ହ୍ବାଟ୍ସଆପ୍‌ ବ୍ୟାନ୍ କଲା ୩୬ ଲକ୍ଷରୁ ଉର୍ଦ୍ଧ୍ବ ଉପଭୋକ୍ତାଙ୍କ ଆକାଉଣ୍ଟ, ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ….

The Sakala Picture
Published On

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ ଏହାର ଏକ ମାସିକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ଦର୍ଶାଯାଇଛି ଯେ, ନୂତନ ଆଇଟି ନିୟମ ୨୦୨୧ ଅନୁଯାୟୀ ଡିସେମ୍ବର ୨୦୨୨ ମସିହାରେ ଭାରତରେ ୩୬ ଲକ୍ଷରୁ ଅଧିକ ‘ଆପତ୍ତିଜନକ’ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ହ୍ବାଟ୍ସଆପ୍‌ ପକ୍ଷରୁ ଆହୁରି କୁହାଯାଇଛି ଯେ, ସୋସିଆଲ ମିଡିଆର ଦିନକୁ ଦିନ ଦାୟିତ୍ବ ବଢୁଛି। ସେଥିପାଇଁ ଆପତ୍ତିଜନକ ଆକାଉଣ୍ଟଙ୍କୁ ବ୍ୟାନ କରାଯାଇଛି। କମ୍ପାନୀ କହିଛି ଯେ, ଡିସେମ୍ବର ୧ରୁ ଡିସେମ୍ବର ୩୧ ମଧ୍ୟରେ ୩,୬୭୭,୦୦୦ ହ୍ବାଟ୍ସଆପ୍‌ […]

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ ଏହାର ଏକ ମାସିକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ଦର୍ଶାଯାଇଛି ଯେ, ନୂତନ ଆଇଟି ନିୟମ ୨୦୨୧ ଅନୁଯାୟୀ ଡିସେମ୍ବର ୨୦୨୨ ମସିହାରେ ଭାରତରେ ୩୬ ଲକ୍ଷରୁ ଅଧିକ ‘ଆପତ୍ତିଜନକ’ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ହ୍ବାଟ୍ସଆପ୍‌ ପକ୍ଷରୁ ଆହୁରି କୁହାଯାଇଛି ଯେ, ସୋସିଆଲ ମିଡିଆର ଦିନକୁ ଦିନ ଦାୟିତ୍ବ ବଢୁଛି। ସେଥିପାଇଁ ଆପତ୍ତିଜନକ ଆକାଉଣ୍ଟଙ୍କୁ ବ୍ୟାନ କରାଯାଇଛି।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

କମ୍ପାନୀ କହିଛି ଯେ, ଡିସେମ୍ବର ୧ରୁ ଡିସେମ୍ବର ୩୧ ମଧ୍ୟରେ ୩,୬୭୭,୦୦୦ ହ୍ବାଟ୍ସଆପ୍‌ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିମଧ୍ୟରୁ ଉପଭୋକ୍ତାଙ୍କ ୧,୩୮୯,୦୦୦ ଆକାଉଣ୍ଟଙ୍କୁ ସିଧାସଳଖ ନିଷିଦ୍ଧ କରାଯଇଛି।ଦେଶରେ ୪୦୦ ମିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି। ଏହାରି ମଧ୍ଯରୁ ଡିସେମ୍ବରରେ ଦେଶରେ ୧୬୭୦ ଅଭିଯୋଗ ରିପୋର୍ଟ ଗ୍ରହଣ କରିଛି । ଏଥିମଧ୍ଯରୁ କମ୍ପାନୀ ପକ୍ଷରୁ ୧୬୪ଟି ଆକାଉଣ୍ଟ ଉପରେ ଆକ୍ସନ ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ଆଇଟି ନିୟମ ୨୦୨୧ ଅନୁଯାୟୀ, ଭାରତରେ କାର୍ଯ୍ୟ କରୁଥିବା ସମସ୍ତ ଡିଜିଟାଲ ପ୍ଲାଟଫର୍ମଗୁଡିକ ପ୍ରତି ମାସରେ ଅନୁପାଳନ ରିପୋର୍ଟ ପ୍ରଦାନ କରିବା ଆବଶ୍ୟକ । କମ୍ପାନୀଗୁଡିକ କେତେ ଅଭିଯୋଗ ଗ୍ରହଣ କରିଛନ୍ତି ଏବଂ ସେମାନଙ୍କ ଉପରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ସୂଚନା ଦେବାକୁ ପଡିବ। ହ୍ବାଟ୍ସଆପ୍‌ ମଧ୍ୟ ଏହି ନିୟମ ଅନୁଯାୟୀ ମାସିକ ଉପଭୋକ୍ତା ସୁରକ୍ଷା ରିପୋର୍ଟ ପ୍ରକାଶ କରିଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଭୁଲରେ  ହ୍ବାଟ୍ସଆପରେ ଏହି କାମ କରନ୍ତୁ ନାହିଁ –

୧- ଘୃଣା ବାର୍ତ୍ତା କାହାକୁ ସେଣ୍ଡ ବା ଫରୱାଡ କରନ୍ତୁ ନାହିଁ

୨- ମିଥ୍ୟା ବାର୍ତ୍ତା କିମ୍ବା ମିଥ୍ୟା ଗୁଜବ ପଠାଇବାରୁ ଦୂରେଇ ରୁହନ୍ତୁ ।

୩- ଅଶ୍ଳୀଳ କଣ୍ଟେଣ୍ଟ ସେଣ୍ଡ କଲେ ଆକାଉଣ୍ଟକୁ ମଧ୍ୟ ନିଷିଦ୍ଧ କରାଯିବ  ।

୪- ହ୍ବାଟ୍ସଆପରେ ନୂଆ ସଦସ୍ଯ ଯୋଡିବାବେଳେ ଉକ୍ତ ବ୍ଯକ୍ତିଙ୍କ ବିଷୟରେ ଜାଣନ୍ତୁ, ଅଜ୍ଞାତ ଲୋକଙ୍କୁ ମେସେଜ ପଠାନ୍ତୁ ନାହିଁ।

୫- ଲୋକଙ୍କୁ ଠକିବା ପାଇଁ ହ୍ବାଟ୍ସଆପ୍‌ ବ୍ୟବହାର କରାଯିବା ଉଚିତ୍ ନୁହେଁ ନଚେତ ଆକାଉଣ୍ଟ ବ୍ୟାନ ହୋଇପାରେ ।

02 Feb 2023 By The Sakala

ହ୍ବାଟ୍ସଆପ୍‌ ବ୍ୟାନ୍ କଲା ୩୬ ଲକ୍ଷରୁ ଉର୍ଦ୍ଧ୍ବ ଉପଭୋକ୍ତାଙ୍କ ଆକାଉଣ୍ଟ, ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ….

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ ଏହାର ଏକ ମାସିକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ଦର୍ଶାଯାଇଛି ଯେ, ନୂତନ ଆଇଟି ନିୟମ ୨୦୨୧ ଅନୁଯାୟୀ ଡିସେମ୍ବର ୨୦୨୨ ମସିହାରେ ଭାରତରେ ୩୬ ଲକ୍ଷରୁ ଅଧିକ ‘ଆପତ୍ତିଜନକ’ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ହ୍ବାଟ୍ସଆପ୍‌ ପକ୍ଷରୁ ଆହୁରି କୁହାଯାଇଛି ଯେ, ସୋସିଆଲ ମିଡିଆର ଦିନକୁ ଦିନ ଦାୟିତ୍ବ ବଢୁଛି। ସେଥିପାଇଁ ଆପତ୍ତିଜନକ ଆକାଉଣ୍ଟଙ୍କୁ ବ୍ୟାନ କରାଯାଇଛି।

କମ୍ପାନୀ କହିଛି ଯେ, ଡିସେମ୍ବର ୧ରୁ ଡିସେମ୍ବର ୩୧ ମଧ୍ୟରେ ୩,୬୭୭,୦୦୦ ହ୍ବାଟ୍ସଆପ୍‌ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିମଧ୍ୟରୁ ଉପଭୋକ୍ତାଙ୍କ ୧,୩୮୯,୦୦୦ ଆକାଉଣ୍ଟଙ୍କୁ ସିଧାସଳଖ ନିଷିଦ୍ଧ କରାଯଇଛି।ଦେଶରେ ୪୦୦ ମିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି। ଏହାରି ମଧ୍ଯରୁ ଡିସେମ୍ବରରେ ଦେଶରେ ୧୬୭୦ ଅଭିଯୋଗ ରିପୋର୍ଟ ଗ୍ରହଣ କରିଛି । ଏଥିମଧ୍ଯରୁ କମ୍ପାନୀ ପକ୍ଷରୁ ୧୬୪ଟି ଆକାଉଣ୍ଟ ଉପରେ ଆକ୍ସନ ନିଆଯାଇଥିଲା।

ଆଇଟି ନିୟମ ୨୦୨୧ ଅନୁଯାୟୀ, ଭାରତରେ କାର୍ଯ୍ୟ କରୁଥିବା ସମସ୍ତ ଡିଜିଟାଲ ପ୍ଲାଟଫର୍ମଗୁଡିକ ପ୍ରତି ମାସରେ ଅନୁପାଳନ ରିପୋର୍ଟ ପ୍ରଦାନ କରିବା ଆବଶ୍ୟକ । କମ୍ପାନୀଗୁଡିକ କେତେ ଅଭିଯୋଗ ଗ୍ରହଣ କରିଛନ୍ତି ଏବଂ ସେମାନଙ୍କ ଉପରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ସୂଚନା ଦେବାକୁ ପଡିବ। ହ୍ବାଟ୍ସଆପ୍‌ ମଧ୍ୟ ଏହି ନିୟମ ଅନୁଯାୟୀ ମାସିକ ଉପଭୋକ୍ତା ସୁରକ୍ଷା ରିପୋର୍ଟ ପ୍ରକାଶ କରିଛି।

ଭୁଲରେ  ହ୍ବାଟ୍ସଆପରେ ଏହି କାମ କରନ୍ତୁ ନାହିଁ –

୧- ଘୃଣା ବାର୍ତ୍ତା କାହାକୁ ସେଣ୍ଡ ବା ଫରୱାଡ କରନ୍ତୁ ନାହିଁ

୨- ମିଥ୍ୟା ବାର୍ତ୍ତା କିମ୍ବା ମିଥ୍ୟା ଗୁଜବ ପଠାଇବାରୁ ଦୂରେଇ ରୁହନ୍ତୁ ।

୩- ଅଶ୍ଳୀଳ କଣ୍ଟେଣ୍ଟ ସେଣ୍ଡ କଲେ ଆକାଉଣ୍ଟକୁ ମଧ୍ୟ ନିଷିଦ୍ଧ କରାଯିବ  ।

୪- ହ୍ବାଟ୍ସଆପରେ ନୂଆ ସଦସ୍ଯ ଯୋଡିବାବେଳେ ଉକ୍ତ ବ୍ଯକ୍ତିଙ୍କ ବିଷୟରେ ଜାଣନ୍ତୁ, ଅଜ୍ଞାତ ଲୋକଙ୍କୁ ମେସେଜ ପଠାନ୍ତୁ ନାହିଁ।

୫- ଲୋକଙ୍କୁ ଠକିବା ପାଇଁ ହ୍ବାଟ୍ସଆପ୍‌ ବ୍ୟବହାର କରାଯିବା ଉଚିତ୍ ନୁହେଁ ନଚେତ ଆକାଉଣ୍ଟ ବ୍ୟାନ ହୋଇପାରେ ।

https://www.thesakala.in/technology/whatsapp-banned-36-lakhs-indian-accounts-in-december-2022-due-to-abuse-activities/article-18622
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର