ଜାଣନ୍ତୁ ବର୍ଷା ଋତୁରେ କିପରି ନେବେ ଶିଶୁଙ୍କ ସ୍ବାସ୍ଥ୍ୟର ଯତ୍ନ

The Sakala Picture
Published On

ସାଧାରଣତଃ ବର୍ଷାଦିନେ ପିଲାମାନଙ୍କୁ ଥଣ୍ଡା, ଜ୍ବର, କାଶ, ଝାଡ଼ାବାନ୍ତି ପରି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଚର୍ମ ଓ ଶ୍ବାସଜନିତ ଆଲର୍ଜି ମଧ୍ୟ ଏହି ଋତୁରେ ଦେଖାଯାଏ। ପରିବେଶରେ ଥିବା ଅତ୍ୟଧିକ ଆର୍ଦ୍ରତା ଯୋଗୁଁ ତ୍ବଚାରେ ବିଭିନ୍ନ ପ୍ରକାର ଫଙ୍ଗାଲ୍ ସଂକ୍ରମଣ ମଧ୍ୟ ହୋଇଥାଏ। ବର୍ଷାଦିନରେ ଦୂଷିତ ପରିବେଶ ଓ ମଶା ପାଇଁ ଜଣ୍ଡିସ୍, ଟାଇଫଏଡ୍‌, ଡେଙ୍ଗୁ ଓ ମ୍ୟାଲେରିଆ ହେବାର ଆଶଙ୍କା ମଧ୍ୟ ବଢ଼ିଯାଏ। ତେଣୁ ଏସବୁ କ୍ଷେତ୍ରରେ ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। […]

ସାଧାରଣତଃ ବର୍ଷାଦିନେ ପିଲାମାନଙ୍କୁ ଥଣ୍ଡା, ଜ୍ବର, କାଶ, ଝାଡ଼ାବାନ୍ତି ପରି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଚର୍ମ ଓ ଶ୍ବାସଜନିତ ଆଲର୍ଜି ମଧ୍ୟ ଏହି ଋତୁରେ ଦେଖାଯାଏ। ପରିବେଶରେ ଥିବା ଅତ୍ୟଧିକ ଆର୍ଦ୍ରତା ଯୋଗୁଁ ତ୍ବଚାରେ ବିଭିନ୍ନ ପ୍ରକାର ଫଙ୍ଗାଲ୍ ସଂକ୍ରମଣ ମଧ୍ୟ ହୋଇଥାଏ। ବର୍ଷାଦିନରେ ଦୂଷିତ ପରିବେଶ ଓ ମଶା ପାଇଁ ଜଣ୍ଡିସ୍, ଟାଇଫଏଡ୍‌, ଡେଙ୍ଗୁ ଓ ମ୍ୟାଲେରିଆ ହେବାର ଆଶଙ୍କା ମଧ୍ୟ ବଢ଼ିଯାଏ। ତେଣୁ ଏସବୁ କ୍ଷେତ୍ରରେ ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

ଶିଶୁଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଯୋଗୁଁ ଯେ କୌଣସି ରୋଗ ସେମାନଙ୍କଠାରେ ଶୀଘ୍ର ଓ ଅଧିକ ପରିମାଣରେ ଦେଖାଯାଏ। ତେଣୁ ଋତୁ ଅନୁଯାୟୀ ବିଶେଷ ଭାବେ ସେମାନଙ୍କର ସ୍ବାସ୍ଥ୍ୟର ଯତ୍ନ ନେବାକୁ ହୁଏ। ବର୍ଷାଋତୁରେ ଦେଖାଦେଉଥିବା ସଂକ୍ରାମକ ରୋଗଗୁଡ଼ିକ ମଧ୍ୟରୁ ସିଜନାଲ୍ ଫ୍ଲୁ ଓ କମନ୍ କୋଲ୍ଡ ଏକ ସାଧାରଣ କଥା। ଏହା ସାଧାରଣତଃ ଭାଇରସ୍‌ ଯୋଗୁଁ ନିଃଶ୍ବାସ ପ୍ରଶ୍ବାସ ଦ୍ବାରା ବ୍ୟାପିଥାଏ। ଜ୍ବର, ଛିଙ୍କ, ଥଣ୍ଡା, ମୁଣ୍ଡବିନ୍ଧା, ଗୋଡ଼ହାତ ବିନ୍ଧା ଏବଂ ହାଲିଆ ଲାଗିବା ହେଉଛି ଏହି ରୋଗର ଲକ୍ଷଣ। କିଛି ସାମାନ୍ୟ ଔଷଧ, ବିଶ୍ରାମ ଓ ଓଆର୍‌ଏସ୍‌ ଦ୍ରବଣ ଦ୍ବାରା ଏସବୁ ୩-୪ ଦିନ ମଧ୍ୟରେ ଭଲ ହୋଇଯାଉଥିଲେ ମଧ୍ୟ ପୁଷ୍ଟିହୀନ ଓ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ପିଲାଙ୍କ ପାଇଁ ଏହା ମାରାତ୍ମକ ହୋଇପାରେ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଗୁଜବକୁ ନେଇ ଭୟଭୀତ ହେବାର କାରଣ ନାହିଁ, ସ୍ପଷ୍ଟ କଲେ ଆଇଏମଡି ଡିଜି

ତେଣୁ ତୁରନ୍ତ ଶିଶୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ଅତି କମ୍ ବୟସର ଶିଶୁ, ଆଲର୍ଜି ଓ ପୁଷ୍ଟିହୀନ ପିଲାମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ବର୍ଷାଋତୁ ପୂର୍ବରୁ ଫ୍ଲୁ ଟିକା ନେଇପାରିବେ। କିନ୍ତୁ କମ୍ପ ହୋଇ ଅତ୍ୟଧିକ ଜ୍ବର ହେବା, ଆଖି ଓ ପରିସ୍ରା ହଳଦିଆ ଦେଖାଯିବା, ବାନ୍ତି ହେବା, ପେଟ କାଟିବା, ବିନା ଥଣ୍ଡାକାଶରେ ମୁଣ୍ଡ ବିନ୍ଧିବା, ଝାଡ଼ା ସାମାନ୍ୟ ନ ହେବା ଆଦି ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରି ଶିଶୁଙ୍କୁ ଔଷଧ ଦିଅନ୍ତୁ। କାରଣ ଏହା ଟାଇଫଏଡ୍‌, ଜଣ୍ଡିସ୍‌ କିମ୍ବା ମ୍ୟାଲେରିଆର କାରଣରୁ ହୋଇଥାଏ। ବର୍ଷାଦିନରେ ଶିଶୁଙ୍କୁ ଅଧିକ ଚର୍ମରୋଗ ଓ ଆଲର୍ଜି ଦେଖାଯାଏ। ତେଣୁ ଏହାର ପ୍ରତିକାର ପାଇଁ ବର୍ଷାଦିନ ପୂର୍ବରୁ ଶିଶୁ ଡାକ୍ତରଙ୍କୁ ସାକ୍ଷାତ କରି ଆଣ୍ଟି ଆଲର୍ଜି ଔଷଧ ଓ ସ୍କିନ୍‌ ଲୋସନ୍‌ କିଣି ରଖନ୍ତୁ, ଯାହା ଦ୍ବାରା ଆଲର୍ଜି ହେବା ସଙ୍ଗେ ସଙ୍ଗେ ଉପଚାର କରାଯାଇପାରିବ। ବର୍ଷାଦିନରେ ଡାଇରିଆ ଖୁବ୍‌ ଶୀଘ୍ର ବ୍ୟାପିଥାଏ। ତେଣୁ ବାହାର ଖାଦ୍ୟଠାରୁ ଶିଶୁଙ୍କ ଦୂରେଇ ରଖିବା ସହ ପାଣିକୁ ଫୁଟାଇ ଥଣ୍ଡା କରି ଶିଶୁଙ୍କୁ ଦିଅନ୍ତୁ।

ଆହୁରି ପଢ଼ନ୍ତୁ: ଉତ୍ତର ଆଣ୍ଡାମାନରେ ପଶିଲା ଘୂର୍ଣ୍ଣିବଳୟ; ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପ ସମ୍ଭାବନା, ୨୨ରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

ଔଷଧ ଅପେକ୍ଷା ଶିଶୁଙ୍କ ପାଇଁ ଘରୋଇ ପ୍ରତିକାର ଅଧିକ ଗୁରୁତ୍ବପୂର୍ଣ୍ଣ। ତେଣୁ ବର୍ଷାଦିନରେ ଶିଶୁଙ୍କ ଯତ୍ନ ପାଇଁ ମା’ମାନଙ୍କ ଦାୟିତ୍ବ ବଢ଼ି ଯାଇଥାଏ। ଘର ଚାରିପଟେ ପାଣି ଜମା ହୋଇ ରହିବାକୁ ଦିଅନ୍ତୁ ନାହିଁ। ଏହାଦ୍ବାରା ମଶାର ବଂଶ ବୃଦ୍ଧି ହୋଇଥାଏ। ତେଣୁ ସେସବୁ ସ୍ଥାନକୁ ପରିଷ୍କାର ରଖନ୍ତୁ। ବର୍ଷାଦିନରେ ଘର ଭିତର ସନ୍ତସନ୍ତିଆ ରହିବାରୁ ଜୀବାଣୁ ବୃଦ୍ଧି ପାଇଥାଏ। ତେଣୁ ଘର ଭିତରକୁ ମଧ୍ୟ ଶୁଖିଲା ଓ ପରିଷ୍କାର ରଖିବା ଆବଶ୍ୟକ। ପନିପରିବା ଆଣିବା ପରେ ଭଲଭାବେ ଧୁଅନ୍ତୁ। କାରଣ ଏଥିରେ ବହୁତ ଜୀବାଣୁ ରହିଥାଏ, ଯାହାକି ପେଟ ସମ୍ପର୍କିତ ସମସ୍ୟା ସୃଷ୍ଟି କରିଥାଏ। ବର୍ଷାଦିନେ ସାଧାରଣତଃ ଲୁଗାପଟା ଶୀଘ୍ର ଶୁଖି ନ ଥାଏ। ଏପରି ପୋଷାକ ପିଲାଙ୍କୁ ପିନ୍ଧାଇଲେ ତ୍ବଚା ସଂକ୍ରମଣ ହେବାର ଆଶଙ୍କା ଥାଏ। ତେଣୁ ଡେଟଲ୍‌ରେ ସଫା ହୋଇଥିବା ଏବଂ ସମ୍ପୂର୍ଣ୍ଣ ଶୁଖିଲା ପୋଷାକ ପିନ୍ଧାନ୍ତୁ।

ଗାଧୋଇବା ପାଇଁ ଉଷୁମ ପାଣି ସହିତ ସାଧାରଣ ଆଣ୍ଟିସେପ୍ଟିକ୍‌ ଡେଟଲ୍‌ କିମ୍ବା ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ କୌଣସି ଔଷଧୀୟ ସାବୁନ୍‌ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଘରେ ରନ୍ଧା ଯାଇଥିବା ଗରମ ଖାଦ୍ୟ ଶିଶୁଙ୍କୁ ଦେବା ସହ ଖେଳିବା ପାଇଁ ଅଧିକ ସମୟ ବାହାରକୁ ଛାଡ଼ନ୍ତୁ ନାହିଁ। ବାହାରେ ଖେଳିବାକୁ କିମ୍ବା ପାର୍କ ଆଦି ଗଲେ ଫୁଲ୍ ସାର୍ଟପ୍ୟାଣ୍ଟ ପିନ୍ଧାନ୍ତୁ। ବାହାରୁ ଆସିବା ପରେ ଶିଶୁର ଗୋଡ଼ ଓ ହାତ ଡେଟଲ୍‌ ଓ ସାବୁନ୍‌ରେ ଉଷୁମ ପାଣି ଦ୍ବାରା ଭଲ ଭାବେ ସଫା କରନ୍ତୁ ଏବଂ ସେ ପିନ୍ଧିଥିବା ପୋଷାକକୁ ବଦଳାଇ ଦିଅନ୍ତୁ। ସେମାନଙ୍କ ଶୋଇବା ରୁମ୍‌ର ତାପମାତ୍ରା ସାଧାରଣ ରଖନ୍ତୁ। ସନ୍ଧ୍ୟା ହେଲେ ମଶା ଓ ଅନ୍ୟାନ୍ୟ ବିଷାକ୍ତ କୀଟପତଙ୍ଗଠାରୁ ରକ୍ଷା ପାଇବା ପାଇଁ ପିଲାମାନଙ୍କ ରୁମ୍‌ର କବାଟ ଓ ଝରକା ବନ୍ଦ କରିବା ସହ ଅନ୍ୟ ଝରକାଗୁଡ଼ିକରେ ବର୍ଷାଦିନରେ ପ୍ଲାଷ୍ଟିକ୍‌ ଜାଲି ଲଗାଇ ପାରିବେ। ଆଲର୍ଜିରୁ ବର୍ତ୍ତିବା ପାଇଁ ମଶା କଏଲ୍‌ ବ୍ୟବହାର କରିବା ପରିବର୍ତ୍ତେ ମଶାରି ଟାଣନ୍ତୁ। ଅଦା, ହଳଦୀ, ତୁଳସୀ ଭଳି ହର୍ବାଲ୍‌ କାଢ଼ା ପିଇବାକୁ ଦିଅନ୍ତୁ ଏବଂ ଥଣ୍ଡା, ଜ୍ବର ଆଦି ଦୂର କରିବା ପାଇଁ କେତେକ ତୁଟୁକା ଚିକିତ୍ସା ଜାଣିରଖନ୍ତୁ। ଥଣ୍ଡା,କାଶ ଓ କଫ ବୃଦ୍ଧି କରୁଥିବା ଥଣ୍ଡାପାନୀୟ, ଫଳ ଓ ଖାଦ୍ୟ ପରିବର୍ତ୍ତେ ସୁପ୍‌ ଓ ବିଭିନ୍ନ ପ୍ରକାର ଉଷୁମ ଖାଦ୍ୟ ଦିଅନ୍ତୁ। ଖାଦ୍ୟକୁ ଘୋଡ଼ାଇ ରଖନ୍ତୁ ଏବଂ ପିଲାଙ୍କୁ ପ୍ରଚୁର ପାଣି ପିଇବାକୁ କୁହନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର