ଏପ୍ରିଲ୍‌ରେ ପରଦାକୁ ଆସିବ ‘ଥଲାଇବି’

The Sakala Picture
Published On

ବଲିଉଡ୍‌ର ଦବଙ୍ଗ ଗାର୍ଲ ଭାବେ ପରିଚିତ କଙ୍ଗନା ରାନାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଥଲାଇବି’ର ଟ୍ରେଲର୍ ଆଜି ରିଲିଜ୍‌ ହୋଇଛି। ୨୩ ମାର୍ଚ୍ଚ କଙ୍ଗନାଙ୍କ ଜନ୍ମଦିନରେ ଏହାର ଟ୍ରେଲର୍ ରିଲିଜ୍ କରିବାକୁ ସ୍ଥିର କରାଯାଇଛି। ‘ଥଲାଇବି’ ଏକ ପଲଟିକାଲ ଥ୍ରିଲର୍‌ ଫିଲ୍ମ। ଅଭିନେତ୍ରୀରୁ ରାଜନେତ୍ରୀ ସାଜିଥିବା ତାମିଲନାଡୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନର ଉତ୍ଥାନ ପତନକୁ ନେଇ ଫିଲ୍ମର କାହାଣୀ। ପରଦାରେ ପ୍ରତ୍ୟେକଟି ଚରିତ୍ରକୁ ନିଖୁଣ ଭାବରେ ନିଭାଇବାରେ କଙ୍ଗନା ବେଶ୍‌ ଧୁରନ୍ଧର। ଏହାପୂର୍ବରୁ ଅନେକ ଥର […]

ବଲିଉଡ୍‌ର ଦବଙ୍ଗ ଗାର୍ଲ ଭାବେ ପରିଚିତ କଙ୍ଗନା ରାନାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଥଲାଇବି’ର ଟ୍ରେଲର୍ ଆଜି ରିଲିଜ୍‌ ହୋଇଛି। ୨୩ ମାର୍ଚ୍ଚ କଙ୍ଗନାଙ୍କ ଜନ୍ମଦିନରେ ଏହାର ଟ୍ରେଲର୍ ରିଲିଜ୍ କରିବାକୁ ସ୍ଥିର କରାଯାଇଛି। ‘ଥଲାଇବି’ ଏକ ପଲଟିକାଲ ଥ୍ରିଲର୍‌ ଫିଲ୍ମ। ଅଭିନେତ୍ରୀରୁ ରାଜନେତ୍ରୀ ସାଜିଥିବା ତାମିଲନାଡୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନର ଉତ୍ଥାନ ପତନକୁ ନେଇ ଫିଲ୍ମର କାହାଣୀ। ପରଦାରେ ପ୍ରତ୍ୟେକଟି ଚରିତ୍ରକୁ ନିଖୁଣ ଭାବରେ ନିଭାଇବାରେ କଙ୍ଗନା ବେଶ୍‌ ଧୁରନ୍ଧର। ଏହାପୂର୍ବରୁ ଅନେକ ଥର ସୁଟିଂ ସେଟ୍‌ର ଫଟୋ କଙ୍ଗନା ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ‘ଥଲାଇବି’ ହିନ୍ଦୀ ସହିତ ତେଲୁଗୁ ଓ ତାମିଲ୍ ଭାଷାରେ ମଧ୍ୟ ରିଲିଜ୍ ହେବ। ଏପ୍ରିଲ୍ ୨୩ରେ ଏହି ଫିଲ୍ମ ରିଲିଜ୍ ହେବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଏ.ଏଲ୍ ବିଜୟ। ଏଥିରେ କଙ୍ଗନାଙ୍କ ସହ ପ୍ରକାଶରାଜ, ଭାଗ୍ୟଶ୍ରୀ, ମଧୁ, ଅରବିନ୍ଦ ସ୍ବାମୀ ଆଦି ନଜର ଆସିବେ ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp