ଫୋନର ବ୍ଲୁଟୁଥ୍ ଅଧିକାଂଶ ସମୟରେ ଅନ୍ କରି ରଖୁଛନ୍ତି କି; ତେବେ ହୋଇଯାଆନ୍ତୁ ସାବଧାନ, ଆପଣଙ୍କ ଫୋନ ହୋଇପାରେ ହ୍ୟାକ୍‍

The Sakala Picture
Published On

ଭୁବନେଶ୍ୱର: ବ୍ଲୁବଗିଂକୁ ନେଇ ରାଜଧାନୀର ଆଇଟି ଉଦ୍ୟୋଗଙ୍କ ମଧ୍ୟରେ ଛନକା ପଶିଛି। ବ୍ଲୁଟୁଥ୍‍ ମାଧ୍ୟମରେ ହେଉଥିବା ହ୍ୟାକିଂକୁ ରୋକିବା ଦିଗରେ ବଡ଼ବଡ଼ ବହୁରାଷ୍ଟ୍ରୀୟ କମ୍ପାନୀର କର୍ତ୍ତୃପକ୍ଷମାନେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧିକାଂଶ କର୍ମଚାରୀ ବ୍ଲୁଟୁଥ୍‍ ସଂଶ୍ଲିଷ୍ଟ ଇୟର ବଡ୍ସ ଓ ବ୍ଲୁଟୁଥ୍‍ ଫିଚର୍‍କୁ ବ୍ୟବହାର କରୁଥିବା ହେତୁ ହ୍ୟାଣ୍ଡସେଟ୍‍ ହ୍ୟାକ୍‍ ହେବାର ଆଶଙ୍କା ବଢ଼ୁଛି। ଏହାକୁ ପ୍ରତିହତ କରିବା ପାଇଁ କମ୍ପାନୀ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି। ମୋବାଇଲ୍‍ ଫୋନ୍‍ ୟୁଜର୍ସମାନେ ଅଫିସ୍‍ ପରିସରରେ ପଶିଲେ, ପ୍ରତ୍ୟେକ […]

ଭୁବନେଶ୍ୱର: ବ୍ଲୁବଗିଂକୁ ନେଇ ରାଜଧାନୀର ଆଇଟି ଉଦ୍ୟୋଗଙ୍କ ମଧ୍ୟରେ ଛନକା ପଶିଛି। ବ୍ଲୁଟୁଥ୍‍ ମାଧ୍ୟମରେ ହେଉଥିବା ହ୍ୟାକିଂକୁ ରୋକିବା ଦିଗରେ ବଡ଼ବଡ଼ ବହୁରାଷ୍ଟ୍ରୀୟ କମ୍ପାନୀର କର୍ତ୍ତୃପକ୍ଷମାନେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧିକାଂଶ କର୍ମଚାରୀ ବ୍ଲୁଟୁଥ୍‍ ସଂଶ୍ଲିଷ୍ଟ ଇୟର ବଡ୍ସ ଓ ବ୍ଲୁଟୁଥ୍‍ ଫିଚର୍‍କୁ ବ୍ୟବହାର କରୁଥିବା ହେତୁ ହ୍ୟାଣ୍ଡସେଟ୍‍ ହ୍ୟାକ୍‍ ହେବାର ଆଶଙ୍କା ବଢ଼ୁଛି। ଏହାକୁ ପ୍ରତିହତ କରିବା ପାଇଁ କମ୍ପାନୀ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି। ମୋବାଇଲ୍‍ ଫୋନ୍‍ ୟୁଜର୍ସମାନେ ଅଫିସ୍‍ ପରିସରରେ ପଶିଲେ, ପ୍ରତ୍ୟେକ ହ୍ୟାଣ୍ଡସେଟ୍‍କୁ ସ୍କାନ୍‍ କରାଯିବ। ଏଥିପାଇଁ କମ୍ପାନୀ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ସଫ୍ଟୱେର ବିକାଶ କରିବାରେ ଲାଗିଛନ୍ତି। ବ୍ଲୁବଗିଂ ଭଳି ସମସ୍ୟାକୁ ରାଜ୍ୟର ଆଇଟି ଫାର୍ମମାନେ ଗୁରୁତର ସହ ନେଉଥିବା ବେଳେ କମ୍ପାନୀ ସମେତ କର୍ମଚାରୀମାନଙ୍କର ଗୋପନୀୟ ତଥ୍ୟକୁ କିଭଳି ସୁରକ୍ଷିତ ରଖାଯିବ ସେନେଇ ପ୍ରଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଜନୈକ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀର ବରିଷ୍ଠ ଅଧିକାରୀ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ସାଇବର୍‍ କ୍ରାଇମ୍‍ ଏବେ ରାଜ୍ୟରେ କାୟା ବିସ୍ତାର କରୁଛି। ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‍ ହେଉଥିବା ଅଭିଯୋଗ ହେଉଛି। ଭୁବନେଶ୍ୱରରେ ସାଇବର୍‍ କ୍ରାଇମ୍‍ର ମାତ୍ରା ରାଜ୍ୟସ୍ତରରେ ସବୁଠାରୁ ଅଧିକ। ଏଣୁ ବ୍ଲୁଟୁଥ୍‍ ମାଧ୍ୟମରେ ହେଉଥିବା ସାଇବର୍‍ କ୍ରାଇମ୍‍କୁ ରୋକିବା ପାଇଁ ଆଇଟି କମ୍ପାନୀଗୁଡ଼ିକ ନିଜ ନିଜସ୍ତରରେ ଉଦ୍ୟମ କରୁଛନ୍ତି। ସାଇବର୍‍ ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି ଯେ ହ୍ୟାଣ୍ଡସେଟ୍‍ରେ ବ୍ଲୁଟୁଥ୍‍ ଅନ୍‍ ଥିଲେ, ୨୫ ମିଟର ପରିଧି ମଧ୍ୟରେ ଏହାକୁ ହ୍ୟାକ୍‍ କରିହେବ। ପାସ୍‍ ୱାର୍ଡ ଜଣା ନ ଥାଇ ମଧ୍ୟ ହ୍ୟାକରମାନେ ମୋବାଇଲକୁ ହ୍ୟାକ୍‍ କରୁଥିବାର ଅନେକ ଉଦାହରଣ ଦେଶର ବିଭିନ୍ନ ସହରରେ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଆଇଟି କମ୍ପାନୀମାନେ ସଚେତନ ହେବା ଆରମ୍ଭ କଲେଣି। ଆଇଟି କମ୍ପାନୀର ଡାଟାବେସ୍‍ ସୁରକ୍ଷିତ ରହିବା ନିହାତି ଆବଶ୍ୟକ। ରାଜଧାନୀରେ ୫୦ରୁ ଊର୍ଦ୍ଧ୍ବ ଛୋଟବଡ଼ ଆଇଟି କମ୍ପାନୀ ରହିଛନ୍ତି। ତନ୍ମଧ୍ୟରୁ କିଛି ବଡ଼ ଆଇଟି କମ୍ପାନୀ ବ୍ଲୁବଗିଂ ସଙ୍କଟରୁ ରକ୍ଷା ପାଇବା ପାଇଁ ଗାଇଡ୍‍ଲାଇନ୍‍ ଆଣିଛନ୍ତି। ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଥିବା ୱାଇଫାଇର ବ୍ୟବହାରରୁ ବର୍ତ୍ତିବା, ସର୍ବସାଧାରଣରେ ବ୍ଲୁଟୁଥ୍‍ ବ୍ୟବହାର ନକରିବା, ଏକ ଉତ୍ତମ ଭିପିଏନ୍‍ ସର୍ଭିସ୍‍ ବ୍ୟବହାର କରିବା ଓ ସଫ୍ଟୱେର ଓ ସିକ୍ୟୁରିଟି ସିଷ୍ଟମ୍‍କୁ ଅପଡେଟ୍‍ କରିବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

କର୍ମଚାରୀଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଭାବିତ ହେଲେ ଏହା ପରୋକ୍ଷରେ କମ୍ପାନୀର ଗୋପନୀୟତାକୁ ନଷ୍ଟ ହେବ ବୋଲି କମ୍ପାନୀ ଭୟ କରୁଛି। ହ୍ୱାଟ୍ସଅପ୍‍ ଗ୍ରୁପ୍‍ରେ କମ୍ପାନୀର ତଥ୍ୟ ରହୁଥିବା ହେତୁ କମ୍ପାନୀମାନେ ବ୍ଲୁବଗିଂ ଭଳି ସିକ୍ୟୁରିଟି ଥ୍ରେଟ୍‍କୁ ହାଲୁକାରେ ନେଉନାହାଁନ୍ତି। ଜନୈକ ଆଇଟି କର୍ମଚାରୀ ପ୍ରକାଶ ବରାଳ ଏସମ୍ପର୍କରେ କହିଛନ୍ତି ଯେ ବ୍ଲୁବଗିଂ ମାଧ୍ୟମରେ ବ୍ଲୁଟୁ୍‍ଥ୍‍ ପେୟାରିଂ କରାଯିବା ପରେ ଏକ ହ୍ୟାକିଂ ସଫ୍ଟୱେରକୁ ଇନଷ୍ଟଲ୍‍ କରିଦିଆଯାଉଛି। ଫଳରେ ମୋବାଇଲର ଡାଟାବେସ୍‍ ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ ହେଉଛି। କମ୍ପାନୀଗୁଡ଼ିକ ବ୍ଲୁବଗିଂ ରୋକିବା ପାଇଁ ନେଉଥିବା ଆଗୁଆ ପଦକ୍ଷେପ ନିହାତି ପକ୍ଷେ ସ୍ୱାଗତଯୋଗ୍ୟ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

30 Nov 2022 By The Sakala

ଫୋନର ବ୍ଲୁଟୁଥ୍ ଅଧିକାଂଶ ସମୟରେ ଅନ୍ କରି ରଖୁଛନ୍ତି କି; ତେବେ ହୋଇଯାଆନ୍ତୁ ସାବଧାନ, ଆପଣଙ୍କ ଫୋନ ହୋଇପାରେ ହ୍ୟାକ୍‍

ଭୁବନେଶ୍ୱର: ବ୍ଲୁବଗିଂକୁ ନେଇ ରାଜଧାନୀର ଆଇଟି ଉଦ୍ୟୋଗଙ୍କ ମଧ୍ୟରେ ଛନକା ପଶିଛି। ବ୍ଲୁଟୁଥ୍‍ ମାଧ୍ୟମରେ ହେଉଥିବା ହ୍ୟାକିଂକୁ ରୋକିବା ଦିଗରେ ବଡ଼ବଡ଼ ବହୁରାଷ୍ଟ୍ରୀୟ କମ୍ପାନୀର କର୍ତ୍ତୃପକ୍ଷମାନେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧିକାଂଶ କର୍ମଚାରୀ ବ୍ଲୁଟୁଥ୍‍ ସଂଶ୍ଲିଷ୍ଟ ଇୟର ବଡ୍ସ ଓ ବ୍ଲୁଟୁଥ୍‍ ଫିଚର୍‍କୁ ବ୍ୟବହାର କରୁଥିବା ହେତୁ ହ୍ୟାଣ୍ଡସେଟ୍‍ ହ୍ୟାକ୍‍ ହେବାର ଆଶଙ୍କା ବଢ଼ୁଛି। ଏହାକୁ ପ୍ରତିହତ କରିବା ପାଇଁ କମ୍ପାନୀ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି। ମୋବାଇଲ୍‍ ଫୋନ୍‍ ୟୁଜର୍ସମାନେ ଅଫିସ୍‍ ପରିସରରେ ପଶିଲେ, ପ୍ରତ୍ୟେକ ହ୍ୟାଣ୍ଡସେଟ୍‍କୁ ସ୍କାନ୍‍ କରାଯିବ। ଏଥିପାଇଁ କମ୍ପାନୀ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ସଫ୍ଟୱେର ବିକାଶ କରିବାରେ ଲାଗିଛନ୍ତି। ବ୍ଲୁବଗିଂ ଭଳି ସମସ୍ୟାକୁ ରାଜ୍ୟର ଆଇଟି ଫାର୍ମମାନେ ଗୁରୁତର ସହ ନେଉଥିବା ବେଳେ କମ୍ପାନୀ ସମେତ କର୍ମଚାରୀମାନଙ୍କର ଗୋପନୀୟ ତଥ୍ୟକୁ କିଭଳି ସୁରକ୍ଷିତ ରଖାଯିବ ସେନେଇ ପ୍ରଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଜନୈକ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀର ବରିଷ୍ଠ ଅଧିକାରୀ।

ସାଇବର୍‍ କ୍ରାଇମ୍‍ ଏବେ ରାଜ୍ୟରେ କାୟା ବିସ୍ତାର କରୁଛି। ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‍ ହେଉଥିବା ଅଭିଯୋଗ ହେଉଛି। ଭୁବନେଶ୍ୱରରେ ସାଇବର୍‍ କ୍ରାଇମ୍‍ର ମାତ୍ରା ରାଜ୍ୟସ୍ତରରେ ସବୁଠାରୁ ଅଧିକ। ଏଣୁ ବ୍ଲୁଟୁଥ୍‍ ମାଧ୍ୟମରେ ହେଉଥିବା ସାଇବର୍‍ କ୍ରାଇମ୍‍କୁ ରୋକିବା ପାଇଁ ଆଇଟି କମ୍ପାନୀଗୁଡ଼ିକ ନିଜ ନିଜସ୍ତରରେ ଉଦ୍ୟମ କରୁଛନ୍ତି। ସାଇବର୍‍ ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି ଯେ ହ୍ୟାଣ୍ଡସେଟ୍‍ରେ ବ୍ଲୁଟୁଥ୍‍ ଅନ୍‍ ଥିଲେ, ୨୫ ମିଟର ପରିଧି ମଧ୍ୟରେ ଏହାକୁ ହ୍ୟାକ୍‍ କରିହେବ। ପାସ୍‍ ୱାର୍ଡ ଜଣା ନ ଥାଇ ମଧ୍ୟ ହ୍ୟାକରମାନେ ମୋବାଇଲକୁ ହ୍ୟାକ୍‍ କରୁଥିବାର ଅନେକ ଉଦାହରଣ ଦେଶର ବିଭିନ୍ନ ସହରରେ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଆଇଟି କମ୍ପାନୀମାନେ ସଚେତନ ହେବା ଆରମ୍ଭ କଲେଣି। ଆଇଟି କମ୍ପାନୀର ଡାଟାବେସ୍‍ ସୁରକ୍ଷିତ ରହିବା ନିହାତି ଆବଶ୍ୟକ। ରାଜଧାନୀରେ ୫୦ରୁ ଊର୍ଦ୍ଧ୍ବ ଛୋଟବଡ଼ ଆଇଟି କମ୍ପାନୀ ରହିଛନ୍ତି। ତନ୍ମଧ୍ୟରୁ କିଛି ବଡ଼ ଆଇଟି କମ୍ପାନୀ ବ୍ଲୁବଗିଂ ସଙ୍କଟରୁ ରକ୍ଷା ପାଇବା ପାଇଁ ଗାଇଡ୍‍ଲାଇନ୍‍ ଆଣିଛନ୍ତି। ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଥିବା ୱାଇଫାଇର ବ୍ୟବହାରରୁ ବର୍ତ୍ତିବା, ସର୍ବସାଧାରଣରେ ବ୍ଲୁଟୁଥ୍‍ ବ୍ୟବହାର ନକରିବା, ଏକ ଉତ୍ତମ ଭିପିଏନ୍‍ ସର୍ଭିସ୍‍ ବ୍ୟବହାର କରିବା ଓ ସଫ୍ଟୱେର ଓ ସିକ୍ୟୁରିଟି ସିଷ୍ଟମ୍‍କୁ ଅପଡେଟ୍‍ କରିବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କର୍ମଚାରୀଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଭାବିତ ହେଲେ ଏହା ପରୋକ୍ଷରେ କମ୍ପାନୀର ଗୋପନୀୟତାକୁ ନଷ୍ଟ ହେବ ବୋଲି କମ୍ପାନୀ ଭୟ କରୁଛି। ହ୍ୱାଟ୍ସଅପ୍‍ ଗ୍ରୁପ୍‍ରେ କମ୍ପାନୀର ତଥ୍ୟ ରହୁଥିବା ହେତୁ କମ୍ପାନୀମାନେ ବ୍ଲୁବଗିଂ ଭଳି ସିକ୍ୟୁରିଟି ଥ୍ରେଟ୍‍କୁ ହାଲୁକାରେ ନେଉନାହାଁନ୍ତି। ଜନୈକ ଆଇଟି କର୍ମଚାରୀ ପ୍ରକାଶ ବରାଳ ଏସମ୍ପର୍କରେ କହିଛନ୍ତି ଯେ ବ୍ଲୁବଗିଂ ମାଧ୍ୟମରେ ବ୍ଲୁଟୁ୍‍ଥ୍‍ ପେୟାରିଂ କରାଯିବା ପରେ ଏକ ହ୍ୟାକିଂ ସଫ୍ଟୱେରକୁ ଇନଷ୍ଟଲ୍‍ କରିଦିଆଯାଉଛି। ଫଳରେ ମୋବାଇଲର ଡାଟାବେସ୍‍ ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ ହେଉଛି। କମ୍ପାନୀଗୁଡ଼ିକ ବ୍ଲୁବଗିଂ ରୋକିବା ପାଇଁ ନେଉଥିବା ଆଗୁଆ ପଦକ୍ଷେପ ନିହାତି ପକ୍ଷେ ସ୍ୱାଗତଯୋଗ୍ୟ।

https://www.thesakala.in/technology/keeping-the-phones-bluetooth-on-increases-the-risk-of-the-handset-being-hacked/article-16974
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର