ବିଶ୍ବର ପ୍ରଥମ ଶତପ୍ରତିଶତ ପରିବେଶ ଅନୁକୂଳ ଇଲେକ୍ଟ୍ରିକ୍ କାର୍

The Sakala Picture
Published On

ପରିବେଶ ପ୍ରଦୂଷଣ ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଇଞ୍ଜିନ୍ ଚାଳିତ ଗାଡ଼ି ମଟରର ବ୍ୟବହାର ମଧ୍ୟ ବହୁଳ ମାତ୍ରାରେ ବଢ଼ିଯାଇଛି। ଏହା ପରିବେଶ ପ୍ରଦୁଷଣ ଏକ ପ୍ରମୁଖ କାରଣ କହିଲେ ଅତ୍ୟୁକ୍ତି ହେବନାହିଁ । ଏହାକୁ ରୋକିବା ପାଇଁ ସଚେତନତା ସାଙ୍ଗକୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି। ଏହି କ୍ରମରେ କେରଳର ଥୁଅନନ୍ତପୁରମ୍‌ର ଇଞ୍ଜିନିୟରିଂ ଛାତ୍ରମାନେ ବିଶ୍ବର ପ୍ରଥମ ଶତପ୍ରତିଶତ ଏକ ପରିବେଶ ଅନୁକୂଳ ଇଲେଟ୍ରିକ୍ କାର୍ ତିଆରି […]

ପରିବେଶ ପ୍ରଦୂଷଣ ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଇଞ୍ଜିନ୍ ଚାଳିତ ଗାଡ଼ି ମଟରର ବ୍ୟବହାର ମଧ୍ୟ ବହୁଳ ମାତ୍ରାରେ ବଢ଼ିଯାଇଛି। ଏହା ପରିବେଶ ପ୍ରଦୁଷଣ ଏକ ପ୍ରମୁଖ କାରଣ କହିଲେ ଅତ୍ୟୁକ୍ତି ହେବନାହିଁ । ଏହାକୁ ରୋକିବା ପାଇଁ ସଚେତନତା ସାଙ୍ଗକୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି। ଏହି କ୍ରମରେ କେରଳର ଥୁଅନନ୍ତପୁରମ୍‌ର ଇଞ୍ଜିନିୟରିଂ ଛାତ୍ରମାନେ ବିଶ୍ବର ପ୍ରଥମ ଶତପ୍ରତିଶତ ଏକ ପରିବେଶ ଅନୁକୂଳ ଇଲେଟ୍ରିକ୍ କାର୍ ତିଆରି କରିଛନ୍ତି। ଏହାକୁ ବାଉଁଶ ଓ ଇଲେକ୍ଟ୍ରିରେ ନିର୍ମାଣ କରାଯାଇଛି। ବାଉଁଶରୁ କାର ତିଆରି କରିବାର କଳ୍ପନା କଲେଜ ପ୍ରଫେସର ଡ ଅନିଶ କେ. ଜନ୍‌ଙ୍କର ଥିଲା, ଯାହାକୁ ଛାତ୍ରମାନେ ବାସ୍ତବ ରୂପ ଦେଇଛନ୍ତି । ଇକୋ-ମାରାଥନ୍ ପ୍ରତିଯୋଗିତାରେ ଭାଗ ନେବାକୁ ଛାତ୍ରମାନେ ଏହି କାର୍ ତିଆରି କରିଥିଲେ । ଏହି ପ୍ରତିଯୋଗିତା ଛାତ୍ରମାନଙ୍କୁ ନୂତନ ଉଦ୍ଭାବନ କରିବାକୁ ଉତ୍ସାହିତ କରେ। ବାର୍ଟନ ହିଲ୍ ସରକାରୀ ଇଂଜିନିୟରିଂ କଲେଜର ଛାତ୍ରମାନଙ୍କୁ ଏହି ପରିବେଶ ଅନୁକୂଳ କାର୍ ପାଇଁ ସର୍କୁଲାର ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଉକ୍ତ କାର୍‌ଟି ଏକ ପରିବେଶ ଅନୁକୂଳ ମଡେଲ୍‌ର ଏକ ପ୍ରୋଟୋଟାଇପ୍ ଅଟେ। ଅନୁସନ୍ଧାନକାରୀ ଦଳ କହିଛନ୍ତି ଯେ, ବର୍ତ୍ତମାନ କାର୍ ଚେଚିସ୍‌ ର ଉନ୍ନତି ପାଇଁ ଉଦ୍ୟମ କରାଯାଉଛି । ଆଧୁନିକ ଶୈଳୀରେ ଏହି କାର୍‌ଟିକୁ ନିର୍ମାଣ କରାଯିବ। ଦୁଇ ସିଟ୍ ବିଶିଷ୍ଟ ବାଉଁଶ କାର ତିଆରି କରାଯାଇ ଏଥିରେ ବାଉଁଶ କପଡ଼ା ଓ ଚେଚିସ୍‌ ବ୍ୟବହାର କରାଯିବ। ଅନୁସନ୍ଧାନ ଦଳର ସଦସ୍ୟ ଅର୍ଜୁନ କୁହନ୍ତି, ଏହି କାର ଅଟୋମୋବାଇଲ୍ କ୍ଷେତ୍ରରେ ସର୍ବୋତ୍ତମ ନୁହେଁ, କିନ୍ତୁ ଏହା ଏକ ଉଦାହରଣ ଯେ ପରିବେଶ ଅନୁକୂଳ କାର୍ ମଧ୍ୟ ତିଆରି କରାଯାଇପାରିବ । ଏହି ପରିବେଶ ଅନୁକୂଳ କାର୍‌ରେ ୩୫ ସିସି ଆଇସି ଇଞ୍ଜିନ୍ ବ୍ୟବହାର କରାଯାଇଛି।ଏହାଦ୍ୱାରା ଇନ୍ଧନ ସଞ୍ଚୟ କରିହେବ। ଏହାକୁ ନିର୍ମାତା ଦଳର ସଦସ୍ୟ କେଭିନ ଫେଲିସିୟସ କହିଛନ୍ତି ଯେ, ଏହି ପରିବେଶ ଅନୁକୂଳ କାର ବଡ଼ କାର କମ୍ପାନୀଗୁଡ଼ିକୁ ପ୍ରେରଣା ଯୋଗାଇବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର