ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ଵିତୀୟ ଟି-୨୦ରେ ହାରିଲା ଭାରତ, ୫ ଟିକିଆ ସିରିଜ ୧-୧ରେ ବରାବର

The Sakala Picture
Published On

ସେଣ୍ଟ କିଟ୍ସ,: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟି-୨୦ରେ ହାରିଲା ଟିମ୍ ଇଣ୍ଡିଆ । ରୋମାଞ୍ଚକର ବିଜୟ ସହ ୱେଷ୍ଟ ଇଣ୍ଡିଜ ସିରିଜ ବରାବର କରିଛି । ସେଂଟ କିଟ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୫ ୱିକେଟରେ ବିଜୟ ହାସଲ କରିଛି । ଏଥିସହ ଘରୋଇ ଦଳ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୧-୧ରେ ବରାବର କରିନେଇଛି । ୱେଷ୍ଟଇଣ୍ଡିଜ ଆଗରେ ଭାରତ ମାତ୍ର ୧୩୯ ରନର ଟାର୍ଗେଟ ଦେଇଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍‌ ୫ […]

ସେଣ୍ଟ କିଟ୍ସ,: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟି-୨୦ରେ ହାରିଲା ଟିମ୍ ଇଣ୍ଡିଆ । ରୋମାଞ୍ଚକର ବିଜୟ ସହ ୱେଷ୍ଟ ଇଣ୍ଡିଜ ସିରିଜ ବରାବର କରିଛି । ସେଂଟ କିଟ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୫ ୱିକେଟରେ ବିଜୟ ହାସଲ କରିଛି । ଏଥିସହ ଘରୋଇ ଦଳ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୧-୧ରେ ବରାବର କରିନେଇଛି । ୱେଷ୍ଟଇଣ୍ଡିଜ ଆଗରେ ଭାରତ ମାତ୍ର ୧୩୯ ରନର ଟାର୍ଗେଟ ଦେଇଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍‌ ୫ ଓ୍ଵିକେଟରେ ୧୪୧ ରନ କରି ବିଜୟୀ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଏହି ମ୍ୟାଚରେ ଟସ୍‍ ଜିତି ଘରୋଇ ୱେଷ୍ଟଇଣ୍ଡିଜ ଅଧିନାୟକ ନିକୋଲସ ପୁରନ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜବାବରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ଘରୋଇ ଦଳର ବାମହାତୀ ଦ୍ରୁତ ବୋଲର ଓବେଦ ମ୍ୟାକ୍‍ୟଙ୍କ ବୋଲିଂକୁ ସାମ୍ନା କରି ନ ପାରି ୧୯.୪ ଓଭରରେ ୧୩୮ ରନରେ ଅଲ୍‍ଆଉଟ୍‍ ହୋଇଯାଇଥିଲା। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୩୧, ରବୀନ୍ଦ୍ର ଜାଡେଜା ୨୭, ଋଷଭ ପନ୍ତ ୨୪, ସୂର୍ଯ୍ୟକୁମାର ୧୧ ଏବଂ ଶ୍ରେୟାସ ଆୟର ଓ ରବିଚନ୍ଦ୍ରନ ଅଶ୍ୱିନ ୧୦ ରନ ଲେଖାଏ କରିଥିଲେ। ଦୀନେଶ କାର୍ତ୍ତିକ ୭, ଅଭସେ ଖାନ ୮ ରନ କରିଥିବାବେଳେ ଅଧିନାୟକ ରୋହିତ୍‍ ଶର୍ମା ଖାତା ଖୋଲି ପାରି ନ ଥିଲେ। ମ୍ୟାକ୍‍ୟ ତାଙ୍କ ୪ ଓଭର ସ୍ପେଲରେ ଗୋଟିଏ ମେଡେନ ସହ ୧୭ ରନ ବ୍ୟୟ କରି ସର୍ବାଧିକ ୬ଟି ୱିକେଟ୍‍ ନେଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଜବାବରେ ୱେଷ୍ଟ ଇଣ୍ଡିଜ୍‌ର ଦୁଇ ଓପନର ବ୍ରାଣ୍ଡନ କିଙ୍ଗ୍‌ ଓ କେଲି ମେୟର୍ସ ଆକ୍ରମଣାତ୍ମକ ବ୍ୟାଟିଂ କରି ୪୬ ରନ୍‌ ସଂଗ୍ରହ କରିଥିଲେ । ମେୟର୍ସ ବ୍ୟକ୍ତିଗତ ୮ ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ନିକୋଲାସ ପୂରନ ୧୪(୧ଚୌକା, ୧ଛକା) ରନ୍‌ କରି ପାଭିଲିୟନ ଫେରିଥିଲେ । ପରେ ପରେ ସିମରନ ହେତମେୟର(୬) ମଧ୍ୟ ପାଭିଲିୟନ ଫେରିଥିଲେ । ହେଲେ ଅନ୍ୟ ଓପନର ବ୍ରାଣ୍ଡନ କିଙ୍ଗ୍‌ ବିସ୍ଫୋରକ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିତଲେ । ୫୧ଟି ବଲ୍‌ରୁ ୬୮(୮ଚୌକା, ୨ଛକା) ରନ୍‌ କରି ଆଉଟ୍‌ ହେବାକୁ ବେଳକୁ ସେ ଦଳୀୟ ସ୍କୋରକୁ ୧୦୭ରେ ପହଞ୍ଚାଇ ସାରିଥିଲେ ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଶେଷ ଓଭରରେ ଘରୋଇ ଦଳକୁ ୧୦ ରନ୍ ଆବଶ୍ୟକ ଥିବା ବେଳେ ଭାରତ ପକ୍ଷରୁ ଆଭେଶ ଖାନ୍ ବୋଲିଂ କରୁଥିଲେ । ଆଭେଶଙ୍କ ପ୍ରଥମ ବଲ ନୋ’ ବଲ୍ ହୋଇଥିଲା । ଏହା ପରେ ଫ୍ରି-ହିଟରେ ଡେଭନ୍ ଥୋମାସ ଛକା ମାରିଥିଲେ । ପରବର୍ତୀ ବଲରେ ଚୌକା ମାରି ସେ ଦଳକୁ ଜିତାଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp