ଚିନ୍ତାରେ ବୈଜ୍ଞାନିକ: ପ୍ରଥମଥର ପାଇଁ ମନୁଷ୍ୟ ରକ୍ତରୁ ମିଳିଲା ମାଇକ୍ରୋପ୍ଲାଷ୍ଟିକ୍ କଣିକା

The Sakala Picture
Published On

ଏମଷ୍ଟରଡମ(ଏଜେନ୍ସି): ବିଶ୍ବରେ ପ୍ରଥମ ଥର ପାଇଁ ମନୁଷ୍ୟ ରକ୍ତରୁ ମାଇକ୍ରୋପ୍ଲାଷ୍ଟିକ ମିଳିଛି। ଏହା ବୈଜ୍ଞାନିକଙ୍କ ଚିନ୍ତା ବୃଦ୍ଧି କରିଛି। ବୈଜ୍ଞାନିକଙ୍କ ଅଧ୍ୟୟନ ଅନୁଯାୟୀ ଏହି କ୍ଷୁଦ୍ର କଣିକା ୮୦ ପ୍ରତିଶତ ଲୋକଙ୍କଠାରେ ମିଳିଛି। ଏହି ମାଇକ୍ରୋପ୍ଲାଷ୍ଟିକ ମନୁଷ୍ୟ ଶରୀରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବ । ଏହା ସହିତ ଅଙ୍ଗପ୍ରତ୍ୟଙ୍ଗରେ ଜମା ହୋଇ ରହିପାରିବ। ତେବେ ସ୍ବାସ୍ଥ୍ୟ ଉପରେ ଏହାର କି ପ୍ରଭାବ ପଡୁଛି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଏହା ଉପରେ ଅଧିକ ଗବେଷଣା […]

ଏମଷ୍ଟରଡମ(ଏଜେନ୍ସି): ବିଶ୍ବରେ ପ୍ରଥମ ଥର ପାଇଁ ମନୁଷ୍ୟ ରକ୍ତରୁ ମାଇକ୍ରୋପ୍ଲାଷ୍ଟିକ ମିଳିଛି। ଏହା ବୈଜ୍ଞାନିକଙ୍କ ଚିନ୍ତା ବୃଦ୍ଧି କରିଛି। ବୈଜ୍ଞାନିକଙ୍କ ଅଧ୍ୟୟନ ଅନୁଯାୟୀ ଏହି କ୍ଷୁଦ୍ର କଣିକା ୮୦ ପ୍ରତିଶତ ଲୋକଙ୍କଠାରେ ମିଳିଛି। ଏହି ମାଇକ୍ରୋପ୍ଲାଷ୍ଟିକ ମନୁଷ୍ୟ ଶରୀରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବ । ଏହା ସହିତ ଅଙ୍ଗପ୍ରତ୍ୟଙ୍ଗରେ ଜମା ହୋଇ ରହିପାରିବ। ତେବେ ସ୍ବାସ୍ଥ୍ୟ ଉପରେ ଏହାର କି ପ୍ରଭାବ ପଡୁଛି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଏହା ଉପରେ ଅଧିକ ଗବେଷଣା ଜାରି ରହିଛି | ଗବେଷକମାନେ ଏହାକୁ ନେଇ ବହୁତ ଚିନ୍ତିତ ଅଛନ୍ତି । କାରଣ ଗବେଷଣାଗାରରେ ମାଇକ୍ରୋପ୍ଲାଷ୍ଟିକ ମଧ୍ୟଷ କୋଷିକା ପ୍ରତି କ୍ଷତି ପହଞ୍ଚାଇଥିଲା। ଏହା ପୂର୍ବରୁ ବାୟୁ ପ୍ରଦୂଷଣର କଣିକା ଗୁଡିକ ନିଶ୍ବାସପ୍ରଶ୍ବାସ ଦେଇ ଶରୀର ମଧ୍ୟରେ ପ୍ରବେଶ କରିଥାଏ ବୋଲି ଜଣାପଡିଥିଲା। ଏଥୁଯୋଗୁଁ ପ୍ରତି ବର୍ଷ ବିଶ୍ବର ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ପ୍ରତିଦିନ ପରିବେଶରେ ଅନେକ ପ୍ଲାଷ୍ଟିକ ଆର୍ବଜନା ପକାଯାଉଛି ଏବଂ ମାଇକ୍ରୋପ୍ଲାଷ୍ଟିକ ସମ୍ପୂର୍ଣ ପୃଥ୍ବୀକୁ ପ୍ରଦୂଷିତ କରୁଛି । ବିଶ୍ବର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟରୁ ମଧ୍ୟ ମାଇକ୍ରୋପ୍ଲାଷ୍ଟିକ ମିଳିଥିଲା। ଏହା ସମୁଦ୍ରର ସବୁଠାରୁ ଗଭୀରତମ ସ୍ଥାନରେ ମଧ୍ୟ ପହଞ୍ଚି ସାରିଛି। ଖାଇବା, ପିଇବା ଏବଂ ଶ୍ଵାସକ୍ରିୟା ମାଧ୍ୟମରେ ମନଷ୍ୟ ଶରୀରରେ ଏହି ଛୋଟ ଛୋଟ କଣିକା ଗୁଡିକୁ ମଧ୍ୟ ପ୍ରବେଶ କରିଥାଏ | ଏହି କଣିକାଗୁଡିକୁ ଶିଶୁ ଏବଂ ବୟସ୍କଙ୍କ ମୁହଁରୁ ମଧ୍ୟ ଚିହ୍ନଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ବୈଜ୍ଞାନିକମାନେ ଯାଞ୍ଚ ସମୟରେ ୨୨ ଜଣ ଅଜ୍ଞାତ ରକ୍ତଦାତାଙ୍କ ନମୁନା ପରୀକ୍ଷା କରିଥିଲେ। ଏମାନଙ୍କ ମଧ୍ୟରୁ ୧୭ ଜଣଙ୍କ ନମୁନାରୁ ମାଇକ୍ରୋପ୍ଲାଷ୍ଟିକ ମିଳିଥିଲା ଏଥୁରୁ ଅଧା ନମୁନାରେ ପିଇଟି ପ୍ଲାଷ୍ଟିକ ମିଳିଥିଲା ଏହାକୁ ଡ୍ରିଙ୍କସ ବୋତଲରେ ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ ଯାଞ୍ଚରେ ଏକ ତୃତୀୟାଂଶ ଲୋକଙ୍କ ଶରୀରରେ ପଲିଷ୍ଟିରିନି ମିଳିଥିଲା। ଏହାକୁ ଖାଦ୍ୟପଦାର୍ଥ ପ୍ୟାକେଜିଂ ଏବଂ ଅନ୍ୟ ଉତ୍ପାଦରେ ବ୍ୟବହାର କରାଯାଇଥାଏ। ଏକ ଚତୁର୍ଥାଶଂ ରକ୍ତ ନମୁନାରୁ ପଲିଥିଲିନି ମଧ୍ୟ ମିଳିଥିଲା। ଏହା ସାହାଯ୍ୟରେ ପ୍ଲାଷ୍ଟିକ ବ୍ୟାଗ ତିଆରି କରାଯାଇଥାଏ। ଏହି ଗବେଷଣା ବିଷୟରେ ପ୍ରଫେଶର ଡିଖ ବେଥାକ କହିଛନ୍ତି ଯେ ରକ୍ତରେ ପଲିମର କଣିକା ରହିଛି ବୋଲି ଏହି ଯାଞ୍ଚରୁ ଜାଣିବାକୁ ମିଳିଛି। ଏହା ଏକ ଗୁରୁତ୍ବପୂର୍ଣ୍ଣ ସନ୍ଧାନ। ଏବେ ଏହା ଅଧିକ ଯାଞ୍ଚ କରିବା ପାଇଁ ବୈଜ୍ଞାନିକମାନେ ଆଲୋଚନା କରୁଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର