ମ୍ୟୁଜିକ୍ ଭିଡିଓ ଅନୁଭୁତି ଓ ପ୍ଲେ-ଲିଷ୍ଟ୍ ସହ ଆରମ୍ଭ ହେଲା ଜିଓସାୱନ ଟିଭି

The Sakala Picture
Published On

ଭୁବନେଶ୍ୱର: ସଙ୍ଗୀତ ଓ ଅଡିଓ ମନୋରଞ୍ଜନ କ୍ଷେତ୍ରରେ ଦକ୍ଷିଣ ଏସିଆର ସର୍ବବୃହତ ପ୍ରସାରଣ ପ୍ଲାଟଫର୍ମ ଜିଓସାୱନ ତାହାର ନୂଆ ଭିଡିଓ ଉତ୍ପାଦ- ଜିଓସାୱନ ଟିଭି ଉନ୍ମୋଚନ କରିଛି । ଏହି ଅନନ୍ୟ ଭିଡିଓ ବୈଶିଷ୍ଟ୍ୟ ଅଭିଜ୍ଞ ଶୈଳୀରେ ପ୍ରସ୍ତୁତି ଏବଂ ଉପଭୋକ୍ତାଙ୍କ ପସନ୍ଦର ବ୍ୟବହାର ମଧ୍ୟରେ ରହୁଥିବା ତାରତମ୍ୟ ଦୂର କରିବା ଲକ୍ଷ୍ୟ ରଖିଛି । ଏହି ପ୍ଲାଟଫର୍ମରେ ଭିଡିଓ ଉତ୍ପାଦଗୁଡିକରେ ଜିଓସ୍ୱାୱନ ଟିଭି ନବୀନତମ ସଂଯୋଗ ହୋଇଛି । ଜିଓସାୱନଟିଭି ସହିତ ଏହି ପ୍ଲାଟଫର୍ମ ଏହାର […]

ଭୁବନେଶ୍ୱର: ସଙ୍ଗୀତ ଓ ଅଡିଓ ମନୋରଞ୍ଜନ କ୍ଷେତ୍ରରେ ଦକ୍ଷିଣ ଏସିଆର ସର୍ବବୃହତ ପ୍ରସାରଣ ପ୍ଲାଟଫର୍ମ ଜିଓସାୱନ ତାହାର ନୂଆ ଭିଡିଓ ଉତ୍ପାଦ- ଜିଓସାୱନ ଟିଭି ଉନ୍ମୋଚନ କରିଛି । ଏହି ଅନନ୍ୟ ଭିଡିଓ ବୈଶିଷ୍ଟ୍ୟ ଅଭିଜ୍ଞ ଶୈଳୀରେ ପ୍ରସ୍ତୁତି ଏବଂ ଉପଭୋକ୍ତାଙ୍କ ପସନ୍ଦର ବ୍ୟବହାର ମଧ୍ୟରେ ରହୁଥିବା ତାରତମ୍ୟ ଦୂର କରିବା ଲକ୍ଷ୍ୟ ରଖିଛି । ଏହି ପ୍ଲାଟଫର୍ମରେ ଭିଡିଓ ଉତ୍ପାଦଗୁଡିକରେ ଜିଓସ୍ୱାୱନ ଟିଭି ନବୀନତମ ସଂଯୋଗ ହୋଇଛି ।

ଜିଓସାୱନଟିଭି ସହିତ ଏହି ପ୍ଲାଟଫର୍ମ ଏହାର ପରିବ୍ୟାପ୍ତ ଲୋକପ୍ରିୟ ଅଡିଓ ସେବା ସହିତ ସଂଗୀତ ପାଇଁ ଏକ ନୂଆ ଟେଲିଭିଜନ ଅନୁଭୂତି ସୃଷ୍ଟି କରୁଛି । ଏହି ବୈଶିଷ୍ଟ୍ୟ ବ୍ୟବହାରକାରୀଙ୍କୁ ସର୍ବୋଚ୍ଚ ଗୁଣମାନର ପ୍ରସାରଣ ପ୍ରଯୁକ୍ତି ସହିତ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାରର ମନୋରଂଜନ ପ୍ରଦାନ କରିବ ।

ଅଭିଜ୍ଞମାନଙ୍କ ଦ୍ୱାରା ନିଖୁଣ ଭାବରେ ପ୍ରସ୍ତୁତି ଏବଂ ସହଜ ବ୍ୟବହାରର ସମ୍ମିଶ୍ରଣ ଦ୍ୱାରା ବ୍ୟବହାରକାରୀମାନେ ସଂପ୍ରତି ହୋମପେଜ୍‌ରେ ଏକ ନୂଆ ଟାବ୍‌ରେ ସଂଗୀତ ଟିଭି ଚାନେଲ ଏବଂ ସଂଗୀତ ଭିଡିଓ ପ୍ଲେ ତାଲିକାର ସୁଯୋଗ ନେବାକୁ ସମର୍ଥ ହେବେ, ଯାହା ସେମାନେ ଦେଖିବାକୁ ପସନ୍ଦ କରୁଥିବା ତାଲିକାରୁ ବାଛିବାକୁ ଅନୁମତି ପ୍ରଦାନ କରିବ । ଆନାଲୋଗ ଚାନେଲଗୁଡିକ ସଦୃଶ ଟିଭି ଚାନେଲଗୁଡିକ ଗୋଟିଏ ପରେ ଗୋଟିଏ ଭିଡିଓ ପ୍ଲେ ସୁପାରିଶ କରିଥିବେ, ଅନ୍ୟପକ୍ଷରେ ଭିଡିଓ ପ୍ଲେ ତାଲିକାଗୁଡିକ ଭାବ, ଶୈଳୀ ଏବଂ କଳାକାଳଙ୍କ ଦ୍ୱାରା ପ୍ରସ୍ତୁତ ପ୍ଲେ ତାଲିକା ଆଧାରିତ ହେବ ।

ନୂଆକରି ପ୍ରଚଳନ କରାଯାଇଥିବା ସଂଗତ ଟିଭି ଚାନେଲ ଏବଂ ସଂଗୀତ ଭିତିକ ଭିଡିଓ ପ୍ଲେ ତାଲିକା ଜରିଆରେ ଜିଓସାୱନ ବ୍ୟବହାରକାରୀଙ୍କୁ ଜଣେ କଳାକାର,ସମୟ ଅଥବା ଭାବ ଆଧାରିତ ପସନ୍ଦରୁ ବାଛିବା ଏବଂ ତାହାର ସୁଯୋଗ ନେବାକୁ ଅନୁମତି ପ୍ରଦାନ ଜରିଆରେ ସେମାନଙ୍କୁ ଭିନ୍ନ ଅନୁଭୂତି ପ୍ରଦାନ କରୁଛି ।

ନୂଆ ବୈଶିଷ୍ଟ୍ର ବ୍ୟବହାରକାରୀଙ୍କୁ ଅତି ସହଜରେ ସେମାନେ ଦେଖିବାକୁ ଚାହୁଁଥିବା ଭିଡିଓଗୁଡିକ ମଧ୍ୟରେ ଗୋଟିଏରୁ ଅନ୍ୟକୁ ପରିବର୍ତନ କରିବା ଏବଂ ପୂର୍ବରୁ କ୍ୟୁ (ଧାଡି) କରିଥିବା ଅଡିଓ ଟ୍ରାକ୍‌ଗୁଡିକୁ ଯିବାକୁ ସମର୍ଥ କରାଇବ । ସଂପୂର୍ଣ୍ଣ ଇନ୍‌-ଆପ୍ ଭିଡିଓ ଅନୁଭୂତି ପାଇବାକୁ ଜିଓସାୱନ ବ୍ୟବହାରକାରୀମାନେ ସଂପ୍ରତି ଭୂଲମ୍ବରୁ ଭୂସମାନ୍ତର ମୋଡ୍‌କୁ ପରିବର୍ତନ କରିପାରିବେ

ରଗଦଏହାର ଶୁଭାରମ୍ଭ ପାଇଁ ଜିଓସାୱନ ଟିଭି ଲୋକପ୍ରିୟ କଳାକାର, ଭାବ, ଶୈଳୀ ଏବଂ ସଂଗୀତର ଯୁଗ ଆଦିକୁ ସାମିଲ କରିବ । ନୂଆ ଉତ୍ପାଦ ପ୍ରଚଳନକୁ ସମର୍ଥନ କରିବା ପାଇଁ ଏକ ଅଭିଯାନ କରାଯାଉଛି ଯେଉଁଥିରେ ବାଦଶାହ, ଜଷ୍ଟିନ ବାଇବର, ଦୁଆ ଲିପା, କେ-ପପ୍ ସେନ୍‌ସେସନ୍ ବିଟିଏସ ଏବଂ ଆକୁଲଙ୍କ ସମେତ ଅନେକ କଳାକାରଙ୍କ ମ୍ୟୁଜିକ ଭିଡିଓ ପ୍ରଦର୍ଶନ କରାଯାଉଛି । ଏହି ପ୍ରଚଳନକୁ ବିବିଧ ସାମାଜିକ ଗଣମାଧ୍ୟମ, ଡିଜିଟାଲ ତଥା ଇନଷ୍ଟାଗ୍ରାମ ଜରିଆରେ ଏକ ଭିଆର ଅନୁଭୂତି ଆଦି ଜରିଆରେ ଅଧିକ ପରିବର୍ଦ୍ଧିତ କରାଯିବ ।

ଏହା ପୂର୍ବରୁ ବ୍ରାଣ୍ଡ୍ ତାହାର ପ୍ରଥମ ଭିଡିଓ ପ୍ରଚଳନ କରିଥିଲା ଯେଉଁଥିରେ ବଛାବଛା ଟ୍ରାକ ସହିତ ଏକତ୍ର ଯିବାପାଇଁ କ୍ଷୁଦ୍ର- ୧୫ ସେକେଣ୍ଡ ଲୁପିଙ୍ଗ ଭିଜୁଆଲଗୁଡିକ ସ୍ଥାନ ପାଇଥିଲା ଏବଂ ତାହା ଭାରତୀୟ କଳାକାରମାନଙ୍କୁ ଏକ ସମୃଦ୍ଧ ଗତିଶୀଳ ସଂସ୍କୃତି ପ୍ରଦାନ କରିବା ସହିତ ସମର୍ଥକମାନଙ୍କୁ ଆଉ ଏକ ଟଚ୍‌ପଏଂଟ ପ୍ରଦାନ କରିଥିଲା । ୨୦୨୦ ଜୁନ୍ ଶେଷଭାଗରେ ପ୍ରଚଳନ କରାଯିବା ଦିନଠାରୁ ଏହି କ୍ଷୁଦ୍ର ଭିଡିଓଗୁଡିକ ୨୦୦ ନିୟୁତରୁ ଅଧିକ ଦେଖାଯାଇସାରିଛି । କଳାକାର ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ସୃଷ୍ଟ ଭିଡିଓ ବିଷୟବସ୍ତୁ ଆପ୍‌କୁ ଆଣିବା ସକାଶେ ଜିଓସାୱନ ଅଗଷ୍ଟରେ ଟ୍ରିଲର ସହିତ ସହଭାଗିତା କରିଥିଲା ।

ଜିଓସାୱନ ପ୍ରୋ ବ୍ୟବହାରକାରୀମାନେ ଆପ୍‌ରେ ବିଶାଳ ଭିଡିଓ ଲାଇବ୍ରେରୀକୁ ବିଜ୍ଞାପନ ରହିତ ଭାବରେ ଅସୀମିତ ଉପଭୋଗ କରିପାରିବେ ଏବଂ ଫ୍ରିମିୟମ ବ୍ୟବହାରକାରୀମାନେ ମାସକୁ ସର୍ବାଧିକ ତିନୋଟି ଭିଡିଓ ଦେଖିପାରିବେ ।

07 Jun 2021 By The Sakala

https://www.thesakala.in/technology/jiosaavn-tv-started-with-music-video-experience-and-playlists/article-2760
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର