ହ୍ବାଟସ୍‌ଆପ୍‌ ଆଣିବ ନୂଆ ଫିଚର, ମେସେଜକୁ କରିହେବ ଅନୁବାଦ….

The Sakala Picture
Published On

ହ୍ବାଟସ୍‌ଆପ୍‌ ତା’ର ବ୍ୟବହାରକାରୀଙ୍କ ପାଇଁ ନୂଆ ନୂଆ ଫିଚର୍‌ ବିଭିନ୍ନ ସମୟରେ ଜାରି କରିଥାଏ। ଏହି କ୍ରମରେ ଏବେ କମ୍ପାନି ଏକ ବଡ଼ ଫିଚର୍‌ ଆଣିବା ଦିଗରେ କାର୍ଯ୍ୟ କରୁଛି। ଏହି ନୂଆ ଫିଚର୍‌ ମାଧ୍ୟମରେ ବ୍ୟବହାରକାରୀ କୌଣସି ଭାଷାରେ ଲିଖିତ ମେସେଜ୍‌କୁ ସହଜରେ ଅନୁବାଦ କରିପାରିବେ। କହିବାକୁ ଗଲେ ଅଲଗା ଭାଷାରେ ଆସୁଥିବା ମେସେଜ୍‌କୁ ପଢ଼ିବା ପାଇଁ ଆଉ ଟ୍ରାନ୍ସଲେସନ୍‌ ଆପ୍‌ ଦରକାର ପଡ଼ିବ ନାହିଁ। ବ୍ୟବହାରକାରୀ କେଉଁ ମେସେଜକୁ ଟ୍ରାନ୍ସଲେସନ କରିବେ କି ନାହିଁ, […]

ହ୍ବାଟସ୍‌ଆପ୍‌ ତା’ର ବ୍ୟବହାରକାରୀଙ୍କ ପାଇଁ ନୂଆ ନୂଆ ଫିଚର୍‌ ବିଭିନ୍ନ ସମୟରେ ଜାରି କରିଥାଏ। ଏହି କ୍ରମରେ ଏବେ କମ୍ପାନି ଏକ ବଡ଼ ଫିଚର୍‌ ଆଣିବା ଦିଗରେ କାର୍ଯ୍ୟ କରୁଛି। ଏହି ନୂଆ ଫିଚର୍‌ ମାଧ୍ୟମରେ ବ୍ୟବହାରକାରୀ କୌଣସି ଭାଷାରେ ଲିଖିତ ମେସେଜ୍‌କୁ ସହଜରେ ଅନୁବାଦ କରିପାରିବେ। କହିବାକୁ ଗଲେ ଅଲଗା ଭାଷାରେ ଆସୁଥିବା ମେସେଜ୍‌କୁ ପଢ଼ିବା ପାଇଁ ଆଉ ଟ୍ରାନ୍ସଲେସନ୍‌ ଆପ୍‌ ଦରକାର ପଡ଼ିବ ନାହିଁ।

ବ୍ୟବହାରକାରୀ କେଉଁ ମେସେଜକୁ ଟ୍ରାନ୍ସଲେସନ କରିବେ କି ନାହିଁ, ତାହା ଏହି ଫିଚର୍‌ ମାଧ୍ୟମରେ ଚୟନ କରିପାରିବେ। ତେବେ ଏହି ଫିଚର୍‌ ପାଇଁ ହ୍ବାଟ୍ସଆପ୍‌କୁ ଲାଙ୍ଗୁଏଜ୍‌ ପ୍ୟାକ୍‌ ଡାଉନଲୋଡ୍ କରିବାକୁ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଭାଷାକୁ ଏଥିରେ ସମର୍ଥନ ମିଳିବ। ବ୍ୟବହାରକାରୀଙ୍କୁ ମୁଖ୍ୟତଃ ଇଂରାଜୀ, ହିନ୍ଦୀ, ସ୍ପେନିସ୍‌, ରୁଷୀୟ ଭାଷା ଅନୁବାଦ କରିବାର ସୁବିଧା ପ୍ରଦାନ କରାଯିବ। ଅବଶ୍ୟ ଏହି ଫିଚର୍‌ ବ୍ୟବହାରକାରୀଙ୍କ ପାଇଁ ଖୁବ୍ ଉପକାରୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

31 Jul 2024 By The Sakala

https://www.thesakala.in/technology/whatsapp-brings-new-feature-messages-can-be-translated/article-34048
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର