ଟ୍ବିଟର୍‌ରେ କମୁଛି ଆକ୍ଟିଭ ୟୁଜରଙ୍କ ଟ୍ୱିଟ୍‌

The Sakala Picture
Published On

ନୂଆଦିଲ୍ଲୀ : ଟ୍ୱିଟରରେ ଲଗାତାର ଭାବେ ଟ୍ୱିଟ୍ କରୁଥିବା ୟୁଜର ଆଉ ପୂର୍ବ ଭଳି ଆକ୍ଟିଭ ନାହାନ୍ତି। କାରଣ ନିୟମିତ ଭାବେ ସାଇଟ୍‌ର ଉପଯୋଗ କରୁଥିବା ୟୁଜରଙ୍କ ସଂଖ୍ୟାରେ ହୋଇଛି ହ୍ରାସ। ଏକ ଅନ୍ତର୍ଜାତୀୟ ଏଜେନ୍ସି ନିକଟରୁ ଏହି ତଥ୍ୟ ମିଳିଛି। ଡକ୍ୟୁମେଣ୍ଟରେ ଦୈନିକ ଲଗ୍‌ ଇନ୍‌ କରୁଥିବା ଓ ସପ୍ତାହକୁ ଅନ୍ତତଃ ୩ରୁ ୪ ବାର ଟ୍ୱିଟ୍‌ କରୁଥିବା ଲୋକଙ୍କୁ ହେଭି ଟ୍ୱିଟର ଭାବେ କୁହାଯାଇଥାଏ। ଏପରି ୟୁଜରଙ୍କଠାରୁ ଟ୍ବିଟରକୁ ବିଶ୍ବ ବ୍ୟାପୀ ମିଳୁଥିବା ରାଜସ୍ୱର […]

ନୂଆଦିଲ୍ଲୀ : ଟ୍ୱିଟରରେ ଲଗାତାର ଭାବେ ଟ୍ୱିଟ୍ କରୁଥିବା ୟୁଜର ଆଉ ପୂର୍ବ ଭଳି ଆକ୍ଟିଭ ନାହାନ୍ତି। କାରଣ ନିୟମିତ ଭାବେ ସାଇଟ୍‌ର ଉପଯୋଗ କରୁଥିବା ୟୁଜରଙ୍କ ସଂଖ୍ୟାରେ ହୋଇଛି ହ୍ରାସ। ଏକ ଅନ୍ତର୍ଜାତୀୟ ଏଜେନ୍ସି ନିକଟରୁ ଏହି ତଥ୍ୟ ମିଳିଛି। ଡକ୍ୟୁମେଣ୍ଟରେ ଦୈନିକ ଲଗ୍‌ ଇନ୍‌ କରୁଥିବା ଓ ସପ୍ତାହକୁ ଅନ୍ତତଃ ୩ରୁ ୪ ବାର ଟ୍ୱିଟ୍‌ କରୁଥିବା ଲୋକଙ୍କୁ ହେଭି ଟ୍ୱିଟର ଭାବେ କୁହାଯାଇଥାଏ। ଏପରି ୟୁଜରଙ୍କଠାରୁ ଟ୍ବିଟରକୁ ବିଶ୍ବ ବ୍ୟାପୀ ମିଳୁଥିବା ରାଜସ୍ୱର ୯୦ ପ୍ରତିଶତ ହସ୍ତଗତ ହେଉଥିଲା।
ସୂଚନା ଅନୁସାରେ ହେଭିଟ୍ୱିଟରଙ୍କ କାର୍ଯ୍ୟକଳାପ କରୋନା ମହାମାରୀ ସମୟରେ ହ୍ରାସ ହୋଇଥିଲା। ଏମିତିକି ହେଭି ଟ୍ୱିଟର ସେମାନଙ୍କ ଆକାଉଣ୍ଟ ଡିଜାବଲ କରିଦେଇଥାନ୍ତି ଓ ଯେଉଁମାନେ ସକ୍ରିୟ ରୁହନ୍ତି ସେମାନେ ସେହିସବୁ ବିଷୟ ଆଡକୁ ଯାଆନ୍ତି ଯେଉଁଥିଲାଗି ଟ୍ୱିଟର ପାରମ୍ପରିକ ରୂପେ ଅନାଗ୍ରହୀ।

ରିପୋର୍ଟ ଅନୁସାରେ ୟୁଜରଙ୍କ ଲୋକପ୍ରିୟ ବିଷୟ ଯେପରିକି ନ୍ୟୁଜ୍, ସ୍ପୋର୍ଟସ୍‌ ଓ ମନୋରଞ୍ଜନରେ ଋଚି କମ୍‌ ହୋଇଗଲାଣି। ଏହାଛଡା ଟ୍ୱିଟର ଫ୍ୟାସନ ଓ ପ୍ରସିଦ୍ଧ ବ୍ୟକ୍ତିଙ୍କଠାରେ ଋଚି ରଖୁଥିବା ହେଭି ଟ୍ୱିଟରଙ୍କୁ ମଧ୍ୟ ହରାଉଛି। ଟ୍ୱିଟର ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ଫ୍ୟାସନ ଓ ପ୍ରଖ୍ୟାତ ବ୍ୟକ୍ତି ଭଳି ବିଷୟ ଉପରେ ଋଚି ରଖୁଥିବା ୟୁଜରଙ୍କ ସଂଖ୍ୟା ହ୍ରାସର କାରଣ ହେଉଛି ଇନ୍‌ଷ୍ଟାଗ୍ରାମ ଓ ଟିକଟକ୍‌। ପୂର୍ବରୁ ଇ-ସ୍ପୋର୍ଟସ ଓ ଷ୍ଟ୍ରିମିଂ ପର୍ସନାଲିଟି ହେଭି ଟ୍ୱିଟର ୟୁଜରଙ୍କ ଋଚିର କ୍ଷେତ୍ର ଥିଲା। ଏବେ ସେମାନଙ୍କ ଆକ୍ଟିଭିଟି ସମ୍ଭବତଃ ଭିଡିଓ ଫ୍ରେଣ୍ଡଲି ୱେବସାଇଟ୍ ଯେପରିକି ଟ୍ୱିଚ୍, ୟୁଟ୍ୟୁବ୍ ଓ ଟିକଟକ୍‌ରେ ବଢୁଛି। ପୂର୍ବରୁ ବ୍ରେକିଂ ନ୍ୟୁଜ ଫଲୋ କରିବା ପାଇଁ ଟ୍ୱିଟର ଏକ ମାଧ୍ୟମ ଥିଲା। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନ୍ୟୁଜ୍ ଆକ୍ଟିଭିଟିଜ୍ ଏବେ ଟିକଟକ୍‌ରେ ଆରମ୍ଭ ହୋଇଯାଇଛି। ପ୍ୟୁ ରିସର୍ଚ୍ଚ ଅନୁସାରେ ଆମେରିକାର ଅଧିକ ସଂଖ୍ୟକ ଲୋକ ଏବେ ଟିକଟକ୍‌ରୁ ଖବର ହାସଲ କରୁଛନ୍ତି। ରିପୋର୍ଟ ଅନୁସାରେ ଟିକଟକ୍‌ରୁ ନ୍ୟୁଜ ହାସଲ କରୁଥିବା ଆମେରିକୀୟ ଲୋକଙ୍କ ସଂଖ୍ୟା ୨ ବର୍ଷରେ ୩ ଗୁଣ ବଢିଛି। ୨୦୨୦ରେ ଏହି ସଂଖ୍ୟା ମାତ୍ର ୩ ପ୍ରତିଶତ ଥିଲା। ୨୦୨୨ରେ ଏହା ୧୦ ପ୍ରତିଶତରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

27 Oct 2022 By The Sakala

https://www.thesakala.in/technology/tweets-by-active-users-are-decreasing-on-twitter/article-16059
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର