ଆପ୍‌ ନ ଖୋଲି ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରନ୍ତୁ ଷ୍ଟୋରି

The Sakala Picture
Published On

୫୦ କୋଟି ସକ୍ରିୟ ଉପଭୋକ୍ତାଙ୍କ ସହିତ ଇନ୍‌ଷ୍ଟାଗ୍ରାମ୍‌ ଏବେ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଭାବେ ଉଭା ହୋଇଛି। ଇନ୍‌ଷ୍ଟାଗ୍ରାମ୍‌ର ଅନେକଗୁଡ଼ିଏ ଫିଚର୍‌ ଅଛି ଯାହାକି ବ୍ୟବହାରକାରୀଙ୍କୁ ଆକୃଷ୍ଟ କରିଥାଏ। ଏଥିରେ ଏକ ଫିଚର୍ ରହିଛି ଯେଉଁଥିରେ ଆପଣ କୌଣସି ଷ୍ଟୋରି ସେୟାର କରିପାରିବେ ଓ ତାହା ୨୪ ଘଣ୍ଟା ପରେ ଆପେ ଆପେ ରିମୁଭ୍‌ ହୋଇଯିବ। ଏହା ବ୍ୟତୀତ ଏହାର ୟୁଜର୍ସମାନେ ଇନ୍‌ଷ୍ଟାଗ୍ରାମ୍‌ରେ ଆପ୍ ନଖୋଲି ମେସେଜ୍‌ର ରିପ୍ଲାଏ କରିପାରିବେ ଏବଂ ଷ୍ଟୋରି ମଧ୍ୟ ଅପ୍‌ଲୋଡ୍‌ […]

୫୦ କୋଟି ସକ୍ରିୟ ଉପଭୋକ୍ତାଙ୍କ ସହିତ ଇନ୍‌ଷ୍ଟାଗ୍ରାମ୍‌ ଏବେ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଭାବେ ଉଭା ହୋଇଛି। ଇନ୍‌ଷ୍ଟାଗ୍ରାମ୍‌ର ଅନେକଗୁଡ଼ିଏ ଫିଚର୍‌ ଅଛି ଯାହାକି ବ୍ୟବହାରକାରୀଙ୍କୁ ଆକୃଷ୍ଟ କରିଥାଏ। ଏଥିରେ ଏକ ଫିଚର୍ ରହିଛି ଯେଉଁଥିରେ ଆପଣ କୌଣସି ଷ୍ଟୋରି ସେୟାର କରିପାରିବେ ଓ ତାହା ୨୪ ଘଣ୍ଟା ପରେ ଆପେ ଆପେ ରିମୁଭ୍‌ ହୋଇଯିବ। ଏହା ବ୍ୟତୀତ ଏହାର ୟୁଜର୍ସମାନେ ଇନ୍‌ଷ୍ଟାଗ୍ରାମ୍‌ରେ ଆପ୍ ନଖୋଲି ମେସେଜ୍‌ର ରିପ୍ଲାଏ କରିପାରିବେ ଏବଂ ଷ୍ଟୋରି ମଧ୍ୟ ଅପ୍‌ଲୋଡ୍‌ କରିପାରିବେ।

ପଦ୍ଧତି
‘ଥ୍ରେଡ୍‌ସ୍‌ ଫର୍ମ ଇନ୍‌ଷ୍ଟାଗ୍ରାମ୍‌’ ହେଉଛି ଏକ କ୍ୟାମେରା ଆପ୍, ଯାହା ଆପଣଙ୍କୁ ଇନ୍‌ଷ୍ଟାଗ୍ରାମ୍‌ ନଖୋଲି ଷ୍ଟୋରି ଅପ୍‌ଲୋଡ୍‌ କରିବାର ସୁବିଧା ପ୍ରଦାନ କରିଥାଏ। ଗୁଗୁଲ୍ ପ୍ଲେ’ ଷ୍ଟୋର୍‌ କିମ୍ବା ଆପଲ୍ ଆପ୍ ଷ୍ଟୋର୍‌ରୁ ଆପଣ ଏହି ଆପ୍ ଡାଉନଲୋଡ୍ କରିପାରିବେ।

ପ୍ରଥମ ସୋପାନ : ସର୍ବ ପ୍ରଥମେ ଆପ୍‌ଷ୍ଟୋର୍‌ ଯାଇ ‘ଥ୍ରେଡ୍‌ସ୍‌ ଫର୍ମ ଇନଷ୍ଟାଗ୍ରାମ’ ଆପ୍‌ ଡାଉନ୍‌ଲୋଡ୍‌ କରନ୍ତୁ।
ଦ୍ବିତୀୟ ସୋପାନ: ଡାଉନ୍‌ଲୋଡ୍‌ ହୋଇସାରିବା ପରେ ଏହା ଅଟୋମେଟିକ୍‌ ଆପଣଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ସହ ଲଗ୍‌ଇନ୍‌ ହୋଇଯିବ।
ତୃତୀୟ ସୋପାନ: ଏହାପରେ ପରେ ଆପଣ ନିଜ ଫେଭେରାଇଟ୍‌ ଲୋକଙ୍କୁ ଆଡ୍‌ କରିପାରିବେ, ଯେଉଁମାନଙ୍କ ସହ ଆପଣ ନିଜ ଷ୍ଟୋରି ସେୟାର କରିବାକୁ ଚାହୁଁଛନ୍ତି।
ଚତୁର୍ଥ ସୋପାନ: ଆପ୍‌ ଆପଣଙ୍କୁ ମାଇକ୍ରୋଫୋନ, କ୍ୟାମେରା ଆଦି ଆକ୍ସେସ୍‌ ପାଇଁ ଅନୁମତି ମାଗିବ।
ପଞ୍ଚମ ସୋପାନ: ଏଠାରେ ଆପଣଙ୍କୁ ୩ ଟି ପର୍ଯ୍ୟାୟ ଦେଇ ଗତି କରିବାକୁ ପଡ଼ିବ । ପ୍ରଥମେ ଅନ୍ୟର ଷ୍ଟୋରି ଦେଖିବାକୁ ଅପସନ୍‌ ମିଳିବ। ଦ୍ବିତୀୟରେ ଆପଣ ଆପଣଙ୍କ ଷ୍ଟୋରି ଅପ୍‌ଲୋଡ କରିପାରିବେ। ତୃତୀୟରେ ଡିଏମ୍‌ ଅପସନ୍‌ ରହିବ।
ଷଷ୍ଠ ସୋପାନ: ନିଜ ଷ୍ଟୋରି ସେୟାର କରିବା ପାଇଁ କ୍ୟାମେରା ଆଇକନ୍‌ରେ କ୍ଲିକ୍‌ କରିବାକୁ ହେବ। ନିଜ ଫଟୋ କ୍ଲିକ୍‌ କରନ୍ତୁ। ଏହାପରେ ଷ୍ଟିକର୍ସ କିମ୍ବା ଫିଲଟର୍ସ ବ୍ୟବହାର କରି ନିଜ ଷ୍ଟୋରି ଅପଲୋଡ୍‌ କରିବାକୁ ହେବ।

24 Mar 2021 By The Sakala

https://www.thesakala.in/technology/post-the-story-on-instagram/article-953
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର