ପ୍ରତି ୪ଟିରୁ ଗୋଟିଏ ଆଇଫୋନ୍‌ ହେବ ମେଡ୍ ଇନ୍ ଇଣ୍ଡିଆ

The Sakala Picture
Published On

ନୂଆଦିଲ୍ଲୀ: ଭାରତର ମୋବାଇଲ ଫୋନ ରପ୍ତାନୀ କ୍ଷେତ୍ରରେ ଏବେ ଆପଲ କମ୍ପାନୀ ନିର୍ମିତ ସ୍ମାଟଫୋନର ଅଂଶ ବଢିବାରେ ଲାଗିଛି। ଗତ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଭାରତର ମୋବାଇଲ ଫୋନ ରପ୍ତାନି କ୍ଷେତ୍ରର ଅଧିକାଂଶ ଭାଗ ଆପଲ ହାସଲ କରିଛି। ଏହି ସମୟରେ ଭାରତର ସର୍ବବୃହତ ଉଦ୍ୟୋଗ ଭାବେ ସାମସଙ୍ଗ ୨.୮ ବିଲିୟନ ଡଲାରର ରପ୍ତାନି କରିଥିଲାବେଳେ ଆପଲ ଅଂଶ ୨.୨ ବିଲିୟନ ଡଲାର ରହିଛି। ତେବେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୋବାଇଲ ରପ୍ତାନି କ୍ଷେତ୍ରରେ […]

ନୂଆଦିଲ୍ଲୀ: ଭାରତର ମୋବାଇଲ ଫୋନ ରପ୍ତାନୀ କ୍ଷେତ୍ରରେ ଏବେ ଆପଲ କମ୍ପାନୀ ନିର୍ମିତ ସ୍ମାଟଫୋନର ଅଂଶ ବଢିବାରେ ଲାଗିଛି। ଗତ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଭାରତର ମୋବାଇଲ ଫୋନ ରପ୍ତାନି କ୍ଷେତ୍ରର ଅଧିକାଂଶ ଭାଗ ଆପଲ ହାସଲ କରିଛି। ଏହି ସମୟରେ ଭାରତର ସର୍ବବୃହତ ଉଦ୍ୟୋଗ ଭାବେ ସାମସଙ୍ଗ ୨.୮ ବିଲିୟନ ଡଲାରର ରପ୍ତାନି କରିଥିଲାବେଳେ ଆପଲ ଅଂଶ ୨.୨ ବିଲିୟନ ଡଲାର ରହିଛି। ତେବେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୋବାଇଲ ରପ୍ତାନି କ୍ଷେତ୍ରରେ ଆପଲ କମ୍ପାନୀ ସାମସଙ୍ଗକୁ ଅତିକ୍ରମ କରିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ଏପରିକି ୨୦୨୫ ସୁଦ୍ଧା ଭାରତରେ ପ୍ରସ୍ତୁତ ହେଉଥିବା ୪ଟି ମୋବାଇଲ ଫୋନ ମଧ୍ୟରେ ଗୋଟିଏ ଆପଲ ଫୋନ ରହିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଅଧିକ ଉତ୍ପାଦନ କରିବା ଯୋଜନା ଉପରେ ଏହି କମ୍ପାନୀ କାର୍ଯ୍ୟ କରୁଛି। କମ୍ପାନୀର ପ୍ରିମିୟର ସ୍ମାର୍ଟଫୋନ ଆଇଫୋନ ୧୪ ପ୍ରୋ’ର ଯୋଗାଣ ଶୃଙ୍ଖଳାରେ ଅଭାବ ରହିଥିବା ଜଣାପଡ଼ିବା ପରେ କମ୍ପାନୀ ଉତ୍ପାଦନ ସଂଖ୍ୟା ବୃଦ୍ଧି କରିଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ୭୦ରୁ ୭୫ ନିୟୁତ ୟୁନିଟ୍ ଆଇଫୋନ ବିଦେଶକୁ ପଠାଯାଇଥିଲା ବେଳେ ଭାରତରୁ ୪୦ରୁ ୪୫ ପ୍ରତଶିତ ଆଇଫୋନ ରପ୍ତାନି ନେଇ ଆପଲ ଯୋଜନା କରୁଛି । ଭାରତରେ ଆଇଫୋନର ଉତ୍ପାଦନ ୨୦୨୧ ମସିହାରେ ୭ ନିୟୁତ ରହିଥିଲା, ଯାହା ୨୦୨୨ରେ ୧୨ରୁ ୧୩ ନିୟୁତରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

06 Dec 2022 By The Sakala

ପ୍ରତି ୪ଟିରୁ ଗୋଟିଏ ଆଇଫୋନ୍‌ ହେବ ମେଡ୍ ଇନ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତର ମୋବାଇଲ ଫୋନ ରପ୍ତାନୀ କ୍ଷେତ୍ରରେ ଏବେ ଆପଲ କମ୍ପାନୀ ନିର୍ମିତ ସ୍ମାଟଫୋନର ଅଂଶ ବଢିବାରେ ଲାଗିଛି। ଗତ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଭାରତର ମୋବାଇଲ ଫୋନ ରପ୍ତାନି କ୍ଷେତ୍ରର ଅଧିକାଂଶ ଭାଗ ଆପଲ ହାସଲ କରିଛି। ଏହି ସମୟରେ ଭାରତର ସର୍ବବୃହତ ଉଦ୍ୟୋଗ ଭାବେ ସାମସଙ୍ଗ ୨.୮ ବିଲିୟନ ଡଲାରର ରପ୍ତାନି କରିଥିଲାବେଳେ ଆପଲ ଅଂଶ ୨.୨ ବିଲିୟନ ଡଲାର ରହିଛି। ତେବେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୋବାଇଲ ରପ୍ତାନି କ୍ଷେତ୍ରରେ ଆପଲ କମ୍ପାନୀ ସାମସଙ୍ଗକୁ ଅତିକ୍ରମ କରିବ ବୋଲି କୁହାଯାଇଛି।

ଏପରିକି ୨୦୨୫ ସୁଦ୍ଧା ଭାରତରେ ପ୍ରସ୍ତୁତ ହେଉଥିବା ୪ଟି ମୋବାଇଲ ଫୋନ ମଧ୍ୟରେ ଗୋଟିଏ ଆପଲ ଫୋନ ରହିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଅଧିକ ଉତ୍ପାଦନ କରିବା ଯୋଜନା ଉପରେ ଏହି କମ୍ପାନୀ କାର୍ଯ୍ୟ କରୁଛି। କମ୍ପାନୀର ପ୍ରିମିୟର ସ୍ମାର୍ଟଫୋନ ଆଇଫୋନ ୧୪ ପ୍ରୋ’ର ଯୋଗାଣ ଶୃଙ୍ଖଳାରେ ଅଭାବ ରହିଥିବା ଜଣାପଡ଼ିବା ପରେ କମ୍ପାନୀ ଉତ୍ପାଦନ ସଂଖ୍ୟା ବୃଦ୍ଧି କରିଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ୭୦ରୁ ୭୫ ନିୟୁତ ୟୁନିଟ୍ ଆଇଫୋନ ବିଦେଶକୁ ପଠାଯାଇଥିଲା ବେଳେ ଭାରତରୁ ୪୦ରୁ ୪୫ ପ୍ରତଶିତ ଆଇଫୋନ ରପ୍ତାନି ନେଇ ଆପଲ ଯୋଜନା କରୁଛି । ଭାରତରେ ଆଇଫୋନର ଉତ୍ପାଦନ ୨୦୨୧ ମସିହାରେ ୭ ନିୟୁତ ରହିଥିଲା, ଯାହା ୨୦୨୨ରେ ୧୨ରୁ ୧୩ ନିୟୁତରେ ପହଞ୍ଚିଛି।

https://www.thesakala.in/technology/one-out-of-every-four-iphones-will-be-made-in-india-by-2025/article-17126
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp