ବିନା ପାସୱାର୍ଡରେ ଖୋଲିବ କମ୍ପ୍ଯୁଟର

The Sakala Picture
Published On

ବର୍ତ୍ତମାନ ସମୟରେ ଯୁବପିଢ଼ି ଅଫିସ କାର୍ଯ୍ୟ ଠାରୁ ଆରମ୍ଭ କରି ପାଠପଢ଼ା ଲାଗି ମୋବାଇଲ୍ , କମ୍ପ୍ୟୁଟର୍‌ କିମ୍ବା ଲାପ୍‌ଟପ୍‌ ସାହାଯ୍ୟ ନେଉଛନ୍ତି। ନିଜର ଫୋନ୍, ଲାପଟପ୍, କମ୍ପ୍ୟୁଟର୍ ଆଦିରେ ନିଜର ବ୍ୟକ୍ତିଗତ ତଥ୍ୟକୁ ଗୋପନୀୟ ରଖିବା ପାଇଁ ପାସୱାର୍ଡ ବ୍ୟବହାର କରନ୍ତି। ହେଲେ ଅନେକ ସମୟରେ ଏହି ପାସୱାର୍ଡକୁ ଭୁଲିବା ଦ୍ବାରା ଏସବୁ ଯନ୍ତ୍ରଗୁଡ଼ିକ ସହଜରେ ଖୋଲି ନ ଥାଏ। ତେବେ ମାଇକ୍ରୋସଫ୍ଟ ୱିଣ୍ଡୋର ଆଡଭାନ୍ସ ୱିଣ୍ଡୋଜ୍ ୧୦ ହୋମ ଭର୍ସନରେ ବିନା ପାସୱାର୍ଡ୍ରେ ସାଇନ୍ […]

ବର୍ତ୍ତମାନ ସମୟରେ ଯୁବପିଢ଼ି ଅଫିସ କାର୍ଯ୍ୟ ଠାରୁ ଆରମ୍ଭ କରି ପାଠପଢ଼ା ଲାଗି ମୋବାଇଲ୍ , କମ୍ପ୍ୟୁଟର୍‌ କିମ୍ବା ଲାପ୍‌ଟପ୍‌ ସାହାଯ୍ୟ ନେଉଛନ୍ତି। ନିଜର ଫୋନ୍, ଲାପଟପ୍, କମ୍ପ୍ୟୁଟର୍ ଆଦିରେ ନିଜର ବ୍ୟକ୍ତିଗତ ତଥ୍ୟକୁ ଗୋପନୀୟ ରଖିବା ପାଇଁ ପାସୱାର୍ଡ ବ୍ୟବହାର କରନ୍ତି। ହେଲେ ଅନେକ ସମୟରେ ଏହି ପାସୱାର୍ଡକୁ ଭୁଲିବା ଦ୍ବାରା ଏସବୁ ଯନ୍ତ୍ରଗୁଡ଼ିକ ସହଜରେ ଖୋଲି ନ ଥାଏ। ତେବେ ମାଇକ୍ରୋସଫ୍ଟ ୱିଣ୍ଡୋର ଆଡଭାନ୍ସ ୱିଣ୍ଡୋଜ୍ ୧୦ ହୋମ ଭର୍ସନରେ ବିନା ପାସୱାର୍ଡ୍ରେ ସାଇନ୍ ଇନ୍ କରିବାର ଏକ ବିକଳ୍ପ ଦିଆଯାଇଛି। ଏହି ବିକଳ୍ପ ଜରିଆରେ ବ୍ୟବହାରକାରୀ ବିନା ପାସୱାର୍ଡରେ ନିଜର କମ୍ପ୍ୟୁଟର କିମ୍ବା ଲାପଟପ୍‌ରେ ସାଇନ୍ ଇନ୍ କରିପାରିବେ ।

ତେବେ ଏହି ଫିଚରଟିକୁ ୱିଣ୍ଡୋଜ୍ ୧୧ହୋମ୍ ଏଡିସନ୍ ଜିଲାଗି ମଧ୍ୟ ଜାରି କରାଯିବ। ଏହି ଫିଚର ବ୍ୟବହାର ଲାଗି ଆପଣଙ୍କ ପାଖରେ ମାଇକ୍ରୋସଫ୍ଟ ଆକାଉଣ୍ଟ ଥିବା ଜରୁରୀ। ପ୍ରଥମେ ଲାପଟପ୍ କିମ୍ବା କମ୍ପ୍ୟୁଟରରେ ୱେବ ବ୍ରାଉଜର ଖୋଲନ୍ତୁ। ତା’ପରେ ମାଇକ୍ରୋସଫ୍ଟର ଅଧିକାରକ ୱେବପେଜ୍ ଖୋଲି ନିଜର ଆକାଉଣ୍ଟରେ ଲଗ୍ ଇନ୍ କରନ୍ତୁ। ଏହାପରେ ସେଟିଂକୁ ଯାଇ ସିକ୍ୟୁରିଟି ଉପରେ କ୍ଲିକ୍ କରି ଆଡିସନାଲ ସିକ୍ୟୁରିଟି ବିକଳ୍ପକୁ ବାଛନ୍ତୁ । ଏଥିରେ ପାସୱାର୍ଡ-ଲେସ୍ ଅପସନ୍‌କୁ ଅନ୍‌ କରନ୍ତୁ। ଏସବୁ ଦ୍ବାରା ଆପଣ ଭୁଲିଯାଇଥିବା ପାସୱାର୍ଡ ସମସ୍ୟାର ସମାଧାନ କରିପାରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର