ଗୁଗୁଲ୍ କ୍ରୋମକୁ ନେଇ ଜାରି ହେଲା ଚେତାବନୀ: ଶୀଘ୍ର କରନ୍ତୁ ଅପଡେଟ୍ 

The Sakala Picture
Published On

ନୂଆଦିଲ୍ଲୀ: ଯଦି ଆପଣ ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ରହିଛି। ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି ଇଣ୍ଡିଆନ୍ କମ୍ପ୍ୟୁଟର ଇମଜେନ୍ସି ରେସପନ୍ସ  ଟିମ୍ (CERT-In) ଗୁଗୁଲ୍ କ୍ରୋମ୍ ସମ୍ବନ୍ଧରେ ଏକ ଚେତାବନୀ ଜାରି କରିଛି। ଉପଭୋକ୍ତାମାନଙ୍କୁ ତୁରନ୍ତ ସେମାନଙ୍କର କ୍ରୋମ୍ ବ୍ରାଉଜର୍ ଅପଡେଟ୍ କରିବାକୁ କହିଛି। ପ୍ରକୃତରେ ଗୁଗୁଲ୍ କ୍ରୋମରେ ଏକ ବଗ ଅର୍ଥାତ ସଫଟୱାରରେ କିଛି ତ୍ରୁଟି ଅଛି। ଏହାର ଫାଇଦା ଉଠାଇ ହ୍ୟାକରମାନେ ଲୋକଙ୍କୁ ଚୂନ […]

ନୂଆଦିଲ୍ଲୀ: ଯଦି ଆପଣ ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ରହିଛି। ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି ଇଣ୍ଡିଆନ୍ କମ୍ପ୍ୟୁଟର ଇମଜେନ୍ସି ରେସପନ୍ସ  ଟିମ୍ (CERT-In) ଗୁଗୁଲ୍ କ୍ରୋମ୍ ସମ୍ବନ୍ଧରେ ଏକ ଚେତାବନୀ ଜାରି କରିଛି। ଉପଭୋକ୍ତାମାନଙ୍କୁ ତୁରନ୍ତ ସେମାନଙ୍କର କ୍ରୋମ୍ ବ୍ରାଉଜର୍ ଅପଡେଟ୍ କରିବାକୁ କହିଛି।

ଆହୁରି ପଢ଼ନ୍ତୁ: ପିଲାଙ୍କ ଇଣ୍ଟରନେଟ୍ ବ୍ୟବହାର ଉପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: 'ଇଣ୍ଟରନେଟ୍ ପିଲାଙ୍କ ମୌଳିକ ଅଧିକାର'

ପ୍ରକୃତରେ ଗୁଗୁଲ୍ କ୍ରୋମରେ ଏକ ବଗ ଅର୍ଥାତ ସଫଟୱାରରେ କିଛି ତ୍ରୁଟି ଅଛି। ଏହାର ଫାଇଦା ଉଠାଇ ହ୍ୟାକରମାନେ ଲୋକଙ୍କୁ ଚୂନ ଲଗାଇପାରନ୍ତି। ଚେତାବନୀରେ ଦର୍ଶାଯାଇଛି ଯେ ଏହି ତ୍ରୁଟି ହେତୁ ହ୍ୟାକରମାନେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନା ଚୋରି କରିପାରନ୍ତି। CERT-In ଅନୁଯାୟୀ, ଗୁଗୁଲ୍ କ୍ରୋମର ସଂସ୍କରଣ ୧୦୦ ରେ ଏକ ବିପଜ୍ଜନକ ବଗ୍ ରହିଛି। ଏଥିପାଇଁ ଗୁଗୁଲ୍ ନୂତନ ସଂସ୍କରଣ ୧୦୧ ଜାରି କରିଛି। ଏହାକୁ ତୁରନ୍ତ ଅପଡେଟ୍ କରିଦେବାକୁ ନିର୍ଦ୍ଧଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ଆଲର୍ଟ ଅନୁଯାୟୀ, ୱିଣ୍ଡୋଜ୍ ବ୍ୟତୀତ Linux ଏବଂ MacOS ବ୍ୟବହାରକାରୀମାନେ ଗୁଗୁଲ୍ କ୍ରୋମର ଏହି ବଗ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲେ। ଏହି ବଗ୍ ଯୋଗୁଁ କିଛ ସେକେଣ୍ଡ ମଧ୍ଯରେ ଆପଣଙ୍କ ସିଷ୍ଟମର ସୁରକ୍ଷା ବ୍ଯବସ୍ଥାର ହ୍ଯାକ ହୋଇଯିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର