ହ୍ୱାଟ୍ସଆପ୍‌ରେ ଆସିଲା ଆଉ ଏକ ନୂଆ ଫିଚର: ଏଣିକି ଚୋରି ହୋଇପାରିବ ନାହିଁ ୟୁଜରଙ୍କ ମୋବାଇଲ ନମ୍ବର

The Sakala Picture
Published On

ନୂଆଦିଲ୍ଲୀ: ୟୁଜରମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଲଗାତାର ନୂଆ ଅପଡେଟ୍‌ ଆଣୁଛି ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍। ଏବେ ଅଜଣା ନମ୍ବରରେ କଥା ହେବା ସମୟରେ ୟୁଜରଙ୍କ ମୋବାଇଲ ନମ୍ବର ଚୋରି ହୋଇପାରିବନାହିଁ। ଅନେକ ସମୟରେ ହ୍ୱାଟ୍ସଆପରେ କୌଣସି ଅଜଣା ବ୍ୟକ୍ତିଙ୍କୁ କିଛି ମେସେଜ୍‌ କରିବାକୁ ହେଲେ ତାଙ୍କ ନମ୍ବର ସେଭ୍ କରିବାକୁ ବାଧ୍ୟ ହୋଇଥାନ୍ତି ୟୁଜର, କିନ୍ତୁ ସେହି ବ୍ୟକ୍ତିଙ୍କ ନମ୍ବର ସେଭ କରିବାକୁ ଇଚ୍ଛା ନ ଥିଲେ ମଧ୍ୟ ଏମିତି କରିବାକୁ ଜଣେ ୟୁଜର […]

ନୂଆଦିଲ୍ଲୀ: ୟୁଜରମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଲଗାତାର ନୂଆ ଅପଡେଟ୍‌ ଆଣୁଛି ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍। ଏବେ ଅଜଣା ନମ୍ବରରେ କଥା ହେବା ସମୟରେ ୟୁଜରଙ୍କ ମୋବାଇଲ ନମ୍ବର ଚୋରି ହୋଇପାରିବନାହିଁ। ଅନେକ ସମୟରେ ହ୍ୱାଟ୍ସଆପରେ କୌଣସି ଅଜଣା ବ୍ୟକ୍ତିଙ୍କୁ କିଛି ମେସେଜ୍‌ କରିବାକୁ ହେଲେ ତାଙ୍କ ନମ୍ବର ସେଭ୍ କରିବାକୁ ବାଧ୍ୟ ହୋଇଥାନ୍ତି ୟୁଜର, କିନ୍ତୁ ସେହି ବ୍ୟକ୍ତିଙ୍କ ନମ୍ବର ସେଭ କରିବାକୁ ଇଚ୍ଛା ନ ଥିଲେ ମଧ୍ୟ ଏମିତି କରିବାକୁ ଜଣେ ୟୁଜର ବାଧ୍ୟ ହୋଇଥାନ୍ତି। ତେବେ ଏହି ସମସ୍ୟାର ସମାଧାନ ପାଇଁ ହ୍ୱାଟ୍ସଆପ୍ ଆଣୁଛି ନୂଆ ଫିଚର। ହ୍ୱାଟ୍ସଆପରେ ବର୍ତ୍ତମାନ ଏକ ନୂଆ ଦମଦାର ଫିଚର ଆସିବାକୁ ଯାଉଛି। ଅଜଣା ବ୍ୟକ୍ତିଙ୍କ ନମ୍ବର ସେଭ ନ କରି ତାଙ୍କୁ ମେସେଜ କରିବା ଏବେ ସମ୍ଭବ ହୋଇପାରିବ। ଏଥିପାଇଁ ହ୍ୱାଟ୍ସଆପର ଏହି ଫିଚର ଖୁବ ସହାୟକ ହେବ ବୋଲି ଆଶା କରାଯାଉଛି।

ତେବେ ବର୍ତ୍ତମାନ ‘ହ୍ୱାଟ୍ସଆପ୍ ସର୍ଚ୍ଚ ୟୁଜରନେମ୍ ଫିଚର’ ମଧ୍ୟ ୱେବ କ୍ଲାଏଣ୍ଟସଙ୍କ ପାଇଁ ଉପଲବ୍ଧ ହୋଇପାରିବ। ବର୍ତ୍ତମାନ ହ୍ୱାଟ୍ସଆପର ଏହି ନୂଆ ଫିଚର ବିକାଶ ପର୍ଯ୍ୟାୟରେ ରହିଛି। ତେବେ ବର୍ତ୍ତମାନ ଏହି ଫିଚର ଆଣ୍ଡ୍ରଏଡ ପାଇଁ ହ୍ୱାଟ୍ସଆପ ବିଟାରେ ଦେଖିବାକୁ ମିଳିଛି। ୟୁଜରମାନଙ୍କ ଗୋପନୀୟତା ଏବଂ ସୁରକ୍ଷାକୁ ବଢାଇବା ପାଇଁ ଏହି ଫିଚରକୁ ବିକାଶ କରାଯାଉଛି। ଏହି ନୂଆ ଫିଚର ହ୍ୱାଟ୍ସଆପ୍ କମ୍ୟୁନିଟି ବ୍ୟବହାର କରୁଥିବା ୟୁଜରମାନଙ୍କ ପାଇଁ ପ୍ରଥମରୁ ଉପଲବ୍ଧ ରହିଛି। ଏହା ୟୁଜରମାନଙ୍କୁ ନିଜ ୟୁଜରନେମ୍ ସାହାଯ୍ୟରେ କଣ୍ଟାକ୍ଟସକୁ ଦେଖିବା ପାଇଁ ଅନୁମତି ଦେଇଥାଏ। ୱେବ୍ କ୍ଲାଏଣ୍ଟ ପାଇଁ ହ୍ୱାଟ୍ସଆପ୍ ୟୁଜର୍ ନେମ୍ ଫିଚର ଲୋକପ୍ରିୟ ହ୍ୱାଟ୍ସଆପ୍ ବିଟା ଅପଡେଟ୍ ଟ୍ରାକିଂ ପ୍ଲାଟଫର୍ମରେ ଦେଖିବାକୁ ମିଳିଛି। ହ୍ୱାଟ୍ସଆପ୍ ୱେବ୍ କ୍ଲାଏଣ୍ଟ ୟୁଜରମାନଙ୍କୁ ପ୍ଲାଟଫର୍ମରେ ସେମାନଙ୍କର ୟୁନିକ୍‌ ୟୁଜର ନେମ୍ ବ୍ୟବହାର କରି ସେମାନଙ୍କ ବନ୍ଧୁମାନଙ୍କ ସହିତ ସଂଯୋଗ କରିଥାଏ।

30 Dec 2023 By The Sakala

https://www.thesakala.in/technology/another-new-feature-came-in-whatsapp/article-28733
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର