ହ୍ବାଟସଆପ୍ ଠପ ପରେ ସିଗନାଲ ଆପ କହିଲା ଆପଣମାନଙ୍କୁ ସ୍ବାଗତ

The Sakala Picture
Published On

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଫେସବୁକ୍ ମେସେଞ୍ଜର, ଇନଷ୍ଟାଗ୍ରାମ ଏବଂ ହ୍ବାଟସଆପ କିଛି ସମୟ ପାଇଁ ଠପ ହୋଇଯାଇଥିଲା। ଲୋକମାନେ ମେସେଜ ପଠାଇବାକୁ ସକ୍ଷମ ହୋଇ ନ ଥିଲେ କିମ୍ବା କାହାର ମେସେଜ ଗ୍ରହଣ କରିପାରୁ ନ ଥିଲେ। କେବଳ ଭାରତ ନୁହେଁ, ବିଶ୍ବର ଅନେକ ଦେଶର ଉପଭୋକ୍ତାଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ହ୍ବାଟସଆପ୍ର ନୂତନ ଗୋପନୀୟତା ନୀତିର ଆଗମନ ପରେ ଲୋକମାନେ ସିଗନାଲ୍ ଆପକୁ ବହୁତ ଡାଉନଲୋଡ୍ କରିଛନ୍ତି । ବର୍ତ୍ତମାନ ଯେତେବେଳେ ହ୍ବାଟସଆପ୍ […]

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଫେସବୁକ୍ ମେସେଞ୍ଜର, ଇନଷ୍ଟାଗ୍ରାମ ଏବଂ ହ୍ବାଟସଆପ କିଛି ସମୟ ପାଇଁ ଠପ ହୋଇଯାଇଥିଲା। ଲୋକମାନେ ମେସେଜ ପଠାଇବାକୁ ସକ୍ଷମ ହୋଇ ନ ଥିଲେ କିମ୍ବା କାହାର ମେସେଜ ଗ୍ରହଣ କରିପାରୁ ନ ଥିଲେ। କେବଳ ଭାରତ ନୁହେଁ, ବିଶ୍ବର ଅନେକ ଦେଶର ଉପଭୋକ୍ତାଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ହ୍ବାଟସଆପ୍ର ନୂତନ ଗୋପନୀୟତା ନୀତିର ଆଗମନ ପରେ ଲୋକମାନେ ସିଗନାଲ୍ ଆପକୁ ବହୁତ ଡାଉନଲୋଡ୍ କରିଛନ୍ତି । ବର୍ତ୍ତମାନ ଯେତେବେଳେ ହ୍ବାଟସଆପ୍ ଠପ ହୋଇଯାଇଥିଲା, ସିଙ୍ଗନାଲ ମେସଜ ଆପ ଉପଭୋକ୍ତାମାନଙ୍କୁ ସ୍ୱାଗତ କରିଥିଲା। ସିଗନାଲ୍ ଟ୍ୱିଟ୍ କରି ଲୋଖିଥିଲା ଯେ, ୱେଲକମ ଏଭ୍ରିୱାନ।

ଆହୁରି ପଢ଼ନ୍ତୁ: ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କୁ ଝଟକା: ଫେବୃଆରୀ ୪ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ହ୍ବାଟସଆପ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ସ୍ଥିର ହେବା ପରେ ସିଗନାଲ୍ ଟ୍ୱିଟ୍ କରି କହିଛି ଯେ, ସିଗନାଲ ଏକ ସୁରକ୍ଷିତ ସର୍ଭର।

ଆହୁରି ପଢ଼ନ୍ତୁ: 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ' ଯୋଜନା ଶୁଭାରମ୍ଭ, ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ ସରକାର

ଟ୍ୱିଟରରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସଆପ୍ର ଟ୍ରେଣ୍ଡ ଅନୁସରଣ କରି ଫେସବୁକର ଗେମିଂ ଟିମ୍ କହିଛି ଯେ, ଏହି ଅଘଟଣରେ ଅନେକ ଦଳ ଏକାଠି କାମ କରୁଛନ୍ତି। ଆମେ ଶୀଘ୍ର ଆପଣଙ୍କୁ ଅପଡେଟ୍ କରିବୁ। ବୈଷୟିକ ସମସ୍ୟା ହେତୁ ଫେସବୁକର ସେବା ବ୍ୟାହତ ହୋଇଥିଲା।

ଶୁକ୍ରବାର ରାତି ପ୍ରାୟ ୧୧ ଟା ସମୟରେ ହ୍ବାଟସଆପ୍ ଡାଉନ ହେବାର ସମସ୍ୟା ସାମ୍ନାକୁ ଆସିଥିଲା। ଭାରତ ସମେତ ବିଶ୍ବର ଅନ୍ୟ ଦେଶରେ ସର୍ଭରଡାଉନ୍ ହେତୁ ଉପଭୋକ୍ତାମାନେ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଯଦିଓ ଫେସବୁକ୍ କିଛିକିଛି ସ୍ଥାନରେ ଚାଲୁଥିଲା, କିଛି ସ୍ଥାନରେ ମଧ୍ୟ ଉପଭୋକ୍ତାମାନେ ସମସ୍ୟାରେ ପଡ଼ିଥିଲେ। ହ୍ବାଟସଆପ୍ ଅସୁବିଧାରେ ପଡ଼ିବା ପରେ ଟ୍ୱିଟରରେ ମେମସ୍ ଛାଇ ଯାଇଥିଲା। ଟ୍ବିଟରରେ କିଛି ସମୟ ପାଇଁ #WhatsAppDown ଏବଂ #serverdown ଟ୍ରେଡିଂ କରିଥିଲା।

ତେବେ ଏ ବାବଦରେ କମ୍ପାନୀ ପକ୍ଷରୁ କୌଣସି ସରକାରୀ ସୂଚନା ପ୍ରଦାନ କରାଯାଇ ନାହିଁ। ହ୍ବାଟସଆପ୍ ଡାଉନ୍ ଥିବାବେଳେ ସୋସିଆଲ୍ ମିଡିଆ କମ୍ପାନୀ ତରଫରୁ ଏହି ବିବୃତ୍ତି ଜାରି କରି କହିଛି ଯେ, ଉପଭୋକ୍ତାମାନେ ଧର୍ଯ୍ଯ ରଖିଥିବରୁ ଲୋକଙ୍କୁ ଧନ୍ୟବାଦ ଜଣାଇଛି। କମ୍ପାନୀ କହିଛି ଯେ, ହ୍ବାଟସଆପ୍ କହିଛି ଯେ ୪୫ ମିନିଟ୍ ପାଇଁ ଏହି ସେବା ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ଏବେ କୌଣସି ସମସ୍ୟା ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp