ସୁଖଦୁଃଖ ନିଜ ହାତରେ

The Sakala Picture
Published On

ଏକଦା ଜଣେ ବ୍ୟକ୍ତି ନିରାଶ ହୋଇ ଆତ୍ମହତ୍ୟା କରିବା ପାଇଁ ପାହାଡ଼ ଉପରେ ଯାଇ ବସିଥାନ୍ତି। ସେହି ବାଟ ଦେଇ ଜଣେ ବୌଦ୍ଧଭିକ୍ଷୁ ଯାଉଥିଲେ। ବ୍ୟକ୍ତିଙ୍କୁ ଦେଖୀ ବୌଦ୍ଧଭିକ୍ଷୁ ପଚାରିଲେ – ନିଜ ସହ ଏତେ ବୋଝ ନେଇ କାହିଁକି ଏଠାକୁ ଆସିଛ? ବ୍ୟକ୍ତିଜଣକ ହଠାତ୍ ଚମକି ପଡ଼ିଲେ ଏବଂ କହିଲେ କେଉଁ ବୋଝ କଥା ଆପଣ କହୁଛନ୍ତି? ମୁଁ ତ କିଛି ଜିନିଷ ମୋ ସହ ଆଣିନି। କେବଳ ଏକଲା ଆସିଛି। ଏହା ଶୁଣି ବୌଦ୍ଧଭିକ୍ଷୁ […]

ଏକଦା ଜଣେ ବ୍ୟକ୍ତି ନିରାଶ ହୋଇ ଆତ୍ମହତ୍ୟା କରିବା ପାଇଁ ପାହାଡ଼ ଉପରେ ଯାଇ ବସିଥାନ୍ତି। ସେହି ବାଟ ଦେଇ ଜଣେ ବୌଦ୍ଧଭିକ୍ଷୁ ଯାଉଥିଲେ। ବ୍ୟକ୍ତିଙ୍କୁ ଦେଖୀ ବୌଦ୍ଧଭିକ୍ଷୁ ପଚାରିଲେ – ନିଜ ସହ ଏତେ ବୋଝ ନେଇ କାହିଁକି ଏଠାକୁ ଆସିଛ? ବ୍ୟକ୍ତିଜଣକ ହଠାତ୍ ଚମକି ପଡ଼ିଲେ ଏବଂ କହିଲେ କେଉଁ ବୋଝ କଥା ଆପଣ କହୁଛନ୍ତି? ମୁଁ ତ କିଛି ଜିନିଷ ମୋ ସହ ଆଣିନି। କେବଳ ଏକଲା ଆସିଛି। ଏହା ଶୁଣି ବୌଦ୍ଧଭିକ୍ଷୁ କହିଲେ – ତୁମେ ତୁମ ସହ ନିରାଶା, ହତାଶା ଓ ଉଦାସୀନତା ନେଇ ଆସିଛି। ଏହା ମନ ଉପରେ ବୋଝ ନୁହେଁ ତ ଆଉ କ’ଣ? ଜୀବନରୁ ନିରାଶ ହୋଇ ଏଠାକୁ ଆମÒହତ୍ୟା କରିବା ପାଇଁ ଆସିଛ? ଏକଥା ଶୁଣି ବ୍ୟକ୍ତିଜଣକ ସନ୍ନ୍ୟାସୀଙ୍କ ପାଦତଳେ ଲୋଟି ପଡ଼ିଲେ ଏବଂ କହିଲେ – ଆପଣ ମୋତେ ସମ୍ପୂର୍ଣ୍ଣ ପଢ଼ିପାରିଛନ୍ତି। ହଁ ସତରେ ,ମୁଁ ଜୀବନ ପ୍ରତି ଖୁବ୍ ନିରାଶ। ତେଣୁ ମୁଁ ଆତ୍ମହତ୍ୟା କରିବା ପାଇଁ ଚାହୁଁଛି।

ସନ୍ନ୍ୟାସୀ କହିଲେ – ଏ ଅମୂଲ୍ୟ ଜୀବନ ପ୍ରତି ନିରାଶ ଭାବନା କାହିଁକି?

ବ୍ୟକ୍ତି କହିଲେ – ମୁଁ ମୋ ପରିବାରର ଭରଣପୋଷଣ କରିବା ପାଇଁ କିଛି ଧାରକରଜ କରି ବ୍ୟବସାୟ ଆରମ୍ଭ କଲି। ବ୍ୟବସାୟ ଅଧିକ ଭଲ ନହେଲେ ମଧ୍ୟ ଠିକଠାକ ଚାଲିଥିଲା। ସେହି ପର୍ଯ୍ୟନ୍ତ ମୋ ପରିବାର ମୋ ସପକ୍ଷରେ ଥିଲେ। କିନ୍ତୁ ଯେଉଁ ସମୟରୁ ବ୍ୟବସାୟରେ କ୍ଷତି ହେଲା ଏବଂଶେଷରେ ବ୍ୟବସାୟ ବୁଡ଼ିଗଲା, ମୋ ପରିବାର ମୋତେ ଅପାରଗ କହି ମୋଠାରୁ ଦୂରେଇ ଗଲେ। ସତରେ ମୁଁ ଅପାରଗ। କିଛି କରିପାରିଲି ନାହିଁ। ମୋର ଭାଗ୍ୟ ମୋ ସାଥିରେ ନଥିଲା। ମୁଁ ଯେକୌଣସି କାମ କଲେ ମଧ୍ୟ ତାହା ବିଗିଡ଼ି ଯାଉଛି। ତେଣୁ ମୁଁ ଯାହାଙ୍କ ପାଇଁ ରୋଜଗାର କରୁଥିଲି, ସେମାନେ ମୋତେ ପରିତ୍ୟାଗ କଲେ। ତେଣୁ ଏପରି ନିରର୍ଥକ ଜୀବନର ଲାଭ କ’ଣ ? କିନ୍ତୁ ମୋର ସାଙ୍ଗର ବ୍ୟବସାୟ ଦିନକୁ ବଢ଼ିବାରେ ଲାଗିଛି। ସେ ପ୍ରତିଦିନ ଘରକୁ ଆସି ତା’ର ସଫଳତାର କାହାଣୀ କହୁଛି। ଏହାକୁ ଶୁଣିବା ପରେ ମୋ ପରିବାର ଲୋକ ମୋତେ ଆହୁରି ଭର୍ସନା କରୁଛନ୍ତି। ତେଣୁ ମୁଁ ଜୀବନ ପ୍ରତି ନିରାଶ ହୋଇଯାଇଛି। ମୋର ଅନେକ ସମସ୍ୟା ରହିଛି।’

ବ୍ୟକ୍ତିଙ୍କ ଏଭଳି ଉତ୍ତର ଶୁଣିବା ପରେ ବୌଦ୍ଧଭିକ୍ଷୁ କହିଲେ – ସମସ୍ୟା କେଉଁଠି ଅଛି? ଉତ୍ତରରେ ବ୍ୟକ୍ତି କହିଲେ – ମୋ ଘରେ ସମସ୍ୟା ରହିଛି। ବୌଦ୍ଧଭିକ୍ଷୁ କହିଲେ – ଏକଥା ଆଦୌ ସତ ନୁହେଁ। କାରଣ ଯଦି ତୁମ ଘରେ ସମସ୍ୟା ଥା’ନ୍ତା, ତେବେ ଘରଛାଡ଼ି ଏଠାକୁ ଆସିବା ପରେ ତୁମେ ଖୁସି ଦେଖାଯାଇଥା’ନ୍ତ। କିନ୍ତୁ ଏଭଳି ନାହିଁ। କାରଣ ସୁଖ ଓ ଦୁଃଖ କୌଣସି ସ୍ଥାନରେ ନଥାଏ। ଏହା ମନର ଏକ ଭାବନା। ତୁମେ ଯେଉଁ ସାଙ୍ଗ କଥା କହୁଛ, ସେ ତୁମକୁ ନୀଚା ଦେଖାଇବା ପାଇଁ ଆସୁନାହାନ୍ତି, ବରଂ ତୁମେ ତାଙ୍କଠାରୁ ଅନେକ କିଛି ଅଭିଜ୍ଞତା ନେଇପାରିବ। ତୁମ ସାଙ୍ଗ ଯେଉଁଭଳି କାମ କରି ସଫଳତା ପାଇଛନ୍ତି, ତାହାକୁ ତୁମେ ଅନୁସରଣ କରିପାରିବ। ତୁମ ସାଙ୍ଗର କଥାକୁ ନିଜ ପାଇଁ ଦୁଃଖ ନଭାବି ପ୍ରେରଣା ଭାବିବା ଦ୍ବାରା ତୁମେ ଖୁସିର ରହିବ। ତେଣୁ ନିଜ ସୁଖଦୁଃଖ ନିଜ ହାତରେ ହିଁ ଅଛି। ପରିସ୍ଥିତି ଅନୁଯାୟୀ ମନର ଭାବନା ସୁଖ କିମ୍ବା ଦୁଃଖରେ ପରିଣତ ହୋଇଥାଏ। ବୌଦ୍ଧଭିକ୍ଷୁଙ୍କ ଠାରୁ ଏଭଳି ମହତ ଉପଦେଶ ଶୁଣିବା ପରେ ବ୍ୟକ୍ତିଜଣକ ନିଜ ଘରକୁ ଫେରିଗଲେ ଏବଂ ପୁଣିଥରେ ବ୍ୟବସାୟ ଆରମ୍ଭ କଲେ। ବାସ୍ତବରେ ବ୍ୟବସାୟ ବୃଦ୍ଧି ହେଲା ଏବଂ ସେ ନିଜ ପରିବାର ସହିତ ଖୁସିରେ ରହିଲେ।

30 Apr 2021 By The Sakala

https://www.thesakala.in/story/happiness-and-sadness-are-in-your-hands/article-1916
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର