Viral Video: ବାହାଘରରେ କନିଆର ଏମିତି ନାଚ ଦେଖି ଭଡ଼କିଲେ ଲୋକେ! କହିଲେ- 'ଖରାପ ହୋଇପାରେ ମାହୋଲ'

Tapas Ranjan Nanda Picture
Published On

ବାହାଘର ମାନେ ନାଚଗୀତ, ମଉଜ-ମସ୍ତି ଏବଂ ଖୁସିର ମାହୋଲ। ଆଜିକାଲି ବାହାଘରରେ କେବଳ ବନ୍ଧୁବାନ୍ଧବ ନୁହେଁ, ବର-କନିଆଁ ମଧ୍ୟ ମନ ଖୋଲି ନାଚୁଥିବାର ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ କନିଆଁ ମଞ୍ଚ ଉପରକୁ ଯିବା ପୂର୍ବରୁ ରାସ୍ତାରେ ହିଁ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି। କିନ୍ତୁ କନିଆଁଙ୍କ ଏହି ଅନ୍ଦାଜକୁ ଦେଖି କିଛି ଲୋକ ଆଶ୍ଚର୍ଯ୍ୟ ହେବା ସହ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ଭାଇରାଲ ‘ମ୍ୟାନଗ୍ରୋଭ ମନଷ୍ଟର’ ଭିଡିଓର ସତ୍ୟତା; ଜାଣନ୍ତୁ କ’ଣ ଏହି ବିଚିତ୍ର ଜୀବ?

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, କନିଆଁ ତାଙ୍କ ଭଉଣୀ ଏବଂ ସାଙ୍ଗମାନଙ୍କ ସହ ମଞ୍ଚ ଆଡକୁ ଯାଉଛନ୍ତି। ଏହି ସମୟରେ ସେ ଏତେ ଖୁସି ଅଛନ୍ତି ଯେ ରାସ୍ତାରେ ହିଁ ବିନ୍ଦାସ ହୋଇ ନାଚିବା ଆରମ୍ଭ କରୁଛନ୍ତି। ତାଙ୍କର ଏହି ଜୋସ୍ ଦେଖି ସାଥୀରେ ଥିବା ସାଙ୍ଗମାନେ ମଧ୍ୟ ନାଚିବାକୁ ଲାଗୁଛନ୍ତି। କିଛି ସମୟ ପାଇଁ ବାହାଘରର ପରିବେଶ ଏକ ଡ୍ୟାନ୍ସ ପାର୍ଟିରେ ପରିଣତ ହେଉଛି। ଯଦିଓ ଆଜିକାଲି ଏହା ସାଧାରଣ କଥା, ତଥାପି କିଛି ନେଟିଜେନ୍ସ ଏହାକୁ ନେଇ ଭିନ୍ନ ମତ ପୋଷଣ କରିଛନ୍ତି।

ଆହୁରି ପଢ଼ନ୍ତୁ: Blogger Vs Vlogger: ବ୍ଲଗର୍ କିଏ ଏବଂ ଭ୍ଲଗର୍ କିଏ? ଜାଣନ୍ତୁ ଏମାନଙ୍କ ମଧ୍ୟରେ ଥିବା ପ୍ରକୃତ ଫରକ

ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବର ଟ୍ୱିଟର) ରେ @renuy305 ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓ ସେୟାର କରି କ୍ୟାପସନରେ ଲେଖାଯାଇଛି, “ଘରଲୋକ ଓ ବରଯାତ୍ରୀଙ୍କୁ ନିବେଦନ ଯେ ଯେତେ ଶୀଘ୍ର ପାରୁଛନ୍ତି ଖାଇ ନିଅନ୍ତୁ, କାରଣ କନିଆଁଙ୍କ ଏଭଳି ହରକତ ଯୋଗୁଁ ଯେକୌଣସି ମୁହୂର୍ତ୍ତରେ ମାହୋଲ ଖରାପ ହୋଇପାରେ।”

ମାତ୍ର ୩୪ ସେକେଣ୍ଡର ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୫ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି। ଭିଡିଓ ଦେଖିବା ପରେ ଲୋକମାନେ ନାନା ପ୍ରକାରର ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, “ଏସବୁ ଦେଖିବା ପୂର୍ବରୁ କିଏ ତାଙ୍କୁ ବାହା ହେଉଛି?” ଅନ୍ୟ ଜଣେ ଲେଖିଛନ୍ତି, “କନିଆଁଙ୍କ ହରକତ ଦେଖି ବରଯାତ୍ରୀଙ୍କୁ ଫୁଲ୍ ସ୍ପିଡ୍ ମୋଡକୁ ଆସିବାକୁ ପଡିବ, ନହେଲେ ବାହାଘରର ମଜା ଆଡଭେଞ୍ଚର ବନିଯିବ।”

04 Feb 2026 By Tapas Ranjan Nanda

Viral Video: ବାହାଘରରେ କନିଆର ଏମିତି ନାଚ ଦେଖି ଭଡ଼କିଲେ ଲୋକେ! କହିଲେ- 'ଖରାପ ହୋଇପାରେ ମାହୋଲ'

ବାହାଘର ମାନେ ନାଚଗୀତ, ମଉଜ-ମସ୍ତି ଏବଂ ଖୁସିର ମାହୋଲ। ଆଜିକାଲି ବାହାଘରରେ କେବଳ ବନ୍ଧୁବାନ୍ଧବ ନୁହେଁ, ବର-କନିଆଁ ମଧ୍ୟ ମନ ଖୋଲି ନାଚୁଥିବାର ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ କନିଆଁ ମଞ୍ଚ ଉପରକୁ ଯିବା ପୂର୍ବରୁ ରାସ୍ତାରେ ହିଁ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି। କିନ୍ତୁ କନିଆଁଙ୍କ ଏହି ଅନ୍ଦାଜକୁ ଦେଖି କିଛି ଲୋକ ଆଶ୍ଚର୍ଯ୍ୟ ହେବା ସହ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, କନିଆଁ ତାଙ୍କ ଭଉଣୀ ଏବଂ ସାଙ୍ଗମାନଙ୍କ ସହ ମଞ୍ଚ ଆଡକୁ ଯାଉଛନ୍ତି। ଏହି ସମୟରେ ସେ ଏତେ ଖୁସି ଅଛନ୍ତି ଯେ ରାସ୍ତାରେ ହିଁ ବିନ୍ଦାସ ହୋଇ ନାଚିବା ଆରମ୍ଭ କରୁଛନ୍ତି। ତାଙ୍କର ଏହି ଜୋସ୍ ଦେଖି ସାଥୀରେ ଥିବା ସାଙ୍ଗମାନେ ମଧ୍ୟ ନାଚିବାକୁ ଲାଗୁଛନ୍ତି। କିଛି ସମୟ ପାଇଁ ବାହାଘରର ପରିବେଶ ଏକ ଡ୍ୟାନ୍ସ ପାର୍ଟିରେ ପରିଣତ ହେଉଛି। ଯଦିଓ ଆଜିକାଲି ଏହା ସାଧାରଣ କଥା, ତଥାପି କିଛି ନେଟିଜେନ୍ସ ଏହାକୁ ନେଇ ଭିନ୍ନ ମତ ପୋଷଣ କରିଛନ୍ତି।

ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବର ଟ୍ୱିଟର) ରେ @renuy305 ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓ ସେୟାର କରି କ୍ୟାପସନରେ ଲେଖାଯାଇଛି, “ଘରଲୋକ ଓ ବରଯାତ୍ରୀଙ୍କୁ ନିବେଦନ ଯେ ଯେତେ ଶୀଘ୍ର ପାରୁଛନ୍ତି ଖାଇ ନିଅନ୍ତୁ, କାରଣ କନିଆଁଙ୍କ ଏଭଳି ହରକତ ଯୋଗୁଁ ଯେକୌଣସି ମୁହୂର୍ତ୍ତରେ ମାହୋଲ ଖରାପ ହୋଇପାରେ।”

ମାତ୍ର ୩୪ ସେକେଣ୍ଡର ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୫ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି। ଭିଡିଓ ଦେଖିବା ପରେ ଲୋକମାନେ ନାନା ପ୍ରକାରର ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, “ଏସବୁ ଦେଖିବା ପୂର୍ବରୁ କିଏ ତାଙ୍କୁ ବାହା ହେଉଛି?” ଅନ୍ୟ ଜଣେ ଲେଖିଛନ୍ତି, “କନିଆଁଙ୍କ ହରକତ ଦେଖି ବରଯାତ୍ରୀଙ୍କୁ ଫୁଲ୍ ସ୍ପିଡ୍ ମୋଡକୁ ଆସିବାକୁ ପଡିବ, ନହେଲେ ବାହାଘରର ମଜା ଆଡଭେଞ୍ଚର ବନିଯିବ।”

https://www.thesakala.in/viral-video/viral-video-bride-dance-wedding-netizens-funny-reactions/article-44403
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp