ଆରମ୍ଭ ହେଲା ନୂଆ ଭର୍ସନ: ଏଣିକି ବିନା ଇଣ୍ଟରନେଟରେ କରିହେବ ୟୁପିଆଇ ପେମେଣ୍ଟ

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ସେବାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବା ବେଳେ ଏହି ପ୍ରକ୍ରିୟାରେ ପ୍ରଚଳିତ ବ୍ୟବସ୍ଥାକୁ ମଧ୍ୟ ଲୋକଙ୍କ ପାଇଁ ଆହୁରି ସହଜ କରାଯାଉଛି। ବିଶେଷକରି ଭାରତରେ ଏବେ ୟୁପିଆଇ ଦ୍ବାରା ଦେଣ ନେଣ ବଢି ଚାଲିଛି। କିନ୍ତୁ ଏଥିପାଇଁ ଇଣ୍ଟରନେଟ୍‌ର ଆବଶ୍ୟକତା ରହିଛି। ହେଲେ ୟୁପିଆଇ ପେମେଣ୍ଟ ପାଇଁ ରହିଥିବା ଚାହିଦାକୁ ଦୃଷ୍ଟିରେ ରଖି ଏହାକୁ ଏବେ ବିନା ଇଣ୍ଟରନେଟ୍‌ରେ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ଗ୍ରାହକ ମହଲ ଦୀର୍ଘ […]

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ସେବାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବା ବେଳେ ଏହି ପ୍ରକ୍ରିୟାରେ ପ୍ରଚଳିତ ବ୍ୟବସ୍ଥାକୁ ମଧ୍ୟ ଲୋକଙ୍କ ପାଇଁ ଆହୁରି ସହଜ କରାଯାଉଛି। ବିଶେଷକରି ଭାରତରେ ଏବେ ୟୁପିଆଇ ଦ୍ବାରା ଦେଣ ନେଣ ବଢି ଚାଲିଛି। କିନ୍ତୁ ଏଥିପାଇଁ ଇଣ୍ଟରନେଟ୍‌ର ଆବଶ୍ୟକତା ରହିଛି। ହେଲେ ୟୁପିଆଇ ପେମେଣ୍ଟ ପାଇଁ ରହିଥିବା ଚାହିଦାକୁ ଦୃଷ୍ଟିରେ ରଖି ଏହାକୁ ଏବେ ବିନା ଇଣ୍ଟରନେଟ୍‌ରେ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ଗ୍ରାହକ ମହଲ ଦୀର୍ଘ ଦିନରୁ ଅପେକ୍ଷା କରି ରହିଥିଲା ବେଳେ ଏବେ ଏହି ପ୍ରତୀକ୍ଷାର ଅନ୍ତ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିନା ଇଣ୍ଟରନେଟ୍‌ରେ ୟୁପିଆଇ ପେମେଣ୍ଟର ନୂଆ ଭର୍ସନ ଆରମ୍ଭ କରାଯାଇଛି। ପୂର୍ବରୁ ମୋବାଇଲ ଫୋନରେ ୟୁପିଆଇ ୧୨୩ ପେ’ ଫିଚର ଲଞ୍ଚ ‌ହୋଇସାରିଥିବା ବେଳେ ଏବେ ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ୟୁପିଆଇ ଲାଇଟ୍‌ ଫିଚର୍‌ ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ବିନା ଇଣ୍ଟରନେଟ୍‌ରେ ନେଣଦେଣ କରିପାରିବେ। ଇଣ୍ଟରନେଟ୍‌ ନ ଥିବା ଓ ସ୍ମାର୍ଟଫୋନ୍‌ ବ୍ୟବହାର କରୁନଥିବା ଲୋକ ମଧ୍ୟ ଏହି ସୁବିଧାର ଲାଭ ଉଠାଇ ପାରିବେ। ୟୁପିଆଇ ଲାଇଟ୍‌ ଫିଚର ଜରିଆରେ କେବଳ ପିକ୍‌ ସମୟରେ ନୁହେଁ, ବରଂ ଡାଉନ୍‌ ସମୟରେ ବି ଦେଣନେଣ କରିହେବ।

23 Sep 2022 By The Sakala

https://www.thesakala.in/technology/upi-payment-without-internet/article-15201
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର