ଜିଓ ଏପ୍ରିଲ୍‌ରେ ଓଡ଼ିଶାରେ ଯୋଡ଼ିଛି ସର୍ବାଧିକ ୨.୬୯ ଲକ୍ଷ ନୂଆ ଗ୍ରାହକ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଏହାର ଆଧିପତ୍ୟ ବଜାୟ ରଖି ୨୦୨୧ ଏପ୍ରିଲ୍ ମାସରେ ରାଜ୍ୟରେ ସର୍ବାଧିକ ୨.୬୯ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । ଏହା ସହିତ, ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବା ଜିଓର ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଗ୍ରାହକ ସଂଖ୍ୟା ଓଡ଼ିଶାରେ ୫୦,୦୦୦ ମାଇଲଖୁଂଟ ଅତିକ୍ରମ କରିବା ସହ ରାଜ୍ୟରେ ମୋଟ ଜିଓଫାଇବର […]

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଏହାର ଆଧିପତ୍ୟ ବଜାୟ ରଖି ୨୦୨୧ ଏପ୍ରିଲ୍ ମାସରେ ରାଜ୍ୟରେ ସର୍ବାଧିକ ୨.୬୯ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । ଏହା ସହିତ, ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବା ଜିଓର ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଗ୍ରାହକ ସଂଖ୍ୟା ଓଡ଼ିଶାରେ ୫୦,୦୦୦ ମାଇଲଖୁଂଟ ଅତିକ୍ରମ କରିବା ସହ ରାଜ୍ୟରେ ମୋଟ ଜିଓଫାଇବର ଗ୍ରାହକ ସଂଖ୍ୟା ୨୦୨୧ ଏପ୍ରିଲ୍ ୩୦ ସୁଦ୍ଧା ୫୪,୦୫୮ରେ ପହଞ୍ଚିଥିବା ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ଓୟାରଲାଇନ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ।

ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଓଡିଶାରେ ପ୍ରାୟ ୧.୪୬ କୋଟି ମୋବାଇଲ୍ ଗ୍ରାହକ ସହିତ ରାଜ୍ୟରେ ଟେଲିକମ୍ କ୍ଷେତ୍ରରେ ୪୨% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି । ୨୦୨୧ ଏପ୍ରିଲ୍ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୨,୬୯,୦୮୨ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ, ଭାରତୀ ଏୟାରଟେଲ୍ ୧୬,୫୧୩ ନୂଆ ଗ୍ରାହକ ଯୋଡିଛି । ତେବେ ଏହି ମାସରେ ବିଏସଏନଏଲ ୮୪,୬୪୦ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ୪୯,୭୦୭ ଗ୍ରାହକ ହରାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ଜିଓ ପକ୍ଷରୁ ଉଲ୍ଲେଖନୀୟ ଗ୍ରାହକ ଯୋଡ଼ାଯାଇଥିବାରୁ ଓଡ଼ିଶାରେ ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୧.୫୧ ଲକ୍ଷ ବୃଦ୍ଧି ପାଇ ପ୍ରାୟ ଏପ୍ରିଲ୍ ଶେଷ ସୁଦ୍ଧା ୩.୪୫ କୋଟିରେ ପହଂଚିଛି ।

ଜାତୀୟ ସ୍ତରରେ ମଧ୍ୟ ଏପ୍ରିଲ୍ ମାସରେ ରିଲାଏନ୍ସ ଜିଓ ସର୍ବାଧିକ ୪୭.୫୬ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍ ଏହି ମାସରେ ପ୍ରାୟ ୫ ଲକ୍ଷ ଗ୍ରାହକ ଯୋଡ଼ିଛି । ସମାନ ସମୟରେ ଉଭୟ ଭୋଡାଫୋନ୍ ଆଇଡିଆ ଓ ବିଏସ୍‌ଏନ୍‌ଏଲ୍ ଲକ୍ଷ ଲକ୍ଷ ସଂଖ୍ୟକ ଗ୍ରାହକ ହରାଇଛନ୍ତି । ଏପ୍ରିଲ୍ ମାସରେ ଭୋଡାଫୋନ୍ ଆଇଡିଆ ୧୮ ଲକ୍ଷ ଗ୍ରାହକ ହରାଇଥିବା ବେଳେ ବିଏସଏନଏଲ୍ ୧୩ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡ଼ିଛି ।

ଏଥିସହିତ ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଓୟାରଲାଇନ୍ (ଫିକ୍ସଡ୍ ଲାଇନ୍‌) ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ଯେ ଏକ ଉଲ୍ଲେଖନୀୟ ସଫଳତା ଭାବେ ରିଲାଏନ୍ସ ଜିଓର ଫାଇବର୍ ଭିତିକ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଗ୍ରାହକ ସଂଖ୍ୟା ଓଡ଼ିଶାରେ ୨୦୨୧ ଏପ୍ରିଲ୍ ୩୦ ସୁଦ୍ଧା ୫୦,୦୦୦ ମାଇଲଖୁଂଟ ଅତିକ୍ରମ କରି ୫୪,୦୫୮ରେ ପହଂଚିଛି, ଯାହା ଏହାକୁ ରାଜ୍ୟର ଅଗ୍ରଣୀ ଫାଇବର ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନକାରୀରେ ପରିଣତ କରିଛି । ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବା ଜିଓଫାଇବର୍ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ରାଜ୍ୟର ୨୬ଟି ପ୍ରମୁଖ ସହର ଓ ନଗରର ପ୍ରମୁଖ ଅଂଚଳଗୁଡ଼ିକରେ ଉପଲବ୍ଧ ହୋଇସାରିଛିି ଏବଂ ଦ୍ରୁତ ଗତିରେ ଅନ୍ୟ ସହର ଓ ନଗରଗୁଡ଼ିକୁ ସମ୍ପ୍ରସାରିତ ହେଉଛି ।

ଉଲ୍ଲେଖଯୋଗ୍ୟ ଯେ, ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜ୍ୟର ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱରେ ୫୦ ପ୍ରତିଶତରୁ ଅଧିକ ବଜାର ଅଂଶ ସହ ରିଲାଏନ୍ସ  ଜିଓ ହେଉଛି ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ । ଏହାର ସର୍ବବୃହତ ୪ଜି ନେଟ୍‌ୱର୍କ, ଅପହଂଚ ଅଂଚଳରେ ଦ୍ରୁତ ଗତିରେ ନେଟ୍‌ୱର୍କ ସଂପ୍ରସାରଣ ଏବଂ ସାରା ରାଜ୍ୟରେ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଟଂରନେଟ୍ ଉପଲବ୍ଧ କରି ରିଲାଏନ୍ସ ଜିଓ ବିଗତ କିଛି ବର୍ଷ ଧରିି ନିରନ୍ତର ଭାବେ ପ୍ରତି ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ୁଛି । ନିକଟରେ ହୋଇଥିବା ସ୍ପେକ୍ଟ୍ରମ ନିଲାମରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ଜିଓ ସଫଳତାର ସହିତ ସାରା ଓଡ଼ିଶାରେ ମୂତୟନ କରି ରାଜ୍ୟରେ ଇଂଟରନେଟ୍ ବେଗ ଓ ଗ୍ରାହକ ଅନୁଭୂତିକୁ ଆହୁରି ଅଧିକ ସମୃଦ୍ଧ କରିଛି । ଏହା ଘରୁ କାମ କରୁଥିବା (ୱାର୍କ ଫ୍ରମ୍ ହୋମ୍‌) ପ୍ରଫେସନାଲ୍ ଏବଂ ଅନ୍‌ଲାଇନ୍‌ରେ ପାଠ ପଢୁଥିବା ଛୀତ୍ରଛାତ୍ରୀଙ୍କ ପାଇଁ ବେଶ୍ ସହାୟକ ହୋଇଛି ।

13 Jul 2021 By The Sakala

https://www.thesakala.in/technology/jio-adds-highest-2-69-lakh-subscribers-in-odisha-in-april-jiofiber-crosses-50k-subscriber-mark-trai-data/article-3732
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର