ଲଞ୍ଚ ହେଲା ହ୍ବାଟସ୍‌ଆପ୍‌ର ଚ୍ୟାନେଲ୍‌ ଫିଚର୍‌: ଜାଣନ୍ତୁ ଏହା କ’ଣ ଓ କେମିତି କରିବେ ଫଲୋ….

The Sakala Picture
Published On

ହ୍ବାଟ୍ସଆପ୍‌ ଏକ ନୂଆ ‘ଚ୍ୟାନେଲ ଫିଚର୍’ ଲଞ୍ଚ୍ କରିଛି। ଏହି ଫିଚର୍‌ ହେଉଛି ଏକ ପର୍ସନାଲ ବା ବ୍ୟକ୍ତିଗତ ବ୍ରଡ୍‌କାଷ୍ଟିଂ ସେବା। ଏହା ଦ୍ବାରା ଥରକରେ ଅନେକଜଣକୁ ଅପଡେଟ୍ ଦିଆଯାଇପାରିବ। ଏହି ଫିଚର୍‌କୁ ଉପଯୋଗ କରି କମ୍ପାନି, ସ୍କୁଲ ତଥା ଅନ୍ୟ ସମୂହ ପାଇଁ ଚ୍ୟାନେଲ ତିଆରି କରିପାରିବେ ଏବଂ ନିଜ ସଦସ୍ୟଙ୍କୁ ନୂଆ ଅପଡେଟ୍ ଦେବା ସମ୍ଭବ ହେବ। ଏହା କ’ଣ: ଏହି ଫିଚର୍‌ ହେଉଛି ଏକ ବ୍ୟକ୍ତିଗତ ସେବା। ଏଥିରେ ନିଜ ପସନ୍ଦର ସେଲିବ୍ରିଟିଙ୍କ […]

ହ୍ବାଟ୍ସଆପ୍‌ ଏକ ନୂଆ ‘ଚ୍ୟାନେଲ ଫିଚର୍’ ଲଞ୍ଚ୍ କରିଛି। ଏହି ଫିଚର୍‌ ହେଉଛି ଏକ ପର୍ସନାଲ ବା ବ୍ୟକ୍ତିଗତ ବ୍ରଡ୍‌କାଷ୍ଟିଂ ସେବା। ଏହା ଦ୍ବାରା ଥରକରେ ଅନେକଜଣକୁ ଅପଡେଟ୍ ଦିଆଯାଇପାରିବ। ଏହି ଫିଚର୍‌କୁ ଉପଯୋଗ କରି କମ୍ପାନି, ସ୍କୁଲ ତଥା ଅନ୍ୟ ସମୂହ ପାଇଁ ଚ୍ୟାନେଲ ତିଆରି କରିପାରିବେ ଏବଂ ନିଜ ସଦସ୍ୟଙ୍କୁ ନୂଆ ଅପଡେଟ୍ ଦେବା ସମ୍ଭବ ହେବ।

ଏହା କ’ଣ: ଏହି ଫିଚର୍‌ ହେଉଛି ଏକ ବ୍ୟକ୍ତିଗତ ସେବା। ଏଥିରେ ନିଜ ପସନ୍ଦର ସେଲିବ୍ରିଟିଙ୍କ ସହ ଯୋଡ଼ି ହୋଇପାରିବେ। ଚ୍ୟାନେଲ୍‌ ଫିଚର୍‌ ଆଡିମନ୍ ପାଇଁ ଟେକ୍ସଟ୍‌, ଫଟୋ, ଭିଡିଓ, ଷ୍ଟିକର୍‌ ପଠାଇବାର ୱାନ୍-ୱେ ବ୍ରଡକାଷ୍ଟ ଟୁଲ୍। ଏହା ଆପ୍‌ର ଏକ ନୂଆ ଟ୍ୟାବ୍‌ରେ ଦେଖିବାକୁ ମିଳିବ। ଭାରତରେ ଏହି ଫିଚର୍‌ ପରିଚିତ ହେବା ମାତ୍ରେ ବିସିସିଆଇ ହ୍ବାଟ୍ସଆପ୍‌ ଚ୍ୟାନେଲରେ ନିଜର ପ୍ରଥମ ଚ୍ୟାନେଲ ‘ଇଣ୍ଡିଆନ୍ କ୍ରିକେଟ୍ ଟିମ୍‌’ ନାଁରେ ଲଞ୍ଚ୍‌ କରିଛି। ଏହା ଦ୍ବାରା ଭାରତୀୟ କ୍ରିକେଟ୍ ଟିମ୍‌ର ସମସ୍ତ ଅପଡେଟ୍ ମିଳିପାରିବ।

କେମିତି କରିବେ ଫଲୋ
-ହ୍ବାଟ୍ସଆପ୍‌ର ନୂଆ ଭର୍ସନ ଅପଡେଟ୍ କରନ୍ତୁ।

-ଚାଟ୍‌ବଟ୍‌ରେ ନୂଆ ଅପ୍‌ଡେଟ୍‌ରେ ଚ୍ୟାନେଲ୍‌ ଦେଖିବାକୁ ମିଳିବ।

-ଚ୍ୟାନେଲ୍‌ ଉପରେ କ୍ଲିକ୍‌ କରି ସାଙ୍ଗମାନଙ୍କ ଷ୍ଟାଟସ୍‌ ଅପ୍‌ଡେଟ୍ ତଳେ ଚ୍ୟାନେଲର ବିକଳ୍ପ ଦେଖାଇବ।

-ଏହାପରେ ଫାଇଣ୍ଡ ଚ୍ୟାନେଲ ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ। ଏଠାରେ ନିଜ ପସନ୍ଦର ସେଲିବ୍ରିଟ୍ରିଙ୍କୁ ଖୋଜିବାକୁ ହେବ।

-ଏହାପରେ ଫଲୋ ବଟନ୍‌କୁ ବାଛିବେ। ଏହାସହ ନୂଆ ଅପ୍‌ଡେଟ୍ ମିଳିବା ଆରମ୍ଭ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର