ପ୍ରଶଂସକଙ୍କ ପାଇଁ ଖୁସି ଖବର: ୧୫ ଦିନ ପରେ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ଫେରିଲା ଚେତା

The Sakala Picture
Published On

ନୂଆଦିଲ୍ଲୀ: କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ରାଜୁ ଶ୍ରୀବାସ୍ତବଙ୍କ ଫେରିଲା ଚେତା । ଦୀର୍ଘ ୧୫ ଦିନ ପରେ ଫେରିଲା ଲୋକପ୍ରିୟ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଚେତା। ହସ୍ପିଟାଲରେ ଦୀର୍ଘ ଦିନ ହେଲା ମୃତ୍ୟୁ ସହ ସଂଘର୍ଷ କରୁଥିବା ରାଜୁ ଏବେ ହୋସ୍‌କୁ ଆସିଛନ୍ତି। ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ତାଙ୍କ ପର୍ସନାଲ ସେକ୍ରେଟାରୀ ଗର୍ବିତ ନାରଙ୍ଗ ଏହି ସୂଚନା ଦେଇଛନ୍ତି। ଗର୍ବିତଙ୍କ କହିବାନୁସାରେ, ରାଜୁ ଶ୍ରୀବାସ୍ତବଙ୍କର ଆଜି […]

ନୂଆଦିଲ୍ଲୀ: କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ରାଜୁ ଶ୍ରୀବାସ୍ତବଙ୍କ ଫେରିଲା ଚେତା । ଦୀର୍ଘ ୧୫ ଦିନ ପରେ ଫେରିଲା ଲୋକପ୍ରିୟ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଚେତା। ହସ୍ପିଟାଲରେ ଦୀର୍ଘ ଦିନ ହେଲା ମୃତ୍ୟୁ ସହ ସଂଘର୍ଷ କରୁଥିବା ରାଜୁ ଏବେ ହୋସ୍‌କୁ ଆସିଛନ୍ତି। ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ତାଙ୍କ ପର୍ସନାଲ ସେକ୍ରେଟାରୀ ଗର୍ବିତ ନାରଙ୍ଗ ଏହି ସୂଚନା ଦେଇଛନ୍ତି। ଗର୍ବିତଙ୍କ କହିବାନୁସାରେ, ରାଜୁ ଶ୍ରୀବାସ୍ତବଙ୍କର ଆଜି ସକାଳ ୮.୧୦ରେ ହୋସ୍‌ ଆସିଛି। ଏହା ପରେ ୯ଟା ବେଳେ ଡାକ୍ତରଙ୍କ ଟିମ୍‌ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଯାଞ୍ଚ କରିଥିଲେ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସୂଚନାଯୋଗ୍ୟ, ୧୦ ଅଗଷ୍ଟରେ ଜିମରେ ବ୍ୟାୟମ କରିବା ବେଳେ ହୃଦଘାତର ଶିକାର ହୋଇଥିଲେ ଏବଂ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ରାଜୁ ପ୍ରାୟ ୧୫ ଦିନ ଚେତାଶୂନ୍ୟ ହୋଇପଡିଥିଲେ ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ଏବେ ରାଜୁଙ୍କ ଚିକିତ୍ସା ପାଇଁ ଡାକ୍ତରମାନେ ନ୍ୟୁରୋଫିଜିଓଥେରାରିର ସହାୟତା ନେଉଛନ୍ତି। ତାଙ୍କ ମନସିକ ସ୍ଥିତିରେ ମଧ୍ୟ ସୁଧାର ଆଣିବା ପାଇଁ ଡାକ୍ତରମାନେ ତାଙ୍କୁ ଅମିତାଭ ବଚ୍ଚନଙ୍କ ଭଏସ୍‌ ଶୁଣାଉଛନ୍ତି। ପ୍ରଥମେ ରାଜୁଙ୍କ ବ୍ରେନ୍‌ ଡେଡ୍‌ ଓ ପରେ ସେ କୋମାରେ ଥିବା ସୂଚନା ମିଳିଥିଲା। ବର୍ତ୍ତମାନ ସଦ୍ୟତମ ରିପୋର୍ଟ ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର