଢାଞ୍ଚାରେ ହିଁ ସମସ୍ତ ପରୀକ୍ଷା ଆୟୋଜନ ହେବ। ସରକାରୀ ସ୍ତରରେ ଏନେଇ ନିଷ୍ପତ୍ତି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସସିକୁ ମଧ୍ୟ […]

ଭୁବନେଶ୍ୱର : ଏଣିକି ଓଡ଼ିଆ ଭାଷାରେ ବି ଛାତ୍ରଛାତ୍ରୀ ଓସିଏସ(ଓଡ଼ିଶା ପ୍ରଶାସନିକ ସେବା) ପରୀକ୍ଷା ଦେଇ ପାରିବେ। ଓସିଏସ୍‍ର ପ୍ରିଲିମ୍‍, ମେନ୍‍ ଓ ଇଣ୍ଟରଭ୍ୟୁ (ସାକ୍ଷାତକାର) ଆଦି ଓଡ଼ିଆରେ ହେବ। ପ୍ରଶ୍ନ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ। ପରୀକ୍ଷାର୍ଥୀ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ। ୟୁପିଏସସି ଢାଞ୍ଚାରେ ହିଁ ସମସ୍ତ ପରୀକ୍ଷା ଆୟୋଜନ ହେବ। ସରକାରୀ ସ୍ତରରେ ଏନେଇ ନିଷ୍ପତ୍ତି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସସିକୁ ମଧ୍ୟ ମାର୍ଗଦର୍ଶିକା ଜାରି ହୋଇଛି। ମାର୍ଗଦର୍ଶିକା ଅନୁଯାୟୀ ମେନ୍‍ ପରୀକ୍ଷା ଢାଞ୍ଚାରେ ବି ପରିବର୍ତ୍ତନ ହେବ। ଇଂରାଜୀରେ ରଚନା ୨ଶହ ମାର୍କର ହେବାକୁ ଥିବାବେଳେ ୪ଟି ପେପର୍‍ରେ ସାଧାରଣ ଜ୍ଞାନ ବିଭାଗର ପରୀକ୍ଷା ହେବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

୩ଶହ ଲେଖାଏଁ ୪ଟି ସାଧାରଣ ଜ୍ଞାନ ବିଷୟକୁ ମୋଟ୍‍ ୧୨ଶହ, ଅପ୍ସନାଲ୍‍ ପେପର୍‍ ପ୍ରଥମ ଓ ଦ୍ୱିତୀୟରେ ୩ଶହ ଲେଖାଏଁ ମୋଟ୍‍ ୬ଶହ ମାର୍କର ପରୀକ୍ଷା ହେବ। ମେନ୍‍ ପରୀକ୍ଷା ସମୁଦାୟ ୨ ହଜାର ସହ ସାକ୍ଷାତକାର ୨୫୦ ମାର୍କ ସମ୍ବଳିତ ହେବ। ସେହିପରି ମେନ୍‍ର ବିଭିନ୍ନ ବିଷୟର ପ୍ରଶ୍ନ ପାଇଁ ଓଡ଼ିଆରେ ମଧ୍ୟ ଉତ୍ତର ଲେଖାଯାଇ ପାରିବ। ଯାହାକି ପୂର୍ବରୁ ଓଡ଼ିଆ ଭାଷାକୁ ବାଦ୍‍ ଦେଲେ ଅନ୍ୟ ବିଷୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ନ ଥିଲା। ପରୀକ୍ଷାର୍ଥୀ ମାନେ ଉଭୟ ଭାଷାର ପ୍ରଶ୍ନପତ୍ର ପାଇବେ ଓ ଉଭୟ ଭାଷାରେ ଉତ୍ତର ମଧ୍ୟ ଲେଖିପାରିବେ। ବହୁ ପୂର୍ବରୁ ଓଡ଼ିଆରେ ଓଏଏସ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

୧୯୮୦ ମସିହାରୁ ସର୍ବଭାରତୀୟ ପ୍ରଶାସନିକ ସେବାରେ ବହୁ ଭାଷାରେ ପରୀକ୍ଷା ହେଇ ଆସୁଥିବା ବେଳେ ଏବେ ୨୨ଟି ଭାଷାରେ ପରୀକ୍ଷା ହେଉଛି। କିନ୍ତୁ ଓଡ଼ିଶା ପ୍ରଶାସନିକ ସେବା ବା ଓସିଏସ ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁ ନ ଥିଲା। ଏନେଇ ଭାଷା ପ୍ରେମୀଙ୍କ ପକ୍ଷରୁ ୨୦୧୧ରେ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା। ଯାହାର ଶୁଣାଣି କରି କୋର୍ଟ ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଆସିଥିଲା। ମାତ୍ର ତାହା କାର୍ଯ୍ୟକାରୀ ହୋଇପାରିନଥିଲା। ବର୍ତ୍ତମାନ ସ୍ଥିତିରେ ଏହାକୁ ଲାଗି ଯାଉଥିବା ବେଳେ ପଛୁଆ ଓ ଆଦିବାସୀ ଅଞ୍ଚଳର ମେଧାବୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

୨୦୧୭ରେ ଓଡ଼ିଆ ଭାଷାରେ ଲେଖିବା ପାଇଁ ଅନୁମତି ଥିଲେ ମଧ୍ୟ ସଚେତନତା ଅଭାବରୁ ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇପାରିନଥିଲେ। ତେବେ ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଆଶାୟୀଙ୍କ କହିବା ଅନୁଯାୟୀ କିଛି ପିଲାଙ୍କ ପାଇଁ ଇଂରାଜୀ ଭାଷାରେ ପ୍ରଶାସନିକ ପରୀକ୍ଷା ଦେବା ଏକ ବାଧକ ହେଉଥିଲା। ଅନ୍ତତଃପକ୍ଷେ ଏବେ ସେମାନଙ୍କ ଆତ୍ମବିଶ୍ୱାସ ବଢ଼଼ିବ। ସେହିପରି ଓପିଏସସି ପୂର୍ବ ଭଳି ପରୀକ୍ଷାର୍ଥୀଙ୍କ ମାର୍କ ସାର୍ବଜନୀନ କରିବା ପାଇଁ ମଧ୍ୟ ଆଶାୟୀଙ୍କ ମହଲରେ ଦାବି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର