ଜିଓଫାଇବର୍ ପକ୍ଷରୁ ମନୋରଞ୍ଜନ ବୋନାଞ୍ଜାର ଶୁଭାରମ୍ଭ, ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଶୂନ ପ୍ରବେଶ ଖର୍ଚ୍ଚ

The Sakala Picture
Published On

ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ୍ ଓ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଜିଓ ପକ୍ଷରୁ ଜିଓଫାଇବର୍ ପୋଷ୍ଟ୍‌ପେଡ୍ ବର୍ଗରେ ଆଉ ଏକ ବୈପ୍ଳବିକ ଉତ୍ପାଦର ଶୁଭାରମ୍ଭ କରାଯାଇଛି । ଏହା ନୂଆ ପୋଷ୍ଟପେଡ୍ ବ୍ୟବହାରକାରୀମାନଙ୍କୁ ଶୂନ ପ୍ରବେଶ ଖର୍ଚ୍ଚ ସୁବିଧା ପ୍ରଦାନ କରୁଛି । ଯେତେବେଳେ ବ୍ୟବହାରକାରୀମାନେ ଜିଓଫାଇବର୍‌ର ପୋଷ୍ଟ୍‌ପେଡ୍ ସଂଯୋଗ ବିକଳ୍ପ ଚୟନ କରିବେ ତାଙ୍କୁୂ ବିନା ଖର୍ଚ୍ଚରେ ୧୦,୦୦୦ ଟଙ୍କା ମୂଲ୍ୟର ଇଣ୍ଟରନେଟ୍ ବକ୍ସ (ଗେଟ୍‌ୱେ ରାଉଟର), ସେଟ୍ ଟପ୍ ବକ୍ସ ଓ ଇନଷ୍ଟଲେସନ୍ ସୁବିଧା […]

ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ୍ ଓ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଜିଓ ପକ୍ଷରୁ ଜିଓଫାଇବର୍ ପୋଷ୍ଟ୍‌ପେଡ୍ ବର୍ଗରେ ଆଉ ଏକ ବୈପ୍ଳବିକ ଉତ୍ପାଦର ଶୁଭାରମ୍ଭ କରାଯାଇଛି । ଏହା ନୂଆ ପୋଷ୍ଟପେଡ୍ ବ୍ୟବହାରକାରୀମାନଙ୍କୁ ଶୂନ ପ୍ରବେଶ ଖର୍ଚ୍ଚ ସୁବିଧା ପ୍ରଦାନ କରୁଛି । ଯେତେବେଳେ ବ୍ୟବହାରକାରୀମାନେ ଜିଓଫାଇବର୍‌ର ପୋଷ୍ଟ୍‌ପେଡ୍ ସଂଯୋଗ ବିକଳ୍ପ ଚୟନ କରିବେ ତାଙ୍କୁୂ ବିନା ଖର୍ଚ୍ଚରେ ୧୦,୦୦୦ ଟଙ୍କା ମୂଲ୍ୟର ଇଣ୍ଟରନେଟ୍ ବକ୍ସ (ଗେଟ୍‌ୱେ ରାଉଟର), ସେଟ୍ ଟପ୍ ବକ୍ସ ଓ ଇନଷ୍ଟଲେସନ୍ ସୁବିଧା ମିଳିବ ।

ମାତ୍ର ଅତିରିକ୍ତ ୧୦୦ ଟଙ୍କାରେ ଅସୀମିତ ମନୋରଞ୍ଜନ ସୁବିଧା ଆରମ୍ଭ କରାଯାଇଛି। ମାସିକ ୩୯୯ ଟଙ୍କାରୁ ଆରମ୍ଭ ହୋଇଥିବା ପ୍ଲାନ୍‌ରେ ବ୍ୟବହାରକାରୀମାନେ ଅସୀମିତ ହାଇ-ସ୍ପିଡ୍ ଇଟଂରନେଟ୍ ପାଇପାରିବେ । ପୁନଶ୍ଚ, ମାସିକ ଅତିରିକ୍ତ ୧୦୦ କିମ୍ବା ୨୦୦ ଟଙ୍କା ଦେଇ ସେମାନେ ୧୪ଟି ପର୍ୟ୍ୟନ୍ତ ଓଟିଟି ଆପ୍‌ର ସମ୍ଭାରରୁ ନିଜ ପସନ୍ଦର କନ୍‌ଟେନ୍‌ଟ୍ (ବିଷୟବସ୍ତୁ) ହାସଲ କରିପାରିବେ ।

ଅସୀମିତ ମନୋରଞ୍ଜନରେ ସାମିଲ ରହିଛି ୧୪ ପେଡ୍ ମନୋରଂଜନ ଆପ୍ ଯାହାକୁ ଉଭୟ ବଡ଼ ସ୍କ୍ରିନ୍ ଓ ଛୋଟ ସ୍କ୍ରିନ୍‌ରେ ହାସଲ କରିହେବ ଫଳରେ ବ୍ୟବହାରକାରୀମାନେ ସେମାନଙ୍କ ମନ ପସନ୍ଦର ସିନେମା, ଟିଭି ଚ୍ୟାନେଲ୍‌, ଅରିଜିନାଲ୍‌ସ, ଖବର, ସୋ’, କ୍ରୀଡ଼ା ଏବଂ ଆହୁରି ବହୁତ କିଛି ଦେଖିପାରିବେ । ସେହି ୧୪ଟି ଆପ୍ ହେଉଛି ଡିଜ୍‌ନି+ହଟ୍‌ଷ୍ଟାର, ଜି୫, ସୋନିଲିଭ୍‌, ଭୁଟ୍‌, ସନ୍‌ନେକ୍ସଟ୍‌, ଡିସକଭରି+, ହୋଇଚୋଇ, ଅଲ୍‌ଟବାଲାଜୀ, ଏରସ୍ ନାଓ, ଲାୟନ୍ସଗେଟ୍‌, ସେମାରୋମି, ୟୁନିଭର୍ସାଲ୍‌+, ଭୁଟ୍ କିଡ୍‌ସ ଓ ଜିଓ ସିନେମା ।

ଏହି ନୂଆ ପ୍ଲାନ୍ ୨୦୨୨ ଏପ୍ରିଲ୍ ୨୨ରୁ ସମସ୍ତ ବ୍ୟବହାରକାରୀମାନଙ୍କ ଲାଗି ଉପଲବ୍ଧ ହେବ ।

ନୂଆ ଜିଓଫାଇବର୍ ମନୋରଂଜନ ବୋନାଞ୍ଜା ପ୍ଲାନ୍‌ର ଲାଭ ପାଇବା ଲାଗି ପରୁଣା ଜିଓଫାଇବର୍ ପୋଷ୍ଟପେଡ୍ ଗ୍ରାହକମାନଙ୍କୁ ମାଇଁଜିଓ ଆପ୍‌ରେ ମନୋରଂଜନ ପ୍ଲାନ୍ ଚୟନ କରିବାକୁ ହେବ ଏବଂ ଚୟନ କରାଯାଇଥିବା ନୂତନ ପ୍ଲାନ୍ ପାଇଁ ଅଗ୍ରୀମ ରେଂଟାଲ୍ ପେମେଂଟ୍ କରିବାକୁ ପଡ଼ିବ । ସେହିପରି, ପୁରୁଣା ଜିଓଫାଇବର୍ ପ୍ରିପେଡ୍ ବ୍ୟବହାରକାରୀମାନେ ଏହି ପ୍ଲାନ୍‌ର ଲାଭ ପାଇବା ଲାଗି ମାଇଁଜିଓ ଜରିଆରେ ପ୍ରିପେଡ୍‌ରୁ ପୋଷ୍ଟ୍‌ପେଡ୍‌କୁ ଆସିବା ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ପଡ଼ିବ । ନିଜ ଫୋନ୍‌ରେ ଓଟିପି ଦେଇ ନିଜକୁ ଭେରିଫାଏ କରିବାକୁ ହେବ । ଏହା ପରେ ମାଇଁଜିଓରେ ମନୋରଂଜନ ପ୍ଲାନ୍ ଚୟନ କରିବାକୁ ହେବ ଏବଂ ଚୟନ କରାଯାଇଥିବା ପ୍ଲାନ୍ ପାଇଁ ଅଗ୍ରୀମ ଦେୟ ପ୍ରଦାନ କରିବାକୁ ପଡ଼ିବ ।

ବିନା ଏସ୍‌ଟିବିର ଜିଓଫାଇବର୍ ବ୍ୟବହାରକାରୀମାନେ ନିଜର ମନୋରଂଜନ ବୋନାଞ୍ଜା ପ୍ଲାନ୍ ଚୟନ କରିବା ପରେ ମାଗଣାରେ ଜିଓ ସେଟ୍ ଟପ୍ ବକ୍ସର ଡେଲିଭରି ପାଇବା ଲାଗି ଆପଏଂଟ୍‌ମେଂଟ୍ ନେଇପାରିବେ ।

ଜିଓ ଏସ୍‌ଟିବି ଯେକୌଣସି ଟିଭିକୁ ସ୍ମାର୍ଟ ଟିଭିରେ ପରିଣତ କରୁଛି । ଜିଓ ଏସ୍‌ଟିବି ଜରିଆରେ ବ୍ୟବହାରକାରୀମାନେ ସିନେମା, ସୋ’, ୱେବ ସିରିଜ୍‌, କ୍ରୀଡ଼ା କାର୍ୟ୍ୟକ୍ରମ ଏବଂ ନିଜ ପସନ୍ଦର ଓଟିପି ଆପ୍‌କୁ ହାସଲ କରିପାରିବେ । ଜିଓ ଏସ୍‌ଟିବିରେ ବହୁ ଉନ୍ନତ ସୁବିଧା ସୁଯୋଗ ରହିଛି । ସେଗୁଡ଼ିକ ହେଉଛି ଭଏସ୍ କମାଣ୍ଡ, ୟୁଟ୍ୟୁବ୍ ଅନ୍ ଟିଭି, ଟିଭିରେ ଇଟଂରନେଟ୍ ହାସଲ କରିବା ସୁବିଧା, ଟିଭି ଜରିଆରେ ଭିଡିଓ କଲ୍ କରିବା, ୧୫ଟି ଭାଷାରେ ୫୫୦ରୁ ଅଧିକ ଟିଭି ଚ୍ୟାନେଲ୍‌, ୩୦୦ରୁ ଅଧିକ ଆପ୍ଲିକେସନ୍‌, ଜିଓଗେମ୍‌ସ ଆପ୍‌ରେ ମଲ୍‌ଟିପ୍ଲେୟାର ଗେମ୍‌ସ ଓ ଟିଭିରେ ଫଟୋ ଓ ଭିଡିଓ ଆଦି ଦେଖିପାରିବା ସୁବିଧା ।

19 Apr 2022 By The Sakala

https://www.thesakala.in/technology/jiofiber-launches-entertainment-bonanza-new-plans-with-zero-entry-cost/article-10897
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର