ଟ୍ରାଇ ଆଣୁଛି ନୂଆ ଫିଚର: ବିନା ଟ୍ରୁ କଲରରେ ନମ୍ବର ସହ ନାମ ଦେଖାଯିବ

The Sakala Picture
Published On

ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ ଟ୍ରୁ କଲର୍ ଆପ୍ ସାହାଯ୍ୟରେ ଏକ ଅଜ୍ଞାତ ନମ୍ବରରୁ ଆସୁଥିବା କଲ୍ ବିଷୟରେ ସୂଚନା ପାଇପାରୁଛନ୍ତି। ଏଣିକି ବିନା ଟ୍ରୁ କଲର ଆପ୍‌ରେ ଆପଣ ଆସିଥିବା କଲ୍‌ର ନମ୍ବର ଏବଂ କଲ୍‌ କାରୀଙ୍କ ନାମ ନିଜର ମୋବାଇଲ ଫୋନ୍‌ରେ ଦେଖିପାରିବେ। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ସମ୍ପ୍ରତ୍ତି ଏହି ପରି ଏକ ସମାନ ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛି, ଯାହା ମାଧ୍ୟମରେ ମୋବାଇଲ ଫୋନ୍‌କୁ କଲ୍‌ କରିଥିବା ବ୍ୟକ୍ତିଙ୍କ ନାମ ସହଜରେ […]

ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ ଟ୍ରୁ କଲର୍ ଆପ୍ ସାହାଯ୍ୟରେ ଏକ ଅଜ୍ଞାତ ନମ୍ବରରୁ ଆସୁଥିବା କଲ୍ ବିଷୟରେ ସୂଚନା ପାଇପାରୁଛନ୍ତି। ଏଣିକି ବିନା ଟ୍ରୁ କଲର ଆପ୍‌ରେ ଆପଣ ଆସିଥିବା କଲ୍‌ର ନମ୍ବର ଏବଂ କଲ୍‌ କାରୀଙ୍କ ନାମ ନିଜର ମୋବାଇଲ ଫୋନ୍‌ରେ ଦେଖିପାରିବେ। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ସମ୍ପ୍ରତ୍ତି ଏହି ପରି ଏକ ସମାନ ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛି, ଯାହା ମାଧ୍ୟମରେ ମୋବାଇଲ ଫୋନ୍‌କୁ କଲ୍‌ କରିଥିବା ବ୍ୟକ୍ତିଙ୍କ ନାମ ସହଜରେ ଫୋନ୍‌ରେ ଦେଖାଯିବ। କଲ୍‌କାରୀଙ୍କର ସେହି ନାମ ଫୋଡ଼୍ରେ ଦେଖାଇବ ଯାହା ସେ ତାଙ୍କ ସିମ୍‌ କାର୍ଡ କିଣିବା ସମୟରେ କେୱାଇସି ଭାବରେ ଦାଖଲ କରିଥିଲେ।

ବର୍ତ୍ତମାନ, ଯଦି କେହି ଆପଣଙ୍କୁ କଲ୍‌ କରନ୍ତି, ସେଥିରେ କେବଳ ତାଙ୍କ ନମ୍ବର ଆପଣଙ୍କ ମୋବାଇଲ ସ୍କ୍ରିନରେ ଦୃଶ୍ୟମାନ ହେଉଛି କିନ୍ତୁ ଟ୍ରାଇ ଅନୁସରଣ କରିବାକୁ ଯାଉଥିବା ନୂଆ ବ୍ୟବସ୍ଥାରେ ଆପଣ ଫୋନରେ କେବଳ ଉପଭୋକ୍ତାଙ୍କର କେୱାଇସିରେ ଅପରେଯରଙ୍କୁ ଦିଆଯାଇଥିବା ନାମ ହିଁ ଦେଖିପାରିବେ। ଆଉ କିଛି ମାସ ପରେ ଏହି ବ୍ୟବସ୍ଥା ଉପରେ କାମ ଆରମ୍ଭ ହେବ ବୋଲି ଜଣାଯାଇଛି। ଟ୍ରାଇର ଏହି ନୂଆ ବୈଶିଷ୍ଟ୍ୟ ଟ୍ରୁ କଲ୍ ପରି କାମ କରିବ। ଭାରତୀୟ ଟେଲିକମ୍ ବିଭାଗ(ଡଟ୍‌) ମଧ୍ୟ ଏହା ଉପରେ କାମ ଆରମ୍ଭ କରିବାକୁ ଟ୍ରାଇକୁ କହିଛି। ଟ୍ରାଇ ଅଧ୍ୟକ୍ଷ ପି.ଡି. ଭାଗେଲା କହିଛନ୍ତି ଯେ ଆସନ୍ତା କିଛି ମାସ ମଧ୍ୟରେ ଏହା ଉପରେ ପରାମର୍ଶ ଆରମ୍ଭ ହୋଇପାରିବ। ସେ କହିଛନ୍ତି, ବର୍ତ୍ତମାନ ଏହି ବିଷୟରେ ଆମର ଏକ ସନ୍ଦର୍ଭ ରହିଛି ଏବଂ ଶୀଘ୍ର ଆମେ କାମ ଆରମ୍ଭ କରିବୁ। ଟ୍ରାଇ ପୂର୍ବରୁ ଏପରି ଏକ ଟେକ୍ନୋଲୋଜି ଉପରେ ବିଚାର କରୁଥିଲା, କିନ୍ତୁ ଡଟ୍‌ ନିକଟରୁ ନିର୍ଦେଶ ପାଇବା ପରେ ଏହା ଉପରେ କାମ ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ।

ଶ୍ରୀ ଭାଗେଲା କହିଛନ୍ତି ଯେ ଏହି ନୂଆ ବୈଶିଷ୍ଟ୍ୟ ଆସିବା ପରେ ଉପଭୋକ୍ତାମାନେ ନକଲି କଲରୁ ରକ୍ଷା ପାଇପାରିବେ। ରିପୋର୍ଟ ଅନୁଯାୟୀ, ଏହି ନୂଆ ବ୍ୟସ୍‌ଥାର ରୂପରେଖ ସମାପ୍ତ ହେବା ପରେ ଏହି ବୈଶିଷ୍ଟ୍ୟ ବିଷୟରେ ଅଧିକ ଜିନିଷ ସ୍ପଷ୍ଟ ହୋଇଯିବ। ଟ୍ରୁ କଲର୍ ପରି ଆପ୍‌ ଏଭଳି ବୈଶିଷ୍ଟ୍ୟ ପ୍ରଦାନ କରିଥାଏ ଯେଉଁଥିରେ କଲ୍ ଆସିଲେ ଉପଭୋକ୍ତାମାନଙ୍କର କେୱାଇସି ଉପରେ ଆଧାରିତ ନାମ ଏଥିରେ ଦୃଶ୍ୟମାନ ହୁଏ ନାହିଁ। ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଏହି ବୈଶିଷ୍ଟ୍ୟ ଆସିବା ଦ୍ୱାରା ସ୍ପାମ୍ ଏବଂ ଠକେଇର ବଢ଼ୁଥିବା ମାମଲା ହ୍ରାସ ପାଇବ।

23 May 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର