ଆଣ୍ଡ୍ରଏଡ୍ ବ୍ଯବହାରକାରୀ ସାବଧାନ: ଘୁରି ବୁଲୁଛି ଭାଇରସ, ପ୍ରବେଶ କରିବା ମାତ୍ରେ ହିଁ ମୋବାଇଲରୁ ଚୋରି ହୋଇଯିବ ସମସ୍ତ ତଥ୍ଯ

The Sakala Picture
Published On

ନୂଆଦିଲ୍ଲୀ: ପୁଣି ବିପଦରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀ। ବୁଲୁଛି ଏମିତି ଏକ ଭାଇରସ ଯାହା ଆଣଙ୍କ ମୋବାଇଲରେ ପ୍ରବେଶ କରିବା ମାତ୍ରେ ହିଁ ବ୍ଯାଙ୍କ ଆକାଉଣ୍ଟ ଖାଲି ହୋଇଯିବ। ଏକ ନୂତନ ଟ୍ରୋଜାନ୍ ମାଲୱେର୍ ଆସିଛି । BleepingComputer ର ଏକ ରିପୋର୍ଟ ଅନୁଯାୟୀ, ଏସ୍କୋବର ( Escobar ) ନାମକ ଏହି ମାଲୱେର୍ ଆପଣଙ୍କ ଫୋନ୍ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ସୂଚନା ଚୋରି କରିପାରିବ ଏବଂ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଖାଲି କରିପାରିବ। ଏସ୍କୋବର ମାଲୱେୟାର […]

ନୂଆଦିଲ୍ଲୀ: ପୁଣି ବିପଦରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀ। ବୁଲୁଛି ଏମିତି ଏକ ଭାଇରସ ଯାହା ଆଣଙ୍କ ମୋବାଇଲରେ ପ୍ରବେଶ କରିବା ମାତ୍ରେ ହିଁ ବ୍ଯାଙ୍କ ଆକାଉଣ୍ଟ ଖାଲି ହୋଇଯିବ। ଏକ ନୂତନ ଟ୍ରୋଜାନ୍ ମାଲୱେର୍ ଆସିଛି । BleepingComputer ର ଏକ ରିପୋର୍ଟ ଅନୁଯାୟୀ, ଏସ୍କୋବର ( Escobar ) ନାମକ ଏହି ମାଲୱେର୍ ଆପଣଙ୍କ ଫୋନ୍ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ସୂଚନା ଚୋରି କରିପାରିବ ଏବଂ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଖାଲି କରିପାରିବ। ଏସ୍କୋବର ମାଲୱେୟାର ପ୍ରେବଶ କରିବା ମାତ୍ରେ ହିଁ ବ୍ୟବହାରକାରୀଙ୍କ ଫୋନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନେଇପାରେ।  ଯଦି କୌଣସି କାରଣରୁ ଏହି ମାଲୱେର୍ ଆପଣଙ୍କ ଫୋନକୁ ଯାଏ, ତେବେ ଏହା ଆପଣଙ୍କ ଫୋନକୁ ରେକର୍ଡିଂ ମଧ୍ଯ କରିପାରିବ।

ଆପଙ୍କ ବିନା ଅନୁମତିରେ ମଧ୍ଯ ଆପଣଙ୍କ ଫଟୋ  ନେଇପାରେ। ଉପଭୋକ୍ତାମାନଙ୍କ ଫୋନରେ ପଡ଼ିଥିବା ସେହି ସମସ୍ତ ଆପକୁ ଏସ୍କୋବର ଟାର୍ଗେଟ କରେ ଯେଉଁଥିରେ ବ୍ୟାଙ୍କ ସମ୍ବନ୍ଧୀୟ ସୂଚନା ରହିଥାଏ।  ରିପୋର୍ଟ ଅନୁଯାୟୀ ଋଷର ଏକ ହ୍ୟାକିଂ ଫୋରମରେ ଏସ୍କୋବର ଦେଖିବାକୁ ମିଳିଛି । ଯେଉଁଠାରେ Aberebo ଡେଭଲପର୍ ଏହି ବ୍ୟାଙ୍କିଂ ଟ୍ରୋଜାନ୍କୁ ପ୍ରୋତ୍ସାହିତ କରିଥାଏ। ଏହି ମାଲୱେୟାରକୁ MalwareHunter, McAfee ଏବଂ ସାଇବଲ୍ ପରି ସୁରକ୍ଷା କମ୍ପାନୀଗୁଡିକ ମଧ୍ୟ ଚିହ୍ନଟ କରିସାରିଛନ୍ତି।

ଆବେରବଟ୍ (Aberebot)  / ଏସ୍କୋବର (Escobar) ମାଲୱେର୍ କିପରି କାମ କରେ?

ଅନ୍ୟ ବ୍ୟାଙ୍କିଙ୍ଗ୍ ଟ୍ରୋଜାନ୍ ପରି ଏସ୍କୋବର କାମ କରେ । ଏହା ଏକ ଥାର୍ଡ ପାର୍ଟି ଉତ୍ସ ମାଧ୍ୟମରେ ଆପଣଙ୍କ ଫୋନରେ ପହଞ୍ଚେ ଏବଂ ତା’ପରେ କ୍ରମାଗତ ଭାବରେ ଆପଣଙ୍କର ବାର୍ତ୍ତା, ଆପଣ ପରିଦର୍ଶନ କରୁଥିବା ସାଇଟ୍ ଏବଂ ବ୍ୟାଙ୍କିଙ୍ଗ୍ ଆପ୍ ଉପରେ ନଜର ରଖେ। ଏହି ସମୟରେ ଏହା OTP, PIN ଇତ୍ୟାଦି ରେକର୍ଡ କରେ। ଏହି ଭାଇରସ କୌଣସି ପ୍ରକାର କାର୍ଯ୍ୟ କରିବା ପୂର୍ବରୁ ଆପଣଙ୍କ ମୋବାଇଲାରୁ ସମ୍ପୂର୍ଣ୍ଣ  ସୂଚନା ସଂଗ୍ରହ କରିଥାଏ। ଏସ୍କୋବର ବର୍ତ୍ତମାନ  ୧୮ ଟି ଦେଶରେ ପହଞ୍ଚିଛି।

ଏହି ମାଲୱେର୍ ଉପଭୋକ୍ତାମାନଙ୍କ ଠାରୁ ୨୫  ପ୍ରକାରର ଅନୁମତି ନେଇଥାଏ, ଯେଉଁଥିରେ ଅଡିଓ ରେକର୍ଡିଂ, ମେସେଜ୍, ଷ୍ଟୋରେଜ୍,  କଲିଂ ଏବଂ ଅବସ୍ଥାନ ଭଳି ସୂଚନା ଅନ୍ତର୍ଭୁକ୍ତ। ସୂଚନା ନେବା ପରେ ଏହି ମାଲୱେର୍ ଏହାକୁ ହ୍ୟାକର୍ସର ସର୍ଭରରେ ଷ୍ଟୋର୍ କରେ। ଏହା ପରେ ହ୍ୟାକର୍ସ ଆପଣଙ୍କ ଆକାଉଣ୍ଟକୁ ହ୍ଯା କରିବା ସହ ଆପଣଙ୍କ ସମସ୍ତ ଗୋପନୀୟ ତଥ୍ଯ ଚୋରି କିରବାରେ ସକ୍ଷମ ହୋଇଥାଏ। ଏହି ମାଲୱେର୍ ସିମ୍ ସ୍ବାପିଂ ମଧ୍ୟ କରିପାରିବ |

15 Mar 2022 By The Sakala

https://www.thesakala.in/technology/android-users-be-alert-escobar-can-hack-your-smartphones/article-9992
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର