ଗୁଗୁଲ୍ ଓ ଆପଲ୍ ନିଜ ଆପ ଷ୍ଟୋରରୁ ହଟାଇଲେ ୮ ଲକ୍ଷରୁ ଉର୍ଦ୍ଧ୍ବ ଆପ୍

The Sakala Picture
Published On

ନୂଆଦିଲ୍ଲୀ : ଗୁଗୁଲ୍ ଓ ଆପଲ୍ ନିଜ ଆପ ଷ୍ଟୋରରୁ ଲକ୍ଷାଧିକ ବିପଦଜନକ ଆପକୁ ହଟାଇ ଦେଇଛନ୍ତି। ଏହା ପରେ ଉପଭୋକ୍ତାମାନେ ଏହି ଆପ୍ ବ୍ୟବହାର କରିବାକୁ ଆଉ ସମର୍ଥ ହେବେ ନାହିଁ । ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋର୍‌ରରୁ ୮ ଲକ୍ଷ ୧୩ ହଜାରରୁ ଅଧିକ ଆପ୍ ଉପକୁ ହଟାଇ ଦିଆଯାଇଥିବା ସୂଚନା । H1 ୨୦୨୧ ତାଲିକାଭୁକ୍ତ ମୋବାଇଲ୍ ଆପ୍ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୧ ମସିହାର ପ୍ରଥମାର୍ଦ୍ଧରେ ଗୁଗୁଲ୍ […]

ନୂଆଦିଲ୍ଲୀ : ଗୁଗୁଲ୍ ଓ ଆପଲ୍ ନିଜ ଆପ ଷ୍ଟୋରରୁ ଲକ୍ଷାଧିକ ବିପଦଜନକ ଆପକୁ ହଟାଇ ଦେଇଛନ୍ତି। ଏହା ପରେ ଉପଭୋକ୍ତାମାନେ ଏହି ଆପ୍ ବ୍ୟବହାର କରିବାକୁ ଆଉ ସମର୍ଥ ହେବେ ନାହିଁ । ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋର୍‌ରରୁ ୮ ଲକ୍ଷ ୧୩ ହଜାରରୁ ଅଧିକ ଆପ୍ ଉପକୁ ହଟାଇ ଦିଆଯାଇଥିବା ସୂଚନା ।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

H1 ୨୦୨୧ ତାଲିକାଭୁକ୍ତ ମୋବାଇଲ୍ ଆପ୍ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୧ ମସିହାର ପ୍ରଥମାର୍ଦ୍ଧରେ ଗୁଗୁଲ୍ ଏବଂ ଆପଲ୍ ସେମାନଙ୍କ ଷ୍ଟୋରରୁ ଲକ୍ଷଲକ୍ଷ ଆପକୁ ହଟାଇ ଦେଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ମୋଟ ୮ ଲକ୍ଷ ୧୩ ହଜାର ଆପ୍ ଡିଲିଟ କରାଯାଇଛି। ଏହି ଆପ ଗୁଡିକ ଉପଭୋକ୍ତାମାନେ ଆଉ ବ୍ୟବହାର କରିପାରିବେ ନାହିଁ। ଏହା ମଧ୍ୟ କୁହାଯାଇଛି ଯେ, ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟାଯାଇଥିବା ଆପଗୁଡିକ ୯ ବିଲିୟନ ଥର ଡାଉନଲୋଡ୍ ହୋଇଥିଲା। ସେହି ସମୟରେ, ଆପଲ୍ ଆପ୍ ଷ୍ଟୋରରୁ ଅପସାରିତ ହୋଇଥିବା ଆପଗୁଡିକୁ  ୨.୧  ମିଲିୟନ୍ ଉପଭୋକ୍ତାଙ୍କର ରେଟିଙ୍ଗ ମିଳିଥିଲା । ଆପ ଷ୍ଟୋରରୁ ଏହି ଆପକୁ ହଟାଯିବା ପରେ ମଧ୍ୟ ୟୁଜର୍ସଙ୍କ ସ୍ମାର୍ଟଫୋନରେ ଏହା ଉପଲବ୍ଧ ଥିବା ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ଆପ୍ ନିଷେଧ କରିବାର କାରଣ:
ରିପୋର୍ଟ ଅନୁଯାୟୀ, ଗୁଗୁଲ ପ୍ଲେ ଷ୍ଟୋରରେ ଉପସ୍ଥିତ ଥିବା ଏହି ଆପଗୁଡ଼ିକ ବ୍ୟବହାରକାରୀଙ୍କ ପାଇଁ ବିପଦଜନକ ପ୍ରମାଣିତ ହୋଇପାରେ। ଆପ ଗୁଡିକ ଚାଲିବା ପାଇଁ ବିଭିନ୍ନ ପ୍ରକାର ଅନୁମିତି( ପରମିଶନ) ମାଗିଥାଏ। ଏହାକୁ  ବିପଜ୍ଜନକ ମନେକରି ଗୁଗଲ ଓ ଆପଲ ନିଜ ଆପ ଷ୍ଟୋରରୁ ଲକ୍ଷଲକ୍ଷ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନୁମିତି( ପରମିଶନ) କାରଣରୁ, ଉପଭୋକ୍ତାମାନଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ସମ୍ଭାବନା ରହିଥାଏ।  କେବଳ ଏତିକି ନୁହେଁ, ଏହି ଆପ୍ ମଧ୍ଯମରେ ହ୍ଯାକରମାନେ  ବ୍ୟବହାରକାରୀଙ୍କ କ୍ୟାମେରା ପର୍ଯ୍ଯନ୍ତ ପ୍ରବେଶ କରିପାରୁଥିବା ଜଣାପଡ଼ିଛି ​। ଏଭଳି ପରିସ୍ଥିତିରେ ବ୍ୟବହାରକାରୀଙ୍କ ଫଟୋ ଏବଂ ଭିଡିଓ ମଧ୍ୟ ସୁରକ୍ଷିତ ନଥିଲା। ଏହି ସବୁ କାରଣରୁ ଉକ୍ତ ଆପଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି।

24 Sep 2021 By The Sakala

ଗୁଗୁଲ୍ ଓ ଆପଲ୍ ନିଜ ଆପ ଷ୍ଟୋରରୁ ହଟାଇଲେ ୮ ଲକ୍ଷରୁ ଉର୍ଦ୍ଧ୍ବ ଆପ୍

ନୂଆଦିଲ୍ଲୀ : ଗୁଗୁଲ୍ ଓ ଆପଲ୍ ନିଜ ଆପ ଷ୍ଟୋରରୁ ଲକ୍ଷାଧିକ ବିପଦଜନକ ଆପକୁ ହଟାଇ ଦେଇଛନ୍ତି। ଏହା ପରେ ଉପଭୋକ୍ତାମାନେ ଏହି ଆପ୍ ବ୍ୟବହାର କରିବାକୁ ଆଉ ସମର୍ଥ ହେବେ ନାହିଁ । ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋର୍‌ରରୁ ୮ ଲକ୍ଷ ୧୩ ହଜାରରୁ ଅଧିକ ଆପ୍ ଉପକୁ ହଟାଇ ଦିଆଯାଇଥିବା ସୂଚନା ।

H1 ୨୦୨୧ ତାଲିକାଭୁକ୍ତ ମୋବାଇଲ୍ ଆପ୍ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୧ ମସିହାର ପ୍ରଥମାର୍ଦ୍ଧରେ ଗୁଗୁଲ୍ ଏବଂ ଆପଲ୍ ସେମାନଙ୍କ ଷ୍ଟୋରରୁ ଲକ୍ଷଲକ୍ଷ ଆପକୁ ହଟାଇ ଦେଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ମୋଟ ୮ ଲକ୍ଷ ୧୩ ହଜାର ଆପ୍ ଡିଲିଟ କରାଯାଇଛି। ଏହି ଆପ ଗୁଡିକ ଉପଭୋକ୍ତାମାନେ ଆଉ ବ୍ୟବହାର କରିପାରିବେ ନାହିଁ। ଏହା ମଧ୍ୟ କୁହାଯାଇଛି ଯେ, ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟାଯାଇଥିବା ଆପଗୁଡିକ ୯ ବିଲିୟନ ଥର ଡାଉନଲୋଡ୍ ହୋଇଥିଲା। ସେହି ସମୟରେ, ଆପଲ୍ ଆପ୍ ଷ୍ଟୋରରୁ ଅପସାରିତ ହୋଇଥିବା ଆପଗୁଡିକୁ  ୨.୧  ମିଲିୟନ୍ ଉପଭୋକ୍ତାଙ୍କର ରେଟିଙ୍ଗ ମିଳିଥିଲା । ଆପ ଷ୍ଟୋରରୁ ଏହି ଆପକୁ ହଟାଯିବା ପରେ ମଧ୍ୟ ୟୁଜର୍ସଙ୍କ ସ୍ମାର୍ଟଫୋନରେ ଏହା ଉପଲବ୍ଧ ଥିବା ଅନୁମାନ କରାଯାଉଛି।

ଆପ୍ ନିଷେଧ କରିବାର କାରଣ:
ରିପୋର୍ଟ ଅନୁଯାୟୀ, ଗୁଗୁଲ ପ୍ଲେ ଷ୍ଟୋରରେ ଉପସ୍ଥିତ ଥିବା ଏହି ଆପଗୁଡ଼ିକ ବ୍ୟବହାରକାରୀଙ୍କ ପାଇଁ ବିପଦଜନକ ପ୍ରମାଣିତ ହୋଇପାରେ। ଆପ ଗୁଡିକ ଚାଲିବା ପାଇଁ ବିଭିନ୍ନ ପ୍ରକାର ଅନୁମିତି( ପରମିଶନ) ମାଗିଥାଏ। ଏହାକୁ  ବିପଜ୍ଜନକ ମନେକରି ଗୁଗଲ ଓ ଆପଲ ନିଜ ଆପ ଷ୍ଟୋରରୁ ଲକ୍ଷଲକ୍ଷ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନୁମିତି( ପରମିଶନ) କାରଣରୁ, ଉପଭୋକ୍ତାମାନଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ସମ୍ଭାବନା ରହିଥାଏ।  କେବଳ ଏତିକି ନୁହେଁ, ଏହି ଆପ୍ ମଧ୍ଯମରେ ହ୍ଯାକରମାନେ  ବ୍ୟବହାରକାରୀଙ୍କ କ୍ୟାମେରା ପର୍ଯ୍ଯନ୍ତ ପ୍ରବେଶ କରିପାରୁଥିବା ଜଣାପଡ଼ିଛି ​। ଏଭଳି ପରିସ୍ଥିତିରେ ବ୍ୟବହାରକାରୀଙ୍କ ଫଟୋ ଏବଂ ଭିଡିଓ ମଧ୍ୟ ସୁରକ୍ଷିତ ନଥିଲା। ଏହି ସବୁ କାରଣରୁ ଉକ୍ତ ଆପଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର