ଏଥର ଜମିବ ଜଳଖିଆ: ବଜାରକୁ ଆସିଲା ଦୋସା ପ୍ରିଣ୍ଟର

The Sakala Picture
Published On

ନୂଆଦିଲ୍ଲୀ: ଟେକ୍ନୋଲୋଜିର ବ୍ଯବହାର ଦିନିକୁ ଦିନ ବଢିବାରେ ଲାଗାଛି। ଏବେ ରୋଷେଇଘରେ କାମର ଚାପକୁ ହ୍ରାସ କରିବା ପାଇଁ ମଧ୍ଯ ବିଭିନ୍ନ ଟେକ୍ନୋଲୋଜି ଆସିଲାଣି। ହେଲେ ଏହାରି ଭିତରେ ବଜରାକୁ ଏଭଳି ମେସିନ ଅସିଛି। ଯାହାର ନାଁ  ଦୋସା ପ୍ରିଣ୍ଟର। ଏଥିରେ ଦୋସା ପ୍ରିଣ୍ଟ କରାଯାଇ ପାରିବ। ଏହା ଆମକୁ ଆଶ୍ଚର୍ଯ୍ଯ ଲାଗିଲେ ମଧ୍ଯ ସତ।  ସୋସିଆଲ ମିଡିଆରେ ଏବେ ଏହି ମେସିନର ଭିଡିଓ ଭାଇରାଲ ହେଉଛି । ଟ୍ୱିଟରରେ ସମନ୍ଥା ନାମକ ଜଣେ ୟୁଜର୍‌ ଏହି […]

ନୂଆଦିଲ୍ଲୀ: ଟେକ୍ନୋଲୋଜିର ବ୍ଯବହାର ଦିନିକୁ ଦିନ ବଢିବାରେ ଲାଗାଛି। ଏବେ ରୋଷେଇଘରେ କାମର ଚାପକୁ ହ୍ରାସ କରିବା ପାଇଁ ମଧ୍ଯ ବିଭିନ୍ନ ଟେକ୍ନୋଲୋଜି ଆସିଲାଣି। ହେଲେ ଏହାରି ଭିତରେ ବଜରାକୁ ଏଭଳି ମେସିନ ଅସିଛି। ଯାହାର ନାଁ  ଦୋସା ପ୍ରିଣ୍ଟର। ଏଥିରେ ଦୋସା ପ୍ରିଣ୍ଟ କରାଯାଇ ପାରିବ। ଏହା ଆମକୁ ଆଶ୍ଚର୍ଯ୍ଯ ଲାଗିଲେ ମଧ୍ଯ ସତ।  ସୋସିଆଲ ମିଡିଆରେ ଏବେ ଏହି ମେସିନର ଭିଡିଓ ଭାଇରାଲ ହେଉଛି । ଟ୍ୱିଟରରେ ସମନ୍ଥା ନାମକ ଜଣେ ୟୁଜର୍‌ ଏହି ମେସିନ୍‌ର ଏକ ଭିଡିଓ ସେୟାର କରିଛନ୍ତି।


ଟ୍ବିଟ ହୋଇଥିବ ଭିଡିଓରେ ଦେଖିବାକୁ ମିଳିଛୁ ଯେ, ପ୍ରିଣ୍ଟରରେ ଯେଉଁଭଳି ପ୍ରିଣ୍ଟ ଦେଲେ ପ୍ରିଣ୍ଟ ବାହାରେ। ସେହିଭଳି ଏହି ମେସିନରେ କିଛି ଦୋସା ଘୋଳ ଢାଳାଯାଉଛି। ଏହା ପରେ ସେ ଦୋସାର ବହଳକୁ ଚୟନ କରୁଛନ୍ତି। ନିଜର ଆବଶ୍ଯକ ଅନୁସାରେ ଦୋସା ପ୍ରିଣ୍ଟକୁ ବାଛୁଛନ୍ତି। କିଛି ସେକେଣ୍ଡ ମଧ୍ୟରେ ପ୍ରିଣ୍ଟର୍‌ରୁ ଆପଣାଛାଏଁ ଏକ ପତଳା ଓ କ୍ରିସ୍‌ପି ଦୋସା ବାହାରି ଆସୁଛି। ଏବେ ଏହି ଭିଡିଓକୁ ନେଇ ସୋସିଆଲ ମିଡିଆ ଚର୍ଚ୍ଚା ଜୋର ଧରିଛି। ଏହି ଦୋସା ପ୍ରସ୍ତୁତକାରୀ ପ୍ରିଣ୍ଟର୍‌ ବଜାରକୁ ଆସିବା ପରେ ଦୋସା ପ୍ରେମୀଙ୍କ ମନରେ ଉତ୍ସାହ ବଢିଛି। ଘରେ ପତଳା ଓ କ୍ରିସ୍‌ପି ଦୋସାର ମଜା ନେଇପାରିବ । ଏହି ପ୍ରିଣ୍ଟର୍‌ ଏ-୪ ସାଇଜ୍‌ର ପେପର୍‌ ଦୋସା ପ୍ରସ୍ତୁତ କରୁଛି । ୭୦୦ ମି.ଲିର ଦୋସା ଘୋଳ ଥରେ ଭର୍ତ୍ତିକଲେ ୧୦ଟି କ୍ରିସ୍‌ପି ଦୋସାର ପ୍ରିଣ୍ଟ ବାହାରି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଏହି ଦୋସା ପ୍ରିଣ୍ଟର ବଜାରରେ ୪ଟି ରଙ୍ଗରେ ଉପଲବ୍ଧ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର