ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ

The Sakala Picture
Published On

ତ୍ରିନିଦାଦ୍‍,: ଏକଦିବସୀୟ ସିରିଜ ସମାପ୍ତ ପରେ ଆଜି ଠାରୁ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ୍‍ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ୍‍ ଆଉ ୩ ମାସ ବାକି ରହିଥିବାରୁ ଏହି ସିରିଜର ଉଭୟ ଦଳ ପାଇଁ ଗୁରୁତ୍ୱବହନ କରୁଛି। ଏକଦିବସୀୟ ସିରିଜରେ ବିଶ୍ରାମ ନେଇଥିବା ରୋହିତ୍‍ ଶର୍ମାଙ୍କ ସମେତ ଯଶପ୍ରୀତ୍‍ ବୁମ୍‍ରା, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଓ ରବିଚନ୍ଦ୍ରନ ଅଶ୍ୱିନ ଟି-୨୦ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। […]

ତ୍ରିନିଦାଦ୍‍,: ଏକଦିବସୀୟ ସିରିଜ ସମାପ୍ତ ପରେ ଆଜି ଠାରୁ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ୍‍ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ୍‍ ଆଉ ୩ ମାସ ବାକି ରହିଥିବାରୁ ଏହି ସିରିଜର ଉଭୟ ଦଳ ପାଇଁ ଗୁରୁତ୍ୱବହନ କରୁଛି। ଏକଦିବସୀୟ ସିରିଜରେ ବିଶ୍ରାମ ନେଇଥିବା ରୋହିତ୍‍ ଶର୍ମାଙ୍କ ସମେତ ଯଶପ୍ରୀତ୍‍ ବୁମ୍‍ରା, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଓ ରବିଚନ୍ଦ୍ରନ ଅଶ୍ୱିନ ଟି-୨୦ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେଣୁ ଏକ ପୂର୍ଣ୍ଣଦକ୍ଷତା ସମ୍ପନ୍ନ ଭାରତୀୟ ଦଳକୁ ଏହି ସିରିଜରେ ଦେଖିବାକୁ ମିଳିବ। ସେହିଭଳି ଏକଦିବସୀୟ ସିରିଜକୁ ୩-୦ରେ କ୍ଲିନସୁଇପ୍‍ କରିଥିବା ଭାରତ ପାଇଁ କିନ୍ତୁ ଟି-୨୦ ସିରିଜ ଏତେଟା ସହଜସାଧ୍ୟ ହେବ ନାହିଁ। ଘରୋଇ ୱେଷ୍ଟଇଣ୍ଡିଜ ଦଳରେ ଅଧିନାୟକ ନିକୋଲାସ ପୁରନଙ୍କ ସମେତ ବ୍ରାଣ୍ଡନ କିଙ୍ଗ୍‍, ରୋଭମାନ ପାୱେଲ ଓ କାଏଲ୍‍ ମେୟର୍ସଙ୍କ ପରି ବିସ୍ଫୋରକ ବ୍ୟାଟର୍‍ ରହିଥିବାରୁ ଭାରତୀୟ ବୋଲରଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏକଦିବସୀୟ ସିରିଜ ପରାଜୟର ପ୍ରତିଶୋଧ ଟି-୨୦ରେ ନେବାକୁ ଘରୋଇ ଦଳ ଲକ୍ଷ୍ୟ ରଖିଛି। ସିରିଜର ପ୍ରଥମ ୩ଟି ମ୍ୟାଚ୍‍ ୱେଷ୍ଟଇଣ୍ଡିଜରେ ଖେଳାଯିବ। ଏହାପରେ ଶେଷ ୨ଟି ମ୍ୟାଚ୍‍ ଆମେରିକାରେ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ସମସ୍ତ ମ୍ୟାଚ୍‍ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଟି-୨୦ ସିରିଜ କାର୍ଯ୍ୟସୂଚୀ

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଜୁଲାଇ ୨୯: ପ୍ରଥମ ଟି-୨୦, ତ୍ରିନିଦାଦ୍‍
ଅଗଷ୍ଟ ୧: ଦ୍ୱିତୀୟ ଟି-୨୦, ସେଣ୍ଟ କିଟ୍ସ
ଅଗଷ୍ଟ ୨: ତୃତୀୟ ଟି-୨୦, ସେଣ୍ଟ କିଟ୍ସ
ଅଗଷ୍ଟ ୬: ଚତୁର୍ଥ ଟି-୨୦, ଫ୍ଲୋରିଡା
ଅଗଷ୍ଟ ୭: ପଞ୍ଚମ ଟି-୨୦, ପ୍ଲୋରିଡା

ସିଧା ପ୍ରସାରଣ: ଡିଡି ସ୍ପୋର୍ଟ୍ସ

29 Jul 2022 By The Sakala

ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ

ତ୍ରିନିଦାଦ୍‍,: ଏକଦିବସୀୟ ସିରିଜ ସମାପ୍ତ ପରେ ଆଜି ଠାରୁ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ୍‍ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ୍‍ ଆଉ ୩ ମାସ ବାକି ରହିଥିବାରୁ ଏହି ସିରିଜର ଉଭୟ ଦଳ ପାଇଁ ଗୁରୁତ୍ୱବହନ କରୁଛି। ଏକଦିବସୀୟ ସିରିଜରେ ବିଶ୍ରାମ ନେଇଥିବା ରୋହିତ୍‍ ଶର୍ମାଙ୍କ ସମେତ ଯଶପ୍ରୀତ୍‍ ବୁମ୍‍ରା, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଓ ରବିଚନ୍ଦ୍ରନ ଅଶ୍ୱିନ ଟି-୨୦ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେଣୁ ଏକ ପୂର୍ଣ୍ଣଦକ୍ଷତା ସମ୍ପନ୍ନ ଭାରତୀୟ ଦଳକୁ ଏହି ସିରିଜରେ ଦେଖିବାକୁ ମିଳିବ। ସେହିଭଳି ଏକଦିବସୀୟ ସିରିଜକୁ ୩-୦ରେ କ୍ଲିନସୁଇପ୍‍ କରିଥିବା ଭାରତ ପାଇଁ କିନ୍ତୁ ଟି-୨୦ ସିରିଜ ଏତେଟା ସହଜସାଧ୍ୟ ହେବ ନାହିଁ। ଘରୋଇ ୱେଷ୍ଟଇଣ୍ଡିଜ ଦଳରେ ଅଧିନାୟକ ନିକୋଲାସ ପୁରନଙ୍କ ସମେତ ବ୍ରାଣ୍ଡନ କିଙ୍ଗ୍‍, ରୋଭମାନ ପାୱେଲ ଓ କାଏଲ୍‍ ମେୟର୍ସଙ୍କ ପରି ବିସ୍ଫୋରକ ବ୍ୟାଟର୍‍ ରହିଥିବାରୁ ଭାରତୀୟ ବୋଲରଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏକଦିବସୀୟ ସିରିଜ ପରାଜୟର ପ୍ରତିଶୋଧ ଟି-୨୦ରେ ନେବାକୁ ଘରୋଇ ଦଳ ଲକ୍ଷ୍ୟ ରଖିଛି। ସିରିଜର ପ୍ରଥମ ୩ଟି ମ୍ୟାଚ୍‍ ୱେଷ୍ଟଇଣ୍ଡିଜରେ ଖେଳାଯିବ। ଏହାପରେ ଶେଷ ୨ଟି ମ୍ୟାଚ୍‍ ଆମେରିକାରେ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ସମସ୍ତ ମ୍ୟାଚ୍‍ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ।

ଟି-୨୦ ସିରିଜ କାର୍ଯ୍ୟସୂଚୀ

ଜୁଲାଇ ୨୯: ପ୍ରଥମ ଟି-୨୦, ତ୍ରିନିଦାଦ୍‍
ଅଗଷ୍ଟ ୧: ଦ୍ୱିତୀୟ ଟି-୨୦, ସେଣ୍ଟ କିଟ୍ସ
ଅଗଷ୍ଟ ୨: ତୃତୀୟ ଟି-୨୦, ସେଣ୍ଟ କିଟ୍ସ
ଅଗଷ୍ଟ ୬: ଚତୁର୍ଥ ଟି-୨୦, ଫ୍ଲୋରିଡା
ଅଗଷ୍ଟ ୭: ପଞ୍ଚମ ଟି-୨୦, ପ୍ଲୋରିଡା

ସିଧା ପ୍ରସାରଣ: ଡିଡି ସ୍ପୋର୍ଟ୍ସ

https://www.thesakala.in/sports/west-indies-vs-india-1st-t20i/article-13699
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର