ଅନଲାଇନ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରୁଥିଲେ କରନ୍ତୁ ନାହିଁ ଏହି ୪ଟି ଭୁଲ, ନହେଲେ ଖାଲି ହୋଇଯିବ ଆକାଉଣ୍ଟ

The Sakala Picture
Published On

ଆଜିର ଯୁଗରେ ବ୍ୟାଙ୍କିଙ୍ଗ୍ ସେବା ପାଇବା ଅତ୍ୟନ୍ତ ସହଜ ହୋଇଛି । ମୋବାଇଲ୍ କିମ୍ବା କମ୍ପ୍ୟୁଟରର କ୍ଲିକରେ ଆମେ ବ୍ୟାଙ୍କିଙ୍ଗ ସୁବିଧା ପାଇ ପାରୁଛୁ। ଯେଉଁଠାରେ ପୂର୍ବରୁ ଆପଣଙ୍କୁ ଟଙ୍କା ପାଇଁ ବ୍ୟାଙ୍କ କିମ୍ବା ଏଟିଏମ୍‌ ଆଗରେ ଲମ୍ବା ଧାଡିରେ ଛିଡା ହେବାକୁ ପଡୁଥିଲା। କିନ୍ତୁ ଆଜି ଏହାସବୁ ସମ୍ପୂର୍ଣ୍ଣ ବଦଳି ଯାଇଛି। ଟଙ୍କା ପଠାଇବା ଠାରୁ ପ୍ରତ୍ୟାହାର ପର୍ଯ୍ୟନ୍ତ କାମ କିଛି ସେକେଣ୍ଡ ଭିତରେ ହୋଇପାରୁଛି। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ କୌଣସି କାମ […]

ଆଜିର ଯୁଗରେ ବ୍ୟାଙ୍କିଙ୍ଗ୍ ସେବା ପାଇବା ଅତ୍ୟନ୍ତ ସହଜ ହୋଇଛି । ମୋବାଇଲ୍ କିମ୍ବା କମ୍ପ୍ୟୁଟରର କ୍ଲିକରେ ଆମେ ବ୍ୟାଙ୍କିଙ୍ଗ ସୁବିଧା ପାଇ ପାରୁଛୁ। ଯେଉଁଠାରେ ପୂର୍ବରୁ ଆପଣଙ୍କୁ ଟଙ୍କା ପାଇଁ ବ୍ୟାଙ୍କ କିମ୍ବା ଏଟିଏମ୍‌ ଆଗରେ ଲମ୍ବା ଧାଡିରେ ଛିଡା ହେବାକୁ ପଡୁଥିଲା। କିନ୍ତୁ ଆଜି ଏହାସବୁ ସମ୍ପୂର୍ଣ୍ଣ ବଦଳି ଯାଇଛି। ଟଙ୍କା ପଠାଇବା ଠାରୁ ପ୍ରତ୍ୟାହାର ପର୍ଯ୍ୟନ୍ତ କାମ କିଛି ସେକେଣ୍ଡ ଭିତରେ ହୋଇପାରୁଛି। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ କୌଣସି କାମ ପାଇଁ ଆମକୁ ବ୍ୟାଙ୍କକୁ ଯିବାକୁ ପଡୁ ନାହିଁ, କାରଣ ଆମେ ମୋବାଇଲ କିମ୍ବା କମ୍ପୁଟରରେ ଏହି ସବୁ ଜିନିଷ ସହଜରେ କରିପାରୁଛେ।  ଉଦାହରଣ ସ୍ୱରୂପ, ଅନଲାଇନ୍ ଅର୍ଥାତ୍ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍। ଲୋକମାନେ ଏହା ଦ୍ବାରା ଟଙ୍କା ପଠାଇବା ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ କରିପାରୁଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଅନଲାଇନ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରିବାବେଳେ ଆମେ କିଛି ଜିନିଷ ଉପରେ ଆପଣଙ୍କୁ ଧ୍ୟାନରେ ରଖିବା ଉଚିତ୍। ଅନ୍ୟଥା, ସାଇବର ଠକ ମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରି ଦେଇପାରନ୍ତି।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ବଡ଼ ସମସ୍ୟା! ନା ମେସେଜ୍ ଯାଉଛି ନା ଆସୁଛି, ହଠାତ୍ ହ୍ୟାଙ୍ଗ୍ ହେଉଛି ଆପ୍

ସାର୍ବଜନୀନ କମ୍ପ୍ୟୁଟର କିମ୍ବା ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ 

ଆହୁରି ପଢ଼ନ୍ତୁ: ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ବିପଦ! 'ଡାର୍କସୋର୍ଡ' ହ୍ୟାକ୍ ଆଲର୍ଟ ଜାରି କଲା ଆପଲ୍, ତୁରନ୍ତ କରନ୍ତୁ ଅପଡେଟ୍

ଅନେକ ସମୟରେ ଆମେ ସାର୍ବଜନୀନ କମ୍ପ୍ୟୁଟରରେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରୁ, କିନ୍ତୁ ଏହା କରିବା ଭୁଲ୍। ଏହିପରି ସ୍ଥାନଗୁଡିକରେ ହ୍ୟାକରମାନେ ଆପଣଙ୍କୁ ଟ୍ରାକ୍ କରିପାରିବେ ଏବଂ ଆପଣଙ୍କର ବ୍ୟାଙ୍କ ଖାତା ଖାଲି କରିପାରିବେ। ଉଦାହରଣ ସୂରୂପ ଆମେ କୌଣସି କାର୍ଯ୍ୟ ପାଇଁ ସାଇବର କେଫ୍‌ ଯାଇଥାନ୍ତି, ସେଠାରେ ଥିବା କମ୍ପୁଟରରେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଖୋଲି ବ୍ୟବହାର କରିଥାନ୍ତି। ଯାହା ଠିକ୍‌ ନୁହେଁ। କାରଣ ସେଠାରେ ଥିବା କମ୍ପ୍ୟୁଟରକୁ ବହୁତ ଲୋକ ବ୍ୟବହାର କରନ୍ତି। ଏବଂ ହ୍ୟାକରମାନେ ସେ ସବୁ ସ୍ଥାନରେ ନଜର ରଖନ୍ତି। ଯାହା ଦ୍ବାରା ଆପଣଙ୍କ ଆକାଉଣ୍ଟ ଖାଲି କରି ଦେଇପାରନ୍ତି।

ଆହୁରି ପଢ଼ନ୍ତୁ: ଆର୍ଥିକ ବର୍ଷ ୨୦୨୫-୨୬ର ଶେଷ କାର୍ଯ୍ୟ ଦିବସ ଆଜି; ଆସନ୍ତାକାଲି ବନ୍ଦ ରହିବ ସେୟାର ବଜାର ଓ ବ୍ୟାଙ୍କ

କିଛି ଦିନ ଅନ୍ତରରେ ପାସୱାର୍ଡ ପରିବର୍ତ୍ତନ କରନ୍ତୁ

ଯଦି ଆପଣ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରନ୍ତି, ତେବେ ମନେରଖନ୍ତୁ ଯେ ଆପଣ ସମୟ ସମୟରେ ଆପଣଙ୍କର ପାସୱାର୍ଡ ପରିବର୍ତ୍ତନ କରିବା ଉଚିତ୍ । ଆପଣ କିଛି ଦିନ ଅନ୍ତରରେ ଆପଣଙ୍କ ପାସୱାର୍ଡ ପରିବର୍ତ୍ତନ କରିପାରିବେ। ପାସୱାର୍ଡ ଚେଞ୍ଚ କରିବା ସହ ସର୍ବଦା ମଜଭୁତ ପାସୱାର୍ଡ ଦିଅନ୍ତୁ। ଯେପରି ବର୍ଣ୍ଣମାଳା(ଲେଟର) ଏବଂ ସଂଖ୍ୟା ବ୍ୟବହାର କରାଯାଉଥିବ।

ସ୍ପାମ୍ ଇମେଲଗୁଡିକ ପ୍ରତି ସାବଧାନ 

ସ୍ପାମ୍ ଇମେଲ ମାଧ୍ୟମରେ ବ୍ୟାଙ୍କିଂ ଠକେଇ ମଧ୍ୟ ଘଟେ । ଅନେକ ଥର ଆପଣ ହୁଏତ ଏପରି ଇମେଲଗୁଡିକ ଗ୍ରହଣ କରିଥିବେ, କିନ୍ତୁ ଆପଣଙ୍କୁ ଏହି ଇମେଲଗୁଡିକ ଖୋଲିବାକୁ ଭୁଲ କରନ୍ତୁ ନାହିଁ। କାରଣ ସେହି ଇମେଲ ଗୁଡିକରେ ଉପରେ ବହୁତ ଗୁଡିଏ ଲିଙ୍କ ଥାଏ। ଏପରି ଇମେଲ ଖୋଲିବା ପରେ ବହୁତ ଗୁଡିଏ ଲିଙ୍କ ଥାଏ, ଯାହାକୁ କ୍ଲିକ କରିଦେଲେ ଆପଣ କାମୀର ଶିକାର ହୋଇପାରନ୍ତି। ତେଣୁ ଏହା କରିବା ଠାରୁ ଦୂରେଇ ରୁହନ୍ତୁ ।

ବ୍ୟାଙ୍କିଙ୍ଗ୍ ଆଇଡି ପାସୱାର୍ଡକୁ କାହାକୁ ଦିଅନ୍ତୁ ନାହିଁ

ଆପଣଙ୍କର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଆଇଡି ପାସୱାର୍ଡକୁ  କାହାକୁ ଦିଅନ୍ତୁ ନାହିଁ। ଏଥି ସହିତ ବହୁତ ସମୟରେ ସାଇବର ଠକମାନେ ଆପଣଙ୍କୁ କଲ୍‌ କରି ବ୍ୟାଙ୍କରୁ କଲ୍‌ ଆସିଛି କହି ଆପରଙ୍କୁ ଓଟିପି ମଧ୍ୟ ମାଗି ପାରନ୍ତି।ଏସବୁ ଠୁ ଦୂରରେ ରୁହନ୍ତୁ।  ଆପଣଙ୍କର ବ୍ୟାଙ୍କିଙ୍ଗ୍ ସୂଚନା କାହା ସହିତ ଅଂଶୀଦାର ନକରିବା ପାଇଁ ଆରବିଆଇର ସ୍ପଷ୍ଟ ନିର୍ଦ୍ଦେଶ ଦିଏ।

27 Dec 2021 By The Sakala

ଅନଲାଇନ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରୁଥିଲେ କରନ୍ତୁ ନାହିଁ ଏହି ୪ଟି ଭୁଲ, ନହେଲେ ଖାଲି ହୋଇଯିବ ଆକାଉଣ୍ଟ

ଆଜିର ଯୁଗରେ ବ୍ୟାଙ୍କିଙ୍ଗ୍ ସେବା ପାଇବା ଅତ୍ୟନ୍ତ ସହଜ ହୋଇଛି । ମୋବାଇଲ୍ କିମ୍ବା କମ୍ପ୍ୟୁଟରର କ୍ଲିକରେ ଆମେ ବ୍ୟାଙ୍କିଙ୍ଗ ସୁବିଧା ପାଇ ପାରୁଛୁ। ଯେଉଁଠାରେ ପୂର୍ବରୁ ଆପଣଙ୍କୁ ଟଙ୍କା ପାଇଁ ବ୍ୟାଙ୍କ କିମ୍ବା ଏଟିଏମ୍‌ ଆଗରେ ଲମ୍ବା ଧାଡିରେ ଛିଡା ହେବାକୁ ପଡୁଥିଲା। କିନ୍ତୁ ଆଜି ଏହାସବୁ ସମ୍ପୂର୍ଣ୍ଣ ବଦଳି ଯାଇଛି। ଟଙ୍କା ପଠାଇବା ଠାରୁ ପ୍ରତ୍ୟାହାର ପର୍ଯ୍ୟନ୍ତ କାମ କିଛି ସେକେଣ୍ଡ ଭିତରେ ହୋଇପାରୁଛି। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ କୌଣସି କାମ ପାଇଁ ଆମକୁ ବ୍ୟାଙ୍କକୁ ଯିବାକୁ ପଡୁ ନାହିଁ, କାରଣ ଆମେ ମୋବାଇଲ କିମ୍ବା କମ୍ପୁଟରରେ ଏହି ସବୁ ଜିନିଷ ସହଜରେ କରିପାରୁଛେ।  ଉଦାହରଣ ସ୍ୱରୂପ, ଅନଲାଇନ୍ ଅର୍ଥାତ୍ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍। ଲୋକମାନେ ଏହା ଦ୍ବାରା ଟଙ୍କା ପଠାଇବା ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ କରିପାରୁଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଅନଲାଇନ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରିବାବେଳେ ଆମେ କିଛି ଜିନିଷ ଉପରେ ଆପଣଙ୍କୁ ଧ୍ୟାନରେ ରଖିବା ଉଚିତ୍। ଅନ୍ୟଥା, ସାଇବର ଠକ ମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରି ଦେଇପାରନ୍ତି।

ସାର୍ବଜନୀନ କମ୍ପ୍ୟୁଟର କିମ୍ବା ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ 

ଅନେକ ସମୟରେ ଆମେ ସାର୍ବଜନୀନ କମ୍ପ୍ୟୁଟରରେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରୁ, କିନ୍ତୁ ଏହା କରିବା ଭୁଲ୍। ଏହିପରି ସ୍ଥାନଗୁଡିକରେ ହ୍ୟାକରମାନେ ଆପଣଙ୍କୁ ଟ୍ରାକ୍ କରିପାରିବେ ଏବଂ ଆପଣଙ୍କର ବ୍ୟାଙ୍କ ଖାତା ଖାଲି କରିପାରିବେ। ଉଦାହରଣ ସୂରୂପ ଆମେ କୌଣସି କାର୍ଯ୍ୟ ପାଇଁ ସାଇବର କେଫ୍‌ ଯାଇଥାନ୍ତି, ସେଠାରେ ଥିବା କମ୍ପୁଟରରେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଖୋଲି ବ୍ୟବହାର କରିଥାନ୍ତି। ଯାହା ଠିକ୍‌ ନୁହେଁ। କାରଣ ସେଠାରେ ଥିବା କମ୍ପ୍ୟୁଟରକୁ ବହୁତ ଲୋକ ବ୍ୟବହାର କରନ୍ତି। ଏବଂ ହ୍ୟାକରମାନେ ସେ ସବୁ ସ୍ଥାନରେ ନଜର ରଖନ୍ତି। ଯାହା ଦ୍ବାରା ଆପଣଙ୍କ ଆକାଉଣ୍ଟ ଖାଲି କରି ଦେଇପାରନ୍ତି।

କିଛି ଦିନ ଅନ୍ତରରେ ପାସୱାର୍ଡ ପରିବର୍ତ୍ତନ କରନ୍ତୁ

ଯଦି ଆପଣ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରନ୍ତି, ତେବେ ମନେରଖନ୍ତୁ ଯେ ଆପଣ ସମୟ ସମୟରେ ଆପଣଙ୍କର ପାସୱାର୍ଡ ପରିବର୍ତ୍ତନ କରିବା ଉଚିତ୍ । ଆପଣ କିଛି ଦିନ ଅନ୍ତରରେ ଆପଣଙ୍କ ପାସୱାର୍ଡ ପରିବର୍ତ୍ତନ କରିପାରିବେ। ପାସୱାର୍ଡ ଚେଞ୍ଚ କରିବା ସହ ସର୍ବଦା ମଜଭୁତ ପାସୱାର୍ଡ ଦିଅନ୍ତୁ। ଯେପରି ବର୍ଣ୍ଣମାଳା(ଲେଟର) ଏବଂ ସଂଖ୍ୟା ବ୍ୟବହାର କରାଯାଉଥିବ।

ସ୍ପାମ୍ ଇମେଲଗୁଡିକ ପ୍ରତି ସାବଧାନ 

ସ୍ପାମ୍ ଇମେଲ ମାଧ୍ୟମରେ ବ୍ୟାଙ୍କିଂ ଠକେଇ ମଧ୍ୟ ଘଟେ । ଅନେକ ଥର ଆପଣ ହୁଏତ ଏପରି ଇମେଲଗୁଡିକ ଗ୍ରହଣ କରିଥିବେ, କିନ୍ତୁ ଆପଣଙ୍କୁ ଏହି ଇମେଲଗୁଡିକ ଖୋଲିବାକୁ ଭୁଲ କରନ୍ତୁ ନାହିଁ। କାରଣ ସେହି ଇମେଲ ଗୁଡିକରେ ଉପରେ ବହୁତ ଗୁଡିଏ ଲିଙ୍କ ଥାଏ। ଏପରି ଇମେଲ ଖୋଲିବା ପରେ ବହୁତ ଗୁଡିଏ ଲିଙ୍କ ଥାଏ, ଯାହାକୁ କ୍ଲିକ କରିଦେଲେ ଆପଣ କାମୀର ଶିକାର ହୋଇପାରନ୍ତି। ତେଣୁ ଏହା କରିବା ଠାରୁ ଦୂରେଇ ରୁହନ୍ତୁ ।

ବ୍ୟାଙ୍କିଙ୍ଗ୍ ଆଇଡି ପାସୱାର୍ଡକୁ କାହାକୁ ଦିଅନ୍ତୁ ନାହିଁ

ଆପଣଙ୍କର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଆଇଡି ପାସୱାର୍ଡକୁ  କାହାକୁ ଦିଅନ୍ତୁ ନାହିଁ। ଏଥି ସହିତ ବହୁତ ସମୟରେ ସାଇବର ଠକମାନେ ଆପଣଙ୍କୁ କଲ୍‌ କରି ବ୍ୟାଙ୍କରୁ କଲ୍‌ ଆସିଛି କହି ଆପରଙ୍କୁ ଓଟିପି ମଧ୍ୟ ମାଗି ପାରନ୍ତି।ଏସବୁ ଠୁ ଦୂରରେ ରୁହନ୍ତୁ।  ଆପଣଙ୍କର ବ୍ୟାଙ୍କିଙ୍ଗ୍ ସୂଚନା କାହା ସହିତ ଅଂଶୀଦାର ନକରିବା ପାଇଁ ଆରବିଆଇର ସ୍ପଷ୍ଟ ନିର୍ଦ୍ଦେଶ ଦିଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର